Tuesday, July 26, 2016

💌💌💌💌ପ୍ରେମପତ୍ର💌💌💌💌💌


ପୁସ୍ତକରୁ କାଢ଼ି ନିଆଯିବ ପ୍ରେମପତ୍ର
.
ଗୃଧ୍ର ତାକୁ ପାହଡ଼ପରେ ଚିରିଫାଡି ଖାଇବ
.
ଚୋର ଆସିବ ତ ପ୍ରେମପତ୍ର ହିଁ ଚୋରାଇବ
.
ଜୁଆଡ଼ି ପ୍ରେମପତ୍ର ହିଁ ବାଜି ଲଗାଇବ
.
ଋଷି ଆସିବେ ଦାନ ରେ ପ୍ରେମପତ୍ର ମାଗିବେ
.
ବାଦଲ ଆସିଲେ ଜଳ ନୁହେଁ ପ୍ରେମପତ୍ର ବରଷିବ
.
ଅଗ୍ନି ପ୍ରଜ୍ଵଳନ ପାଇଁ ଜଳାଯିବ ପ୍ରେମପତ୍ର
.
ବନ୍ଧନ ପ୍ରେମପତ୍ର ହିଁ ଲଗାଯିବ
.
ସାପ ଆସିବ କାମୁଡ଼ିବ ପ୍ରେମପତ୍ର
.
ଝିଣ୍ଟିକା ଆସିଲେ ଚାଟିବେ ପ୍ରେମପତ୍ର
.
ପୋକଜୋକ ପ୍ରେମପତ୍ର ହିଁ କାଟିବେ
.
ପ୍ରଳୟ କାଳେ ସପ୍ତର୍ଷି , ମାଛ ଏବଂ ମନୁ
ସର୍ବେ ବେଦ ବଞ୍ଚାଇବେ
.
କେହି ମଧ୍ୟ ବଞ୍ଚାଇବେ ନାହିଁ ପ୍ରେମପତ୍ର
.
କେହି ରୋମ ବଞ୍ଚାଇବ କେହି ମଦୀନା
.
କେହି ଚାନ୍ଦୀ ବଞ୍ଚାଇବ କେହି ସୁନା
.
ମୁଁ ଲଢ଼ି ଏକେଲା
କେମିତି ବଞ୍ଚାଇ ପାରିବି ତୁମ ପ୍ରେମପତ୍ର !

*****

ମୂଳ ରଚନା - ବଦ୍ରି ନାରାୟଣ


No comments:

Post a Comment

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...