ଵିଭିନ୍ନ ମାନଵଜାତି ମଧ୍ୟରେ କେତେ ଯେ ପାରସ୍ପରିକ ଘୃଣା ଦ୍ଵେଷ ହିଂସାର କାହାଣୀ ଭରି ରହିଛି ତାହା ଲେଖିବାକୁ ବସିଲେ ଗଦା ଗଦା ପୋଥି ହେବ । ଵିଭିନ୍ନ ଜାତିମାନଙ୍କ ମଧ୍ୟରେ ଘୃଣା ଓ ଦ୍ଵେଷ ର ମୂଳ କାରଣ ପାରସ୍ପରିକ ଅବୁଝାମଣା ଏବଂ ଭୟ ବୋଲି ଅଧିକାଂଶ ମନୋଵିଜ୍ଞାନୀ ମତ ଦିଅନ୍ତି । ମାନଵସମାଜରେ ସାଧାରଣତଃ ଭାଷା,ଜାତି,ସମ୍ପ୍ରଦାୟ ଓ ଆଞ୍ଚଳିକତା ଆଦି ପାରସ୍ପରିକ ଭିନ୍ନତା ପ୍ରମାଣକାରୀ ତତ୍ତ୍ୱ ଗୁଡି଼କ ଯୋଗୁଁ ଘୃଣା ଓ ଦ୍ଵେଷ ବୃଦ୍ଧି ପାଉଥିବା ଦୃଷ୍ଟିଗୋଚର ହୋଇଥାଏ । ତେବେ ଵିଭିନ୍ନ ମାନଵଜାତି ମାନଙ୍କ ମଧ୍ୟରେ ଥିବା ଏହି ପାରସ୍ପରିକ ଘୃଣା ଓ ଦ୍ଵେଷ ଆଦୌ ଅପ୍ରାକୃତିକ କି ଆଧୁନିକ ନୁହେଁ । ବୋଧହୁଏ ପୃଥିବୀରେ ଜୀଵନ ସୃଷ୍ଟି ସମୟରୁ ହିଁ ଏହି ଜାତିଗତ ଘୃଣା ଓ ଦ୍ଵେଷ ବଢି ବଢି ସର୍ଵଶେଷ-ସର୍ଵଶ୍ରେଷ୍ଠ ମାନଵଜାତି ଯାଏଁ ପହଞ୍ଚିଲାଵେଳକୁ ଉତ୍କଟ ଅଵସ୍ଥା ଲାଭ କରିଛି । କିଛି ପଦାର୍ଥଵିଜ୍ଞାନୀ ତ ପରମାଣୁରେ ପ୍ରୋଟୋନ(ଧନାତ୍ମକ) ଓ ଇଲୋକଟ୍ରୋନ(ଋଣାତ୍ମକ) ଵିଦ୍ୟୁତକଣିକା ମଧ୍ୟରେ ସର୍ଵକାଳିକ ଟଣାଓଟରା ଠାରୁ ଏହି ଘୃଣା-ଦ୍ଵେଷର କାହାଣୀ ଆରମ୍ଭ ହୋଇଥିବା କହିଥାନ୍ତି ।
ମାନଵଜାତି ମଧ୍ୟରେ ପାରସ୍ପରିକ ଇର୍ଷା, ଦ୍ଵେଷ ଓ ଘୃଣା ଯୋଗୁଁ ସହସ୍ରାଧିକ ଯୁଦ୍ଧ ହୋଇଛି । ଅଗଣିତ ମାନଵ ଏହି ଗୋଷ୍ଠୀ ସଂଘର୍ଷ ଗୁଡିକରେ ବଳି ପଡି଼ଛନ୍ତି । ଧନ,ସମ୍ପତ୍ତି, ଭୂଭାଗ ଓ ନାରୀ ପାଇଁ ମଣିଷମାନଙ୍କ ମଧ୍ୟରେ ସଦାସର୍ବଦା ଏମନ୍ତ କି ଏବେ ବି କଳିଝଗଡା଼ ଲାଗିରହିଛି । ଏହି ପରିପ୍ରେକ୍ଷୀରେ “ଵସୁଧୈଵ କୁଟୁମ୍ବ”ର ଵୈଶ୍ଵିକ ଆହ୍ଵାନ ଦେଇସାରିଥିଵା ମହାଭାରତୀୟ ଜାତିର ଵିଭିନ୍ନ ଶାଖା ଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଇର୍ଷା, ଦ୍ଵେଷ ଓ ଘୃଣା ଦେଖିଲେ ଯେ କେହି ଵୈଦେଶିକ ଆଗନ୍ତୁକ ଵିସ୍ମିତ ହେବ ହିଁ ହେବ ।
ତେବେ ଵିଶ୍ଵରେ ଵିଶେଷତଃ ଭାରତରେ ସବୁଠାରୁ ଅଧିକ ଘୃଣା ଓ ଦ୍ଵେଷ
ଇଂରେଜ ଜାତି ଓ ତାହାର ଭାଷାକୁ କରାଯାଇଥାଏ । ଇଂରେଜ ଜାତିର ପୂର୍ଵକାଳିକ ଦମନୀୟ ନୀତି ଯୋଗୁଁ ସେହି ଜାତିଦ୍ଵାରା ପରାଧୀନ ଥିବା ଦେଶର ଲୋକଙ୍କ ସମେତ ଓ୍ଵେଲ୍ସ,ଆଇରିସ୍ ସ୍କଟିସ୍ ଓ ଫ୍ରେଞ୍ଚ ଆଦି ଇଉରୋପୀୟ ଜାତିମାନେ ସୁଦ୍ଧା ଏ ଜାତିର ଲୋକଙ୍କୁ, ସେମାନଙ୍କ ସଂସ୍କୃତି ଓ ଭାଷାକୁ ମାତ୍ରାଧିକ ଘୃଣା ଦ୍ଵେଷ କରିଥାନ୍ତି ।
ଇଂରାଜୀ ଜାତି ଓ ଭାଷାକୁ ଆନ ଜାତି ଦ୍ଵାରା ଏହି ଘୃଣା କରିବା ପ୍ରବୃତ୍ତିକୁ ମନୋଵିଜ୍ଞାନ ଭାଷାରେ Anglophobia କୁହାଯାଏ ।
ଦୁଇଟି ଲାଟିନ ଶବ୍ଦ Anglo+Phobia ମିଶେଇ ଏହି ଵୈଜ୍ଞାନିକ ଶବ୍ଦ କୁ ସୃଷ୍ଟି କରାଯାଇଛି ।
Phobia ଶବ୍ଦର ମୂଳରେ ଅଛି ଏକ ଲାଟିନ ଶବ୍ଦ
φόβος ଯାହାର ଅର୍ଥ ହେଉଛି ଭୟକରିବା ଏବଂ ଏ ଶବ୍ଦରେ “-ia” suffix ଲଗେଇ Phobia ଶବ୍ଦ ହୋଇଅଛି । ସେହିପରି ଅନେକ ଇରୋପୀୟ ଜାତି ପ୍ରାନ୍ସ ଦେଶର ଲୋକଙ୍କୁ ମଧ୍ଯ ଘୃଣା କରନ୍ତି ଵିଶେଷତଃ ବ୍ରିଟେନ୍ ରେ ଏହି ଘୃଣାର ମାତ୍ରା ଅଧିକ ଅଟେ । ପୂର୍ବକାଳରେ ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ୟରେ ବହୁବାର ଯୁଦ୍ଧ ହୋଇଯାଇଛି । ଚଉଦଶହ ଶତାବ୍ଦୀରେ ସଂଗଠିତ ୧୦୦ ଵର୍ଷୀୟ ଯୁଦ୍ଧ ତନ୍ମଧ୍ୟରୁ ଅନ୍ୟତମ । ଫ୍ରାନ୍ସର ରାଜସତ୍ତା ଦ୍ଵାରା ୧୨ଶହ ମସିହାରେ ଇଂରାଜୀ ଭାଷା ଲୋପ ଉଦ୍ୟମ ଯୋଗୁଁ ବ୍ରିଟେନ୍ ରେ ବୋଧହୁଏ ଵିଶ୍ଵର ପ୍ରଥମ ଭାଷାଭିତ୍ତିକ ଆନ୍ଦୋଳନ ତେଜି ଉଠିଥିଲା । ଏହାର ଶେଷ ପରିଣତି ଥିଲା ଏହି ଭୟଙ୍କର ଯୁଦ୍ଧ.....
ଫ୍ରାନ୍ସର ଲୋକଙ୍କ ପ୍ରତି ଘୃଣାଭାଵ ପୋଷଣକୁ Francophobia କୁହାଯାଏ । ଏହିଭଳି ଵିଶ୍ଵର ପ୍ରତ୍ୟେକ ଦେଶ ଓ ଜାତିର ନାମ ପଛରେ Phobia ଶବ୍ଦ ଯୋଡ଼ି ଶବ୍ଦ ସୃଷ୍ଟି କରାଯାଇପାରେ । ଭାରତ ତାହାର ସଂସ୍କୃତି ଓ ଭାରତୀୟ ଲୋକଙ୍କୁ ପାକିସ୍ତାନରେ ବହୁତ ଘୃଣା କରାଯାଏ । ଭାରତୀୟଙ୍କ ପ୍ରତି ଏହି ଘୃଣାଭାଵକୁ Indophobia ଵା Anti-Indian sentiment କୁହାଯାଇଥାଏ । ସେହିପରି ଓଡ଼ିଆଙ୍କ ପ୍ରତି ଆନଜାତୀୟ ଲୋକଙ୍କ ଘୃଣାଭାଵ ପୋଷଣକୁ
Odraphobia କୁହାଯାଇପାରିବ ।
କେଵଳ Phobia ନୁହେଁ Miso ଶବ୍ଦ ଯୋଡ଼ି ମଧ୍ଯ ଅନେକ ଜାତୀୟ ଘୃଣାକାରୀଙ୍କୁ ଵୈଜ୍ଞାନିକ ନାମ ପ୍ରଦାନ କରାଯାଇଛି ।
ଉଦାହରଣ ସ୍ୱରୂପ―
●→ପିଆନୋ ଓ ତହିଁର ଶବ୍ଦକୁ ଘୃଣାକରୁଥିବା ଲୋକଙ୍କୁ Misodoctakleidist
କୁହାଯାଏ
●→ଜୀଵନହରଣକାରୀ ସବୁପ୍ରକାରର ଧୂମ୍ରପାନକୁ ଘୃଣାକରୁଥିବା ଲୋକେ Misocapnist ବୋଲାଅନ୍ତି ।
●→ନଵୀନତା,ନୂଆ ଚଳଣି, ନଵ ଆବିଷ୍କାର ଓ ନଵୋନ୍ମେଷକୁ ଘୃଣା ତଥା ପସନ୍ଦ କରୁନଥିବା ଲୋକଙ୍କୁ Misoneist(ମୌଳିଵାଦୀ) କୁହାଯାଏ ! ଓଡ଼ିଆ ଭାଷାରେ ଆମେ ଏମାନଙ୍କୁ ମରହଟିଆ ଲୋକ କହିପାରନ୍ତି ।
●→ପାଉଁରୁଟି ଵା bread ଜାତୀୟ ପଦାର୍ଥ ପ୍ରତି ଅନାଶକ୍ତି ଓ ଘୃଣାଭାଵ ପୋଷଣକୁ Misopogonist କୁହାଯାଏ ।
●→ନଵୀନତାଵାଦୀ George Meredithଙ୍କ ମତରେ Misogelast ସେଇମାନେ ଯେଉଁ
ମାନେ ହାସ୍ୟରୋଳ କୁ ଘୃଣା କରନ୍ତି । ଏଭଳି ଲୋକେ ଯେଉଁ ମାନେ ହସକୁରା ଓ ହାସ୍ୟରସପ୍ରେମୀ ଲୋକଙ୍କୁ ଛୋଟଜାତୀୟ ହୀନମାନସିକତାସମ୍ପନ୍ନ ଵ୍ୟକ୍ତି ମନେକରନ୍ତି ସେମାନେ ମଧ୍ଯ Misogelast ବୋଲଅନ୍ତି ।
●→Misogynists ସେଇମାନେ ଯୋଉମାନେ ସ୍ତ୍ରୀ ଲୋକଙ୍କୁ ଘୃଣାକରନ୍ତି ।
●→ ପୁରୁଷଙ୍କୁ ଘୃଣା କରୁଥିବା ଲୋକେ Misandrists ଅଟନ୍ତି ।
●→ଵିଵାହପ୍ରଥା ତଥା ଵିଵାହ ପରଵର୍ତ୍ତୀ ଵୈଵାହିକ ସମ୍ବନ୍ଧ ସଂକ୍ରାନ୍ତୀୟ ଚଳଣିକୁ ଘୃଣା କରୁଥିବା ଲୋକଙ୍କୁ misogamists କୁହାଯାଇଥାଏ ।
●→ଵିଶେଷଧରଣର ନାମ ଓ ଘୋଷପଦ ଵା ସ୍ଲୋଗାନକୁ ଘୃଣାକରୁଥିବା ଲୋକଙ୍କୁ Nomomisist କୁହାଯାଏ । ଉଦାହରଣ ସ୍ୱରୂପ:- କିଛି ଲୋକ ଯେମିତି “ଅଛେଦିନ” ଆଉ ମୋଦି ନାମକୁ ଘୃଣା କରନ୍ତି ସେମାନେ ସହଜରେ Nomomisist ବୋଲାଇପାରିବେ 😂😂
●→ଯୁଦ୍ଧ ଓ କଳିଝଗଡା଼ କୁ ଘୃଣା କରୁଥିବା ଲୋକଙ୍କୁ Misopolemist କୁହାଯାଏ । ପ୍ରକୃତରେ ଆମେ ସମସ୍ତେ ବି ଏ ଉଭୟ ତତ୍ତ୍ୱକୁ ଘୃଣା କରିବା କଥା ।
●→Misologist ସେଇମାନେ ଯୋଉମାନେ
ଯୁକ୍ତି ତର୍କ ଓ ଯେକୌଣସି ଚର୍ଚ୍ଚା କୁ ଘୃଣା ଦୃଷ୍ଟିରେ ଦେଖିଥାନ୍ତି ।
●→କାହା ଆଗରେ ଏମିତିକି ନିଜର ପ୍ରିୟପାତ୍ର ଆଗରେ ମଧ୍ଯ ନିଃଵସ୍ତ୍ର ହେବାକୁ ନାପସନ୍ଦ କରୁଥିବା ଲୋକ Misapodysist ଅଟନ୍ତି ।
●→ଧ୍ଵନି ସମ୍ବନ୍ଧିତ ଭୀଷଣରୁ ସାଧାରଣ କୋଳାହଳ ଯେମିତିକି ମାଇକ ବାଜିବା,ଟେବୁଲୁ ରେ ନଖ ଟିପଟାପ୍ କରିବା,ଚୁଇଙ୍ଗମ୍ ଚୋବେଇବା ଏମନ୍ତ କି ଚୁଁ ଚାଁ ଶବ୍ଦ ମଧ୍ଯ ଯେଉଁ ଲୋକଙ୍କୁ ଵିରକ୍ତ କରେ ସେମାନେ Misophonist ବୋଲାଅନ୍ତି ।
ଏହି ଭଳି ଆହୁରି ଅନେକ ଶବ୍ଦ ଲୋକଙ୍କ ଘୃଣାପ୍ରବୃତ୍ତି ଆଧାରରେ ସୃଷ୍ଟି କରାଯାଇଛି ।
miso-, mis-, -misia ଆଦି ଶବ୍ଦ ଯୋଡ଼ି ଘୃଣାଭାବକୁ ବୁଝାଉଥିବା ଏହିସବୁ ଶବ୍ଦ ଗୁଡ଼ିକୁ ସୃଷ୍ଟି କରାଯାଇଛି ଏବଂ ଏହାର ଅର୍ଥ ଘୃଣା ଅଟେ ।
ତେବେ କୌଣସି ପ୍ରକାର ଘୃଣାଭାଵର ମାତ୍ରାଧିକ ପୋଷଣ ଆଦୌ ହିତକର ନୁହେଁ । ସଂସାର ଘୃଣା ନୁହେଁ ପ୍ରେମ ସ୍ନେହ ଓ ପାରସ୍ପରିକ ଵିଶ୍ଵାସ ବଳରେ ଚାଲିଥାଏ । ଘୃଣା ମନୁଷ୍ୟକୁ କିଛି ସମୟ ପାଇଁ ପାଶଵିକ ଶକ୍ତି ପ୍ରଦାନ କରେ ସତ କିନ୍ତୁ ପରଵର୍ତ୍ତୀକାଳରେ ସେହି ଲୋକ ଏଥିରେ ଆଶକ୍ତ ହୋଇ ହୋଇ ଶେଷକୁ ନିଃସଙ୍ଗ ହୋଇଯାଏ ।
ତେଣୁ ଆସନ୍ତୁ ସମସ୍ତଙ୍କୁ ଭଲ ପାଇବା ଶିଖିବା ଏମନ୍ତକି ଯେ ଆମକୁ ଘୃଣା କରୁଛି ତାକୁ ବି ଭଲ ପାଇବା ଓ ଭଲ ପାଇବା ଶିଖେଇବା ତାହେଲେ ସିନା ସୁନ୍ଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ପୃଥିବୀଟିଏ ଗଠିତ ହୋଇପାରିବ ।
“ଆନକୁ ଗାଳି କରିବାର ପ୍ରବୃତ୍ତି
ଥିବ ଯଦି ନମିଳିବ ସମ୍ମାନ ତିଳେ
ଯେ ଆନେ ସମ୍ମାନ ଦେଇ ଜାଣେ
ସମାଜରେ ତାକେ ହିଁ ସମ୍ମାନ ମିଳେ
ଛାଡ଼ ପର ନିନ୍ଦା ଦ୍ଵେଷ ଈର୍ଷା ଯେତେ
କର କାର୍ଯ୍ୟ ଜାତି ହିତେ ସଦାବେଳେ
କି ଲାଭ ଆନର ଦୋଷ ଧରି ଧରି
ଲାଭ ସିନା ଜାତିର ହିତ କିଛି କରି
ଜଗତ ଏ ପ୍ରେମ ଯୋଗୁଁ ହିଁ ଚଳେ
ଜିତି ଯା ଵିଶ୍ଵ ତୁ ପ୍ରେମ ସ୍ନେହ ବଳେ”
No comments:
Post a Comment