Thursday, December 19, 2019

ଉତ୍କଳ ଵୀରଜାତି

ଉତ୍କଳ ଵୀରଜାତି ମୁକ୍ତି ସନ୍ଧାନେ ଚାଲ
ଦିପ୍ତୀ ପ୍ରଦୀପ ଶିଖା ଜାଳି !
ଗଙ୍ଗଵଂଶ ଯଶ ଅଙ୍କିତ ଭାଲେ ତଵ
ଶଙ୍କିତେ ନଲଗାରେ କାଳି !!

ପୂର୍ଣ୍ଣାହୁତି ଦିଅ ଜାତି ଜାଗରେ ଆଜି
ରୁଦ୍ର ହୁଙ୍କାରେ ମେରୁ ମନ୍ଦର ପଡୁ଼ ଭାଜି !!
କକ୍ଷ ବରଜି ଆସ ଲକ୍ଷ କେଶରୀ ଶିଶୁ
ଵକ୍ଷ ଶୋଣିତ ଦିଅ ଆଜି !!

ରକ୍ତଟିକା ଘେନ ସଂହାର ରାତି
ନେତ୍ରେ ଫୁଟୁ ଶତ ଆଦିତ୍ଯର ଜ୍ୟୋତି ।

ଚଞ୍ଚଳ ଚିତ୍ତେ ଚାହାଁ ଅଞ୍ଚଳ ମେଲି ମାଆ
ବାଢ଼ି ରଖିଛି ଅର୍ଘ୍ୟଥାଳୀ ।।

ଉତ୍କଳ ଵୀରଜାତି ମୁକ୍ତି ସନ୍ଧାନେ ଚାଲ
ଦିପ୍ତୀ ପ୍ରଦୀପ ଶିଖା ଜାଳି !
ଗଙ୍ଗଵଂଶ ଯଶ ଅଙ୍କିତ ଭାଲେ ତଵ
ଶଙ୍କିତେ ନଲଗାରେ କାଳି !!

🎤 ବାଳକୃଷ୍ଣ ଦାସ
🎶
🎼

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...