Sunday, August 26, 2018

ରାକ୍ଷୀ

ରାକ୍ଷୀ ପାଇଁ ଏତେ କବିତା ଲେଖନ୍ତି
କବି ଓ କବିୟତ୍ରୀ ମାନେ !
ଆପଣା ପରବ ଗହ୍ମା ବିଷୟରେ
ପଦିଏ ଵି ଯୁଟୁନାହିଁ ମନେ !
ଫଟ ଛାଡୁ଼ଛନ୍ତି ଲକ୍ଷ ଲକ୍ଷ ଆଜ
ହାତେ ବନ୍ଧା ରାଖୀ ସହ !
କାହାକୁ ଦେଖୁନି ଗାଭୀ ସେବାକାରୀ
ଗୋମାତା ପ୍ରେମୀ କେ ନୁହଁ !
ଏକି ସ୍ଵାଭିମାନହୀନ ଜାତି ହେଲା
ପରପର୍ବ ପାଳେ ଆନନ୍ଦରେ ।
ପରସଂସ୍କୃତି ଆଦରିଣ ଯିଏ
ସ୍ଵସଂସ୍କୃତି ଜଳାଞ୍ଜଳି ଦେଇଦିଏ ।
ପର ସଂସ୍କୃତିର ଗୋଲାମ ମୋର
ଭାଇ ଓ ଭଉଣୀ ମାନେ ....
ନିଜ ପରବକୁ ନପାଳିଲେ ଆଜି
ଏ ସଂସ୍କୃତି ନ ରହିବ ଦିନେ !

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...