ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ
ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ ।
ନିମ୍ନରେ ଏ ଶବ୍ଦର କେତେକ ସାଧାରଣ ଅର୍ଥ ଉଲ୍ଲେଖ କରାଗଲା ।
●ବାଂଝୀ; ବନ୍ଧ୍ଯା
●ବନ୍ଧ୍ଯା ଗାଭୀ
●ହସ୍ତିନୀ(ନାରୀ)
●ସ୍ତ୍ରୀ; ପତ୍ନୀ
●କନ୍ଯା(ଝିଅ)
●ଶାଳୀ
●ନଣନ୍ଦ
●ହସ୍ତୀନି
●ନାରୀ
●ଗାଈ
●ଅରଣୀ ଗଛ(Premna serratifolia)
●ମେଣ୍ଢୀ
ଏଇ ଵଶା ଶବ୍ଦ ସାଧାରଣତଃ ସ୍ତ୍ରୀ ଜାତୀୟା ଜୀଵଙ୍କ ପ୍ରତି ପ୍ରୟୋଗ ହେଉଥିଲା । ଵଶ୍ ଶବ୍ଦର ମୂଳ ଧାତୁ ବଶ୍ ଧାତୁ ଅଟେ ଏଵଂ ଏ ଧାତୁ ଶବ୍ଦରୁ ଵିଭିନ୍ନ ଅର୍ଥରେ ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି ।
ଯଥା―
୧)ଇଛା କରିଵା(ଵିଵଶ,ଵ୍ଯୁଷ୍ଟି)
୨)ଅଧିନ କରିଵା;ଵଶ କରିଵା(ଵଶିଭୂତ,ଉର୍ଵଶୀ,କୋପଵଶ,ଵଶଵର୍ତ୍ତୀ)
୩)ଭିତରକୁ ଯିଵା(ପ୍ରଵେଶ)
୪)ପରସିଵା(ପରିଵେଷଣ)
ସାଧାରଣତଃ ନାରୀ ଜାତୀୟା ଜୀଵଙ୍କୁ ମଧ୍ୟ ଶକ୍ତିପ୍ରୟୋଗ କରି କିଂଵା ସ୍ନେହ,ଭଲ ପାଇଵା ଦ୍ଵାରା ଵଶିଭୂତ କରି ସେମାନଙ୍କୁ ପୁରୁଷମାନେ ଆପଣାର ପାସେ ରଖାଇଥାନ୍ତି ।
ନାରୀଟିଏ ପାଇଁ ପୁରୁଷମାନେ ସର୍ଵଦା ଆପଣା ମନରେ ଅଭିଳାଷ ପାଳିଥାନ୍ତି ।
◆ମାତୃହୀନ ବାଳକଟିଏ ‛ମାଆ’ଟେ ଚାହେଁ !
◆ଯୁଵକଟିଏ ଯୋଗ୍ଯା ପତ୍ନୀଟିଏ ପାଇଵାକୁ ଇଛା କରେ ।
◆ଵିଵାହିତ ପୁରୁଷମାନେ ନିଜର ଗୋଟିଏ କନ୍ୟା ହେଉ ବୋଲି ସର୍ଵଦା କାମନା କରିଥାନ୍ତି କାରଣ କନ୍ୟାଦାନ ଦ୍ଵାରା ବହୁତ ପୁଣ୍ୟ ମିଳେ ବୋଲି ପ୍ରାଚୀନ ଲୋକଵିଶ୍ଵାସ ହେଉ କି କନ୍ୟାମାନଙ୍କ ପ୍ରତି ପିତାର ସ୍ନେହାଧିକ୍ଯ ଯୋଗୁଁ ହେଉ
◆ଭେଣେଇମାନେ ଶାଳୀ ଥିଲେ ଗମାତ କରିଵାର ସୁଯୋଗ କାମନା କରନ୍ତି
◆ଆଗକାଳରେ ସାଧାରଣତଃ ଯୌଥ ପରିଵାର ହେଉଥିଵାରୁ ନଵଵଧୂମାନେ ବହେ
ଆଡ଼ତି(ଗୃହକର୍ମ)ରୁ ଵର୍ତ୍ତିଵା ପାଇଁ ନଣନ୍ଦଟିଏ ଥାଆନ୍ତା କି ଏମନ୍ତ ଅଭିଳାଷ ନିଶ୍ଚୟ
କରିଥିଵେ
◆କାମୁକ ପୁରୁଷ ହସ୍ତିନୀ ନାରୀ କାମନା କରିଥାଏ
◆ବନ୍ଧ୍ଯାନାରୀ ମଧ୍ୟ ସନ୍ତାନ କାମନା କରିଥାଏ
◆ଆଗକାଳରେ ଗାଈ ଏକ ସମ୍ପତ୍ତି ଵିଵେଚିତ ହେଉଥିଲା,କେଉଁଠି କେଉଁଠି ଓ କେତେକ ଭାରତୀୟ ଜାତିରେ ଛାଗ,ମେଷ ଓ ମହିଷ ମଧ୍ୟ ଧନର ପରିପୂରକ ହୋଇଯାଇଥିଲା । ଏମିତିରେ ଗୋଟିଏ ଗୃହପାଳିତ ପଶୁର କାମନା କରିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।
କାହିଁକି କମିଗଲା ଏ ଶବ୍ଦର ଵ୍ଯଵହାର ?
ଏ ଶବ୍ଦର ଉତ୍ତର ଦେଵା କଷ୍ଟକର ଵ୍ଯାପାର ନିଶ୍ଚୟ ।
ହୁଏତ ଏ ଶବ୍ଦର ନାନାଦି ଅର୍ଥ ଯୋଗୁଁ ବହୁ ଭାଷାରେ ଵ୍ଯଵହାର କମିଥାଇପାରେ ତେଵେ ଭାରତରେ ଏକ ସହସ୍ରାଧିକ ଭାଷା ରହିଛି ତେଣୁ କୌଣସି ନା କୌଣସି ଭାଷାରେ ଏ ଶବ୍ଦ ଵର୍ତ୍ତମାନ ମଧ୍ୟ ଭିନ୍ନ ରୂପରେ ଓ କୌଣସି ନିର୍ଦ୍ଦିଷ୍ଟ ଅର୍ଥରେ ଚଳୁଥାଇପାରେ । ଓଡ଼ିଶାରେ ତତ୍ସମ ଵସା ଶବ୍ଦଟି ସାଧାରଣତଃ ନୀଡ଼ ଵା nest ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ସମସାଦୃଶ୍ଯ ଓ ଉଚ୍ଚାରଣଗତ ସାମ୍ଯତା ଯୋଗୁଁ କଥିତ ଓଡ଼ିଆ ଭାଷାରେ ମଧ୍ୟ ଏ ଶବ୍ଦ ସ୍ଥାନ ପାଇନାହିଁ ।
ତେଵେ ଗୋଟିଏ ଵଶା ଶବ୍ଦର ପତ୍ନୀ,ଶାଳୀ,ନଣନ୍ଦ, ନାରୀ ଓ ଗାଈ ଅର୍ଥରେ ପ୍ରୟୋଗକୁ କ’ଣ ସଂସ୍କୃତ ଭାଷାର ଦୋଷ କହିଵା ନା ଏହା ସେ ଭାଷାର ନିରୁକ୍ତିଗତ ଵ୍ଯାଖ୍ଯା ଆଧାରରେ ଏକ ଵୈଜ୍ଞାନିକତା ?
ଯଦି ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦର ଏତେ ଅର୍ଥ ଥାଇ ମଧ୍ୟ ସେ ଭାଷା ନ୍ଯୁନ କି ହୀନ ନୁହେଁ ତାହେଲେ ଓଡ଼ିଆ ଭାଷାର ବୋଉ ଶବ୍ଦକୁ ନେଇ ହୀନ ଵିଚାର ପୋଷଣ କେତେଦୂର ଠିକ୍ ?
No comments:
Post a Comment