ମୋର ମନେ ଅଛି ଛୋଟବେଳେ କିଛି ଲୋକ ଗୁଡାଏ କାଗଜ ଛପେଇ ଗାଆଁକୁ ଗାଁ ବାଣ୍ଟୁଥିଲେ ଯୋଉଥେରେ କିଛି ହୃଦୟଛୁଆଁ ଇମୋସ୍ନାଲ କଥା ସହ ଚେତାବନୀ ଦେଇକି ଲେଖା ରହୁଥିଲା .....
ଖବରଦାର ଏହି କାଗଜକୁ ପଢି ଫୋପାଡ଼ି ଦେବନି ....
ଆକୁ ପଢି ଆଉ ଲୋକଙ୍କୁ ବି ପଢେଇବ,ପଢିବାକୁ ଦେବ ଏବଂ ଏତିକି ହଜାର କି ସେତିକି ହଜାର ନକଲ ଏହି କାଗଜର କାଢି ଅନ୍ୟ ଲୋକକୁ ବାଣ୍ଟିବ ନହେଲେ ତମ ବଉଁଶରୁ କେହିନା କେହି ଠୁସ୍ ହେଇଯିବେ....
ନବ୍ବେ ଦଶକରେ ଅନେକ ମୂର୍ଖ ଏଭଳି ଭରତିଆ କଥାରେ ପଡି଼ ସେମନ୍ତ କରୁଥିଲେ ମଧ୍ଯ.....
ଯୁଗ ବଦଳିଛି କିନ୍ତୁ
ଦେଖୁଛି
ସେଇ ମୂର୍ଖ ଓ ମୂର୍ଖ ବନାଉଥିବା ଲୋକ ଏବେ ବି ଅଛନ୍ତି ।
ହଁ ତମର ଆମର ଆମ ମାନଙ୍କର ଏଇ ସୋସିଆଲ ମିଡ଼ିଆ ରେ ବୁଲୁଛନ୍ତି......
ଫେସବୁକ ଓ୍ଵାଟ୍ସ ଆପ୍ ରେ ତ ଏଭଳି ଲେଖାକୁ ଗୋଟେଇ ଆଣି ଏକାଠି କଲେ ଗୋଟାଏ କୁଇଣ୍ଟାଲିଆ ଗ୍ରନ୍ଥ ଟେ ହେବ 😀😀😀
ଏଠି ମୂର୍ଖ ବନାଉଥିବା ଲୋକେ ଲେଖନ୍ତି
------
→ପାଞ୍ଚ ଲେଖ ଯାଦୁ ଦେଖ....
→ଏଇ ଲେଖାକୁ ସେୟାର କର ତମର କାହାର ନା କାହାର କିଛି ଶୁଭ ହେବ..
→ଦୁଇ ମିନିଟ ଭିତ୍ରେ ସେୟାର କର କିଛି ନା କିଛି ସୁଫଳ ମିଳିବ ।
ଇତ୍ୟାଦି ଇତ୍ୟାଦି......
ସୋସିଆଲ ମୂର୍ଖ ମାନଙ୍କୁ ଉପରୋକ୍ତ ଚେତାବନୀ ବାକ୍ୟ ଗୁଡ଼ିକ
ଠିକ୍ ଅଫିମ ପରି ନିଶାରେ ପକାଏ କି କଣ୍ ଅନ୍ଧ ଭଳି
ତା’ ଆନ ଲୋକଙ୍କ ସହ ବାଣ୍ଟିବାକୁ ତିଳେ ହେଁ ବିଳମ୍ବ କରନ୍ତିନି.....
ଭାଇ ଓ ଭଉଣୀ ମାନେ ଆଉ କେତେ ଦିନ ଏଭଳି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରୁଥିବା ଓ ତାକୁ ସମର୍ଥନ ଦେଲାପରି ନବୁଝି ନଜାଣି ଏଭଳି ପୋଷ୍ଟ ମାନ ସେୟାର କରୁଥିବା ?
No comments:
Post a Comment