ଜିଶୁଙ୍କ ସହିତ ଯେଉଁ “christ” ଵା “Chríst” ଉପାଧିଟି ଲାଗେ ତାହାର ମୂଳ ଏକ ଲାଟିନ ଶବ୍ଦ “Christus” ଏଵଂ ଏହାର ମୂଳ ଗ୍ରୀକ୍ ଶବ୍ଦ ହେଉଛି “Χριστός” (Khristós) ।
ଏହି ମୂଳ ଗ୍ରୀକ୍ ଶବ୍ଦର ଅର୍ଥ ଥିଲା ଯେ ଅଭିଷିକ୍ତ । “Χριστός” (Khristós) ଶବ୍ଦର ମୂଳରେ ରହିଛି “χρῑ́ω” (khrī́ō) ଶବ୍ଦଟିଏ ଯାହା ଆମ ଓଡ଼ିଆ କ୍ଷୀର ଶବ୍ଦ ସହିତ ସାମଞ୍ଜସ୍ୟ ରଖେ ।
“χρῑ́ω” (khrī́ō) ଶବ୍ଦରେ ଗ୍ରୀକ୍ -τος (-tos) ପ୍ରତ୍ଯୟ ଲାଗି ପ୍ରାଚୀନ ଗ୍ରୀକ୍ “Χριστός” (Khristós) ଶବ୍ଦଟି ଗଠିତ ହୋଇଛି ।
“χρῑ́ω” (khrī́ō) ଶବ୍ଦର ଅର୍ଥ ପ୍ରାଚୀନ ଗ୍ରୀକ୍'ରେ
ଅର୍ଥ ଥିଲା ସ୍ଵଚ୍ଛ କରିଵା,ପଵିତ୍ର କରିଵା,କୌଣସି ଉତ୍ସଵରେ ଜଣକୁ ଅଭିଷିକ୍ତ କରିଵା ।
ତେଵେ “christ”,“Christus”,“Χριστός” ଓ “χρῑ́ω” ଇତ୍ୟାଦି ଏ ସମସ୍ତ ଶବ୍ଦର ମୂଳ ହେଉଛି
ଏକ ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଧାତୁ *gʰrēy(ମାଖିଵା) ପୁଣି ଏହାର ଅନ୍ୟ ରୂପ *gʰer(ଘସିଵା,ମର୍ଦ୍ଦନ କରିଵା)
ଏ ସମସ୍ତ ଶବ୍ଦ ଆମ ଭାରତୀୟ ଵୈଜ୍ଞାନିକ କ୍ଷୁଦ୍ର ଧାତୁ
“ଘୃ” ସହିତ ସମଦ୍ଧୃତ ଯହିଁରୁ ଘୃତ,ଘିଅ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ।
ଆମ ଭାଷାରେ ପ୍ରଚଳିତ କ୍ଷୀର ଶବ୍ଦର ଚାରୋଟି ମୁଖ୍ୟ ଅର୍ଥ ରହିଛି
୧)ଦୁଗ୍ଧ; ଦୁଧ
୨)ଜଳ
୩)ନିର୍ଯ୍ୟାସ; ଗଛର ରସ
୪)ଝୁଣା
୫)ରାବିଡ଼ି
ଭାରତରେ ରାଜା ମହାରାଜାମାନଙ୍କ ଅଭିଷେକ ଜଳ ,ଘୃତ ଓ ଦୁଗ୍ଧ ଇତ୍ୟାଦି ଦ୍ଵାରା ହୋଇଥାଏ । ସେଇଭଳି ଦେଵତା ଵିଶେଷତଃ ଶିବଲିଙ୍ଗର ଵିଶେଷତଃ ଜଳାଭିଷେକ,ଘୃତାଭିଷେକ,ଦୁଗ୍ଧାଭିଷେକ
ହେଉଥିଵା ସମସ୍ତେ ଅଳ୍ପ ବହୁତେ ନିଶ୍ଚୟ ଦେଖିଥିଵେ, ଜାଣିଥିଵେ ।
ଭାରତୀୟ ଧାତୁଶବ୍ଦ “ଘୃ” ଏଵଂ “ଘୃତ” ସହିତ ସମଦ୍ଧୃତ christ”,“Christus”,“Χριστός” ଓ “χρῑ́ω” ଇତ୍ୟାଦି ଲାଟିନ୍ ଓ ପ୍ରାଚୀନ ଗ୍ରୀକ୍ ଶବ୍ଦଗୁଡି଼କର ପରିଶୀଳନରୁ ଆମେ ଜାଣିଲେ ଯେ ବହୁ ପୁରାତନ କାଳରେ ଗ୍ରୀସ୍ ଦେଶରେ ମଧ୍ୟ ସମାନ ଭାଵେ ଅଭିଷେକ ହେଉଥିଲା ।
ସମୟ ସହିତ ଗ୍ରୀକ୍ ଓ ୟୁରୋପର ଅନ୍ଯ ଜାତୀୟ ଲୋକେ ତାଙ୍କର ମୂଳ ସଂସ୍କୃତି ତ୍ଯାଗକରି ଆଜି ବହୁସଂଖ୍ୟାରେ ଖ୍ରୀଷ୍ଟିଆନ ହୋଇଯାଇଥିଵାରୁ ଏଵେ ଆଉ ସେ ସଂସ୍କୃତି ରହିନାହିଁ ।
ତେଵେ ଭାରୋପୀୟ ପ୍ରାଚୀନ ଶବ୍ଦଗୁଡ଼ିକର ପାରସ୍ପରିକ ସଂମ୍ପର୍କ ଆଜି ଆମକୁ ସେଇ ପ୍ରାଚୀନ ଦୁର୍ଘଟଣାର ଯେମିତି ଭାରତଵର୍ଷରେ ପୁନରାଵୃତ୍ତି ନହୁଏ ତାହାର ଶିକ୍ଷା ଦେଉଅଛି ।
No comments:
Post a Comment