Thursday, August 16, 2018

● ଭାଙ୍ଗି ଯିବା ହେଲେ ଆମେ ନୋଇଁବା ନାହିଁ●

ସତ୍ୟ ର ସଙ୍ଘର୍ଷ ସତ୍ତା ସଙ୍ଗେ
ନ୍ୟାୟ ଲଢୁଚି ନିରଙ୍କୁଶତା ସାଥେ

ଅନ୍ଧକାର ଦେଇଛି ଆହ୍ଵାନ
କିରଣ ଅନ୍ତିମ ଅସ୍ତ ହେଉଛି

ଦୀପ ନିଷ୍ଠାର ନେଇ ନିଷ୍କମ୍ପ
ବଜ୍ର ପଡୁ ବା ହେଉ ଭୂକମ୍ପ

ସମାନତାର ନୁହଁଇ ଯୁଦ୍ଧ
ଆମେ ନିହତ୍ଥ,ଶତୃ ସନ୍ନଦ୍ଧ

ସବୁ ପ୍ରକାର ଶସ୍ତ୍ରରେ ସଜ୍ଜ
ଆଉ ପଶୁବଳ ହେଲାଣି ନିର୍ଲଜ

କିନ୍ତୁ ତଥାପି ଜୁଝିବାର ପ୍ରଣ
ଅଙ୍ଗଦ ବଢାଇଲା ଚରଣ

ପ୍ରାଣ ପଣେ କରିବା ପ୍ରତିକାର
ସମର୍ପଣର ସନ୍ଧି ଅସ୍ଵୀକାର

ବାଜିରେ ସବୁକିଛି ଲାଗିଛି
ଆଉ ରହି ହେବ ନାହିଁ

ଭାଙ୍ଗି ଯିବା ହେଲେ
ଆମେ ନୋଇଁବା ନାହିଁ

©ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା
ଟୁଟ୍ ଜାଏଙ୍ଗେ ମଗର ହମ୍ ଝୁକେଙ୍ଗ ନହିଁ ର ଓଡ଼ିଆ ଭାବାନୁବାଦ

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...