ଲକ୍ଷ ଲକ୍ଷ ଵର୍ଷତଳେ ଯେତେଵେଳେ ଭାରତରେ ମାନଵ ସଭ୍ୟତାର ଵିକାଶ ହୋଇନଥିଲା ସେତେଵେଳେ ଏଠି ପାତିମାଙ୍କଡ଼ ଓ ହନୁମାଙ୍କଡ଼ମାନେ ମିଳିମିଶି ଏ ଭୂଖଣ୍ଡକୁ ଶାସନ କରୁଥିଲେ । ସେତେଵେଳେ ଏ ଦେଶର ନାମ ବାନରଵର୍ଷ ଥିଲା ଆଉ ଚାରିଆଡେ଼ ଖାଲି ସୁଖ ଶାନ୍ତି
ମୈତ୍ରୀ ପ୍ରୀତିର ଗୀତ ଝଙ୍କୃତ ହେଉଥିଲା । ସେ ଯୁଗରେ ସରସ୍ଵତୀ ନଦୀ ହିମାଳୟରୁ ବାହାରି ଗୁଜରାଟର ବେଳାଭୂମିରେ ସାଗର ସହିତ ମିଶୁଥିଲା ।
ଏହି ନଦୀର ପଞ୍ଜାବ ଓ ହରିୟାଣା ଉତ୍ତର ଭାଗରେ ପାତିମାଙ୍କଡ଼ ରହୁଥିଲାଵେଳେ ଦକ୍ଷିଣ ଭାଗରେ ଅର୍ଥାତ୍ ଗୁଜରାଟ ଓ ରାଜସ୍ଥାନର ଅଞ୍ଚଳରେ ହନୁମାଙ୍କଡ଼ ଵାସ କରୁଥିଲେ । ଉଭୟଙ୍କ ମଧ୍ୟରେ ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ଉଭୟ ଵାନରଜାତି ଜାଣିଥିଲେ ଯେ ସେମାନେ ଏକ ମାତାର ସନ୍ତାନ କେଵଳ ଅଞ୍ଚଳ ଭେଦରେ ତାଙ୍କ ମଧ୍ୟରେ କିଛି ଶାରୀରିକ ଓ ଠାର ଭାଷା ଆଦିରେ ଭିନ୍ନତା ରହିଅଛି ।
କ୍ରମେ ଭାରତଵର୍ଷରେ ନାନାଜାତିର ସମୃଦ୍ଧବୁଦ୍ଧି ମହାଵାନର ମହାଜାତିର ଶ୍ରେଷ୍ଠତମ ଜାତି ମାନଵମାନଙ୍କର ପ୍ରତିପତ୍ତି ବଢି଼ଵାକୁ ଲାଗିଲା ।
କିନ୍ତୁ ସେକାଳର ମାନଵ ଆଜି ଭଳି ଲୋମହୀନ ନଥିଲେ କି ବାନରମାନଙ୍କ ଠାରୁ ସେତେ ଭିନ୍ନ ନଥିଲେ । ସେମାନେ ଵର୍ତ୍ତମାନ ମାନଵଙ୍କ ପୂର୍ଵଜ ଆଦିମାନଵ ଥିଲେ ତେଵେ ସେହି ଆଦିମାନଵମାନେ ସେତେଵେଳେ ବି ଆଜିର ଆଧୁନିକମାନଵଙ୍କ ଭଳି ଆପେକ୍ଷିକ ଧୃତ ଥିଲେ ।
ସେହି ଆଦିମାନଵଜାତିର ମୁଖିଆମାନେ ଦେଖିଲେ ସରସ୍ଵତୀ ନଦୀ ଉପକୂଳଵର୍ତ୍ତୀ ଅଞ୍ଚଳରେ ବାଘଭାଲୁ ହେଟାବାଘଙ୍କର ଭୟ ଅଳ୍ପ ପୁଣି ଏ ଅଞ୍ଚଳରେ ନାନାପ୍ରକାରର ଫଳମୂଳ ମିଳୁଛି । କେମିତି ଗୋଟାଏ ଯୋଜନା କରି ଏ ଦୁଇ ମରହଟିଆ ଵାନର ପଲ୍ଲଙ୍କୁ ଏହି ଅଞ୍ଚଳରୁ ତଡି଼ଵାକୁ ହେଵ ତେଵେ ଯାଇ ଆମ୍ଭର ମଙ୍ଗଳ ହେଵ ।
ପ୍ରଥମେ ସେମାନେ ଗୁପ୍ତରେ ସରସ୍ଵତୀ ନଦୀର ଜଳରେ ଵିଷଫଳର ରସ ମିଶେଇଦେଲେ ହେଲେ ବୁଦ୍ଧିମାନ ବାନରମାନେ ସେ ଜଳପାନ ନକରି ଵରଂ କିଛି ଦିନ ଗାଡି଼ଆ ପାଣି ପିଇ ବଞ୍ଚିଗଲେ ।
ତହୁଁ ଆଦିମାନଵମାନେ ଜଙ୍ଗଲରେ ଆଗ୍ନେୟଗିରିରୁ ଅଗ୍ନି ଆଣି ଜଳେଇଵାକୁ ଚେଷ୍ଟା କଲେ କିନ୍ତୁ ହନୁମାଙ୍କଡ଼ ଓ ପାତିମାଙ୍କଡ଼ମାନେ ଏଡାଳରୁ ସେ ଡାଳକୁ ଡେଇଁ ଡେଇଁ ଅଳ୍ପକେ ବଞ୍ଚିଗଲେ ।
ଦେଇକି ଆଦିମାନଵଙ୍କ ମୁଖିଆ କହିଲେ ଯେତେ ଫଳଗଛ ଅଛି ଯାଅ ତହିଁର ସବୁ ଫଳ ଘେନି ଆସ,ଦେଖିଵ ସେମାନେ ଖାଦ୍ୟ ଅଭାଵରେ ମରିଯିଵେ ନୋହିଲେ ଏ ଅଞ୍ଚଳ ଛାଡ଼ି ପଳେଇଯିଵେ । ମୁଖିଆଙ୍କ ଆଦେଶ ତତ୍'କ୍ଷଣାତ୍ ପାଳନ ହେଲା । ତେଵେ ବାନରମାନେ ବି ଅଳ୍ପ ବୁଦ୍ଧିଆ ନଥିଲେ, ସେମାନେ ଫଳ ନମିଳିବାରୁ ଗଛର ପତ୍ର ଖାଇଵା ଆରମ୍ଭ କରିଦେଲେ ଫଳରେ ତାଙ୍କର ବଳ ଦ୍ଵିଗୁଣ ବୃଦ୍ଧି ପାଇଲା ।
ଆମ ପୂର୍ଵଜ ଆଦିମାନଵମାନେ ବାନରମାନଙ୍କୁ ଅନେକ କଷଣ ଦେଇସୁଦ୍ଧା ସେମାନଙ୍କୁ ହରାଇପାରିଲେ ନାହିଁ ।
ତେଵେ ବାନରମାନଙ୍କ ଅପେକ୍ଷା ଆଦିମାନଵଙ୍କ ବୁଦ୍ଧି ଅଧିକ ଥିଲା । ସେମାନେ ନିଇତି ନୂଆ ନୂଆ ପଦାର୍ଥ ଆଵିଷ୍କାର ଓ ଉଦ୍ଭାଵନ କରୁଥିଲେ । ଦିନେ ଦୁଇଜଣ ଆଦିମାନଵ ପରସ୍ପର ମଧ୍ୟରେ କାମୁଡ଼ା କାମୁଡ଼ି ରାମ୍ପୁଡା଼ ରାମ୍ପୁଡି଼ ହେଉଥିଵାର ଦେଖି ତାଙ୍କ ମୁଖିଆଙ୍କ ମନକୁ ଗୋଟିଏ ଉପାୟ ଆସିଲା ।
ମୁଖିଆ ସବୁ ଆଦିମାନଵଙ୍କୁ ଏକାଠି କରାଇ ଗୋଟିଏ ସଭାର ଆୟୋଜନ କଲେ । ସଭାରେ ଗୁପ୍ତ ଯୋଜନାର ଉଦ୍ଘାଟନ କରାଗଲା । ଉକ୍ତ ଯୋଜନା ଅନୁସାରେ କିଛି ଆଦିମାନଵ ପାତିମାଙ୍କଡ଼ ଓ ହନୁମାଙ୍କଡ଼ମାନଙ୍କ ସହିତ ପାରିଵାରିକ ସମ୍ପର୍କ ରଖିଵେ ଓ ତାଙ୍କ ଦେଶରେ ଵସଵାସ କରି ରହିଵେ ଏଵଂ ସମୟ ସମୟରେ ଉଭୟ ବାନର ଜାତିକୁ ପରସ୍ପର ଵିରୋଧରେ ମତେଇଵେ ।
ଯୋଜନା ଭିତ୍ତିକ କାର୍ଯ୍ୟକ୍ରମମାନ ସଅଳ ଆରମ୍ଭ ହୋଇଗଲା । କିଛି ଆଦିମାନଵ ଉଭୟ ବାନରଜାତିର କନ୍ୟାମାନଙ୍କୁ ନିଜର ପତ୍ନି କରି ସେମାନଙ୍କ ଜାତିରେ ଚଳିଵାକୁ ଲାଗିଲେ ପୁଣି ନିଜ କନ୍ଯାରତ୍ନମାନ ମଧ୍ୟ ସେମାନଙ୍କ ପାଦପଦ୍ମରେ ଅର୍ପଣ କଲେ ।
ଏଇ ମହାଜାତୀୟ ମିଳନରୁ କିଛି ଜାରଜମାନେ ଉଭୟ ବାନରଜାତିରେ ଜାତ ହେଲେ । ସେମାନଙ୍କ ମନରେ ଛୋଟଵେଳୁ ହିଁ ଘୃଣା ଦ୍ଵେଷର ଵୀଜ ଵପନ କରାଗଲା । ତାଙ୍କୁ ଈଶ୍ଵରଙ୍କ ସାମ୍ରାଜ୍ୟ ସ୍ଥାପନର ଉପଦେଶ ପ୍ରଦାନ କରାଗଲା । କଳେ ଵଳେ କୌଶଳେ ଯେମିତି ବି ହେଉ,ଯେତେ ମିଛ କହିଵାକୁ ପଡୁ଼ ପଛେ ସେହି ସୁଖ ସମୃଦ୍ଧିରେ ଭରା ମହାନ ସାମ୍ରାଜ୍ୟ ଗଠନ କରିଵାରେ ଏହି ଜାରଜମାନେ ପ୍ରାଣପଣେ ଜୁଟିଗଲେ ।
ସମୟ ସହ କେତେଟା ଜାରଜ ତାଙ୍କ ଅଞ୍ଚଳର ବାନରପଲ୍ଲର ନେତୃତ୍ଵ ବି ନେଲେ । ସେମାନେ ଉଭୟ ପକ୍ଷର ସରଳିଆ ଲୋକଙ୍କୁ ହାତକରି ସେମାନଙ୍କୁ ପରସ୍ପର ଵିରୋଧରେ ମିଛକଥାମାନ କହି ରଗେଇଲେ ,ଉସୁକେଇଲେ । ତେଵେ ଉଭୟ ବାନର ଦଳର ବୁଦ୍ଧିଜୀବୀମାନେ ପରସ୍ପର ମଧ୍ୟରେ ଘୃଣା ଦ୍ଵେଷ ବଢି଼ଵା ଦେଖି ତାହା ହ୍ରାସ କରିଵା ହେତୁ ବହୁତ ଚିନ୍ତନ ଚର୍ଚ୍ଚା କରୁଥାନ୍ତି ।
ଜଣେ ବୁଦ୍ଧିମାନ ହନୁପତିର ମୁଣ୍ଡକୁ ଉପାୟଟିଏ ଜୁଟିଲା । ସେ କହିଲା ଯଦି ମୁଖ୍ଯହନୁପତିଙ୍କ କନ୍ୟାର ଵିଵାହ ମର୍କଟରାଜଙ୍କ ସହ ହୋଇଯାଆନ୍ତା ତେଵେ ଏ ପ୍ରକାରର ଭେଦଭାଵ ଅନେକାଂଶରେ କମିଯାଆନ୍ତା ।
ଏକଥା ଶୁଣି ଗୁପ୍ତସଭାର ସଦସ୍ଯମାନେ ତାହାର ବୁଦ୍ଧିମତାର ପ୍ରଶଂସା କଲେ କିନ୍ତୁ ଆଦିମାନଵଙ୍କ ଜଣେ ଗୁପ୍ତଚର ବି ସେଠାରେ ଉପସ୍ଥିତ ଥାଏ । ସେ ଯାଇ ସବୁକଥା ଆଦିମାନଵଙ୍କୁ କହିଦେଲା ।
ଆଦିମାନଵମାନେ ସେଇଠୁ ମର୍କଟରାଜଙ୍କୁ କେମିତି କରଗତ କରିଵେ ସେଇ ଯୋଜନା ପ୍ରସ୍ତୁତ କରିଵାକୁ ଲାଗିଲେ । ଶେଷରେ ସ୍ଥିର ହେଲା ଯେ ଜଣେ ଆଦିମାନଵୀର ପ୍ରେମରେ ସେହି ମର୍କଟରାଜଙ୍କୁ ପକେଇଦେଲେ ସମସ୍ଯାର ସମାଧାନ ହୋଇଯିଵ ।
ଵିଵାହ ଵିଷୟକ ଶୁଭ ସଂଵାଦ ଶୁଣି ଏଣେ ଉଭୟ ବାନରଜାତିର ବୁଦ୍ଧିଜୀଵିମାନେ ଦେଶଟାକୁ ଉତ୍ସଵମୁଖର କରିଦେଲେ । କିଏ ଗଛରୁ ଡେଇଁଲା,କିଏ ଖେଁ ଖାଁ ହେଇ ନାଚିଲା ତ ଆଉ କେ ଗଛରୁ ଫୁଲ ତୋଳି ଆଣି ବିଞ୍ଚିଲା ଏଇଭଳି ନାନାପ୍ରକାରେ ସମସ୍ତେ ଆନନ୍ଦ ପ୍ରକାଶ କରୁଥାନ୍ତି । ତେଣେ ଵିଚ୍ଛିନ୍ନବୁଦ୍ଧି ବାନରମାନେ ଦାନ୍ତକଡ଼ମଡ଼ କରି ତାଙ୍କ ମାନଙ୍କ ନାଟ ତାମସା ଦେଖୁଥାଆନ୍ତି ।
ଏମିତିରେ କିଛି ଦିନ କଟିଗଲା । ଦିନେ ଆଉ ଗୋଟିଏ ଖବର ଶୁଣିବାକୁ ମିଳିଲା । କୁଆଡେ଼ ମର୍କଟରାଜ ଜଣେ ଅଜାତିଆ ଆଦିମାନଵୀକୁ ଵିଵାହ କରିନେଇଛନ୍ତି । ଏକଥା ହନୁମାନଡ଼ଙ୍କ ରାଇଜ ସାରା ରାଷ୍ଟ୍ର ହୋଇଗଲା । ଅନେକ ବୁଦ୍ଧିଜୀଵୀ ନିରାଶ ହେଲେ ଆଉ ଏହାର ସୁଯୋଗ ନେଇ ତାଙ୍କ ରାଇଜରେ ଥିଵା ବାଣ୍ଟବୁଦ୍ଧି ଜାରଜବାନରମାନେ ଏହାର ପ୍ରତିଶୋଧ ନେଵାକୁ ପ୍ରଵର୍ତ୍ତାଇଲେ ।
ଅନେକ ହନୁମାଙ୍କଡ଼ ଏଇ ଅନ୍ଯାୟର ନ୍ଯାୟ ଵିଚାର ପାଇ ହନୁପତିଙ୍କ ପାଖକୁ ଚାଲିଲେ । ହନୁପତିଙ୍କୁ ଏହାର ପ୍ରତିଶୋଧ ନେଵାକୁ ବାଧ୍ୟ କରାଗଲା । ଶେଷରେ ହନୁମାଙ୍କଡ଼ମାନେ ଦଳ ଦଳ ହୋଇ ମାଙ୍କଡ଼ରାଇଜ ଉପରେ ଚଢ଼ାଉ କରିଦେଲେ ।
ଏଭଳି ଅତର୍କିତ ଆକ୍ରମଣ ଦେଖି ମାଙ୍କଡ଼ମାନେ ଭୟରେ ଯିଏ ଯୁଆଡ଼େ ପାଇଲେ ପଳାଇଗଲେ ।
ଆଦିମାନଵମାନେ ଏଇ ସୁଯୋଗରେ ଥିଲେ । ସେମାନେ ଲୁଚାଇ ରଖିଥିଵା ତୀକ୍ଷ୍ଣ ପଥର ଢେଲା ବୋଲୁଅ ସବୁ ବାହାର କଲେ, ମୁନିଆଁ ତୀର ବର୍ଚ୍ଛା ସବୁ ସେତେବେଳେ ତାଙ୍କ ପାଖରେ ହିଁ ଥିଲା । ହନୁମାଙ୍କଡ଼ମାନେ ସେମାନଙ୍କୁ ଜିତିପାରିଲେନି ତେଣୁ ସେମାନେ ବି ପଳାଇଯାଇ ଦଣ୍ଡକାରଣ୍ୟର ନିଘଞ୍ଜ ବଦାଡ଼ରେ ଲୁଚିଗଲେ ।
ସେଇ ଦିନଠୁଁ ଆଜିଯାଏଁ ହନୁ ଓ ମାଙ୍କଡ଼ମାନଙ୍କ ମଧ୍ଯରେ ପଡୁନାହିଁ ଆଉ ହନୁଙ୍କୁ ଦେଖିଲେ ଆଜି ବି ମାଙ୍କଡ଼ମାନେ ଡରିମରି ପଳାଇଯାଆନ୍ତି । ତେଵେ
ଯେଉଁ ଆଦିମାନଵମାନେ ଏକଦା ଉର୍ବର ଭୂମି ଲାଭ ଆଶାରେ ଵିଭାଜନ ବୁଦ୍ଧିର କଳ୍ପନା କରିଥିଲେ ଆଜି ସେହି ଵିଭାଜନ ବୁଦ୍ଧିର କୁପରିଣାମ ଯୋଗୁଁ ସେମାନେ ବି ଅନେକ ଜାତିରେ ଵିଭକ୍ତ ହୋଇ ପରସ୍ପର ମଧ୍ୟରେ ହାଣମାର ହେଉଛନ୍ତି ।
No comments:
Post a Comment