Tuesday, October 2, 2018

ରାୟଗଡ଼ାର ନାଆଁ କେମିତି ପଡିଲା

୧୫୧୬ରେ ନବରଙ୍ଗପୁର ରାଜ୍ୟର ରାଜଧାନୀ ଭାବେ ରାୟଗଡ଼(ରାୟଗଡ଼ା)ନଗର ସ୍ଥାପନ କରାଯାଇଥିଲା । କୁହାଯାଏ ଆଗେ ଏଠାରେ ରାୟ ଜାନି ନାମକ ଜଣେ କନ୍ଧ ଶାସକର ଶାସନ ରହିଥିଲା ।
ପରଵର୍ତ୍ତୀକାଳରେ ନନ୍ଦପୁରର ରାଜା ଏ ଅଞ୍ଚଳକୁ ଅଧିକାର କଲେ ହେଁ  “ରାୟ ଜାନି”
ଦ୍ଵାରା ବାରମ୍ବାର ଲୁଚାଛପାରେ ଆକ୍ରାନ୍ତ  ହୋଇ
ବହୁଧନ ଜୀଵନ କ୍ଷୟର ସମ୍ମୁଖୀନ ହୋଇଥିଲେ ।
ନନ୍ଦପୁରର ରାଜା ବାଧ୍ୟ ହୋଇ ଶେଷରେ ରାୟ ଜାନି ସହ ସନ୍ଧି କରିଥିଲେ । ତେଣୁ ରାଜ ଆଦେଶରେ ପରେ ଏ ଅଞ୍ଚଳର କାଗଜପତ୍ରରେ ନାମ ରାୟଗଡ଼ ରଖାହୋଇଥିଲା ଯାହା କିଛି ଲୋକଙ୍କ ଦ୍ଵାରା ବେଳେବେଳେ ରାୟଗଡ଼ା ଉଚ୍ଚାରିତ ହୋଇଥାଏ ।

ନବେ ଦଶକ ଯାଏଁ ରାୟଗଡ଼(ରାୟଗଡ଼ା) ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସବଡିଵିଜନ ଭାବରେ ଜଣାଶୁଣା ଥିଲା ।

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...