Sunday, August 19, 2018

🇮🇳🇮🇳🇮🇳🇮🇳ଭାରତ🇮🇳🇮🇳🇮🇳🇮🇳

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ଖଣ୍ଡିତ ଏ ଇଣ୍ଡିଆ ନୁହଁ ଵିଶ୍ଵଗୁରୁ ଭାରତ ।
ଜ୍ଞାନ ବିଜ୍ଞାନରେ ପୂର୍ଣ୍ଣ ଶେଷ୍ଠ ଯା’ର ମହତ ।।

ଇଣ୍ଡିଆରେ ନାନା ଜାତୀୟତା ଧ୍ଵଜା ଧରି । ଜାତି,ଭାଷା,ଅଞ୍ଚଳ ନାମରେ ହୁଏ ମରାମରି ।।

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ସ୍ବାଧୀନତାର ରୁଧିର ଯହିଁ ସର୍ଵ ଜୀବ ମଧ୍ୟେଁ
ଆପାଦ ମସ୍ତକ ବହୁଅଛି ଏକତାର ବଳେ,

ସନାତନୀ,ସ୍ଵାଭିମାନୀ,ଜ୍ଞାନୀ ଓ ହୃଦୟଵାନ
ଯହିଁ ତାଙ୍କ ସହ ବାସ କରୁଥିବେ ଭଗବାନ,

ସେହି ଏକା ରାଷ୍ଟ୍ର ମଧ୍ୟେଁ ଶ୍ରେଷ୍ଠ ମହାନ ।
ମାଟିମାଆ ପାଦପଦ୍ମେଁ କରୁଁ ଶତ ନମନ ।।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...