Thursday, August 16, 2018

◆◆ଶୌଚାଳୟ ଓ କ୍ରାନ୍ତି◆◆

ଭାରତ ନୂଆ ନୂଆ ସ୍ଵାଧୀନ ହୋଇଥାଏ । ସେଦିନିଆ ଏକ ବିଶ୍ବବିଦ୍ୟାଳୟର ଛାତ୍ର ତାଙ୍କ ପାଇଁ ଗୋଟିଏ ଶୌଚାଳୟ ନିର୍ମାଣ ହେତୁରୁ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କଲେ ।
ମନ୍ତ୍ରିମଣ୍ଡଳର ଏକ ବୈଠକରେ ଶିକ୍ଷା ମନ୍ତ୍ରୀ ଉକ୍ତ ପତ୍ର ପାଠ କଲା ଉତ୍ତାରୁ କହିଲେ-
“ଛାତ୍ରମାନଙ୍କ ମଧ୍ୟରେ ଏଭଳି ଅନୁଶାସନହୀନତା ମୁଁ ଆଜିଯାଏଁ ଦେଖିନଥିଲି । ଆହା ! ଏ ପିଢି କେତେ ନିର୍ଲଜ ନୁହେଁ ସତେ !  ନିଜ ବୟସ୍କଙ୍କ ସହିତ ମଳମୂତ୍ରାଦି ବାବଦରେ କଥା ହେବାକୁ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି”

ଜଣେ ମନ୍ତ୍ରୀ କହିଲେ

“ସେହି ଟୋକା ଗୁଡାକୁ ଵିରୋଧୀ ଦଳର ଲୋକ ଏତକ କରେଇବାକୁ ସିଖେଇଛନ୍ତି । ମୋ ପାଖରେ ତାହାର ରିପୋର୍ଟ ଅଛି । ମୁଁ ଜାଣିଛି ଯେ ଵିରୋଧୀ ଦଳର ଲୋକ ଏହିଭଳି ତରୁଣ ମାନଙ୍କୁ କ୍ରାନ୍ତି ନାମରେ ଉସୁକାଉଛନ୍ତି । ମଦି ଏଗୁଡା଼କୁ ଶିଘ୍ର ରୋକା ନଯାଏ ତେବେ ଏମାନେ ଆମ୍ଭମାନଙ୍କର ସୁବକଥାରେ ଲଘୁଶଙ୍କା ଓ ଶୌଚ କରିବାକୁ ଦୌଡ଼ିବେ !”

ତା’ ଶୁଣି ଗୃହମନ୍ତ୍ରୀ କହିଲେ,
“ଏହି ମାମଲାଟା ଆଇନ କାନୁନ ଓ ବ୍ୟବସ୍ଥା ସମ୍ଵନ୍ଧୀତ ତେବେ ସରକାର
ଙ୍କର କାର୍ଯ୍ୟ ଶୌଚାଳୟ ତିଆରି କରିବା କଦାପି ହୋଇନପାରେ,ଆଇନ ଵ୍ୟଵସ୍ଥା ତଦାରଖ କରିବା ହେଉଛି ସରକାର ର ପ୍ରକୃତ ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ”

ତହୁଁ ପ୍ରଧାନମନ୍ତ୍ରୀ କହିଲେ
‘ଶୌଚାଳୟ ହେବ କି ନାହିଁ ସେ ତ ପର କଥା ପ୍ରକୃତରେ ସେ କଲେଜରେ ଵିଗତ ପଇଁତିରିଶି ବର୍ଷ ହେବ ଶୌଚାଳୟ ଟେ ଗଢା ହେଇନି । ଏବେ ହଟାତ୍ ସେଠି ଗୋଟାଏ ଶୌଚାଳୟ କରିଦେବା ଟା ପୁରା କ୍ରାନ୍ତିକାରୀ କଥା ହେଇଯିବ ।  କଣ୍ ଆମେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି କି ? ସତ କହିବାକୁ ଗଲେ ଆମେ ଧୀରେ ଧୀରେ ହେଉଥିବା ଵିକାଶରେ ଵିଶ୍ଵାସ କରନ୍ତି କ୍ରାନ୍ତି ରେ ନୁହେଁ ! ଯଦି ଆମେ ଏଭଳି କ୍ରାନ୍ତିକାରୀ ପ୍ରଦକ୍ଷେପ ଉଠାଇବା ତେବେ ଦେଶ ଵିଦେଶରେ ଆମ ସରକାରର ଯେଉଁ ଛବି ପ୍ରଚାରିତ ହେବ ତାହାର ଵ୍ୟାପକ ରାଜନୈତିକ ପରିଣାମ ଭୋଗ କରିବାକୁ ପଡି଼ପାରେ ।  ମୁଁ ଭାବୁଛି, ସରକାର ନିଜକୁ ଏବେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବା ହେତୁରୁ ଅସମର୍ଥ ମଣୁଅଛି”

ସରକାରଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇଲାପରେ ଛାତ୍ର ମାନେ ଧୈର୍ଯ୍ୟହରା ହେଇଗଲେ । ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଦେଲେ । ତହୁଁ ଅନ୍ୟ କଲେଜର ଛାତ୍ର ମାନଙ୍କ ପାଖକୁ ଶଙ୍ଖା-ଚୁଡି଼ ସହ ଲେଖିକି ପଠେଇ ଦେଲେ―
‘ଆନ୍ଦୋଳନ କର ନହେଲେ *ମଧୁରୀ* ପରି ଏତକ ପିନ୍ଧି ଘରେ ବସିଯାଅ !’
ଶଙ୍ଖା―ଚୁଡି଼ ର ବାଡ଼ବାଗ୍ନି ଛାତ୍ର ସମାଜ ମଧ୍ୟରେ  ବ୍ୟାପିଗଲା । ଫଳରେ ଦେଶର ସ୍ଥାନେ ସ୍ଥାନେ ଆନ୍ଦୋଳନ ଆରମ୍ଭ ହେଇଗଲା ।
ଏଠିକା ଲୋକେ ଅକାଳ କହିବାକୁ ସେତିକି ଉତ୍ସୁକ ନୁହନ୍ତି ଯେତିକି ଆଗ୍ରହୀ ସେମାନେ ନରତା ପ୍ରମାଣିତ କରିବାରେ ଲାଗି ଥାଆନ୍ତି ।  ଏଠି ଯଦି କିଏ କହେ ନିଜ ମୁଣ୍ଡକୁ ଜୋତାରେ ପିଟ ନହେଲେ ଏଇ କାଚ ଚୁଡି଼ ପିନ୍ଧ ତ ଲୋକେ ଚୁଡି଼ ର ଭୟରେ ଜୋତା ମାଡ଼ ଖାଇବା ଶ୍ରେୟସ୍କର ମଣନ୍ତି ।

ଲୋକମାନେ ଅନେକ ଛାତ୍ରଙ୍କୁ ପଚାରୁଥାନ୍ତି
“ହଇରେ ବାଳୁଙ୍ଗା ଦଳ ! ଏତେ ହୋହାଲ୍ଲା କିସ ନାଗି କରୁଚ କିରେ ?”
ଅଧିକାଂଶଙ୍କ ଠାରୁ ପ୍ରାୟ ଏଇ ଏକା ଉତ୍ତର ମିଳୁଥିଲା
“ସେ ବିଷୟରେ ସେମିତି କିଛି ଜାଣି ନାହୁଁ,ଆମକୁ ଶଙ୍ଖା-ଚୁଡି଼ ମିଳିଯାଇଥିଲା ସେଥିରଲାଗି ଆନ୍ଦୋଳନ କରୁଚୁ ନା ଆଉ”

କିନ୍ତୁ ରାଜଧାନୀର ଵିଦେଶୀ ଦୂତାଵାସ ଓ ସାମ୍ବାଦିକ ଆଶ୍ଚର୍ଯ୍ୟ ଚକିତ ପୂର୍ଵକ ଏସବୁ ଘଟଣା ଉପରେ ନିଘା ରଖିଥାନ୍ତି । ଵିଶ୍ଵର ବଡ଼ ବଡ଼ ସମ୍ଵାଦପତ୍ରରେ ଏବେ ପ୍ରତ୍ୟେକ ଦିନ ଏ ଦେଶର କ୍ରାନ୍ତି କଥା ହିଁ ଛପୁଅଛି ।
ବିବିସି ରେଡ଼ିଓର ଲୋକେ ମାଇକ ଧରି
ଖାଆସେ ରିପୋର୍ଟ ତିଆରି କରିବାରେ ବ୍ୟସ୍ତ
ରେଡ଼ିଓ ରୁ ସଦାବେଳେ ତାଙ୍କର ଚିରାଚରିତ ଢଙ୍ଗରେ  ରିପୋର୍ଟ ଶୁଣିବାକୁ ମିଳିଯାଏ
‛ହେଇ ଦେଖ ଏ ଦେଶର କି ଅଵସ୍ଥା ହେଲାଣି ? ଚାରିଆଡେ ଖାଲି ବିଦ୍ରୋହ ! କ୍ରାନ୍ତି ଆଉ ଗଣ ଆନ୍ଦୋଳନ ହେଉଛି !’ ଇତ୍ୟାଦି ଇତ୍ୟାଦି....

ତାପରେ ଦେଶରେ
ଦିନା କେତେ ଭୀଷଣ ଲାଠିଚାର୍ଜ ଓ ଫାୟରିଙ୍ଗ ହେଲା,ଗୁଡାଏ ଲୋକ ଆହତ ଏବଂ ନିହତ ମଧ୍ଯ ହେଲେ । ବିଦେଶୀ ସାମ୍ବାଦିକ ମନ୍ତ୍ରମୁଗ୍ଧ ପରି ଦେଶଯାକରେ ବୁଲୁଥାନ୍ତି । ସେମାନେ ସଙ୍ଘର୍ଷ ସମିତିର ପ୍ରତିନିଧି ସହିତ ସାକ୍ଷାତ କଲେ । ଜଣେ ସାମ୍ବାଦିକ କହିଲା,
“ଆପଣଙ୍କ ଦେଶବ୍ୟାପୀ ବିଦ୍ରୋହ ଦେଖି ଆମ୍ଭେମାନେ ଏବଂ ଏମିତି କି ସାରା ଵିଶ୍ଵ ମଧ୍ଯ ଚକିତ ହୋଇଯାଇଛି । ଆନ୍ଦୋଳନ ର ଵ୍ୟାପକତାକୁ ଦେଖି ଲାଗୁଚି ଆପଣମାନ ଦେଶକୁ ବଦଳେଇବା ହେତୁରୁ ଲଢୁଅଛନ୍ତି । ଆପଣଙ୍କ ସଂଗଠନର ‛ମେନିଫେଷ୍ଟୋ’ ତ ଦିଅନ୍ତୁ ଆଉ ଆମକୁ କୁହନ୍ତୁ ଯେ ଏ ଦେଶର ଵର୍ତ୍ତମାନ ସାମାଜିକ-ଆର୍ଥିକ ଅବସ୍ଥାରେ ଆପଣ ମାନେ କି କି ମହତ୍ତ୍ୱପୂର୍ଣ୍ଣ ପରଵର୍ତ୍ତନ ଚାହୁଁଅଛନ୍ତି ?”

ଛାତ୍ର ନେତା ଉତ୍ତର ରଖିଲେ–
“ଆମକୁ ଏବେ କେଵଳ ଗୋଟାଏ ଶୌଚାଳୟ ଆବଶ୍ୟକ ଲୋଡା଼ ପଡି଼ଛି !”

  *(ମଧୁରୀ=ମାଇଚିଆ)
【ଦ୍ର:-ଵ୍ୟଙ୍ଗ ସମ୍ରାଟ ଶ୍ରୀहरिशंकर परसाईଙ୍କର
#लघुशंका_गृह_और_क्रांति ଵ୍ୟଙ୍ଗକଥାର ଭାଵାନୁଵାଦ】

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...