ଗୋଟିଏ ଗ୍ରାମରେ ମଦନସିଂହ ନାମକ ଜଣେ ପହିମାନ ରହୁଥାନ୍ତି । ସେ କୁସ୍ତି ଲଢି ବହୁତ ପୁରସ୍କାର ପାଇଥା'ନ୍ତି । ପାଖ ଗ୍ରାମର ମୁଖିଆମାନେ ଏକଥା ଜାଣିଥିଲେ । ତେଣୁ ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ କର ଅସୁଲ କରିବାର ଦାୟିତ୍ଵ ଦିଆଗଲା । ସେ ସହୁତ ଭଲ ଭାବରେ ନିଜ କାମ ତୁଲାଇଥାନ୍ତି ।
ଥରେ ଜଣେ ଚୋର ତାଙ୍କ ଉପରେ ଆଖି ରଖିଲା । ଯେତେବେଳେ ବହୁତ ଟଙ୍କା ପଞ୍ଚାୟତ ଘରେ ରଖା ହୋଇଥିଲା ଚୋରଟା ତାଲା ଭାଙ୍ଗି ଟଙ୍କାସବୁ ନେଇ ଚମ୍ପଟ ହେଲା ।
ଗ୍ରାମ ମୁଖିଆ ଏକଥା ଶୁଣି ବହୁତ ରାଗିଲେ ; ମଦନଙ୍କୁ ଡାକି କହିଲେ ,
“ ତୁମେ ଏତେ ବଳୁଆ ବୋଲି ତୁମକୁ ଏ କାମରେ ରଖା ହୋଇଛି । ଚୋରକୁ ଧରିଲ ନାହିଁ କାହିଁକି ? ”
ମଦନସିଂହ ସହଜଭାବରେ କହିଲେ , “ ଶୁଣନ୍ତୁ , ମୁଁ ଯେତେବେଳେ କୁସ୍ତି ଲଢେ , ଲୋକମାନେ ସିଟି ମାରି ଚାଳିମାରି ମୋତେ ଉତ୍ସାହ ଦିଅନ୍ତି , ଯେଉଁଥରେ ମୋର ବଳ ଅଧିକ ହୁଏ , ମୁଁ ଜିତେ । ଏଠାରେ କେହି ଉତ୍ସାହ ଦେଵାକୁ ନଥିଵାରୁ ମୁଁ ଚୋର ଧରିପାରିଲି ନାହିଁ ।”
ମଦନସିଂହଙ୍କ କଥା ଶୁଣି ମୁଖୁଆ ଏଥର ବୁଝିଗଲେ ଯେ ବାହାରୁ କାହାର ବଳିଷ୍ଠ ଦେହ ଦେଖି କାମ ଦେଵା ଉଚିତ୍ ନୁହେଁ । ତାର ‘ ସ୍ଵଭାଵ ଵିଷୟରେ ଯଥେଷ୍ଟ ଜ୍ଞାନ ରହିଥିଵା ଆଵଶ୍ୟକ ।
(ଓଡ଼ିଆ #ଜହ୍ନମାମୁଁ ପତ୍ରିକାର ୧୯୯୩ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଗଳ୍ପ / ହିନ୍ଦୀ #ଚନ୍ଦାମାମା ପତ୍ରିକାରେ ୧୯୯୨ ଵର୍ଷ ଡିସେମ୍ବର ମାସରେ दायित्व किसे सौंपे ନାମରେ ପ୍ରକାଶିତ ହୋଇଥିଲା ।)
No comments:
Post a Comment