Friday, October 12, 2018

ଶ୍ଲୋକାର୍ଥ; ଵିଵିଧ

★ଯସ୍ୟ ନାସ୍ତି ସ୍ଵୟଂ ପ୍ରଜ୍ଞା ଶାସ୍ତ୍ରଂ ତସ୍ୟ କରୋତି କିମ୍ ।
ଲୋଚନାଭ୍ୟାଂ ବିହୀନସ୍ୟ ଦର୍ପଣଃ କିମ୍ କରିଷ୍ୟତି ।।★

→ଯା’ର ନାହିଁ ସ୍ଵୟଂ ପ୍ରଜ୍ଞା
    ତା’ର ଶାସ୍ତ୍ର ଅଵା କଣ୍ କରିପାରେ.....
    ଆଖିକୁ ଯା ଦିଶେ ନାହିଁ
    ତା’ର ଦର୍ପଣ ଵା କିସ କାମେ ଲାଗେ....

★ତୈଳାଦ୍ ରକ୍ଷେତ୍ ଜଳାଦ୍ ରକ୍ଷେତ୍ ଶିଥିଳ ବନ୍ଧନାତ୍ ।
ମୂର୍ଖ ହସ୍ତେ ନ ଦାତଵ୍ୟଂ ଏଵଂ ଵଦତି ପୁସ୍ତକମ୍ ।।★

→ପୁସ୍ତକ କୁହଇ ଶୁଣ ହେ ସାଧୁ
ତୈଳରୁ ବଞ୍ଚାଅ ମୋତେ ଜଳରୁ ବଞ୍ଚାଅ
ନହେଉ ଯେମିତି ଶିଥିଳ ବନ୍ଧନ
ତହିଁ ଆଡେ଼ ନିଘା ଦିଅ
ଯେତେ ସବୁ ବିପଦୁଁ ଆପଦୁଁ
ବଞ୍ଚାଇ ରଖିବ ହେଲେ
ମୂର୍ଖ ଅସ୍ତେ ମୋତେ
ଆଦୌ ନ ଦେବ ।।

★ନମନ୍ତି ଫଳିନୋ ବୃକ୍ଷାଃ ନମନ୍ତି ଗୁଣିନୋ ଜନାଃ ।
ଶୁଷ୍କକାଷ୍ଠଶ୍ଚ ମୂର୍ଖଶ୍ଚ ନ ନମନ୍ତି କଦାଚନ ।।★

→ଫଳ ଯୋଗୁଁ ଗଛ ନଇଁଯାଏ
   ଗୁଣି ଲୋକ ମଧ୍ଯ ନଇଯାଏଁ
   ହେଲେ ଶୁଷ୍କ କାଷ୍ଠ ଆଉ ମୂର୍ଖ
   ଭାଙ୍ଗି ଯାଏ ସିନା ନଇଁନଥାଏ
   
★ବୃଶ୍ଚିକସ୍ୟ ଵିଷଂ ପୃଚ୍ଛେ ମକ୍ଷିକାୟାଃ ମୁଖେ ଵିଷମ୍ ।
ତକ୍ଷକସ୍ୟ ଵିଷଂଦନ୍ତେ ସର୍ଗାଙ୍ଗେ ଦୁର୍ଜନସ୍ୟ ତତ୍ ।।★

→ବିଛାଙ୍କର ଵିଷ ପୃଚ୍ଛେ
   ମକ୍ଷିକାଙ୍କ ମୁଖେ ଵିଷ
   ତକ୍ଷକର ଵିଷ ଦନ୍ତେ
ସର୍ବାଙ୍ଗେ ଦୁର୍ଜନର ଵିଷ

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...