Thursday, August 16, 2018

“ନ ଦୈନ୍ୟଂନ ପଲାୟନମ୍”

କର୍ତ୍ତବ୍ୟ ର ପୁଣ୍ୟ ପଥକୁ
ଆମେ ସ୍ଵେଦରେ ସିଞ୍ଚିଅଛୁ
କେବେ କେବେ ନିଜ
ଅଶ୍ରୁ ଓ ପ୍ରାଣର ଅର୍ଘ୍ୟ ଵି ଦେଇଛୁ ।।

କିନ୍ତୁ, ନିଜର ଧ୍ୟେୟ ଯାତ୍ରାରେ
ଆମ୍ଭେ କଦାପି ଅଟକି ନାହୁଁ
କୌଣସି ଲଲକାର ଆଗରେ
କେବେ ବି ନୋଇଁ ନାହୁଁ ।।

ଆଜି,ଯେବେକି ରାଷ୍ଟ୍ର-ଜୀଵନର
ସମସ୍ତ ନିଧି ବାଜିରେ ଲାଗିଛି,
ଏକ ଘନୀଭୂତ ଅନ୍ଧକାର
ଆମ ଜୀବନର ସମସ୍ତ ଆଲୋକକୁ ଗିଳିଦେବାକୁ ଚାହୁଁଛି;
ଆମକୁ ଧ୍ୟେୟ ପାଇଁ ବଞ୍ଚିବା,
ଲଢିବା ଓ ଆବଶ୍ୟକତା ପଡିଲେ
ଆତ୍ମବଳୀ ର ସଂକଳ୍ପ କୁ
ଦୋହରେଇବାର ଅଛି ।।

ଅଗ୍ନି ପରୀକ୍ଷା ର ଏ ଘଡି଼ରେ ଚାଲନ୍ତୁ
କରିବା ଅର୍ଜୁନ ପରି ଉଦ୍ଘୋଷ
ନ ଦୈନ୍ୟଂ ନ ପଲାୟନମ୍
ନ ଦୈନ୍ୟଂ ନ ପଲାୟନମ୍”

@ଅଟଲ ବିହାରୀ ବାଜପେୟୀଙ୍କ ଏକ କବିତା
“ନ ଦୈନ୍ୟଂନ ପଲାୟନମ୍” ର ଓଡ଼ିଆ ଭାବାନୁବାଦ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...