Saturday, February 11, 2017

ଭାଲେଣ୍ଟାଇନ୍ ଆଣ୍ଡ ଆଣ୍ଟି ଭାଲେଣ୍ଟାଇନ୍ ଡେ ~

ଆଜିକାଲି ଆମ ଦେଶର ଯୁବ ପିଢି
Valentine's day ର ନିଶାରେ ମାତାଲ ହୋଇ ନିଶାସକ୍ତ ମାନବ ଭଳି ଗଳି ମହଲାରେ ପଟେଅଧେ ସବୁଠି ଦୃଷ୍ଟିଗୋଚର ହୋଇଥାନ୍ତି ....

ଆଜି ଭାଲେଣ୍ଟାଇନ୍ସ ଏବଂ ଆଣ୍ଟି-ଭାଲେଣ୍ଟାଇନ୍ସ ଡେ ବିଷୟରେ କିଛିଟା ଆଲୋଚନା କରିନେବା ।
ପୂର୍ବରୁ ସନ୍ଥ ଭାଲେଣ୍ଟାଇନଙ୍କ ବିଷୟରେ କୁହାଯାଇଛି
ଯେ ସେ କେମିତି କାମାସକ୍ତ ମୌଳିବାଦୀ ରୋମବାସୀଙ୍କୁ ପ୍ରେମ ଶିଖଉଥିଲେ
ଏବଂ ସମ୍ରାଟ କ୍ଲାଉଡିୟସ୍ ଦ୍ବାରା ସୂଳୀ ଦଣ୍ଡାଦେଶ ରେ ଦଣ୍ଡିତ ହୋଇ ମୃତ୍ଯୁବରଣ କରିଥିଲେ ।

ଫେବୃଆରୀ 7ରୁ ଭାଲେଣ୍ଟାଇନ୍ ପର୍ବ ର ଅୟମାରମ୍ଭ
ହୋଇଯାଏ ।

ଜୀବନର ଯୌବନରେ ପ୍ରେମ ପ୍ରୀତି ପ୍ରଣୟ
ପ୍ରତ୍ୟେକ ଜୀବ ପାଇଁ ଏକ ଜରୁରୀ ଉପାଦାନ ...

ରୋମଦେଶର କାମାତୁର ମାନବମାନେ
ଯେତେବେଳେ ତାଙ୍କ ସଂସ୍କୃତିର ଏକ ଦୂର୍ବଳ ରୁଗ୍ଣ ଦିଗକୁ ଅନୁଭବ କଲେ
ସେମାନେ କାମନା ବାସନା ଅପେକ୍ଷା ପ୍ରେମକୁ ଗୁରୁତ୍ୱ ଦେବା ଆରମ୍ଭ କରିଦେଲେ .....

ଭାଲେଣ୍ଟାଇନ୍ ଆଉକିଛି ନୁହଁ ଝିଅ ପଟେଇବାର
ଆଦିମ ଟ୍ରିକ୍ ଟା 😀😀😀
#RoseDay 7ଫେବୃଆରୀ

ତୁମେ ଯେଉଁ ଝିଅକୁ କି ପୁଅ ଭଲ ପାଉଛ ତାକୁ
ସାଧାରଣତଃ ଗୋଲାପ ଫୁଲଟିଏ ଦେବ....
#ProposeDay 8 ଫେବୃୟାରୀ

ଗୋଲାପ କିମ୍ବା ରିଙ୍ଗ ଦେଇ ଆଣ୍ଠୁମାଡି ବସି ଏକ ବିଶିଷ୍ଟ
ଠାଣିରେ
ପ୍ରପୋଜ କରାଯାଏ ....
ହେ ମୋ ମନର ଦେବୀ ! ମୋ ଭଳି ପାପିଷ୍ଟର ପାଣିଗ୍ରହଣ କରି ମୋ ଉପରେ ଦୟାକର 😀😀😀

#ChocolateDay 9 ଫେବୃଆରୀ

ତତ୍ପରେ ଆରମ୍ଭ ହୋଇ ଯାଏ
ଝିଅଙ୍କ ମନ ଜିତିତାଙ୍କ ପ୍ରେମ ହାସଲକରିବାର ସବୁପ୍ରକାର ଫନ୍ଦିର ପ୍ରୟୋଗ....
ଛିଅକୁ ଚକେଲେଟ୍ ଦେଇ ତାଙ୍କୁ ଭେଣ୍ଡାମାନେ
ବୁଦ୍ଧୁ ବନେଇ କୃତକାର୍ଯ୍ୟ ହୋଇଯାଅନ୍ତି । 😀😀😀

#TeddyDay 10 ଫେବୃଆରୀ

ଆମ ଦେଶରେ ଆଗେ ଅଭିଆରୀ କିଶୋରୀ କନ୍ଯା ମାନେ ଲୁଗା ତିଆରି କଣ୍ଢେଇ ତିଆରି କରି ଖେଳୁଥିଲେ
ସେଇ ଖେଳର ଏଇ ଟେଡ୍ଡୀ ଟା ଇଉରୋପିଆନ୍ ସଂସ୍କରଣ ।
ଗୋଟେ କିଶୋରୀ ଝିଅର ସବୁଠୁ ବଡ ସାଙ୍ଗ ତା ଟେଡ୍ଡୀ ...
ତେଣୁ ଗୋଲାପ ଦେଇ ଲାଇନ୍ ମାରି ପ୍ରପୋଜକରି
ଚକେଲେଟ୍ ଦେଇ ଯୋଉ ଝିଅ ନ ଫସିଲା ତାକୁ
Teddy ଦେଇ ପଟାଅ ବୋଲି ସନ୍ଥ ଭାଲେଣ୍ଟାଇନ୍ ତାଙ୍କ ଭକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ 😀😀😀

#PromiseDay 11 ଫେବୃଆରୀ
ତାପରେ ଝିଅ ପଟିଗଲେ ପ୍ରେ ପୂର୍ବରୁ ପ୍ରତିଶ୍ରୁତି ଦେବାକୁ
ହେଉଥିଲା ଆଜି ମଧ୍ଯ ଏ ନିୟମ ଅଲେଖା ହୋଇ ବି ଲାଗୁଅଛି.....
ପ୍ରେମରେ ସପଥ ଖାଇବାକୁ ହୁଏ .......
କନ୍ଯା କୁହେ ସଂସାରରେ ତୁମପାଇଁ କେବଳ ମୁଁ ହିଁ ତୁମ ଆରାଧ୍ଯ ଦେବୀ
ଖବରଦାର୍ ମୋ ବ୍ଯତିରେକ ଅନ୍ଯ କନ୍ଯା କୁ ଯଦି ଦେଖ କି ଲୁଚି ଲୁଚି ତାର ପୂଜା କରୁଥାଅ....😀😀😀😀

#KissDay 12 ଫେବୃଆରୀ

ପୁଅମାନେ ସପଥ କଲାପରେ ଝିଅ ମାନେ
କିଲେ ହେବ ଲିପିଷ୍ଟିକ ମାଖିଥିବା
ତାଙ୍କ କୃତ୍ରିମ ରଙ୍ଗୀନ ଓଷ୍ଠକୁ ପୁଅର ପ୍ରାକୃତିକ ଓଠରେ
ମିଶେଇ ଦେଇ ଦିଅନ୍ତି ।
ସଂସାରରେ ଚୁମ୍ବନ ଏମିତି ଏକ କଳା ଯାହା ମାନବର ନିଜସ୍ବ ....
ସେଥିରେ ପୁଣି ପରସ୍ପରର ଜୀବାଣୁ ଯୁକ୍ତ ମୁଖମଧ୍ଯରୁ ରସପାନ କରିବା,ପରସ୍ପର ମୁଖ ମଧ୍ଯେ ଜିହ୍ଵା ପୋଷଣ କରିବା ଆ ହା ହା !!! ସତରେ ବଡ଼ ଐଶ୍ବରୀୟ ଅନୁଭୂତି ସିଏ 😂😂😂😂
ତେବେ ଜାଣି ଖୁସି ହେବେ ଚୁମ୍ବନକରିବା ଇଉରୋପ ଲୋକେ ଭାରତୀୟ ଙ୍କ ଠାରୁ ଶିକ୍ଷା କରିଥିଲେ....😇😇😇
#HugDay 13 ଫେବୃଆରୀ

ଶରୀର କୁ ଶରୀର ରେ ମିଶେଇ ଦେଇ ଏଇଠୁ
ପ୍ରେମୀ ଯୁଗଳ ଏକ ହୋଇଯାଅନ୍ତି ।
ଏଠି ହଗ୍ ମାନେ ହଗିବା ନୁହେଁ 😀😀😀
ଆଜିକାଲି ଉତ୍ତରଭାରତୀୟ ହଗ୍ ଡେ କୁ ନେଇ
ସୋସିଆଲ ସାଇଟ୍ ରେ ଖୁବ୍ ଜୋକ୍ କରୁଛନ୍ତି ।
ଆମ
ହଗ ଶବ୍ଦ ଟି ସଂସ୍କୃତ ହଦ୍ ଧାତୁ ରୁ ଆସିଅଛି ଯାର ମୂଳ ଅର୍ଥ ଶରୀର ରୁ ତ୍ଯାଗକରିବା......
ପରବର୍ତ୍ତୀ କାଳରେ ଏହା ମଳତ୍ଯାଗକରିବା ଅର୍ଥରେ ବ୍ଯବହାର ହେଲା ।
(ସମ୍ବଲପୁରୀ-ହଦ=ବଡ଼ଗାତ,ବଲାଙ୍ଗୀର=କାଦୁଅ ପୂ.ଭା.)
ତେବେ ସେ ଯା ହେଉ
ଇଂରାଜୀରେ ହଗ୍ ମାନେ ଆଲିଙ୍ଗନ ଯାହାର ବୈଦିକ ଭାଷା ସହ ନିକଟ ସମ୍ପର୍କ ନାହିଁ ।
ଏକ ଏକ ପ୍ରାଚୀନ ନର୍ମନ୍ ଶବ୍ଦ hugga କିମ୍ବା
ଜର୍ମନ ଶବ୍ଦ hegen ରୁ ଇଂରାଜୀରେ ପ୍ରବେଶ କରିଥିବା ଅନୁମାନ କରାଯାଏ ।
ପରସ୍ପରକୁ କୁଣ୍ଢେଇ ଧରିଲେ ଏକପ୍ରକାର ର ଏନର୍ଜି ମିଳେ ବୋଲି କିଛି ଦିନ ତଳେ ଦଳେ ଗବେଷକ ମତ ଦେଇ ଥିଲେ । ବୋଧହୁଏ ଏକଥା
ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଜଣାଥିଲା ତେଣୁ ସେ ନିର୍ଦ୍ଦେଶ ଦେଇଥିବେ .......
ଯାଅରେ ଆଜି ହଗ୍ ଡେ
ଯାହାକୁ ପାଇଲେ କୁଣ୍ଢାଅ
ପାଓ୍ବାର ମିଳିବ 😀😀😀😀😀

#ValentinesDay 14 ଫେବୃଆରୀ

ସନ୍ଥ ଭାଲେଣ୍ଟାଇନ୍ ଙ୍କ କଥାରେ ପଡି ଦେଶ ଯାକର ଲୋକ କାମଦାମ କଲେନି ଖାଲି ପାଓ୍ବାର ପାଇଁ ପରସ୍ପରରେ କୁଣ୍ଢା କୁଣ୍ଢି ହେବାରେ ମସଗୁଲ୍ ହୋଇ ଗଲେ ।
ଏ ଆଲିଙ୍ଗନ ରୋଗ ଦିନକ ମଧ୍ଯରେ ଦେଶଯାକ ବ୍ଯାପିଗଲା । ରାଜା କ୍ଲାଉଡିୟସଙ୍କ ସେନାପତି
ରାଜାଙ୍କୂ କୁଣ୍ଢେଇବାକୁ ଦୌଡିଲେ ....
ରାଜା ଏକବାରେ ଖପ୍ପା 😀😀😀
ଆବେ ଏଟା ରାଜସଭା ନା ହାଟ ! ଏଠି କି ପାଲା ଚଲେଇଛ ?
ସେନାପତି ରାଜାଙ୍କୁ ଆଲିଙ୍ଗନ କଲେ ପାଓ୍ବାର ମିଳିବ କଥା କହିଲାରୁ ରାଜା
ଜୋରରେ ଚିତ୍କାର କରି ଉଠିଲେ !
ହାକ୍ .... ଏସବୁ ଫାଲତୁ କଥା କିଏ ପ୍ରଚାର କରୁଛି ? କିଏ ମୋ ଦେଶର ଲୋକଙ୍କୁ କିମିଆ କରିଛି ?
ସେନାପତି ମୁଁ କ୍ଲାଉଡିୟସ୍ ତୁମକୁ ଆଦେଶ ଦେଉଛି
ଯାଅ ସେ ଦୋଷୀ କୁ ତତ୍ କ୍ଷଣାତ୍ ଏଠାକୁ ଧରିଆଣ , ଆଜି ତା'ର ବିଚାର ହେବ ।
ରାଜା କହିବା ମୁତାବକ ସେନାପତି ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଧରିଆଣି ରାଜାଙ୍କ ଆଗରେ ହାଜରକଲା ।
ରାଜା ଭାଲେଣ୍ଟାଇନ୍ ଙ୍କୁ ଆପଦ ମସ୍ତକ ନିରୀକ୍ଷଣ କରିନେଇ କହିଲେ
"କିହୋ ସେ କପିଳା ତହେଲେ ଏ ବୁଢା ଟା.... ହଇରେ ତୁ ପୁଣି ମରଣକାଳରେ ଖ୍ରୀଷ୍ଟଲୀଳା କରିବା ଶିଖଉଛୁ....
ଯାଅ ଆକୁ ସୂଳୀରେ ବସାଅ....
ଆଜି 14 ଫେବୃଆରୀ କୁ ଭାଲେଣ୍ଟାଇନ ଡେ କହି ପାଳ

କାଲିଠୁ ଦେଶରେ 7 ଦିନଯାଏ ମୋ ହିସାବରେ ଲୋକ ସାତଟି ପର୍ବ ପାଳିବେ
ସେଇଦିନଠାରୁ ଭାଲେଣ୍ଟାଇନ୍ ଡେ ପରେ ଆଣ୍ଟିଭାଲେଣ୍ଟାଇନ୍ ଡେ ମାନ ସବୁ ପାଳନ କରାଗଲା ।

15 ଫେବୃଆରୀ #SlapDay

ଯୋଉ ମାନେ ସାତଦିନ ଯାଏଁ ପ୍ରେମ ସାଗରେ ଭାସୁଥିଲେ ସେମାନଙ୍କୁ ପରସ୍ପରକୁ ଚାପୁଡା ମାରିବାକୁ ପଡ଼ିଲା ... ଯା ହେଲେ ରଜା ଆଦେଶ
ନମାନିଲେ ମରଣ ସାର 😀😀😀

#KickDay 16 ଫେବୃଆରୀ

ଆଣ୍ଟି ଭାଲେଣ୍ଟାଇନ୍ ଡେ ର ଦ୍ବିତୀୟ ଦିନ
ପ୍ରେମୀଯୁଗଳଙ୍କୁ ପରସ୍ପରର ପିଚାକୁ ଗୋଇଠା ମାରିବାକୂ କୁହାଗଲା 😀😀😀😀

#PerfumeDay 17 ଫେବୃଆରୀ

ପ୍ରେମୀ ଯୁଗଳଙ୍କୁ ପରସ୍ପରର ମୁହଁ ରେ ପାଡିବାକୁ କୁହାଗଲା .... ରାଜା ସେଇଦିନଟିକୁ ପରଫ୍ୟୁମ୍ ଡେ କହିଲେ 😀😀😀

#FlirtingDay 18 ଫେବୃଆରୀ

ତତ୍ପର ଦିନ ରାଜା ସମସ୍ତ ଯୋଡ଼ି ମାନଙ୍କୁ ତାଙ୍କ ପାର୍ଟନର୍ ଭିନ୍ନ ଅନ୍ଯ ସହ ଫ୍ଲର୍ଟ କରିବାକୁ ଆଦେଶ ଦେଲେ 😀😀😀

#ConfessionDay 19 ଫେବୃଆରୀ

ପୂର୍ବଦିନ ପ୍ରେମୀ ମାନେ ପରସ୍ପରକୁ ଧୋକା ଦେଇଥିଲେ ତେଣୁ ବୁଝାବୁଝି ରୁଷାରୁଷିରେ
ଦିନଟା କଟିଗଲା

#MissingDay 20 ଫେବୃଆରୀ

ଦେଖାଗଲା ଏଇଦିନ ଅଧିକାଂଶ ଲୋକ ଆଉ
ରାଜାଙ୍କ ପ୍ରାସାଦ ପାଖକୁ
ଆସିଲେ ନାହିଁ
ସବୁ ଯନ ଦୁଃଖରେ ଘରେ ବସି ରହିଲେ
ଏଣେ କ୍ଲାଉଡିୟସ ମଧ୍ଯ ନିଜେ ସଫଳ ହୋଇଥିବା ଦେଖି ମନେ ମନେ ଖୁସି ହେଲା...

#BreakupDay 21 ଫେବୃଆରୀ

ରୋମ ଦେଶର ଲୋକ ବୁଝି ସାରିଥିଲେ ଯେ
ତାଙ୍କ ଦେଶରେ ଖାଲି ପାଗଳଙ୍କ ଭଳି ଅବାଞ୍ଛିତ ଅବାଧ ପ୍ରେମ କଲେ ଚଳିବନି
ତେଣୁ ବ୍ରେକ୍ ଅପ୍ ଡେ ପାଳିଲେ ସବୁ ପ୍ରେମୀ ପରସ୍ପର ଠାରୁ ଅଲଗା ହୋଇ ଗଲେ ।

ସତରେ ପ୍ରେମରେ ବିରହ ନଥିଲେ ସେ କି ପ୍ରେମ
ଜୟ ବାବା ଭାଲେଣ୍ଟାଇନଙ୍କର ଜୟ 😀😀😀😀
(Thats all folks😀😀😀)

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...