“ଗୁଣୈବୃଦ୍ଧାନତିକ୍ରମ୍ୟ ହରିରର୍ଚ୍ୟତମୋ ମତ ।
ଜ୍ଞାବୃଦ୍ଧୌ ଦ୍ଵିଜାତୀନାଂ କ୍ଷତ୍ରିୟଣାଂ ବଳାଧିକ ।।”(୧୭)
→ଶ୍ରୀକୃଷ୍ଣଙ୍କ ଗୁଣ ଗୁଡିକୁ ଧ୍ୟାନରେ ରଖି ହିଁ ଆମ୍ଭେମାନେ ବୟୋଜ୍ୟେଷ୍ଠ ଲୋକଙ୍କ ପରିବର୍ତ୍ତେ ଏହାଙ୍କୁ ପରମପୂଜ୍ୟ ମାନୁଅଛୁ । ବ୍ରାହ୍ମଣ ମଧ୍ୟରେ ସେହି ପୂଜନୀୟ ମାନାଯାଏ ଯିଏ ଜ୍ଞାନରେ ବଡ଼ ଅଟଇ ଆଉ କ୍ଷତ୍ରିୟ ମଧ୍ୟରେ ସେ ହିଁ ଶ୍ରେଷ୍ଟ ଯିଏ ବଳରେ ସମସ୍ତଙ୍କୁ ପଛରେ ପକେଇ ଦିଏ ।
“ଵୈଶ୍ୟାନାଂ ଧାନ୍ୟଧନଵାଞ୍ଛୁଦ୍ରାଣାମେଵ ଜନ୍ମତଃ ।
ପୂଜ୍ୟତାୟାଂ ଚ ଗୋଵିନ୍ଦେ ହେତୁ ଦ୍ଵାବପି ସଂସ୍ଥିତୌ ।।”(୧୮)
→ଵୈଶ୍ୟଙ୍କ ମଧ୍ୟରେ ସିଏ ବଡ଼ ଯା ପାଖରେ ଧନଧାନ୍ୟ ପୂରି ରହିଥାଏ । କେଵଳ ଶୂଦ୍ରଙ୍କ ମଧ୍ୟରେ ହିଁ ଜନ୍ମ କାଳକୁ ଧ୍ୟାନରେ ରଖି ଯିଏ ଅଵସ୍ଥାରେ(ଵୟସରେ) ଵଡ଼ ତାକୁ ପୂଜନୀୟ ମାନାଯାଇଥାଏ ।
(ଅଷ୍ଟତ୍ରିଂଶ ଅଧ୍ଯାୟ,ଅର୍ଘାଭିହରଣ ପର୍ବ,ମହାଭାରତ)
ଯେତେବେଳେ ଶ୍ରୀକୃଷ୍ଣଙ୍କ ଅଗ୍ରପୂଜାର ଵିରୋଧ କରି ଶିଶୁପାଳ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ସଭାରେ ନାନାବିଧ କଟୁଵାକ୍ୟ କହିବା ଆରମ୍ଭ କରିଦେଲା ସେତେବେଳେ କୁଳବୃଦ୍ଧ ଭୀଷ୍ମ ଆଗକୁ ଆସି ତାକୁ ବୁଝେଇବାକୁ ଚେଷ୍ଟା କଲେ । ମନୁଷ୍ୟ ସମାଜ ମଧ୍ୟରେ ଯେତେବେଳେ ଶ୍ରେଷ୍ଠତ୍ଵର ପ୍ରତିଯୋଗିତା ହୁଏ ସେତେବେଳେ ବୟସ ନୁହେଁ ଯୋଗ୍ୟତା ଦେଖାଯାଏ ।
ଜଣେ ଉଚ୍ଚ ହୃଦୟର ଲୋକ ସର୍ଵଦା
ଜ୍ଞାନ, ବିଜ୍ଞାନ, କଳା ଓ ଉତ୍ତମ ହୃଦୟର ଲୋକକୁ ଶ୍ରେଷ୍ଠଜନରେ ଗଣୁଥିଲାବେଳେ
ନିମ୍ନ ସ୍ଥରର ଲୋକ ଵୟସ ଆଧାରରେ କିଏ ଛୋଟ କିଏ ବଡ଼ ତାହା ନିର୍ଣ୍ଣୟ କରିଥାଏ ।
ତୁର୍କ,ମୋଗଲ ଓ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା କାଳରେ ଭାରତୀୟ ମାନେ ତାଙ୍କର ଆଦର୍ଶଵାଦୀ ମହାନ ସନାତନୀ ସଂସ୍କୃତି ଠାରୁ ଦୂରେଇ ଯାଇ ସଂକୀର୍ଣ୍ଣବାଦୀ ହିନ୍ଦୁ ବୋଲାଇବାକୁ ଅଧିକ ଉତ୍ତମ ମନେ କଲେ । ଏହି କାଳରେ ଭାରତୀୟ ମାନେ ଵର୍ଣ୍ଣାଶ୍ରମର ପାଖାପାଖି ସମସ୍ତ ଵେଦୋକ୍ତ ନିୟମ ମାନ।ଛାଡ଼ି ସାରିଛନ୍ତି । ଶାସ୍ତ୍ର କହେ ଜନ୍ମ ରୁ ସଭିଏଁ ଶୁଦ୍ର ଏଣୁ ଭାରତୀୟ ମାନଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚ ଜାତୀୟ ସନାତନୀ ମାନେ ପ୍ରାୟତଃ ଏବେ ସ୍ଵଵର୍ଣ୍ଣର ଵେଦୋକ୍ତ କର୍ମ ତ୍ୟାଗକରିଥିବା ହେତୁର ଶୁଦ୍ର ହିଁ ଅଟନ୍ତି । ଏବଂ ଦ୍ଵିତୀୟତଃ ଯେହେତୁ ଆଜିକାଲି ପ୍ରାୟ ସବୁ ଵର୍ଣ୍ଣ ର ଲୋକେ ବୟସରେ ବଡ଼ ହେବାକୁ ପୂଜନୀୟ ମାନୁଅଛନ୍ତି ତେଣୁ ସେମାନେ ସବୁ ଵେଦଵ୍ୟାସ,ଭୀଷ୍ମ ତଥା ମହାଭାରତ ଅନୁସାରେ ଶୁଦ୍ର ହିଁ ହୋଇ ସାରିଛନ୍ତି । ଅସ୍ତୁ, ଯେଉଁ ଦିନ ଭାରତୀୟ ମାନେ ସମାଜରେ ବ୍ୟକ୍ତି ର ଵୟସ ନୁହେଁ ଯୋଗ୍ୟତା କୁ ଅଧିକ ଗୁରୁତ୍ୱ ଦେବା ଶିଖିବେ ସେଇଦିନ ଭାରତ ଵିଶ୍ଵଗୁରୁ ହୋଇଯିବ ଏବଂ ଏଠାରେ ଉଭୟ ଵାସ୍ତୁଵାଦୀ ଓ ମାନଵଵାଦୀ ଵିକାଶ ହୋଇପାରିବ ।
No comments:
Post a Comment