ସାଧୁ, ତୁମେ ଜାଣିଛ,ଆମର ଏଠି ଵ୍ୟକ୍ତିକୁ ଭଲ ହେବା ପାଇଁ ଆରମ୍ଭରୁ ହିଁ ବଡ଼ ବଡ଼ ଚେଷ୍ଟା ପ୍ରଚେଷ୍ଟା ହୋଇଅଛି ।
ସେ ଯୁଗର ଲୋକ ଭାଵିଲେ,ପୁରୁଷକୁ ସ୍ତ୍ରୀସଙ୍ଗ ଵିପଥଗାମୀ କରିଦିଏ―ଵିଶ୍ଵାମିତ୍ର ଭଳି ତପସ୍ଵୀଙ୍କର ତପ ଭଙ୍ଗ ହେଇଗଲା ତ ତାଙ୍କ ଆଗରେ ଏ ଶଙ୍କରା,କାଶିଆ,କପିଳା କିଏ ଵା ....
ସାଧୁ,ଏଥିଯୋଗୁଁ ନୀତିଵାଦୀମାନେ ନିୟମ କରିଦେଲେ
ସ୍ତ୍ରୀ ଓ ପୁରୁଷ ପରସ୍ପର ଠାରୁ ଦୂରେ ଦୂରେ ରହିବେ,ଦିହେଁ ଦିହିଁକି ଶତୃ ବୁଝିବେ;କେବେ କୌଣସି ପ୍ରକାର ପାରସ୍ପରିକ ସମ୍ପର୍କ ରଖିବେ ନାହିଁ । ଏମନ୍ତ କି ମାଆ ଭଉଣୀ ଆଦିଙ୍କ ସହିତ ମଧ୍ଯ ଏକାନ୍ତରେ କଥା ହେବେ ନାହିଁ ବୋଲି ନିୟମ କରିଗଲେ । ଏହି ଭଳି ସହସ୍ର ସହସ୍ର ଵର୍ଷ ଧରି ଵ୍ୟକ୍ତିକୁ ଭଲ କରିରଖିବାର ସାଧନା ଆମ ସମାଜରେ ହୋଉଥିଲା ।
ଏବେ ତୁମେ ପରିଣାମ ଦେଖୁଥିବ―ଆଶା ଠାରୁ ଅଧିକ ହେଲାଣି,ଭୀଷଣ ହେଲାଣି ।
ସହସ୍ର ସହସ୍ର ଵର୍ଷର ସାଧନା ପଶ୍ଚିମ ସଂସ୍କୃତିର
ଅନ୍ଧାନୁକରଣ ଯୋଗୁଁ ଭାଙ୍ଗିବାକୁ ବସିଲାଣି....
ପାଣିବନ୍ଧ ଭାଙ୍ଗିଲେ ଯେମିତି ବନ୍ୟା ଯୋଗୁଁ ଶହ ଶହ ଗାଆଁ ନଗର ପାଣିରେ ବୁଡ଼ିଯାଏ ସେମିତି ସାସ୍କୃତିକ ସଂସ୍କାର―ସାଧନା ରୂପି ବନ୍ଧ ଭାଙ୍ଗିଗଲେ ଗୋଟା ସଂସ୍କୃତି ଟା ଭାସିଯିବ .....
■ହରିଶଙ୍କର ପରସାଇଙ୍କ ଏକ ଲେଖାରୁ ଅନୁପ୍ରାଣିତ■
No comments:
Post a Comment