Friday, August 24, 2018

ସ୍ଥିତି

ତୁମେ କବିତା ସଂକଳନ ଯଦି
ମୁଁ ଛୋଟ ଗୋଟେ ଗୀତ ।
ତୁମ୍ଭର କୌଣସି ପୃଷ୍ଠାରେ
ଜାଗାଟେ ଦିଅନ୍ତନି ମିତ ?

ତମେ ଉପେନ୍ଦ୍ର ଭଞ୍ଜ ହେଲେ
ମୁଁ ଅଧମ ପାଠକ ଟେ ।
ତୁମ ଲେଖାରୁ ପାଏ ସୁଖ
ତେତିକିରେ ହିଁ ସୁଖି ଅଟେ ।।

ତୁମେ ଗ୍ରନ୍ଥ ଶ୍ରେଷ୍ଠ ଯେବେ
ମୁଁ ତହିଁର ଏକ ଶ୍ଲୋକ ।
ଏତିକି ମାତ୍ର ମୋ ସ୍ଥିତି
କରିବି କିମ୍ପା ମିଛେ ଶୋକ ।।

💐💐💐

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...