Wednesday, August 22, 2018

ଦୋହା ୧

ଲୋଭ ଏମନ୍ତ ବଳା ଯେ କରେ ପସ୍ତାଏ ।
ଫସି ମାଛ କଣ୍ଟାରେ ନିଜ ପ୍ରାଣ ହରାଏ ।।

ମଢ ମୁର୍ଦ୍ଦାର ଦେଖିଣ ମଣିଷ ହୁଅଇ ଭାଳି ।
ଆଜି ଦିନରେ ଏ ଗଲା କାଲି ମୋହର ପାଳି ।।

ନୁହେଁ ଆଦୌ ଛୋଟବଡ଼
ଜଗତେ କୌଣସି କାମ,
ଯାହାର ମନ ଯହିଁ ଲାଗେ
ସେ ସେତିକି ପାଏ ଦାମ ।।

କିଏ କରୁଛି ବିରୋଧ ଯଦି କରିବ ନାହିଁ ଟି କ୍ରୋଧ ।
ଯେତିକି ବଢେ ଉପଲବ୍ଧି ସେତେ ବଢେ଼ ବିରୋଧ ।।

ଦଶ ଦିଗରେ ଦିଶୁଅଛି ଦଶମୁଣ୍ଡିଆ ରାବଣ  ।
ହେ ରାମ ବଧକର ତାକୁ ମାରିଣ ଏକ ବାଣ ।।

ତୁମେ କବିତା ସଙ୍କଳନ ହେଲେ
ମୁଁ ଛୋଟିଆ ଗୋଟେ ଗୀତ ।
କୌଣସି ପୃଷ୍ଠାରେ ଟିକେ
ଜାଗା ମୋତେ ଦିଅନ୍ତନି ମିତ ?

ଭଲ ଅଟେ ରାତ୍ରୀ ବି ସାଥି ତା’ର ଅନ୍ଧକାର
ଯାଉ ଯାଉ ଦେଇଯାଏ ଆମକୁ ସେ ଭୋର

No comments:

Post a Comment

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...