ଯାହା ହେଉ ପଛେ ଧର୍ମ ଯାହାର
ହୋଇଥାଅ ଯିଏ ଯୋଉ ମଦଵାଦୀ ।
ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ
ତେବେ ସିଏ ଜଣେ ଅପରାଧୀ ।
ଯାହାର ଅନ୍ନ-ଜଳର ଋଣଭାର
ଆମ୍ଭ ଶରୀର ପରେ ରହିଛି ରହିବ !
ଯା’ ପଵନେ ଶ୍ଵାସ ନେଉ ବୋଲି
ଜୀବନ ଆମ ବଞ୍ଚିରହିଛି ରହିବ ।
ତାହାରି ମାଟିରେ ଖେଳିଅଛୁ
କେତେ କଥା ପୁଣ ଶିଖିଛେ ଶିଖିବା ।
ତା ପାଇଁ ଯଦି ନ ବୁହାଉ ଲହୁକୁ
ଜଗତେ ଉଚ୍ଚ ନା ହେଇଚେ ହୋଇବା ।
ଲାଭ ନାହିଁ ଯେତେ ଧନ ମାନ ଥାଇ
ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।
ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି
ଯଦି ଆନକୁ ଯାତନା ଦେଇ କି ଅର୍ଜ ।
ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ
ସେଭଳି ଜୀବନ ଜାତୀୟତା ହୀନ ।
ନୁହେଁ ଦେଶଭକ୍ତ ସେ କେବଳ ଜୀବ
ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।
ହୋଇ ଥାଇ ପାରେ ସେ ଜଣେ
ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ !
ଜୀବନ ଉତ୍ସର୍ଗ ନକଲା ଦେଶପାଇଁ ଯଦି
ତେବେ ସିଏ ଜଣେ ଅପରାଧୀ ।
उदयप्रताप सिंहଙ୍କର ଏକ ଦେଶାତ୍ମବୋଧକ କବିତା ଅନୁକରଣରେ.....
No comments:
Post a Comment