Friday, December 20, 2019

କୌଣସି ଭାଷାର ଲିପି ତାହାର ବସ୍ତ୍ର ଅଟେ

ଓଡ଼ିଆ ଲିପିର ମୌଳିକତା ଯଥା ଏହାର ଯୁକ୍ତାକ୍ଷର ଓ ବର୍ଣ୍ଣର ଉଚ୍ଚାରଣଗତ ତ୍ରୁଟି ଦେଖେଇ ଜଣେ ବିଚ୍ଛିନ୍ନବାଦୀ ଗୋଟାଏ ବହି ଲେଖି ଏ ବର୍ଷ ଏକାଦେମୀ ପୁରସ୍କାର ପାଇଗଲା ! ତା ବହି ପଢ଼ିଲେ ଲାଗୁଛି  ସେ ଓଡ଼ିଆ ଲିପି ପରିତ୍ଯାଗ କରି ଦେବନାଗରୀ ଲିପି ବ୍ଯବହାର ପାଇଁ ପରୋକ୍ଷରେ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ପବର୍ତ୍ତାଉଛି ! ତେବେ ଦେବନାଗରୀ ଲିପି ବି ଶତକଡ଼ା 100 ଦୋଷମୁକ୍ତ ନୁହେଁ ତାହା ସହଜେ ପ୍ରମାଣ କରାଯାଇପାରେ ! ଓଡ଼ିଆମାନଙ୍କ {କ+ଷ=କ୍ଷ(ksha ଉଚ୍ଚାରଣ ହେବାକଥା khya ହୁଏ } ପରି ଉତ୍ତରଭାରତୀୟ କେତେକ ବର୍ଣ୍ଣ ର ଭୂଲ ଉଚ୍ଚାରଣ କରନ୍ତି ଯଥା:-ଣ କୁ ନ ଏବଂ ଅବର୍ଗ୍ଯ ବ(v,व)କୁ ୱ ବା w ପରି ଉଚ୍ଚାରଣ ଇତ୍ଯାଦି ! ସେ  ନିମକହାରାମ ପଣ୍ଡିତ ତା ବହିରେ ଲେଖିଛି ଯେ ଓଡ଼ିଆ ଲିପିର ନିମ୍ନ ଯୁକ୍ତାକ୍ଷର ଯାକ ଅବୈଜ୍ଞାନିକ ଯଥା :- ଞ୍ଚ,ଞ୍ଛ,ଜ୍ଞ,ଦ୍ଭ,ତ୍ପ ଇତ୍ଯାଦି ! ତେବେ ହିନ୍ଦିର ଦେବନାଗରୀ ଲିପିରେ ମଧ୍ଯ ସେଇଭଳି ଦୋଷରହିଛି ଯାହା ଅହିନ୍ଦିଭାଷୀଙ୍କୁ ହଇରାଣ କରିଥାଏ ଯଥା ଅ ପାଇଁ अ କିନ୍ତୁ ସେହି ଅ ରେ ଗୋଟାଏ ବିଶିଷ୍ଟ ବାଡ଼ି ଦେଇ ତାକୁ ଓ କରି ଦିଆଯାଏ =ओ କିନ୍ତୁ ଓ ବା O ଧ୍ୱନିତତ୍ୱ ଅନୁସାରେ ଅ ବା A ଠାରୁ ଭିନ୍ନ ଅଟେ ! ସେହିପରି ଆଉ କେତେକ ଦେବନାଗରୀ ଅକ୍ଷର ଅହିନ୍ଦିଭାଷୀଙ୍କ ପାଇଁ ସେମାନଙ୍କ ସାଦୃଶ୍ଯତା ଯୋଗୁଁ ଦ୍ୱନ୍ଦ ଉତ୍ପନ୍ନ କରନ୍ତି ଯେମିତିକି ~(इ;झ,ज्ञ),(ऋ;त्र),(क;फ),(ख;रव),(घ;ध),(ङ;ड),(ढ;द),(त;न),(ध;थ),(भ;म),(य;थ),(श;ख,स,र) ଇତ୍ଯାଦି ! ଏଇଠି କହିରଖେ କୌଣସି ଲିପିରେ ଥିବା ଅକ୍ଷରର ଯଦି Evolution ଇତିହାସ ନଥାଇ ତାକୁ ସୃଷ୍ଟି କରାଯାଇଥାଏ ତେବେ ଯାଇ ତାକୁ ଅବୈଜ୍ଞାନିକ କୁହାଯାଇପାରିବ ! ଏ ଦୃଷ୍ଟିରୁ ଉଭୟ ଲିପି ନିତାନ୍ତ ଦୋଷମୁକ୍ତ ଅଟଇ ! ଏଣୁ ଶେଷରେ ସମସ୍ତ ବିଚ୍ଛିନ୍ନବାଦୀଙ୍କୁ କହିବି  ଯୋଉ ଭାଷାରେ କଥା କହିବା ଶିଖିଛ, ଯୋଉ ଭାଷାର ଲିପିରେ ଭାରତୀୟ ବର୍ଣ୍ଣ ପରିଚୟ ପାଇଛ ତାହାର ପାରିଲେ ମାନ ରଖ ସାମୁହିକ ବସ୍ତ୍ରହରଣ କରିବାକୁଯାଇ ବହି ଲେଖନି ! କୌଣସି ଭାଷାର ଲିପି ତାହାର ବସ୍ତ୍ର ଅଟେ ଏବଂ ମାତୃଭୂମିର କଣ୍ଠସ୍ୱର ହେଉଛି ସେ ଭୂଭାଗର ମାତୃଭାଷା ଏକଥା ଆଦୌ ଭୂଲନି

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...