ଗୁଜରାଟୀରେ ବହୁପ୍ରଚଳିତ ଶବ୍ଦଟିଏ ଅଛି ‛ଝୁନା’ ଏବଂ ଏହାର ଅର୍ଥ ପୁରୁଣା ଅଟେ । ‛ଝୁନା’ ଶବ୍ଦଟିର ଅର୍ଥଗତ ତଥା ସଗୋତ୍ରିୟ ସମ୍ପର୍କ ସଂସ୍କୃତ ‛ଜୀର୍ଣ୍ଣ’ ତଥା ଓଡ଼ିଆର ‛ଜୁନା’ ସହିତ ସମ୍ପର୍କ ରହିଛି । ପଶ୍ଚିମ ଓଡିଶା ତଥା ଗଡ଼ଜାତ ଅଞ୍ଚଳରେ ଜୁନା,ଜୁହ୍ନାଁ ଓ ଜୁହ୍ନା ଆଦି ଶବ୍ଦ ଚଳୁଅଛି ।
→ଜୁନା ଶବ୍ଦଟି ଗଡ଼ଜାତ ଅଞ୍ଚଳରେ ଵିଶେଷତଃ ଢେଙ୍କାନାଳ,ଅନୁଗୋଳ,କେନ୍ଦୁଝର ଆଦି ଅଞ୍ଚଳରେ ବ୍ୟବହାର କରାଯାଏ । ଜୁନା ଶବ୍ଦଟି ଏହି ଅର୍ଥରେ ମରାଠୀ ଭାଷାରେ ମଧ୍ଯ ଚଳୁଅଛି ।
→ଜୁହ୍ନା ଶବ୍ଦର ଵିଶେଷଣ ଭାବେ ଅର୍ଥ;ପୁରୁଣା ସ୍ଥାନ(ପଶ୍ଚିମ ଓଡିଶା/ସ-କଥିତ ଓଡ଼ିଆ ଭାଷାର ଶବ୍ଦ କୋଷ)
ଦ୍ର-“ରଥ ଯାତରାକେ
ରଥ ଦେଖି ଯିମି
ଜୁନା ଧୂତି ହଲଦିଆ(ସମ୍ଵଲପୁରୀ ଲୋକଗୀତ୍)
→ଜୁହ୍ନାଁ ଶବ୍ଦର ଵିଶେଷଣ ଭାବେ ଵ୍ୟଵହାର ବୌଦ୍ଧ, ସୁବର୍ଣ୍ଣପୁର,ସୁନ୍ଦରଗଡ ଓ ବରଗଡ଼ ଆଦି ଅଞ୍ଚଳରେ ହୁଏ ଯାହାର ଅର୍ଥ ଜୀର୍ଣ୍ଣ ଵା ପୁରୁଣା ।
ଏସବୁ ଶବ୍ଦ ଗୁଡ଼ିକ ସହ ସଂସ୍କୃତ ଜୀର୍ଣ୍ଣ ଶବ୍ଦର ସଗୋତ୍ରିୟ ସମ୍ବନ୍ଧ ରହିଛି । ଜୀର୍ଣ୍ଣ ଶବ୍ଦର ନୈରୁକ୍ତି ହେଉଛି
→ଜୃ ଧାତୁ(ପରିପାକ,ଜୀର୍ଣ୍ଣ କରିବା)+କର୍ତ୍ତୁ.ତ
ଏହି ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ରହିଛି
୧.ଶୀର୍ଣ୍ଣ
୨.କ୍ଷୀଣ
୩.ଜାରିତ
୪.ଜର୍ଜରିତ
୫.ଗଳିତ
୬.ଅତି ପୁରାତନ*
୭.ହଜମ,ପରିପାକ
୮.ଅକର୍ମଣ୍ୟ
୯.ପରିପକ୍ଵ
୧୦.ପୋରିହା
ଏଠାରେ ୬ ସଂଖ୍ୟା “ଅତିପୁରାତନ” ଅର୍ଥ ସହ ଜୁନା,ଝୁନା,ଜୁହ୍ନାଁ ଆଦି ଦେଶୀୟ ଶବ୍ଦ ଗୁଡ଼ିକର ଅର୍ଥ ମେଳ ଖାଉଛି.....
ଉଇକିପିଡ଼ିଆ ଅଵିଧାନରେ ଜୁନା ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ଏ ଶବ୍ଦ କୁ ସଂ ବିଶେଷ୍ୟ ଜୂର୍ଣ୍ଣା ଶବ୍ଦ ର ସଗୋତ୍ରୀୟ ବୋଲି ଉଲ୍ଲେଖ କରା ହୋଇଛି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା ହିନ୍ଦୀ ଶବ୍ଦ ସାଗର ଅନୁସାରେ ଜୂର୍ଣ୍ଣ ସଂ ବିଶେଷ୍ୟ ଶବ୍ଦର ଅର୍ଥ ଘର ଛାଉଣି କରିବା ତଥା ମୁନ୍ଦୁରା ବୁଣିବା ନିମନ୍ତେ ବ୍ୟବହାର କରାଯାଉଥିବା “ଖରି”( Miscanthus fuscus) ନାମକ ଏକ ଏକପ୍ରକାରର ତୃଣ ଅଟେ ।
ତେବେ ଜୁନା,ଝୁନା ଓ ଜୁହ୍ନା ଆଦି ଶବ୍ଦ ଛଡା ଭାରତୀୟ ଉପମହାଦ୍ଵୀପରେ
ପୁରା,ପୁରାତନ, ପୁରାଣ,ପୁଣ୍ଣ ଆଦି ଶବ୍ଦର ସମଗୋତ୍ରୀୟ କିଛି ଦେଶଜ ଶବ୍ଦ ମଧ୍ଯ ଚଳୁଅଛି
ଯଥା;
°
°
°
●→ପୁରୁଣା; ଓଡ଼ିଆ
●→पुराना;ହିନ୍ଦୀ
●→পুৰণা(purona);ଆସାମୀ
●→পুরোনো(purono);ବଙ୍ଗାଳି
●→जुनें;କୋଙ୍କଣୀ
●→ਪੁਰਾਣਾm(purāṇā);ପଞ୍ଜାବୀ
●→පැරණි(pæraṇi),පරණ(paraṇa);ସିଂହଳୀ
●→ꠙꠥꠞ꠆ꠘꠣ(furna);ସିହଲହାଟି
......
ତେବେ ମଜାକଥା ହେଲା....
ଓଡ଼ିଶା ଓ ଭାରତର ବହୁ ଦୂରରେ ସୂଦୁର ୟୁରୋପର ଏକ ଭାଷା ରୋମାନୀ ଭାଷାରେ ମଧ୍ଯ ପ୍ରାଚୀନ ଅର୍ଥ ସହ phurano ଶବ୍ଦଟିଏ ବ୍ୟବହାର ହେଉଛି ।
No comments:
Post a Comment