Monday, October 8, 2018

ଶାସ୍ତ୍ର କହେ ଅମାନଵଙ୍କୁ ଵଳି ଦିଅ

ସବୁବେଳେ ଦୁଇଟି ଶ୍ଲୋକକୁ ମନରେ ବ୍ରହ୍ମଵାକ୍ୟ ପରି ହେତୁ କରିଥାଏ

୧-ମୂର୍ଖସ୍ୟ ପଞ୍ଚ ଚିହ୍ନାନି ଗୁର୍ଵି ଦୁର୍ଵଚନୀ ତଥା
ହଠିଚାପ୍ରିୟଵାଦିଶ୍ଚ
ପରୋକ୍ତଂ ନୈଵ ମାନ୍ୟତେ ।।

୨-ମାତୃଵତ୍ ପରଦାରେଷୁ ପରଦ୍ରଵ୍ୟେଷୁ ଲୋଷ୍ଟ୍ରଵତ୍ ।
ଆତ୍ମଵତ୍ ସର୍ଵଭୂତେଷୁ ଯଃ ପଶ୍ୟତି ସଃ ପଣ୍ଡିତ ।।

ଏ ଉଭୟ ଶ୍ଲୋକର ଅର୍ଥ ଅତି ସହଜ
ମୂର୍ଖ ଓ ପଣ୍ଡିତ କିଏ ତାହାରେ ଭେଦାଭେଦ ଉଭୟ ଶ୍ଲୋକରେ ରହିଛି ।
ଏହି ଧାରାରେ ଭିନ୍ନ ଭିନ୍ନ କଵି ମୂର୍ଖ ଓ ପଣ୍ଡିତଙ୍କ ଵିଷୟରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ତନ୍ମଧ୍ୟରୁ  କଵୀରଙ୍କର ମତ ଅନ୍ୟତମ । କଵୀର କହିଲେ
“पढत पढत पोथीआँ पंडित भया न कोय
ढई आखर प्रेम का पढे सो पंडित होय”
କଵୀର ସର୍ଵଜନଙ୍କୁ ପ୍ରେମ କରୁଥିବା ଲୋକଙ୍କୁ ପଣ୍ଡିତ କହୁଛନ୍ତି ଆଉ କହୁଛନ୍ତି ଯେ ଲକ୍ଷେ ପୋଥି ପଢି ବି କିସ ଲାଭ ଯଦି ତୁମ ମନରେ ପ୍ରେମ ସ୍ନେହରୁ ଜାତ ଦୟା,ଶ୍ରଦ୍ଧା, କ୍ଷମା ଓ ନମ୍ରତା ଆଦି ଐଶ୍ୱରୀୟ ଗୁଣ ନାହିଁ ।

ସମାନ କଥା ଏଠାରେ ଦ୍ଵିତୀୟ ଶ୍ଲୋକରେ
କୁହାଯାଇଛି
“ଆତ୍ମଵତ୍ ସର୍ଵଭୂତେଷୁ ଯଃ ପଶ୍ୟତି ସଃ ପଣ୍ଡିତ ।।”
ଅର୍ଥାତ୍ ଯେ ଆଵାଳବୃଦ୍ଧଵନିତା କି ପାଦପ କୀଟ ପତଙ୍ଗ ସର୍ଵତ୍ର ଏକାକାର ମନେ କରେ ସେ ପଣ୍ଡିତ । ସମସ୍ତଙ୍କୁ ଗୋଟିଏ ମନେ କଲେ ଵିଵାଦ ହେବ ନାହିଁ ।
ସ୍ଵୟଂ କୁ ଆଗେ ଓଡ଼ିଆ ମନେ କଲେ କଟକିଆ,ସମ୍ଵଲପୁରିଆ,ବାଲେଶ୍ଵରିଆ,ବରହମପୁରିଆ, ମୋଗଲବନ୍ଦୀ ଲୋକ,ଗଡଜାତିଆ,ଦେଶିଆ ଆଦି ଆଞ୍ଚଳିତାଵାଦ ମୁଣ୍ଡ ଟେକି ପାରିବନି ....
ସ୍ଵୟଂ କୁ ଆଗେ ଭାରତୀୟ ମନେ କଲେ ଵିହାରୀ-ଗୁଜାରାଟୀ,ଓଡ଼ିଆ-ବଙ୍ଗଳା, ତାମିଳ-ତୁଲୁ କଳି କନ୍ଦଳି ହେବ ନାହିଁ ....
ସ୍ଵୟଂ କୁ ପୃଥିବୀଵାସୀ ମନେ କଲେ ଦେଶ-ଦେଶରେ ଯୁଦ୍ଧ ଓ ହିଂସା ହେବ ନାହିଁ .....

କିନ୍ତୁ ବେଳେ ବେଳେ ଆମେ
କ୍ରୋଧ ପ୍ରତିହିଂସା ଓ ଦ୍ଵେଷାନଳରେ ଏତେ ମାତ୍ରାରେ ଅନ୍ଧ ହୋଇଯାନ୍ତି ଯେ
ଆପଣାର ଦୋଷ ଦିଶେନି କିନ୍ତୁ ପର ଦୋଷ ଯାକ ଜଳ ଜଳ ହୋଇ ଦିଶିଯାଏ ।
ଧୀରେ ଧୀରେ ଏଭଳି ଲୋକ ଘୃଣାର ଵିଷ ପିଇ ପିଇ ଏତେ ନିଶାଶକ୍ତ ହୋଇଯାନ୍ତି ଯେ ତାଙ୍କ ମନରେ ଗର୍ଵ ଘର କରିନିଏ । ସେମାନେ ନିଜେ
ଜିତିବା ହେତୁରୁ ଆନକୁ ଅସାଧୁ ଆଚରଣ କରିବାକୁ ସୁଦ୍ଧା ପଶ୍ଚାତପଦ ହୁଅନ୍ତି ନାହିଁ । ହଠ ଯୋଗରେ ତାଙ୍କ ଠାରୁ ସ୍ଵୟଂ ତାଙ୍କ ବୋପା ମଧ୍ଯ ପରାଜିତ ହୋଇଯାଏ । ଆଉ ଏଭଳି ଲୋକ କାହାର ମଧ୍ଯ କେଵେଵି ପ୍ରିୟପାତ୍ର ହୋଇପାରନ୍ତି ନାହିଁ ।
ସାଧୁ ! ତୁମେ ସେଭଳି ଲୋକଙ୍କୁ ମୂର୍ଖ ଜାଣିବ

ମନୁଷ୍ୟର ଷଡଶତୃ(କାମ,କ୍ରୋଧ, ଅହଂ,ଇର୍ଷା ଇତ୍ୟାଦି)ଙ୍କୁ ଯେ ପୂଜା କରନ୍ତି ସେ ମାନଵ ନୁହନ୍ତି ପଶୁ ତଥା ରାକ୍ଷସ । ଏଭଳି ରାକ୍ଷସ ମାନଙ୍କୁ ଵଳି ଦେବାକୁ ସନାତନ ଧର୍ମର ଵିଭିନ୍ନ ଗ୍ରନ୍ଥରେ ଉଲ୍ଲେଖ ଅଛି । ସାମାଜରେ ଘୃଣା ବାଣ୍ଟୁଥିବା ଲୋକଙ୍କୁ ଆଗାମୀ ଦୂର୍ଗାପୂଜା ସମୟରେ ଯଦି ଦେବୀଙ୍କ ଆସ୍ଥାନରେ ଵଳି ଦିଆଯାନ୍ତା ତେବେ ଶାସ୍ତ୍ରର ଉପଦେଶ ସାର୍ଥକ ହୁଅନ୍ତା
*ଜୟ ଜଗନ୍ନାଥ*

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...