Thursday, February 2, 2017

ବସନ୍ତ ଆସିଲା

ଉଡି ଉଡି କରି ଅମ୍ବରରେ
ଯେବେ ପୃଥ୍ବୀ କୁ ଆସେ
ଦେଖୀ କାଞ୍ଚନ ବଗିଚା
ଏବେ ଭ୍ରମର ମନେ ହସେ ।
ସୁଗନ୍ଧିତ ପୁଷ୍ପ ପରେ ଯାଇ
ପ୍ରେମ ଗୀତ ସିଏ ଗାଏ
ନିଜ ହୃଦୟର କଥା
କହିବାକୁ ତାରେ
ଲଜ୍ଯାବୋଧ ନ ଥାଏ ।।
କେବେ କେବେ ଯାଏ
ଫୁଲ ମଧ୍ଯେ ଶୋଇ
ରାତ୍ରି ତାର କାଟି ଦିଏ ।
ଗେଣ୍ଡୁ ଶୋକର ବାସ ବାଣ୍ଟେ
ବନ ଉପବନ ମହକାଏ
ପବନ ବହେ ମଧୁରମ୍ ମଧୁରମ୍
କୋଇଲି କୁ କୁ ଯେବେ ଗାଏ ।।
ଏଭଳି ବେଳାରେ
ବାଗ୍ ଦେବୀ ଙ୍କ ଉତ୍ସବ
ମନେ ଆମ ଭକ୍ତି ଯଗାଏ ।
ଆସିଲା ବସନ୍ତ
ବଦଳି ଗଲାଣି ଋତୁ
ହସେ ଯୌବନ ଧରାରେ
ଶୃଙ୍ଗାରେ ନିଜେ ନିଜକୁ ସଜାଏ ।।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...