Saturday, February 11, 2017

ଭାଲେଣ୍ଟାଇନ୍ ଆଣ୍ଡ ଆଣ୍ଟି ଭାଲେଣ୍ଟାଇନ୍ ଡେ ~

ଆଜିକାଲି ଆମ ଦେଶର ଯୁବ ପିଢି
Valentine's day ର ନିଶାରେ ମାତାଲ ହୋଇ ନିଶାସକ୍ତ ମାନବ ଭଳି ଗଳି ମହଲାରେ ପଟେଅଧେ ସବୁଠି ଦୃଷ୍ଟିଗୋଚର ହୋଇଥାନ୍ତି ....

ଆଜି ଭାଲେଣ୍ଟାଇନ୍ସ ଏବଂ ଆଣ୍ଟି-ଭାଲେଣ୍ଟାଇନ୍ସ ଡେ ବିଷୟରେ କିଛିଟା ଆଲୋଚନା କରିନେବା ।
ପୂର୍ବରୁ ସନ୍ଥ ଭାଲେଣ୍ଟାଇନଙ୍କ ବିଷୟରେ କୁହାଯାଇଛି
ଯେ ସେ କେମିତି କାମାସକ୍ତ ମୌଳିବାଦୀ ରୋମବାସୀଙ୍କୁ ପ୍ରେମ ଶିଖଉଥିଲେ
ଏବଂ ସମ୍ରାଟ କ୍ଲାଉଡିୟସ୍ ଦ୍ବାରା ସୂଳୀ ଦଣ୍ଡାଦେଶ ରେ ଦଣ୍ଡିତ ହୋଇ ମୃତ୍ଯୁବରଣ କରିଥିଲେ ।

ଫେବୃଆରୀ 7ରୁ ଭାଲେଣ୍ଟାଇନ୍ ପର୍ବ ର ଅୟମାରମ୍ଭ
ହୋଇଯାଏ ।

ଜୀବନର ଯୌବନରେ ପ୍ରେମ ପ୍ରୀତି ପ୍ରଣୟ
ପ୍ରତ୍ୟେକ ଜୀବ ପାଇଁ ଏକ ଜରୁରୀ ଉପାଦାନ ...

ରୋମଦେଶର କାମାତୁର ମାନବମାନେ
ଯେତେବେଳେ ତାଙ୍କ ସଂସ୍କୃତିର ଏକ ଦୂର୍ବଳ ରୁଗ୍ଣ ଦିଗକୁ ଅନୁଭବ କଲେ
ସେମାନେ କାମନା ବାସନା ଅପେକ୍ଷା ପ୍ରେମକୁ ଗୁରୁତ୍ୱ ଦେବା ଆରମ୍ଭ କରିଦେଲେ .....

ଭାଲେଣ୍ଟାଇନ୍ ଆଉକିଛି ନୁହଁ ଝିଅ ପଟେଇବାର
ଆଦିମ ଟ୍ରିକ୍ ଟା 😀😀😀
#RoseDay 7ଫେବୃଆରୀ

ତୁମେ ଯେଉଁ ଝିଅକୁ କି ପୁଅ ଭଲ ପାଉଛ ତାକୁ
ସାଧାରଣତଃ ଗୋଲାପ ଫୁଲଟିଏ ଦେବ....
#ProposeDay 8 ଫେବୃୟାରୀ

ଗୋଲାପ କିମ୍ବା ରିଙ୍ଗ ଦେଇ ଆଣ୍ଠୁମାଡି ବସି ଏକ ବିଶିଷ୍ଟ
ଠାଣିରେ
ପ୍ରପୋଜ କରାଯାଏ ....
ହେ ମୋ ମନର ଦେବୀ ! ମୋ ଭଳି ପାପିଷ୍ଟର ପାଣିଗ୍ରହଣ କରି ମୋ ଉପରେ ଦୟାକର 😀😀😀

#ChocolateDay 9 ଫେବୃଆରୀ

ତତ୍ପରେ ଆରମ୍ଭ ହୋଇ ଯାଏ
ଝିଅଙ୍କ ମନ ଜିତିତାଙ୍କ ପ୍ରେମ ହାସଲକରିବାର ସବୁପ୍ରକାର ଫନ୍ଦିର ପ୍ରୟୋଗ....
ଛିଅକୁ ଚକେଲେଟ୍ ଦେଇ ତାଙ୍କୁ ଭେଣ୍ଡାମାନେ
ବୁଦ୍ଧୁ ବନେଇ କୃତକାର୍ଯ୍ୟ ହୋଇଯାଅନ୍ତି । 😀😀😀

#TeddyDay 10 ଫେବୃଆରୀ

ଆମ ଦେଶରେ ଆଗେ ଅଭିଆରୀ କିଶୋରୀ କନ୍ଯା ମାନେ ଲୁଗା ତିଆରି କଣ୍ଢେଇ ତିଆରି କରି ଖେଳୁଥିଲେ
ସେଇ ଖେଳର ଏଇ ଟେଡ୍ଡୀ ଟା ଇଉରୋପିଆନ୍ ସଂସ୍କରଣ ।
ଗୋଟେ କିଶୋରୀ ଝିଅର ସବୁଠୁ ବଡ ସାଙ୍ଗ ତା ଟେଡ୍ଡୀ ...
ତେଣୁ ଗୋଲାପ ଦେଇ ଲାଇନ୍ ମାରି ପ୍ରପୋଜକରି
ଚକେଲେଟ୍ ଦେଇ ଯୋଉ ଝିଅ ନ ଫସିଲା ତାକୁ
Teddy ଦେଇ ପଟାଅ ବୋଲି ସନ୍ଥ ଭାଲେଣ୍ଟାଇନ୍ ତାଙ୍କ ଭକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ 😀😀😀

#PromiseDay 11 ଫେବୃଆରୀ
ତାପରେ ଝିଅ ପଟିଗଲେ ପ୍ରେ ପୂର୍ବରୁ ପ୍ରତିଶ୍ରୁତି ଦେବାକୁ
ହେଉଥିଲା ଆଜି ମଧ୍ଯ ଏ ନିୟମ ଅଲେଖା ହୋଇ ବି ଲାଗୁଅଛି.....
ପ୍ରେମରେ ସପଥ ଖାଇବାକୁ ହୁଏ .......
କନ୍ଯା କୁହେ ସଂସାରରେ ତୁମପାଇଁ କେବଳ ମୁଁ ହିଁ ତୁମ ଆରାଧ୍ଯ ଦେବୀ
ଖବରଦାର୍ ମୋ ବ୍ଯତିରେକ ଅନ୍ଯ କନ୍ଯା କୁ ଯଦି ଦେଖ କି ଲୁଚି ଲୁଚି ତାର ପୂଜା କରୁଥାଅ....😀😀😀😀

#KissDay 12 ଫେବୃଆରୀ

ପୁଅମାନେ ସପଥ କଲାପରେ ଝିଅ ମାନେ
କିଲେ ହେବ ଲିପିଷ୍ଟିକ ମାଖିଥିବା
ତାଙ୍କ କୃତ୍ରିମ ରଙ୍ଗୀନ ଓଷ୍ଠକୁ ପୁଅର ପ୍ରାକୃତିକ ଓଠରେ
ମିଶେଇ ଦେଇ ଦିଅନ୍ତି ।
ସଂସାରରେ ଚୁମ୍ବନ ଏମିତି ଏକ କଳା ଯାହା ମାନବର ନିଜସ୍ବ ....
ସେଥିରେ ପୁଣି ପରସ୍ପରର ଜୀବାଣୁ ଯୁକ୍ତ ମୁଖମଧ୍ଯରୁ ରସପାନ କରିବା,ପରସ୍ପର ମୁଖ ମଧ୍ଯେ ଜିହ୍ଵା ପୋଷଣ କରିବା ଆ ହା ହା !!! ସତରେ ବଡ଼ ଐଶ୍ବରୀୟ ଅନୁଭୂତି ସିଏ 😂😂😂😂
ତେବେ ଜାଣି ଖୁସି ହେବେ ଚୁମ୍ବନକରିବା ଇଉରୋପ ଲୋକେ ଭାରତୀୟ ଙ୍କ ଠାରୁ ଶିକ୍ଷା କରିଥିଲେ....😇😇😇
#HugDay 13 ଫେବୃଆରୀ

ଶରୀର କୁ ଶରୀର ରେ ମିଶେଇ ଦେଇ ଏଇଠୁ
ପ୍ରେମୀ ଯୁଗଳ ଏକ ହୋଇଯାଅନ୍ତି ।
ଏଠି ହଗ୍ ମାନେ ହଗିବା ନୁହେଁ 😀😀😀
ଆଜିକାଲି ଉତ୍ତରଭାରତୀୟ ହଗ୍ ଡେ କୁ ନେଇ
ସୋସିଆଲ ସାଇଟ୍ ରେ ଖୁବ୍ ଜୋକ୍ କରୁଛନ୍ତି ।
ଆମ
ହଗ ଶବ୍ଦ ଟି ସଂସ୍କୃତ ହଦ୍ ଧାତୁ ରୁ ଆସିଅଛି ଯାର ମୂଳ ଅର୍ଥ ଶରୀର ରୁ ତ୍ଯାଗକରିବା......
ପରବର୍ତ୍ତୀ କାଳରେ ଏହା ମଳତ୍ଯାଗକରିବା ଅର୍ଥରେ ବ୍ଯବହାର ହେଲା ।
(ସମ୍ବଲପୁରୀ-ହଦ=ବଡ଼ଗାତ,ବଲାଙ୍ଗୀର=କାଦୁଅ ପୂ.ଭା.)
ତେବେ ସେ ଯା ହେଉ
ଇଂରାଜୀରେ ହଗ୍ ମାନେ ଆଲିଙ୍ଗନ ଯାହାର ବୈଦିକ ଭାଷା ସହ ନିକଟ ସମ୍ପର୍କ ନାହିଁ ।
ଏକ ଏକ ପ୍ରାଚୀନ ନର୍ମନ୍ ଶବ୍ଦ hugga କିମ୍ବା
ଜର୍ମନ ଶବ୍ଦ hegen ରୁ ଇଂରାଜୀରେ ପ୍ରବେଶ କରିଥିବା ଅନୁମାନ କରାଯାଏ ।
ପରସ୍ପରକୁ କୁଣ୍ଢେଇ ଧରିଲେ ଏକପ୍ରକାର ର ଏନର୍ଜି ମିଳେ ବୋଲି କିଛି ଦିନ ତଳେ ଦଳେ ଗବେଷକ ମତ ଦେଇ ଥିଲେ । ବୋଧହୁଏ ଏକଥା
ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଜଣାଥିଲା ତେଣୁ ସେ ନିର୍ଦ୍ଦେଶ ଦେଇଥିବେ .......
ଯାଅରେ ଆଜି ହଗ୍ ଡେ
ଯାହାକୁ ପାଇଲେ କୁଣ୍ଢାଅ
ପାଓ୍ବାର ମିଳିବ 😀😀😀😀😀

#ValentinesDay 14 ଫେବୃଆରୀ

ସନ୍ଥ ଭାଲେଣ୍ଟାଇନ୍ ଙ୍କ କଥାରେ ପଡି ଦେଶ ଯାକର ଲୋକ କାମଦାମ କଲେନି ଖାଲି ପାଓ୍ବାର ପାଇଁ ପରସ୍ପରରେ କୁଣ୍ଢା କୁଣ୍ଢି ହେବାରେ ମସଗୁଲ୍ ହୋଇ ଗଲେ ।
ଏ ଆଲିଙ୍ଗନ ରୋଗ ଦିନକ ମଧ୍ଯରେ ଦେଶଯାକ ବ୍ଯାପିଗଲା । ରାଜା କ୍ଲାଉଡିୟସଙ୍କ ସେନାପତି
ରାଜାଙ୍କୂ କୁଣ୍ଢେଇବାକୁ ଦୌଡିଲେ ....
ରାଜା ଏକବାରେ ଖପ୍ପା 😀😀😀
ଆବେ ଏଟା ରାଜସଭା ନା ହାଟ ! ଏଠି କି ପାଲା ଚଲେଇଛ ?
ସେନାପତି ରାଜାଙ୍କୁ ଆଲିଙ୍ଗନ କଲେ ପାଓ୍ବାର ମିଳିବ କଥା କହିଲାରୁ ରାଜା
ଜୋରରେ ଚିତ୍କାର କରି ଉଠିଲେ !
ହାକ୍ .... ଏସବୁ ଫାଲତୁ କଥା କିଏ ପ୍ରଚାର କରୁଛି ? କିଏ ମୋ ଦେଶର ଲୋକଙ୍କୁ କିମିଆ କରିଛି ?
ସେନାପତି ମୁଁ କ୍ଲାଉଡିୟସ୍ ତୁମକୁ ଆଦେଶ ଦେଉଛି
ଯାଅ ସେ ଦୋଷୀ କୁ ତତ୍ କ୍ଷଣାତ୍ ଏଠାକୁ ଧରିଆଣ , ଆଜି ତା'ର ବିଚାର ହେବ ।
ରାଜା କହିବା ମୁତାବକ ସେନାପତି ସନ୍ଥ ଭାଲେଣ୍ଟାଇନ୍ ଙ୍କୁ ଧରିଆଣି ରାଜାଙ୍କ ଆଗରେ ହାଜରକଲା ।
ରାଜା ଭାଲେଣ୍ଟାଇନ୍ ଙ୍କୁ ଆପଦ ମସ୍ତକ ନିରୀକ୍ଷଣ କରିନେଇ କହିଲେ
"କିହୋ ସେ କପିଳା ତହେଲେ ଏ ବୁଢା ଟା.... ହଇରେ ତୁ ପୁଣି ମରଣକାଳରେ ଖ୍ରୀଷ୍ଟଲୀଳା କରିବା ଶିଖଉଛୁ....
ଯାଅ ଆକୁ ସୂଳୀରେ ବସାଅ....
ଆଜି 14 ଫେବୃଆରୀ କୁ ଭାଲେଣ୍ଟାଇନ ଡେ କହି ପାଳ

କାଲିଠୁ ଦେଶରେ 7 ଦିନଯାଏ ମୋ ହିସାବରେ ଲୋକ ସାତଟି ପର୍ବ ପାଳିବେ
ସେଇଦିନଠାରୁ ଭାଲେଣ୍ଟାଇନ୍ ଡେ ପରେ ଆଣ୍ଟିଭାଲେଣ୍ଟାଇନ୍ ଡେ ମାନ ସବୁ ପାଳନ କରାଗଲା ।

15 ଫେବୃଆରୀ #SlapDay

ଯୋଉ ମାନେ ସାତଦିନ ଯାଏଁ ପ୍ରେମ ସାଗରେ ଭାସୁଥିଲେ ସେମାନଙ୍କୁ ପରସ୍ପରକୁ ଚାପୁଡା ମାରିବାକୁ ପଡ଼ିଲା ... ଯା ହେଲେ ରଜା ଆଦେଶ
ନମାନିଲେ ମରଣ ସାର 😀😀😀

#KickDay 16 ଫେବୃଆରୀ

ଆଣ୍ଟି ଭାଲେଣ୍ଟାଇନ୍ ଡେ ର ଦ୍ବିତୀୟ ଦିନ
ପ୍ରେମୀଯୁଗଳଙ୍କୁ ପରସ୍ପରର ପିଚାକୁ ଗୋଇଠା ମାରିବାକୂ କୁହାଗଲା 😀😀😀😀

#PerfumeDay 17 ଫେବୃଆରୀ

ପ୍ରେମୀ ଯୁଗଳଙ୍କୁ ପରସ୍ପରର ମୁହଁ ରେ ପାଡିବାକୁ କୁହାଗଲା .... ରାଜା ସେଇଦିନଟିକୁ ପରଫ୍ୟୁମ୍ ଡେ କହିଲେ 😀😀😀

#FlirtingDay 18 ଫେବୃଆରୀ

ତତ୍ପର ଦିନ ରାଜା ସମସ୍ତ ଯୋଡ଼ି ମାନଙ୍କୁ ତାଙ୍କ ପାର୍ଟନର୍ ଭିନ୍ନ ଅନ୍ଯ ସହ ଫ୍ଲର୍ଟ କରିବାକୁ ଆଦେଶ ଦେଲେ 😀😀😀

#ConfessionDay 19 ଫେବୃଆରୀ

ପୂର୍ବଦିନ ପ୍ରେମୀ ମାନେ ପରସ୍ପରକୁ ଧୋକା ଦେଇଥିଲେ ତେଣୁ ବୁଝାବୁଝି ରୁଷାରୁଷିରେ
ଦିନଟା କଟିଗଲା

#MissingDay 20 ଫେବୃଆରୀ

ଦେଖାଗଲା ଏଇଦିନ ଅଧିକାଂଶ ଲୋକ ଆଉ
ରାଜାଙ୍କ ପ୍ରାସାଦ ପାଖକୁ
ଆସିଲେ ନାହିଁ
ସବୁ ଯନ ଦୁଃଖରେ ଘରେ ବସି ରହିଲେ
ଏଣେ କ୍ଲାଉଡିୟସ ମଧ୍ଯ ନିଜେ ସଫଳ ହୋଇଥିବା ଦେଖି ମନେ ମନେ ଖୁସି ହେଲା...

#BreakupDay 21 ଫେବୃଆରୀ

ରୋମ ଦେଶର ଲୋକ ବୁଝି ସାରିଥିଲେ ଯେ
ତାଙ୍କ ଦେଶରେ ଖାଲି ପାଗଳଙ୍କ ଭଳି ଅବାଞ୍ଛିତ ଅବାଧ ପ୍ରେମ କଲେ ଚଳିବନି
ତେଣୁ ବ୍ରେକ୍ ଅପ୍ ଡେ ପାଳିଲେ ସବୁ ପ୍ରେମୀ ପରସ୍ପର ଠାରୁ ଅଲଗା ହୋଇ ଗଲେ ।

ସତରେ ପ୍ରେମରେ ବିରହ ନଥିଲେ ସେ କି ପ୍ରେମ
ଜୟ ବାବା ଭାଲେଣ୍ଟାଇନଙ୍କର ଜୟ 😀😀😀😀
(Thats all folks😀😀😀)

Friday, February 10, 2017

ମଦର ଉଦ୍ଭାବକ ~ନାରୀ

ଆମ ଦେଶର ସ୍ତ୍ରୀ ଲୋକେ ସାଧାରଣତଃ ମଦକୁ ଘୃଣା କରିଥାଅନ୍ତି ।
ପତିଦେବ ସୋମରସ ପାନକରି ଆସିଲେ
କୋଉ ସ୍ତ୍ରୀ ଗାଳୀରେ ସ୍ଵାଗତ କରେ ତ
ଆଉ କିଏ
ଛାଞ୍ଚୁଣୀରେ ତାଙ୍କ ଭୂତ ଝଡାଏ 😀😀😀

ତେବେ
ନାରୀ ମାନେ ମଦକୁ ଘୃଣା କରିବାର ଏକ ଅତି ପ୍ରାଚୀନ କାରଣ ଥିବା ଅନୁମାନ କରାଯାଏ ।

ପ୍ରାଚୀନ କାଳରେ ଲୋକେ ଫଳମୂଳ ଖାଇ ବଞ୍ଚୁଥିଲେ
କିନ୍ତୁ ସବୁଦିନ ,ସବୁ ଋତୁରେ ତ
ଏକ ପ୍ରକାରର ଫଳ ଫଳିବନି ନା !!!
ତେଣୁ ପ୍ରାଚୀନ ମଣିଷ ଶସ୍ଯ ସଂଗ୍ରହ ଏବଂ ଫସଲ ରକ୍ଷଣାବେକ୍ଷଣ ବିଧି ସବୁ ଧୀରେ ଧୀରେ ଶିଖିଲା....

ସେ ସମୟରେ ଅଗ୍ନି ତଥା ଖାଦ୍ଯ ସମ୍ବନ୍ଧୀୟ
ଅଧିକାଂଶ ଦାୟିତ୍ବ ନିଶ୍ଚୟ ନାରୀ ଙ୍କ ହସ୍ତରେ ନ୍ଯସ୍ତ ଥିଲା । ଅତୀତରେ ମାନବ ଦ୍ବାରା ଚିତ୍ରିତ ଗୁମ୍ଫାଚିତ୍ର ଗୁଡିକରେ ନାରୀ ମାନଙ୍କୁ ଏହିଭଳି ଚିତ୍ରଣ କରାଯାଇଛି ତେଣୁ ଆଜି ମଧ୍ଯ ନାରୀ ମାନେ ଆମ୍ଭ ରୋଷେଇ ଶାଳ ସମ୍ଭାଳନ୍ତି ।
ନାରୀ ମାନେ ଧୀରେ ଧୀରେ ଅନେକ ପ୍ରକାରର ବ୍ଯଞ୍ଜନ ସବୁ ତିଆରି କରିଥିବା ସିଖିଥିବେ ଅନ୍ଯକୁ ସିଖାଇଥିବେ !
ଯେହେତୁ ରୋଷଶାଳ ତାଙ୍କ ହାତ ରେ ଥିଲା
ସବୁ ପ୍ରକାରର ଖାଦ୍ଯ ସାମଗ୍ରୀ ନାରୀ ମାନଙ୍କ ଦ୍ବାରା ଉଦ୍ଭାବନ କରାଯାଇଛି କହିଲେ ଭୂଲ ହେବନାହିଁ । ସମସ୍ତେ ଜାଣନ୍ତି
ସ୍ତ୍ରୀ ଜାତିଟି ଖଟାପ୍ରିୟ ଜାତି 😀😀😀
ସେକାଳେ ମଧ୍ଯ ଅଳପ ବହୁତେ ଏ ଗୁଣ ତାଙ୍କଠେଇ ଥିବ ।
ଗାଁ ରେ ଆଜି ମଧ୍ଯ ଘରେ ଘରେ ଖଟା ତିଆରି ହୁଏ ସ୍ତ୍ରୀ ଲୋକ ତାହା ଅତି ଯତନରେ ତିଆରି କରିଥାଅନ୍ତି ...
ସେହିଭଳି
ଶୀତ ଦିନରେ ନାରୀ ମାନଙ୍କ ଦ୍ବାରା କାନ୍ଧିଆ ଫଳର ରସ ସହ ଲଙ୍କା ବରକୋଳି ଆଦି ପକେଇ କାନ୍ଧିଆପାଣି କରାଯାଏ । ଏହା ଅନେକ ମାସ ଯାଏଁ ରହିପାରେ ।
ଏଇ କାନ୍ଧିଆପାଣିକୁ ହିନ୍ଦୀ ଭାଷୀ ସିର୍କା କୁହନ୍ତି ।
ସିର୍କା କେବଳ କାନ୍ଧିଆ ହିଁ ନୁହଁ ସବୁ ଫଳରସକୁ କୁହାଯାଏ ।
କୋୖଣସି ଫଳରସକୁ କିଛି ଦିନ ବନ୍ଦ ବୋତଲରେ ସାଇତି ରଖିଲେ ତାହିଁରେ ଭିନେଗାର ଉତ୍ପନ ହୁଏ ।
ପ୍ରାଚୀନ କାଳରେ ମଣିଷ ପ୍ରଥମେ ପାତ୍ର ଆଦି ତିଆରି ଶିଖିବା ପରେ ସିର୍କା ସାଇତିବା ଶିଖିଥିବ ।
ଦିନେ କୌଣସି ନାରୀ ମନରେ କୌତୁହଳ ଜନ୍ମିଥିବ
ଦେଖି ଏ ସିର୍କା କୁ ନିଆଁରେ ଗରମ କରି ଦେଖିବା କଣ ହେଉଛି ....
ସେ ତାକୁ ଘରମ କରି ଚାଖିଥିବ
ତାକୁ ତାହା ଆମୋଦିତ ଆନ୍ଦୋଳିତ ଉତ୍ସ୍ରୃଙ୍ଖଳିଥ କରିଦେଇ ଥିବ ...
ତା ଦେଖା ଦେଖି ଅନ୍ଯ ପରିବାର ସଦସ୍ଯ ମାନେ ମଧ୍ଯ ଚାଖିଥିବେ ।
ଏଇଠୁ ମଦର ଆବିର୍ଭାବ ଆଉ ମଦୁଆଙ୍କ ରାମରାଜ୍ୟର ମୂଳଦୁଆ ପଡ଼ିଥିଲା ବୋଲି ବୁଝାଯାଉ ....

ତେଣୁ ନାରୀ ମାନେ ହିଁ ସମ୍ଭବତଃ ମଦ ସହ ସବୁ
ପ୍ରକାରର ଖାଦ୍ଯ ଦ୍ରବ୍ଯର ଉଦ୍ଭାବକ
ଏବଂ ନିଜ ହାତରେ ଏକ ନିଶାଦ୍ରବ୍ଯଟିଏ ଅଜାଣତରେ
ତିଆରି କରିଦେଇଥିବାରୁ ସେଦିନ ର ପଶ୍ଚ୍ଯାତାପଟି ଆଜି ବଢି ବଢି ଘୃଣା ହୋଇଯାଇଛି ଯାହା 😉😉😉😉

Wednesday, February 8, 2017

ଛତରଖିଆ

478 AD ସମୟରେ ରୋମ ସାମ୍ରାଜ୍ୟ ରେ ଜଣେ ରାଜା ଶାସନ କରୁଥିଲା କ୍ଲାଉଡିୟସ୍ ....
ସେ ରାଜାଙ୍କର ଏକ ଧାରଣା ଜନ୍ମିଥିଲା ଯେ ଯେଉଁ ସୈନିକ ଅବିବାହିତ ରହିବ
ସେ ଅଧିକ ଶକ୍ତିଶାଳୀ ହୋଇବ ।
ରାଜାଗୋଜା ବୁଦ୍ଧି କୁ ହୁକୁମ କଲେ ଏଣିକି ମୋ ରାଜ୍ଯରେ ସର୍ବେ ଅବିବାହିତ ରହିବେ...

କେହିବି ପ୍ରେମ ଅଥବା ବିବାହ କରିବା ଜଣାଗଲେ
ସେମାନଙ୍କର ନିର୍ମମ ହତ୍ଯା କରାଯାଉଥିଲା ।
ରୋମରେ ଜଣେ ପାଦ୍ରୀ ଥିଲା #Valentine
ସେ ଦେଶଯାକ ବୁଲିବୁଲି ଲୋକଙ୍କୁ ଏକପତ୍ନୀବ୍ରତ ତଥା ପ୍ରେମ ବିଷୟରେ ପବର୍ତ୍ତାଇ ବିବାହ କରାଇଦେଉଥିଲା । ଭାଲେଣ୍ଟାଇନ୍ ଯୁଗରେ ୟୁରୋପୀୟ ସମାଜରେ ଲୋକେ
ବିବାହ କଣ ଜାଣି ନଥିଲେ । ବହୁନାରୀ ବହୁପୁରୁଷ ଗମନ ପୂର୍ବକ ପଶୁବତ୍ ଜୀବନଯାପନ କରୁଥିଲେ ।
ସନ୍ଥ ଭେଲେଣ୍ଟାଇନ୍ ଙ୍କ ବିଷୟରେ କ୍ଲାଉଡିୟସ୍ ଜାଣିଲା ପରେ ତାଙ୍କୁ ଫାସିରେ ଝୁଲାଇ ମାରିଦେଲା ।
ସେ ଦିନ ଟି ଥିଲା 14 February ଯେଉଁ ଦିନ ତାଙ୍କୁ ଫାସିଦିଆ ଯାଇଥିଲା ।
ସେଇଦିନଠାରୁ ୟୁରୋପୀୟ ମାନଙ୍କ ମଧ୍ଯରେ ଏ ପର୍ବ ସୀମିତ ରହି ଆଜିଯାଏଁ ଜୀବିତ ଅଛି ।
ହଜାରେ ବର୍ଷପରେ
ବିଦେଶୀ ଇଉରୋପୀୟ ମାନେ ଭାରତରେ ଶାସନ କଲେ ।
ତାଙ୍କ ଅବ୍ଯବସ୍ଥା ଯୋଗୁଁ ନାନାବିଧ ଅସୁବିଧା ଭୋଗ କରି ଆମ ପୂର୍ବପୁରୁଷ ପୋକମାଛି ଭଳି
ନ ଅଙ୍କ ଦୁର୍ଭିକ୍ଷ ରେ ମଲେ ।
ସେଇ ସମୟରେ ଖ୍ରୀଷ୍ଟିଆନ୍ ପାଦ୍ରୀ ମାନଙ୍କୁ ଧର୍ମାନ୍ତରଣ ର ବଡ଼ ମଉକାଟେ ମିଳିଗଲା ।
1866,1867,1868 ରେ କୋଟି କୋଟି ଓଡିଆ ବଙ୍ଗଳି ଏବଂ ବିହାରୀ ଲୋକ ମରୁଡି ଯୋଗୁଁ ମରୁଥିଲାବେଳେ
ପାଦ୍ରୀମାନେ ଗାଁ ଗାଁ ବୁଲି ଅନ୍ନଛତ୍ର ବାଣ୍ଟିଲେ ।
ଏପଟେ ତାଙ୍କ ମଣ୍ଡବିକା କେତୁଟା ଲୋକ ହିନ୍ଦୁ ସମାଜରେ ପ୍ରଚାର କରିଦେଲେ
ଯିଏ ପାଦ୍ରୀ ହାତ ଖାଦ୍ଯ ଖାଇବ
ଯବନ ହେବ ,ପଠାଣ ହେବ, ଖ୍ରୀଷ୍ଟିଆନ୍ ହେବ ।
ତାର ହିନ୍ଦୁ ଧର୍ମରେ ସ୍ଥାନ ନାହିଁ ।
ଓଡ଼ିଆ ଲୋକ ସେ ଯୁଗରେ ପଛେ ଭୋକରେ ମରିଗଲେ ତାଙ୍କ ଖାଦ୍ଯ ଛୁଇଁ ନଥିଲେ ।
ଏପଟେ ବଙ୍ଗଳା ହିନ୍ଦୁଙ୍କ ମଧ୍ଯରେ କେତେ ଲୋକ
ଅନ୍ନ ଖାଇ ଖ୍ରୀଷ୍ଟିଆନ୍ ହୋଇ ପୁଣି ଜାତିକୁ ନଫେରିପାରିବାରୁ ମୁସଲମାନ ହୋଇ ଯାଇଥିଲେ ।
ଆମ ଓଡ଼ିଆ ରେ ସେଇ ଅନ୍ନଛତ୍ରରେ ଖାଉଥିବା ଲୋକଙ୍କ ପାଇଁ ସେତେବେଳେ ଏକ ଶବ୍ଦ ଜନ୍ମ ନେଲା
#ଛତରଖିଆ
ସେଇ ଶବ୍ଦ ପୁଣି #ଛତରା ହେଲା ।
ସେକାଳରୁ ଏଯାବତ କେତେ
ବର୍ଷ ମାସ ଯୁଗ ବଦଳିଗଲାଣି ।
ଶାସକବର୍ଗ ଏବଂ ଶାସନତନ୍ତ୍ର ବଦଳିଲାଣି
କିନ୍ତୁ ଶାରୀରିକ ଗୁଲାମ ନହେଲେ ହେଁ
କିଛି ଲୋକ ଆଜି ମଧ୍ଯ ଇଂରେଜମାନଙ୍କ
ମାନସିକ ଗୁଲାମ ଅଛନ୍ତି ।
ଆମ ପୂର୍ବପୁରୁଷ ଯେଉଁ ମାନଙ୍କ ହାତ ରୁ ଖାଦ୍ଯ ସୁଦ୍ଧା ଖାଉନଥିଲେ ଲଜ୍ଯାର ବିଷୟ ଆଜି ଆମେ ତାଙ୍କ ବର୍ତ୍ତମାନ ବଂଶଜ ସେଇମାନଙ୍କ ପରବ ବଡ ଗର୍ବରେ ପାଳୁଛେ ।
ଏ ଯୁଗରେ ସେଇ ମାନେ ଛତରଖିଆ ଯେଉଁ ମାନେ ପର ପରବ ବଡ଼ ଧୁମଧାମ୍ ରେ ପାଳନ୍ତି କିନ୍ତୁ ତାଙ୍କୁ
ତାଙ୍କ ପର୍ବପର୍ବାଣି କଥା ପଚାରନ୍ତୁ
100% ରୁ 80% ଙ୍କୁ ଓଡ଼ିଆ ନୂଆବର୍ଷ କେବେ,
ବର୍ତ୍ତମାନ କେଉଁ ଭାରତୀୟ ମାସ ଚାଲିଛି ଜଣାନଥିବ ।

ନିମକହାରାମ

ବାବୁ ଙ୍କ ମନରେ ଭରା କେତେ ଅଭିମାନ
ଲିପି ଏକା ଶବ୍ଦ ଏକା ଭାଷା କିନ୍ତୁ ଭିନ୍ନ....

ପ୍ରତିଦିନ ଲଢିଥାନ୍ତି ନିଜ ଭାଇଙ୍କ ସଙ୍ଗତେ
ଘର ପଛେ ଭାଙ୍ଗୁ ତାଙ୍କ ଯାଏ ଆସେ କେତେ....

ଏ ଘର ଗଢିବା କାଳେ ମିଶି ଲଢିଥିଲ
ଯୁଗ କଣ ବଦଳିଲା ସବୁ ଭୂଲିଗଲ ....

ଭାଷା ନାମେ ମାଗୁଛ ଯେ ନୂଆ ଘର ଖଣ୍ଡେ
ଭାଇ କୁ ଛାଡି ଭଗାରି ହୋଇବ କି ସତେ

ରହି କି ପାରିବ ତୁମେ ପର ଲୋକଙ୍କ ସହିତ
ଭାଷା ଲୋପକରିବାରେ ସେ ଯେ ସିଦ୍ଧହସ୍ତ

ପୂର୍ବାଞ୍ଚଳେ ଥିଲା ଆଗେ କେତେ ଲୋକଭାଷା
ସବୁ ଏବେ ଲୁପ୍ତ ସିଏ ଭୋଗନ୍ତି ଦୁର୍ଦ୍ଦଶା

ତୁମେ ପୁଣି ଲେଖିଲଣି ଦେବନାଗରୀ ଲିପିରେ
ନିଜଘରେ ତୁଣ ନାହିଁ ଯାଅ ପରକୁ ମାଗିରେ

ଭାଷା ଯେ ସତରେ ମାତୃଭୂମି କଣ୍ଠସ୍ବର
ଲିପି ପୁଣି ସଂସାର ରେ ସ୍ବରୂପ ତାହାର

ନିଜ ଭାଷା ନିଜ ଲିପି ଯେ ତ୍ୟାଗ କରେ
ଜଗତ ଯାକରେ ନିମକହାରାମ ବୋଲାଏ

ନିଜତ୍ବ

ଆହା ! ବେଦନାରୁ ମିଳିଲା ମୁକ୍ତି
ଭ୍ରମବଶ ମୁଁ ସଞ୍ଚିତ ଜୀବନେ
ମଧୁକରଙ୍କ ଭିକ୍ଷା ଦେଲି ଉଡାଇ ।

ଛଳଛଳ ଥିଲା ସନ୍ଧ୍ୟାର ଶ୍ରମକଣ,
ଆଖି ରୁ ଝରୁଥିଲା ପ୍ରତିକ୍ଷଣ,
ମୋ ଯାତ୍ରା ମଧ୍ଯେ ନିରବତା
ଅନନ୍ତ ଅଳସ ଭାଙ୍ଗୁଥିଲା ସେଦିନ ।
ଶ୍ରମିତ ସ୍ବପ୍ନ ର ମଧୁମାୟାରେ
ଗହନ ବିପିନିର ତରୁଛାୟାରେ
ପଥିକ ନିଦ୍ରିତ ସ୍ମୃତି ରେ କିଏ
ଏହି ବିହାଗର ତାନ ବଜାଏ ?
ଥିଲା ସତୃଷ୍ଣ ଦୃଷ୍ଟି ସମସ୍ତଙ୍କର
ଥାଇ ବଞ୍ଚାଇ କେବେଠୁଁ ବୁଲୁଛି
ମୋର ଆଶା ଆହ ! ପାଗଳୀ
ତୁ ହରାଇଲୁ ସକଳ କଉଡୀ ।

ଚଢି ମୋ ଜୀବନରଥ ପରେ
ପ୍ରଳୟ ଚଳୁଅଛି ନିଜ ପଥେ
ମୁଁ ନିଜ ଦୁର୍ବଳ ପଦ-ବଳେ
ତା ସହ ନିତି ପରାଜୟର
କେତେ ବାଜୀ ଲଗାଏ ।।

ଫେରେଇନିଅ ତୁମ ବକସୀସ୍
ମୋ ଆତ୍ମା ଧନରେ ବିକ୍ରୀ ହୁଏନି
ବିଶ୍ବ ! ନ ସମ୍ଭାଳି ପାରିବି ମୁଁ
ହରାଇ ନିଜେ ନିଜର ନିଜତ୍ବ କୁ
ଛାଡିଛି ନିଜ ଇଜ୍ଜତ ମହତ୍ ଯିଏ
ମନରେ ତା'ର ଲଜ୍ଯା ଯମା ନଥାଏ ।

=> ଗୋପାଳ ପ୍ରସାଦ ବ୍ଯାସଙ୍କର ଏକ କବିତାର ଭାବାନୁବାଦ କରୁ କରୁ
କବିତାର ଏତାଦ୍ଦୃଶ ସ୍ବରୂପ ହେଲା ।
କବିତାଟି ଲେଖି ମଧ୍ଯ ମୁଁ ତାହା ପ୍ରତି ସନ୍ତୁଷ୍ଟ ନୁହେଁ ।
ମୁଁ ଏହା ଠାରୁ ଆହୁରି ଉତ୍କୃଷ୍ଟ ଲେଖିବାକୁ ଚେଷ୍ଟା କରିଥିଲି କିନ୍ତୁ ବିଫଳ ହେଲି ।

Tuesday, February 7, 2017

ଚିନାବାଦାମ ବା ଭୂଁଇଚଣା

ଶୀତଦିନିଆ ନଦୀକୂଳିଆ ପଟୁମାଟିରେ ଲଗାଯାଇଥିବା
ଚିନାବାଦାମ ଖାଇବାର ମଜା
ଜଣେ ଗାଁଉଲି ପିଲା ହିଁ ଭଲ ଜଣାଥିବ
ସହରୀ ଲୋକେ କିଣି ଖାଇବା ଛଡା ତାଙ୍କ ପାଖରେ ଆଉ ଅନ୍ୟ ଉପାୟ ବା କଣ ଅଛି ।

ଚିନାବାଦମ ଏକ ଚଣାଜାତୀୟ ଗଛ ତେବେ
ସୁଦୂର ଦକ୍ଷିଣ ଆମେରିକାର ବ୍ରାଜିଲ୍ ଦେଶରୁ ଅଣାଯାଇ ଏଠାକାର କୃଷିକ୍ଷେତ୍ର ଗୁଡିକରେ ଚାଷ କରାଯାଇଥିଲା ।

ଚଣା-ମଟରଜାତୀୟ ଗଛ ହୋଇ ମଧ୍ଯ
ଏହାର ଛୁଇଁ ମାଟିତଳେ ବଢିଥାଏ ।

ଚିନାବାଦାମ ର ଅନ୍ଯ ତିନୋଟି ଓଡ଼ିଆ ପ୍ରତିଶବ୍ଦ
ଭୂଁଇଚଣା,ଚେରଚଣା ଏବଂ ମୁଗଫଳୀ....

ଆଗେ ଉତ୍ତର ଭାରତୀୟ ଅଜ୍ଞାନତାବଶତଃ
ଏଇ ଗଛକୁ ଚୀନଦେଶରୁ ଅଣାଯାଇଥିବା ଗଛ ମନେକରି
चिनियाबादम ନାମଦେଇଥିଲେ । ପୁଣି
ଉତ୍ତରଭାରତୀୟଙ୍କୁ ଆବାହମାନ କାଳରୁ ଆମ ପୂର୍ବଭାରତୀୟ ସମାଜ ଅନୁକରଣ କରିଆସୁଥିବାରୁ
ଏଇ ଶବ୍ଦର ଓଡ଼ିଆ ରୂପ ଚିନାବାଦାମ ର ଆଜି ଆମ ଆଡେ ବହୁଳ ବ୍ଯବହାର ହୋଇଥାଏ ।
ତେବେ ଆ ମଧ୍ଯରେ
ସେମାନେ ଏ ଚୀନିଆବାଦାମ ଶବ୍ଦ ତ୍ଯାଗକରି मूंगफली ଶବ୍ଦର ଅଧିକ
ବ୍ଯବହାର କରୁଥିବା ଦେଖିବାକୁ ମିଳୁଛି ।
ଆମ ଢେ଼ଙ୍କାନାଳ ଅଞ୍ଚଳରେ ସାଧାରଣତଃ ବୃଦ୍ଧ ଲୋକେ
ଚିନାବାଦାମ କୁ ବାଦାମ୍ବ କହିଥାଅନ୍ତି ଏବଂ
କେହି କେହି  ଲୋକ ବାଦାମ କୁହନ୍ତି ।

ବ୍ରାଜିଲ ଦେଶରେ ରହୁଥିବା ଲୋହିତ ଭାରତୀୟ ଆଦିମ ଆଦିବାସୀ ମାନଙ୍କ ଦ୍ବାରା ଏହି ଅର୍ଥକାରୀ ଶସ୍ଯଟି 2000 ବର୍ଷ ପୂର୍ବରୁ ମଧ୍ଯ ଚାଷ ହେଉଥିବାର ପ୍ରମାଣ ମିଳିଛି ।
ସ୍ପେନର ନାବିକ ମାନଙ୍କ ଦ୍ବାରା ଚିନାବାଦାମ
ପ୍ରଥମେ ବ୍ରାଜିଲରୁ
ଇଉରୋପ ଅଣାଯାଇଥିଲା ।
ପରବର୍ତ୍ତୀକାଳରେ ନିଜର
ଉପକାରୀ ଗୁଣ ତଥା ସ୍ଵାଦ ଯୋଗୁଁ
ଏହା ଏସିଆ ଆଫ୍ରିକା ଏପରିକି ଆରବ ଦେଶମାନଙ୍କରେ ମଧ୍ଯ ଜନାଦୃତ, ଲୋକପ୍ରିୟ ହୋଇଗଲା ।
ଏ ଗଛ ଛୋଟ ଛୋଟ ବୁଦା ଆକାରର ହୁଏ ।
ପାକଳିଆ ଗଛର ମୁଖ୍ୟ କାଣ୍ଡରେ ଛୋଟ ଛୋଟ ହଳଦିଆ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟିଥାଏ ।
ପରାଗ ସଙ୍ଗମ ପରେ ଫୁଲ ର ଗର୍ଭାଶୟ ଥିବା ଯାଗା ରୁ ଏକ ଗୋଜ ବାହାରେ  ।
ଏହି ଗୋଜ ବା ଓହର ଅଗରେ ଡିମ୍ବକ ଗୁଡ଼ିଏ ଥାଏ ।
ଓହରଟି ତଳକୁ ଲମ୍ବି ମାଟି ଭିତରକୁ ପଶେ ।
ମାଟି ମଧ୍ୟରେ ତା'ର ଅଗ ଗୁଡ଼ିକ ଫୁଲିଯାଇ  ଚିନାବାଦାମ ତଥା ଡିମ୍ବକ ମଞ୍ଜି ରେ ପରିବର୍ତ୍ତିତ ହୁଏ ।
ଅନ୍ଯ ଅଂଶ ସବୁ ଶୁଖିଯାଇ ଚେରଭଳି ହୋଇଯାଏ ଏବଂ ପେନ୍ଥା ହୋଇ ଗୋଜ ମୁଣ୍ଡରେ ଚିନାବାଦାମ ସହ ଲାଗିରହିଥାଏ ।

ଚିନାବାଦାମ ରେ
ପ୍ରୋଟିନ୍ ର ମାତ୍ରା ମାଂସ ଅପେକ୍ଷା 1.3 ଗୁଣା,
ଅଣ୍ଡା ଠାରୁ 2.5 ତଥା ଯେ କୌଣସି ଫଳ ଠାରୁ ଆଠଗୁଣ ଅଧିକ ଥାଏ ।
ଆମେ ଆଜି ଯେଉଁ ଚିନାବାଦାମ ଚାଷ କରୁଛେ ତାହା ଏଇ ଜାତୀୟ
ଦୁଇ ପ୍ରକାରର ଜଙ୍ଗଲି ଗଛର ହାଇବ୍ରିଡ୍ ଅଟେ ।

ସମ୍ବଲପୁର ରୁ ଢେ଼ଙ୍କାନାଳ ଟ୍ରେନ ରେ ଆସିଲା ସମୟରେ ବାରମାସୀ ସିଝା ବାଦାମ ଏବଂ ଭଜା ବାଦାମ ବିକ୍ରୀ ହେଉଥିବା ମୁଁ ଅନେକ ଥର ଦେଖିଛି.....

Sunday, February 5, 2017

ମୁଁ ହୁଅନ୍ତି

ମୁଁ ହୁଅନ୍ତି କବି ରଚନ୍ତି କ୍ଲିଷ୍ଟ ଶବ୍ଦରେ କବିତା
ପଢି ବଢି ଯାନ୍ତା ତୁମ ମସ୍ତକର ବ୍ଯଥା ।
ଖୋଜି ଖୋଜି ଶବ୍ଦ-ଅର୍ଥ ନୟାନ୍ତ ହୁଅନ୍ତ
ଏ କି କବି କହିପୋଛି ବହେ ଗାଳି ଯେ ଦିଅନ୍ତ ।

ମୁଁ ହୁଅନ୍ତି  ଯଦି ଆମ ଗାଁ ସରପଞ୍ଚ
ବଢିଯାନ୍ତା ମୋର କେତେ ପରପଞ୍ଚ
ଖାଇ ଖାଇ ଖୋଳକରି ପେଟ ବଢାଅନ୍ତି
ଯାକୁ ଇଛା ତାକୁ ବାଡାଅନ୍ତି ।

ମୁଁ ହୁଅନ୍ତି ଯଦି ଜଣେ କେନ୍ଦ୍ରମନ୍ତ୍ରୀ
ସପ୍ତାହ କୁ ପାଞ୍ଚଦିନ ଓଡିଶା ଦୌଡନ୍ତି
ବଢନ୍ତା ଏ ଅଞ୍ଚଳ ବିଷୟେ ବିଦେଶୀଙ୍କ ଜ୍ଞାନ
ଲୋକ ବି କୁହନ୍ତେ ଏ ନେତା ଯେ ମହାନ ....

ମୁଁ ଯଦି ହୁଅନ୍ତି ଗୋଟେ ଅରଣ୍ଯର ହସ୍ତୀ
ଭାଙ୍ଗି ଦ୍ୟନ୍ତି ମାନବଙ୍କ ଘର ଓ ବସ୍ତି
ସରକାର  ମୋତେ ତଥାପି ନମାରନ୍ତେ
ଯମରାଜ ଏଣେ ସ୍ଵର୍ଗୁଁ ପୁଷ୍ପ ବରଷା କରନ୍ତେ ।

ମୁଁ ହୋଇଥାନ୍ତି ଯଦି ରୂପବତୀ ନାରୀ
ହଜାର ବାଇଆ ହୁଅନ୍ତେ ଲାଇନ ମାରି ମାରି
ହସି କାନ୍ଦି ଝଗଡିଣ ନର ମନକୁ ଜିତନ୍ତି
ମନେ ମନେ ନିଜକୁ ମୁଁ ଅପ୍ପସରୀ ମାନନ୍ତି ।।

ମୁଁ ହୁଅନ୍ତି ଯଦି ଶ୍ରୀକ୍ଷେତ୍ରର ପାରା
ମୋ ଜୀବନ ଧନ୍ଯ ହୋନ୍ତା ତୋର ରୂପ ଦେଖି ଜଗା ।
ଘୁମୁରି ଘୁମୁରି ମୁଁ ପ୍ରଭୁ ନାମକୁ ଜପନ୍ତି ।
ମରଣକାଳ ଆସିଲେ ସ୍ବର୍ଗ ଦ୍ବାର ରେ ଜଳନ୍ତି ।।

●●●●ନାରୀ ନର ପରେ ଭାରି●●●●

ହାସ୍ଯକବି रोहित पान्डेय ଙ୍କ ଦ୍ବାରା ଲେଖା ଯାଇଥିବା ଏକ ହିନ୍ଦୀ ବ୍ଯଙ୍ଗ କବିତା ର ଓଡ଼ିଆ ଭାବାନୁବାଦ ପଢନ୍ତୁ
ଆଶାକରେ ଆପଣଙ୍କୁ ଭଲ ଲାଗିବ ...

👌👌👌👌👌👌👌👌👌👌👌👌

ବୁଦ୍ଧି ବାଣ୍ଟୁଥିଲେ ବିଧାତା ବସି,
ଲମ୍ବିଥିଲା ଧାଡି ।
ସବୁ ପୁରୁଷ ଠିଆ ହୋଇ ଥିଲେ
ନଥିଲେ କେହି ନାରୀ ।।

👬👬👬👬👬
ନାରୀ ଜାତି ଯେ କୁଆଡେ ଗଲେ
ହେଲା ଆଶ୍ଚର୍ଯ୍ୟ ଭାରି ।
ବ୍ଯୁଟିପାର୍ଲରରେ ଥିଲେ ସରବେ
ସଜ ହୁଅନ୍ତି ଘଣ୍ଟାଏ ଧରି ।।

💆💇💅💆💇💅

ମେକ ଅପ୍ କରନ୍ତି ଭଳି ଭଳିକି
ଜଣ ପରେ ଜଣେ ଭାରି
ବସିଥାନ୍ତି ସେଠି ଅନେକେ
କେବେ ଆସିବ ପାଳି ।।

🙇🙇🙇🙇🙇🙇

ଏଣେ ବିଧାତା ବାଣ୍ଟିଣ ଦେଲେ
ପୁରୁଷଙ୍କୁ ସବୁ ବୁଦ୍ଧି ।
ବ୍ଯୁଟି ପାର୍ଲରରୁ ଫେରିଲେ
ସେତିକିବେଳେ ନାରୀ ।।

👭👭👭👭👭
ବୋର୍ଡ ଲାଗିଥିଲା ଷ୍ଟକ୍ ଶେଷ
ଅକଲ ନାହିଁ ଟି ବାକି ।
କାନ୍ଦନ୍ତି ବାମା ସଭିଏଁ ମିଶି
ଗଲା ବ୍ରହ୍ମାଙ୍କ ନିଦ ଭାଙ୍ଗି ।।

😴😴😴😴😴😴

ପଚାରିଲେ ଦେବ ଚକ୍ଷୁ ମଳିଣ
କିସ ଲାଗି ହେ କଳି ।
ନାରୀ କହନ୍ତି
ବୁଦ୍ଧି ଯେ ସବୁ ପୁରୁଷ ନେଲେ
ଆମକୁ ନଥିଲା ମିଳି ।।

👲👳👮👷💂
ବ୍ରହ୍ମା ଭଣନ୍ତି
ଶୁଣ ହେ ଦେବୀଏଁ
କରିଛ ବହୁତ ଡେରି ।
ଯେତିକି ଥିଲା ବୁଦ୍ଧି ସେସବୁ
ପୁରୁଷ ଙ୍କୁ ଦେଇ ଦେଲି ।।
🚶🚶🚶🚶🚶🚶
କାନ୍ଦ ବୋବାଳୀ ତିବ୍ର ହେଲା
ପ୍ରଭୁ
ଇଏ କି ନ୍ଯାୟ ତୁମରି
କିଛି ବି କର କିନ୍ତୁ
ସେଥିରୁ ଅଧା ଯେ ଆମରି ।।
😹😹😹😹😹😹
ଆମେ ଅବଳା,
ପୁରୁଷଙ୍କ ଶାରିରୀକ ବଳ ଅଛି
ନିଜ ରକ୍ଷଣାର୍ଥେ
ଆମ୍ଭକୁ ବୁଦ୍ଧି ଯେ ଜରୁରୀ ।।

💪💪💪💪💪💪
ଚିନ୍ତା କରି କ୍ଷଣେ
ବ୍ରହ୍ମା ପୁନଶ୍ଚ କୁହନ୍ତି ।
ଏକ ବରଦାନ ଦେଲି
ଏବେ ହୋଇ ଯାଅ ଖୁସି ।

😇😇😇😇😇😇
ସାମାନ୍ୟ ହସ ମଧ୍ଯ ତୁମର
ହେବ ପୁରୁଷ ଙ୍କୁ ଭାରି
ଯେଡେ ବୁଦ୍ଧିଆ ହେଉ ବା ନର
ଅକଲ ଯିବ ମରି

😸😸😸😸😸😸
ସ୍ତ୍ରୀ ଲୋକ ଜଣେ ତହୁଁ
ତର୍କ ଦେଲା
କାନ୍ଦି କାନ୍ଦି କାଳ ଯାଏ
ଏ କଥା ଅଡ଼ୁଆ
😿😿😿😿😿😿
ବ୍ରହ୍ମା ବଦନ୍ତି ହେଉ
ଠିକ ଅଛି ତେବେ
ତୁମର କ୍ରନ୍ଦନେ ମଧ୍ଯ
ନର ବଶୀଭୂତ ହେବେ
😫😩😫😩😫😩
ତତ୍ପରେ ବଦଇ
ଜଣେ ମଧ୍ଯବୟସ୍କା ମହିଳା
ହସକାନ୍ଦ ଜଣା ନାହିଁ
ପ୍ରଭୂ ଝଗଡିବା ଜଣା

😾👹😾👹😾👹
ତଥାସ୍ତୁ ବୋଲିଣ ବ୍ରହ୍ମା ପୁଣି
ନାରୀଙ୍କୁ କହିଲେ
ତୁମ ସଙ୍ଗେ କଳି କଲେ
ମଧ୍ଯ ପୁରୁଷ ହାରିବେ

😱😱😱😱😱😱
ବ୍ରାହ୍ମା ବଦନ୍ତି ଶୁଣ ଧ୍ୟାନେ 
ଆମ୍ଭ ଅନ୍ତିମ ବଚନ
ତିନି ଅସ୍ତ୍ର ଦେଲୁ ହେଲ
ପୁରୁଷ ସମାନ ।

👊👊👊👊👊👊
ଏ ସବୁ ଅସ୍ତ୍ର ରେ ଯଦି
ନହାରେ କେହି
ପୁରୁଷ
ଓଥରା ରହିବ ଜୀନଯାକ ଏବେ ହେଁ ହୁଅ ହରଷ

🙌✋🙌✋🙌✋

କହେ କବି,
ମିତ୍ର ଶୁଣ ଧ୍ଯାନେ ଆମ୍ଭର ବଚନ
ବିନା ବୁଦ୍ଧିରେ
ମଧ୍ଯ ନାରୀ କୁ ମିଳେ ଉଚ୍ଚ ସ୍ଥାନ

       💃💃💃💃
😊😊😊😊😊😊😊😊😊😊😊😊

Saturday, February 4, 2017

★★★★★ହୃଦୟ ବନ୍ଧୁ★★★★★

ହେ ବସନ୍ତ ମୋ ହୃଦୟ ବନ୍ଧୁ
ତୁମ ଅଭାବ ରେ ଆମ୍ଭେ
ପୃଥ୍ବୀବାସୀ କାନ୍ଦୁ ....

ଆସିଛ ବହୁ ଦୂର ଦେଶୁଁ
ତୁମେ
ନାନା ଉପହାର ଘେନୀ...
ନିଃର୍ମୋହି ତୁମ୍ଭେ
ସୁଖ ସମ୍ଭାର ଦିଅ
ମୁକ୍ତ ହସ୍ତେ ବାଣ୍ଟି.....

ଆଗେ
ଗଙ୍ଗାଧର ଯୁଗେ
ଯେବେ ଆସୁଥିଲ ....

ଚିତ୍ରୋତ୍ତପଳା ଜଳେ
ପୟର ପଖାଳି
ମହେନ୍ଦ୍ରାସନେ ବସୁଥିଲ ...

ଶୁଖିଲାଣି ମହାନଦୀ
ବର୍ଷାକାଳେ ଆସେ ନାହିଁ ବଢ଼ି  ...
ବନ୍ଧୁ ମୋର
କରିବନି ଦୁଃଖ ଯମା
ଋଷିକୂଲ୍ୟା ଜଳେ ବରଂ
ଗୋଡ଼ ନିଅ ଧୋଇ  .....

ଦେଖୁଛ ତ ଏ ଅଞ୍ଚଳର
ଦୂର୍ଦଶା ଟି କେତେ
ପଶ୍ଚିମ ର ଭୂମି ପୁଣ
ସ୍ବାଧୀନତା ମାଗେ

ଯେଉଁ ମାନେ
ମିଳିମିଶି ଗଢିଥିଲେ ଘର
ସେଇମାନେ
ଖୋଜିଲେଣି ଭାଇଭାଗ ଏବେ ।

ହେ ବସନ୍ତ ଆଣିଛ ଯେ
ଶୀତଳତା ତୁମ୍ଭେ
ଦିଅ ଦିଅ ମୋ ଭାଇଏ
ଦିନ କିଛି ଏ ସର୍ବ ଭୂଲନ୍ତେ

ହେ ବସନ୍ତ ମୋ ହୃଦୟ ବନ୍ଧୁ
ଆସିଛ ହେ ବହୁ
ଦୂରୁଁ ଡେଇଁ କେତେ ସିନ୍ଧୁ ।

ଦୂରବନ୍ଧୁ କିଛି ଦିନ
ବିଶ୍ରାମ ଯେ କର
ତହୁଁ ଯିବା ଶିରୀକ୍ଷେତ୍ର
ଦେଖି କୃପାସିନ୍ଧୁ ।।

Thursday, February 2, 2017

ଶ୍ରୀ ଗୋପାଳପ୍ରସାଦ ବ୍ୟାସ

ହସ କଦଳୀର ଚୋପା ନୁହଁ
ସଡ଼କରେ ଫିଙ୍ଗିଦେବ
ମଣିଷଟେ ତହୁଁ ଖସି ପଡିଯିବ ।।

ବ୍ଯଙ୍ଗ ଅସଭ୍ଯଙ୍କ ମୁଖଭାଷା ନୁହଁ
କା ଆଗରେ କହି
ତା'ର ସମ୍ବେଦନାକୁ ଦଳିଦେବ ।।

ହାସ୍ଯ ନୁହେଁ କୌଣସି ଅଳୁସୁଆର
ଜୁଡାରେ ସଜ୍ଜିତ ଟମାଟର,

ସେ ତ ଶ୍ରୀକୃଷ୍ଣଙ୍କ ନାୟିକାର
ମଥାରେ ଶୋଭିତ ମଥାମଣି ।।
କିନ୍ତୁ
ସେମାନେ ବା ଏହା କେମିତି ବୁଝିବେ
ସାହିତ୍ୟ ଯା ପାଇଁ ବ୍ଯାପାର ସାଧନ,
ହାସ୍ଯ ଜଲଜୀରା ପାଣି ।।

गोपालप्रसाद व्यास ଙ୍କ ଏକ କବିତାର କିଛି ଅଂଶର ଭାବାନୁବାଦ

ପଣ୍ଡିତ  गोपालप्रसाद व्यास ଙ୍କ ଜନ୍ମ
13 ଫେବୃଆରୀ 1915ରେ ଗୋବର୍ଧନପୀଠ,ମଥୁରା ଜିଲ୍ଲାରେ ହୋଇଥିଲା ।
((ମୃତ୍ୟୁ 28 ମଇ 2005,ନୂଆଦିଲ୍ଲୀ))

ସେ ହିନ୍ଦୀର ପ୍ରମୁଖ ସାହିତ୍ଯକାର ମଧ୍ଯରେ ଜଣେ ଥିଲେ ।
ତାଙ୍କର ବ୍ରଜଭାଷା ଏବଂ ପିଙ୍ଗଳ ବୋଲୀ  ବିଷୟକ ଗଭୀର ଜ୍ଞାନ ଥିଲା ।
ଶ୍ରୀव्यासଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ
କରାଯାଇଅଛି ।
ଦିଲ୍ଲୀ ସରକାରଙ୍କ ଦ୍ବାରା ଶଲାକା ପୁରସ୍କାର ମିଳିଥିଲାବେଳେ ଉତ୍ତରପ୍ରଦେଶ ସରକାର ୟଶ୍ ଭାରତୀ
ଉପାଧୀରେ ବିଭୂଷିତ କରିଛନ୍ତି ।
ଦିଲ୍ଲୀରେ ହିନ୍ଦୀଭବନ ନିର୍ମାଣରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା ।

ବସନ୍ତ ଆସିଲା

ଉଡି ଉଡି କରି ଅମ୍ବରରେ
ଯେବେ ପୃଥ୍ବୀ କୁ ଆସେ
ଦେଖୀ କାଞ୍ଚନ ବଗିଚା
ଏବେ ଭ୍ରମର ମନେ ହସେ ।
ସୁଗନ୍ଧିତ ପୁଷ୍ପ ପରେ ଯାଇ
ପ୍ରେମ ଗୀତ ସିଏ ଗାଏ
ନିଜ ହୃଦୟର କଥା
କହିବାକୁ ତାରେ
ଲଜ୍ଯାବୋଧ ନ ଥାଏ ।।
କେବେ କେବେ ଯାଏ
ଫୁଲ ମଧ୍ଯେ ଶୋଇ
ରାତ୍ରି ତାର କାଟି ଦିଏ ।
ଗେଣ୍ଡୁ ଶୋକର ବାସ ବାଣ୍ଟେ
ବନ ଉପବନ ମହକାଏ
ପବନ ବହେ ମଧୁରମ୍ ମଧୁରମ୍
କୋଇଲି କୁ କୁ ଯେବେ ଗାଏ ।।
ଏଭଳି ବେଳାରେ
ବାଗ୍ ଦେବୀ ଙ୍କ ଉତ୍ସବ
ମନେ ଆମ ଭକ୍ତି ଯଗାଏ ।
ଆସିଲା ବସନ୍ତ
ବଦଳି ଗଲାଣି ଋତୁ
ହସେ ଯୌବନ ଧରାରେ
ଶୃଙ୍ଗାରେ ନିଜେ ନିଜକୁ ସଜାଏ ।।

Wednesday, February 1, 2017

ନକଲି କୋଶଳୀ ମାନେ ଆଧୁନିକ କଳାପାହାଡ଼

ଥରେ ଉତ୍କଳ ଗୌରବ ମଧୁସୂଦନ ଦାସ
ଗୌରୀଶଙ୍କର ରାୟଙ୍କୁ କଥାଛଳରେ କହିଥିଲେ

"ଯିଏ ଯେଉଁ ଭାଷାଭାଷୀ ,ଯେଉଁ ଧର୍ମାବଲମ୍ଭୀ ହେଉନ୍ତୁ ନାଁ କାହିଁକି,
ଓଡ଼ିଶା ଯେଉଁ ମାନଙ୍କର ଅଥବା ଯେଉଁ ମାନଙ୍କର ସନ୍ତାନ ମାନଙ୍କର ଶୈଶବର କ୍ରୀଡାଭୂମି.
ଯୌବନର କର୍ମଭୂମି,
ବାର୍ଦ୍ଧକ୍ୟ ର ବିଶ୍ରାମସ୍ଥଳ ପୁଣି ଅନ୍ତିମ ଅବସ୍ଥା ରେ ଶେଷ ଆଶ୍ରୟ ଭୂମି, ସେମାନେ ସମସ୍ତେ ଓଡ଼ିଆ ।
ଓଡ଼ିଶା ର ସର୍ବାଙ୍ଗୀନ କଲ୍ୟାଣରେ ସେ ସମସ୍ତଙ୍କର ଗୋଟାଏ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି ।

ଓଡ଼ିଶାରେ ବିଶ୍ବର ଯେକୌଣସି ଭୂଭାଗରୁ ଲୋକ ଆସି ରୁହନ୍ତୁ
ଯଦି ସେ ବ୍ୟକ୍ତି ବିଶେଷ ଓଡ଼ିଶା ପାଇଁ ଓଡିଆଭାଷା ପାଇଁ ଭଲ କାର୍ଯ୍ୟ କରୁଥାଆନ୍ତି ତାହେଲେ ନିଃସନ୍ଦେହ ତାଙ୍କୁ ଓଡ଼ିଆ କୁହାଯିବ....

ଓଡ଼ିଶାର ମାଟି ପାଣି ପବନରେ ବଢି
ଓଡ଼ିଶାର ଖାଇ ପିଇ ଯଦି ତା'ର ବିଭାଜନର ସ୍ବପ୍ନ କେହି ଦେଖୁଥାଏ ସେ ଓଡ଼ିଶାରେ ଜନ୍ମ ହୋଇଥିଲେ ହେଁ ଚାରୀକୋଟି ଓଡ଼ିଆଙ୍କ ପାଇଁ କଳାପାହାଡ଼ ଭାବେ ଗଣ୍ୟ ହେବ ।
କଳାପାହାଡ଼ ଓଡ଼ିଶା ମାଟିରେ ଜନ୍ମ ହୋଇ ମଧ୍ଯ ନିଜ ମାଟିର ଉନ୍ନତ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଦୁର୍ଗ ଆଦି ଭାଙ୍ଗି ଯାଇଥିଲା ।
ଏ ବିଚ୍ଛିନ୍ନବାଦୀ ମାନେ ମଧ୍ଯ ଗୋଟେ ଗୋଟେ କଳାପାହାଡ଼....
ଯେଉଁମାନେ ମାଟିକୁ ମାଆ ନ ଭାବି ପଣ୍ଯଦ୍ରବ୍ଯ ମନେକରି ତାକୁ ସ୍ବସ୍ବାର୍ଥ ପାଇଁ ବାଣ୍ଟ କରିବାକୁ ମନ ବଳେଇଛନ୍ତି ସେମାନେ କେବେ ବି ଓଡ଼ିଆ ନୁହଁନ୍ତି ।
ଏ ଜାତୀ ଶତୃ ମାନଙ୍କୁ ଖୋଜି ଖୋଜି ମାରିଦେଲେ ହିଁ ଭାଷା ତଥା ଦେଶର ମଙ୍ଗଳ ସମ୍ଭବପର ହୋଇପାରିବ.....
କୋଶଳ ନାଆଁରେ ଆମ ରାଜ୍ୟର କିଛି କୁକୁର ପ୍ରକୃତି ର ଲୋକ ବିଲୁଆଙ୍କ ଭଳି ରଡ଼ି ଛାଡୁଛନ୍ତି
ହେଲେ ସେ କୁକୁରିଆ ମାନେ ଯେତେ ଚାହିଁଲେ ବି ବିଲୁଆ ହୋଇପାରିବେନି .....
କୋକିଶିଆଳି ହେବାର ମଧ୍ଯ ତାଙ୍କ ଯୋଗ୍ୟତା ନାହିଁ .....
ସେମାନେ ନିଜକୁ କୋକି ଆଉ ବିଲୁଆ ଜାତିର କହି ଯେତେ ପ୍ରଚାର କଲେ ହେଁ ସତ ଲୁଚିଯିବନି କି ହଜି ଯିବନି
ସେମାନଙ୍କ କୁକୁରପଣିଆ ଏବେ ଚାରିଆଡ଼େ ଧରାପଡିଗଲାଣି.....