Saturday, May 20, 2017

●●●●ଭାଷା ଆଇଚିରେ ମୋ ଗାଆଁରୁ●●●●

ଭାଷା ଆଇଚିରେ ମୋ ଗାଁ ରୁ
ଭାଷା ଲେଖିଛିରେ ସେ ଗାଁ ରୁ
ଆବୁଡାଖାବୁଡା କରି
ବିଲେଇରଙ୍କୁଡା ପରି
ବୁଢିଆଣୀ ଜାଲ ଗୋଟେ ବୁଣି ଦେଇଛିରେ
ସେ ଗାଁ ରୁ
ଭାଷା ଆଇଛିରେ ମୋ ଗାଁ ରୁ.....

ଏପଟ ସେପଟ ଖୋଲି ଚାହିଁଲି ଦିଘଡି଼
ପଢିବି କି ଛତୁ ମୁଣ୍ଡ ଗଲା ମୋ ବିଗିଡ଼ି
ଭାଇ କରନାହିଁ ଗୋଡ଼
କି ଧର ନାହିଁ ଥୋଡ଼
ଖର ଲାଞ୍ଜ ନାହିଁ କାଳେ ନେଶୀ ହେଇଛିରେ
ମୋ ଗାଁ ରୁ....
ଭାଷା ଆଇଛିରେ ମୋ ଗାଁ ରୁ.....

ଅକ୍ଷର ଗୁଡାକ ହାତୀ ମୂଷା ଛେଳି ଓଟ
ସୋଠ ଗୋଦର କାହାକୁ କିଏ ଶୁଖି ଝୋଟ
ଆରେ କିଏ କାଠ ବେଙ୍ଗ
ପୁଣି କୋଉଟା ତ୍ରୀଭଙ୍ଗ
( ଭାଇ.....)
କିଏ କାଠ ବେଙ୍ଗ
ପୁଣି କୋଉଟା ତ୍ରୀଭଙ୍ଗ
କିଏ ସାପଲାଞ୍ଜ ଭଳି ଲମ୍ବି ଯାଇଛିରେ ମୋ ଗାଁରୁ....
ଭାଷା ଆଇଛିରେ ମୋ ଗାଁ ରୁ

ପିଠିରେ ରାଣ ନିୟମ ଚଙ୍କଡ ଚଙ୍କଡ
ବସିବା ଠାରୁ ଆସିବ ଆଉ କଟା ଖାଡ
ଲେଖିଛି ଫୁଲ ଫୁଲୁରି
ବସେଇଛି ଶୁଆ ଶାରୀ
ଏତେ ଅତର ଢାଳିଛି
ଭିଜିଯାଇଛିରେ ମୋ ଗାଆଁରୁ
ଭାଷା ଆଇଛିରେ ମୋ ଗାଁ ରୁ

ଇକାର ଆକାର କମା ତଳକୁ ଲେଖିଛି
ମିଶାଇ ପଢିବ ଯାହା ଯେଉଁଠି ଛାଡ଼ିଛି
ମୁଁ କହି ତ ପାରୁନି କି ସହି ତ ପାରୁନି
(ଭାଇ)
କହି ତ ପାରୁନି କି ସହି ତ ପାରୁନି
ରାଗେ ଜରଜର ହୋଇ ଗଳିମରୁଛିରେ
ମୋ ଗାଆଁରୁ....
ଭାଷା ଆଇଛିରେ ମୋ ଗାଁ ରୁ
ଭାଷା ଲେଖିଛିରେ ମୋ ଗାଁ ରୁ

●●●●●●●●●●●●

Friday, May 19, 2017

●ଆଉ ନକର କାହା ଆଗେ ଗୁହାରୀ●

ଆଉ ନକର କାହା  ଆଗେ ଗୁହାରୀ
ନିଜେ ନମଲେ କିବା ମିଳେ ଶ୍ରୀହରି

ରାମାୟଣେ ବୋଲା କୁହା ମହାଭାରତେ
ଖାରବେଳ ଚକ୍ରବର୍ତ୍ତୀ କଳିଙ୍ଗ ରଥେ

ଲାଙ୍ଗୁଳା ନରସିଂହ ସୂର୍ଯମନ୍ଦିର କଲେ
ଅନନ୍ତ ଯଶୋବନ୍ତ ଜ୍ଞାନ ଚରମ ଦେଲେ

ଏମିତି ଜ୍ଞାନ ଥାଇ ଶୂନ୍ୟ କାହିଁକି ହେଲେ
ନିଶ୍ଚୟଁ କର ବୁଝି ବିଚାରି.....

ମୋଗଲ ମରାଠା ଇଂଗିରେଜ ଆସିଲେ
ମାଆ ଦେହ ମନ ସିଏ ଖଣ୍ଡିଆ କଲେ

ଲଢିଲେ ମଧୁବାବୁ ଦେଶ ଏକାଠି କଲେ
ଫକୀର ସେନାପତି ନୂଆ ସାହିତ୍ୟ ଦେଲେ

ଦାସେ ଆପଣେ ସଦା ଲୋକଙ୍କ ସାଙ୍ଗେ ଥିଲେ
ନଯାଅ ତାଙ୍କୁ ତୁମେ ପାଶୋରି

ମାଆକୁ ପାଇଣ ଓଡିଆଏ ନାଚିଲେ
ଓଡ଼ିଶାଦିବସ ଖୁସି ଖୁସି ପାଳିଲେ

ଭାଷାକୁ ନେଇ ରାଜ୍ଯ ଗଢି ତ ଆମେ ଥିଲେ
ଭାଷାର ପରିଣତି କଅଣ କରିଦେଲେ

ଯତନ କେତେ କରି ମିଳିଛି ମାଆ ହେଲେ
ମନଟା ମିଳିନାହିଁ କାହାରି

ଆଉ ନକର କାହା  ଆଗେ ଗୁହାରୀ
ନିଜେ ନମଲେ କିବା ମିଳେ ଶ୍ରୀହରି....

ଗୀତ:-ଭରଦ୍ବାଜ ପଣ୍ଡା
ସ୍ବର:-ସୁସ୍ମିତା ଦାସ

●●●●●ଓଡ଼ିଆ ଲୋକଗୀତ ~3●●●●●

ପୁଷମାସେ ମୂଳା ମୁଢି଼ ଖାଇବାକୁ ମିଠା
ଘନ ଆଉଟା ପାଟକପୁରା
ଚକଟା ପୋଡ଼ପିଠା ......

ମାଘମାସେ ମକରପିଠା
କେତୁ ତଳେ ଶିମ୍ବ
"ଫଗୁଣେ ଦ୍ବିଗୁଣ ମିଠା ବାଇଗଣେ ନିମ"....(2)

ଚଇତେ ଶ୍ରୀଫଳ ମିଠା
ଖାଇଥିଲେ ରାମ
ବୈଶାଖ ମାସେ ଖାଇଥିଲେ
ଶେଉଳ ମାଛରେ ଆମ୍ବ......

ଜ୍ଯେଷ୍ଠରେ ପାଚିଲା ଆମ୍ବ
ଆଶାଢେ଼ କଣ୍ଟାଳ
ଶ୍ରାବଣେ ତାଳ
ଭାଦରେ ନୂଆ ଚୁଡା଼ଗୁଡ଼

ଅଶିଣରେ ଘିଅ ମିଠା
କାର୍ତ୍ତିକେ ହବିଷ
ମଗୁଶୁରେ ନୂଆ ଭାତ
ଚିଙ୍ଗୁଡ଼ି ମାଛ ରସ

ବାରମାସରେ ବାରଖାଇଲୁ
ଆଉ ଖାଇବୁ କି ?......

ପଖାଳ ଭାତରେ ପାଇଗଣ ପୋଡା
ଖେଚୁଡ଼ି ଭାତରେ କ୍ଷୀରି

ପୁଷମାସେ ମୂଳା ମୁଢି଼ ଖାଇବାକୁ ମିଠା
ଘନ ଆଉଟା ପାଟକପୁରା
ଚକଟା ପୋଡ଼ପିଠା ......(2)

ଖାଇବାକୁ ମିଠା (3)

Wednesday, May 17, 2017

ଲୋକଗୀତ ୨

ମଦାଦାନୀ ଧାନ ଚାଉଳ ମୁଗ ନଡ଼ିଆ ପଡି଼
ଖରମରା ଘିଅ ଅଦା ଯେ ପଡି଼ଥିବ ଖେଚୁଡ଼ି

ଖଣ୍ଡପୁରୀ କ୍ଷୀରି କ୍ଷିରିସା ସାଙ୍ଗେ ଆରିସା ପିଠା
ଗହମ କାକରା ଚକୁଳି ଛେନା ମଣ୍ଡା ଗଇଁଠା

ଶୀତଳ ମସଲା ନବା ତ ପଡି଼ ପଇଡ଼ ପଣା
ଶୀତଳ ବେଳରୁ ଖାଇଲେ ଶୋଷ ହୋଇବ ଊଣା

ବନ୍ତଳ କଦଳୀ ମଞ୍ଜାକୁ ବାଛି କରିବ ରାଇ
ଲେଉଟିଆ ଶାଗ ଭାଜିଲେ ସଜ ପଖାଳ ଦହି

ଚାଠିଆ କଦଳୀ କୋଶଳା ବଡି଼ ପକାଇ ଭାଜି
ଲାଉ ସାରୁ-ମୁଣ୍ଡା ମିଶାଇ କିଛି କରିବ କାଞ୍ଜି

ସାରୁ ଆଳୁ ବଡି଼ କଦଳୀ ବାଇଗଣ ମହୁର
ବୋଇତି କଖାରୁ ଆମ୍ବିଳ ଖଣ୍ଡଗିିଆ ସାକର

କଲରା କାଙ୍କଡ ପଣସ ମଞ୍ଜି ସଜନା ଛୁଇଁ
ଦେହ ଦରଜକୁ ପିଆଜ କିଛି ଦିଅ ଭଜାଇ

ସାତସପୁରୀଆ କାକୁଡି଼ ଓଉ ପକା ଆମ୍ବିଳ
ମୂଳା କାଞ୍ଜି ସାଙ୍ଗେ ଭଜା ଯେ କନ୍ଦମୂଳ ପୋଟଳ

ବାସିପାଣି ପୋଡ଼ପିଠାରେ ମନ ରହିଲା ମୋର
ଶିକାର ଖାଇବି ସଖୀ ଗୋ ପାଣି ଦିଅ ସତ୍ବର

କାଣ୍ଡିଆ କୁଣ୍ଡାକୁ ଝାଡି଼ବ ଢିଙ୍କିଶାଳରେ ବସି
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି.................

ଓଡ଼ିଆ ଲୋକଗୀତ ●1● କାଳିଆ କୁକୁର ହଳେ ....

କାଳିଆ କୁକୁର ହଳେ
ଯାହା କହିଥିଲି ବଉଳ ମୂଳେରେ.....
ତୁ ଧନ !!!!!
ଆସିଥିବୁ ସଂଜବେଳେରେ
ସଜନୀ !!!!!!!!
ଆସିଥିବୁ ସଂଜବେଳେ......

ଜହ୍ନ ଆସେ ଘନ ଘନ
ତୋତେ ଦେଖିବାକୁ ବହୁତ ମନରେ
ଏବେ ତୁ ହେଲୁ ସାତ ସପନ
ସଜନୀ !!!!!!!!
ତୁ ହେଲୁ ସାତ ସପନ......

ବାଉଁଶ ତିନିକେନିଆ
ତୋତେ କିଣିଦେବି ସୁନା ପାନିଆଁରେ
ତୁ ଧନ !!!!!!
ତୁ ହେବୁ ମୋର କନିଆଁ ରେ
ସଜନୀ !!!!!
ତୁ ହେବୁ ମୋର କନିଆଁ.....

ଗୁଡି଼ଆ ଘର ଘଇଁଚି
ତୋ ମନ ମୋ ମନ ଏକା ହୋଇଚିରେ
ଯେ ମୋତେ ଜାତି କି ଭୟ ଲାଗୁଛି
ନାଗରୀ....
ଜାତି କି ଭୟ ଲାଗୁଛି

ଜାତିଏ କିସ କରିବେ
ଛଅ-କୁଟା ଚାଉଳ ଭୋଜୀ ଖାଇବେରେ
ତୁ ଧନ ତୋତେ ପରା ମୋତେ ଦେବେ
ସଜନୀ
ତୋତେ ପରା ମୋତେ ଦେବେ

କାଳିଆ କୁକୁର ହଳେ
ଯାହା କହିଥିଲି ବଉଳ ମୂଳେରେ.....
ତୁ ଧନ !!!!!
ଆସିଥିବୁ ସଂଜବେଳେରେ
ସଜନୀ !!!!!!!!
ଆସିଥିବୁ ସଂଜବେଳେ......

Saturday, May 13, 2017

ମୋ ଦେଶ

●●●●ମୋ ଦେଶ●●●●●●
(ରାଗ,ତୋଡି଼ ପରଜ,ଆଠତାଳି)
(ବିଛନ୍ଦ ଚରଣ ପଟ୍ଟନାୟକ)

ମୋ ଦେଶ ଦେଖା ସେହି ରୂପକୁ
କବି-ହୃଦାନନ୍ଦ-ରସ-କୂପକୁ (ଘୋଷା) !!

ମଣ୍ଡିବାକୁ ଯାହା ସାଧବକୁଳ
ବୋଇତେ ଉଡା଼ଇଥିଲେ ଚିରାଳ ।।୧।।

ଖାରବେଳ ଯାହା ଦେଖି ନୟନେ
ଚଳିଲେ ମଗଧ ସେନା ଗହଣେ ।।୨।।

କେଶରୀ ଭୂପତି କୀରତି ଜାଳ
ମୟୁଖେ ହୋଇଲା ଯାହା ଧବଳ ।।୩।।

ଅନଙ୍ଗଭୀମ ଅବନୀ ନାୟକ
କଲେ ଯା' ଗୌରବ ବିଶ୍ବ ବ୍ଯାପକ ।।୪।।

ନରସିଂହ ଭୂପ ମନ୍ଦିର-ବର
ହେଲା କଉସ୍ତୁଭ ଯାହା ହୃଦର ।।୫।।

କପିଳେନ୍ଦ୍ର ବଢା଼ଇଲେ ଯା ଶିରୀ
ଅସିରେ ବଇରୀ ଉରସ ଚିରି ।।୬।।

କାଞ୍ଚି-ଜେମା-ହୃଦ-କୁମୁଦ-ଇନ୍ଦୁ
ଉଛୁଳାଇଲେ ଯା ସୁଯଶ-ସିନ୍ଧୁ ।।୭।।

ଭଞ୍ଜ କବିରବି-ଗୋପାଳକୃଷ୍ଣ
ପିଇଲେ ନେତ୍ରେ ଯା ହୋଇ ସତୃଷ୍ଣ ।।୮।।

ରାଧାନାଥ କବି-ଲେଖନୀ-ମୁନ
ଯାହା ଆଙ୍କି ହେଲା ଭାରତେ ଧନ୍ଯ ।।୯।।

ମନୁଜ କେଶରୀ ମଧୁସୂଦନ
ଦେଖି ଦେଖାଇଲେ ଯାହା ସପନ ।।୧୦।।

ସାର୍ଦ୍ଧ କୋଟି ଦେଶବାସୀ ନୟନ
ଚକୋରେ ଦେବାକୁ ଚନ୍ଦ୍ରିକା-ପାନ ।।୧୧।।

କୃଷ୍ଣଚନ୍ଦ୍ର ଗଜପତି ଭୂପତି
ଦେଲେ ଯାକୂ ସ୍ବତନ୍ତ୍ରତା ବିଭୂତି ।।୧୨।।

ବିଛନ୍ଦ ଚରଣ ପଟ୍ଟନାୟକ
ଚିନ୍ତି ଯା ବିଭୋର କାଳ କାଳକ ।। ୧୩।।

ଶବ୍ଦାର୍ଥ■■■■■■■■■■■■■■■■
କବିହୃଦାନନ୍ଦ ରସ କୂପକୁ=>
କବିଙ୍କ ହୃଦୟକୁ ଯାହା ଆନନ୍ଦ ଦାୟକ
ଚିରାଳ=>ପତାକା
କୀରତିର ଜାଳ ଅର୍ଥାତ ସମୁହ
ମୟୁଖ=> କିରଣ
ଧବଳ=>ଆଲୋକିତ
ମନ୍ଦିରବର=>କୋଣାର୍କ
କଉସ୍ତୁଭ=>ବିଷ୍ଣୁଙ୍କ ଛାତିର ମଣି ବିଶେଷ
ଶିରୀ=>ଐଶ୍ବର୍ଯ୍ୟ
ଅସି=>ଖଣ୍ଡା
ବଇରି=>ଶତ୍ରୁ
ଉରସ=>ଛାତି
ହୃଦ କୁମୁଦ ଇନ୍ଦୁ=> ହୃଦୟ ରୂପକ କଇଁ ଫୁଲର ଚନ୍ଦ୍ରମା ଅର୍ଥାତ ପ୍ରାଣବଲ୍ଲଭ
ଭଞ୍ଜ=>କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
କବିରବି=>କବିସୂର୍ଯ୍ୟ ବଳଦେବ ରଥ
ଗୋପାଳକୃଷ୍ଣ=> ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକ
ଏମାନେ ଆଖିବାଟେ ତୋର ରୂପ ପାନକରିଥିଲେ ।।
ମନୁଜ କେଶରୀ=> ମାନବ ମଧ୍ୟରେ ସିଂହ
ଅର୍ଥାତ ମି.ଦାସ/ମଧୁବାବୁ

Friday, May 12, 2017

●●●ଓ୍ବଙ୍ଗାରୀ ମାଥାଇ ~ ପ୍ରଥମ ଆଫ୍ରିକୀୟ ମହିଳା ନୋବେଲ ପୁରସ୍କାର ବିଜୟିନୀ●●●●

ଝିଅଟିଏ କେନିଆର ଏକ ଜଙ୍ଗଲୀ ଗାଆଁ
Ihithe ରେ ରହୁଥିଲା ।
ତାକୁ ଖୁବ୍ ଭଲ ଲାଗୁଥିଲା ସେ ଯେତେବେଳେ
ତା ମାଆ ସହିତ ଜଙ୍ଗଲକୁ ଯାଉଥିଲା ।
ସେ ସେଠି ଜଙ୍ଗଲରେ ପକ୍ଷୀମାନଙ୍କ କାକଳୀ ଶୁଣି, ଆଉ କୋଳୀ ଖାଇ ଖୁସି ହେଉଥାଏ ।
ଟିକେ ବଡ଼ ହେଲାରୁ ସେ ଭଲ ପାଠ ପଢି ସେ
ସ୍କୁଲରେ ପ୍ରଥମ ହେଲା ।
ସରକାରଙ୍କ ତରଫରୁ ତାକୁ ଛାତ୍ରବୃତ୍ତି ମିଳିଲା
ସେ ଛଅବର୍ଷ ପାଇଁ ଆମେରିକାରେ ରହି ପାଠ ପଢିଲା ।
ଛଅ ବର୍ଷ ପରେ କେନିଆ ଫେରି ଝିଅଟି ଦେଖିଲା ଦେଶଟା ସ୍ବର୍ଗରୁ ଶଂଶାନ ପାଲଟି ଯାଇଛି ।
କାହିଁ ସେ ସବୁଜ ସୁନ୍ଦର ଶସ୍ଯଶ୍ଯାମଳ  କେନିଆ
ଯୋଉଠି ଦେଖିଲେ ଖାଲି କଟା ଗଛର ଗଣ୍ଡି ସବୁ ଗଡୁଛି ।
ଏଇଠୁ ଆରମ୍ଭ ହେଲା
ତା'ର
ଗ୍ରୀନ୍ ବେଲ୍ଟ ଆନ୍ଦୋଳନ....
ଏଇ ଆନ୍ଦୋଳନ ଯୋଗୁଁ ସମ୍ପୂର୍ଣ୍ଣ ଆଫ୍ରିକାରେ ଲାଗିଥିଲା କୋଟି କୋଟି ଗଛ.....

"People are fighting over water,over food . We plant the seeds of peace."
*****ଓ୍ବଙ୍ଗାରୀ ମାଥାଇ*****
ନୋବେଲ ପୁରସ୍କାର ରେ ସମ୍ମାନିତ ହୋଇଥିବା ସେ ଆଫ୍ରିକାର ପ୍ରଥମ ମହିଳା ।
1977ରେ ଗ୍ରୀନ୍ ବେଲ୍ଟ ମୁବମେଣ୍ଟର ଶ୍ରୀଗଣେଶ ସେ ତାଙ୍କ ଛୋଟ ନର୍ସରୀରୁ କରିଥିଲେ ।
ଅନେକ ଚାରା ପ୍ରସ୍ତୁତକରି ନିଜ ଗାଁ ରେ ଲୋକଙ୍କୁ ପବର୍ତ୍ତାଇ ବୃକ୍ଷରୋପଣ କରାଇଥିଲେ,କରିଥିଲେ ମଧ୍ଯ ।
ଧୀରେ ଧୀରେ ପାଖ ପଡୋଶୀ ଗାଆଁରୁ ସହଯୋଗ ମିଳି ଏହା କେନିଆରେ ଏକ ବିରାଟ ସବୁଜ ବିପ୍ଳବର ରୂପ ଧାରଣ କଲା ।
କେନିଆର ତତ୍କାଳୀନ ସରକାର କିନ୍ତୁ
ଓ୍ବଙ୍ଗାରୀ ମାଥାଇ ଙ୍କୁ ଜଣେ ବିକାଶ ବିରୋଧୀ ଆନ୍ଦୋଳନକାରୀ ଆଖ୍ଯା ଦେଇ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ତେବେ ଵାଙ୍ଗାରୀ ହାରିନଥିଲେ ସେ ନିଜ ଆନ୍ଦୋଳନ ଜାରୀରଖିଲେ ।

ଓ୍ବଙ୍ଗାରୀ ସେତେବେଳକୁ ଆଫ୍ରିକୀୟ ମହିଳା ମାନଙ୍କ ପାଇଁ ଏକ ଆଇକନ୍ ପାଲଟି ଯାଇଥିଲେ .....
କେନିଆରେ ଓ୍ବଙ୍ଗାରୀ ମାଥାଇଙ୍କ ସମର୍ଥନରେ ଲକ୍ଷାଧିକ ବୃକ୍ଷରୋପଣ କରାଗଲା
ଶେଷରେ  କେନୀଆନ୍ ସରକାରଙ୍କୁ ବାଧ୍ଯହୋଇ
ଵାଙ୍ଗରୀ ମାଥାଇକୁ ମୁକ୍ତ କରିଥିଲେ ।
କେନିଆର ଏଇ ଆନ୍ଦୋଳନ ପରବର୍ତ୍ତୀ କାଳରେ ଅନ୍ଯ ଆଫ୍ରିକୀୟ ଦେଶରେ ବ୍ଯାପିଲା
ବେଳ ଥାଉଁ ଥାଉଁ ଆଫ୍ରିକାନ୍ ଲୋକେ ଆଫ୍ରିକାକୁ ପୁଣି ସବୁଜ ସୁନ୍ଦର କରିଦେଲେ ।

ପ୍ରବଳ ଲୋକପ୍ରିୟତା ଯୋଗୁଁ 2002ରେ ଓ୍ବଙ୍ଗାରୀ କେନିଆରେ ସାଂସଦ ହୋଇପାରିଥିଲେ
ଏମିତିକି କିଛି କାଳ ମନ୍ତ୍ରୀ ପଦରେ ରହି ଜନସେବା ମଧ୍ଯ କରିଥିଲେ ।
2004ରେ ଓ୍ବଙ୍ଗାରୀ ମାଥାଇ ଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ତତ୍ପରବର୍ଷ ତାଙ୍କୁ ଜବାହରଲାଲ ନେହରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

1 ଏପ୍ରିଲ୍ 1940ରେ ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇ ଓ୍ବଙ୍ଗାରୀ ମାଥାଇ ସମ୍ପୂର୍ଣ୍ଣ ଆଫ୍ରିକାରେ ସବୁଜସୁନ୍ଦର କରି/କରାଇ
25 ସେପ୍ଟେମ୍ବର 2011ରେ ନାଇରୋବି ସହରରେ ପରଲୋକ ଗମନ କରିଥିଲେ ।

●●●●ଟ୍ରୟନଗରରେ ପ୍ଯାରିସ୍●●●●

ଟ୍ରୟନଗର ରାଜା ପ୍ରିଅମ୍ ନିଜ ସର୍ବକନିଷ୍ଠ ପୁତ୍ରକୁ ଗୋପାଳକ ହାତରେ ମାରିଦେବାପାଇଁ ଟେକିଦେଇଥିଲୈ
କିନ୍ତୁ ପରବର୍ତ୍ତୀକାଳରେ ସେ ଏଥିଯୋଗୁଁ  ଘୋର ଅନୁତପ୍ତ ହୋଇଥିଲେ ।
ତେଣୁ ପ୍ରତିବର୍ଷ ନିଜ ପୁତ୍ର ର ଜନ୍ମଦିବସ ଦିନ ଟ୍ରୟନଗରରେ ଏକ ବିରାଟ କ୍ରୀଡା ପ୍ରତିଯୋଗିତା ତଥା ବାର୍ଷିକୋତ୍ସବର ଆୟୋଜନ କରାଉଥିଲେ ପ୍ରିୟମ୍....

ସବୁବର୍ଷ ଭଳି ସେ ବର୍ଷ ମଧ୍ଯ ଏହି ଜନ୍ମୋତ୍ସବର ଆୟୋଜନ ହେଉଥାଏ ।
ପ୍ଯାରିସ୍ ର ଜଣେ ସାଙ୍ଗ ସେଇ ଉତ୍ସବରେ ଭାଗ ନେବାକୁ ମନ ବଳେଇତାକୁ ହଳେ ହୃଷ୍ଟପୃଷ୍ଠ ଷଣ୍ଢ ଦେବାକୁ ଅନୋରଧ କଲା ।
ନିଜ ସାଙ୍ଗ ଠାରୁ ଷଣ୍ଢ ଲଢେ଼ଇ ପାଇଁ ରାଜ ଉଆସ କୁ ଯିବା କଥା ଶୁଣିପ୍ଯାରିସ୍ ର ମଧ୍ଯ ଏହି କ୍ରୀଡା଼ତ୍ସବ ଦେଖିଯିବାକୁ ଇଛା ହେଲା ।

ବିଚରା ପାଳିତ ଗୋପାଳକ ପିତା ମନରେ ଭୟ ଜାତ ହେଲା ।
ଯଦି ରାଜା ଜାଣନ୍ତି ଯେ ସେ ତାଙ୍କ କନିଷ୍ଠ ପୁତ୍ର କୁ ନ ମାରି ଏଯାବତ ତା'ର ପାଳନପୋଷଣ କରିଅଛି ତାହେଲେ ତ ଦୁଇଟି ଜୀବନର ନାଶ ହେବା ନିଶ୍ଚିତ ହୋଇଯିବ ।
ପୁଅକୁ ଅନେକ ବୁଝେଇ ବିଫଳ ହେଲାରୁ
ଟ୍ରୟ ନଗରୀ ବୁଲିଯିବାକୁ ଗୋପାଳକ ପ୍ଯାରିସ୍ କୁ ଅନୁମତି ଦେବାରେ ବାଧ୍ଯ ହେଲା ।
ତେବେ ଗୋପାଳକ ପିତା ମଧ୍ଯ ପ୍ଯାରିସ୍ ସହ ମିଶି ଟ୍ରୟନଗର ଅଭିମୁଖେ ଯାତ୍ରା କଲେ ।

ପ୍ଯାରିସ୍ ଜୀବନରେ ପ୍ରଥମଥର ଟ୍ରୟନଗର ଦେଖି
କ୍ରୀଡ଼ା ପ୍ରତିଯୋଗିତାର ସମସ୍ତବିଭାଗରେ ଭାଗନେଇ ବିଜୟୀ ହେଲା ।
ନିୟମ ଥିଲା ଯେଉଁ ଖେଳାଳି ସବୁ ବିଭାଗରେ ବିଜୟୀ ହେବ ତାକୁ ଟ୍ରୟରାଜା ସ୍ବୟଂ ଏକ ସ୍ବର୍ଣ୍ଣମୁକୁଟ ପିନ୍ଧାଇବେ....
ପ୍ଯାରିସ୍ ସବୁ ଖେଳରେ ବିଜୟୀ ହେଲାରୁ
ଟ୍ରୟରାଜା ନିଜ ପୁତ୍ର ମାନଙ୍କ ପରାଜୟ ପାଇଁ ମନେ ମନେ ଦୁଃଖିତ ହେଲେ
ଏଣେ ତାଙ୍କ ପୁତ୍ର ମାନେ ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁନଥାନ୍ତି ।
ସେମାନେ ପ୍ଯାରିସ୍ କୁ କୌଶଳ କରି ମାରିଦେବାକୁ ଯୋଜନା କଲେ ।
ଟ୍ରୟରାଜାଙ୍କ ବଡ଼ପୁତ୍ର ହେକ୍ଟର(Hector)
ପ୍ଯାରିସ୍ ପ୍ରତି
ଇର୍ଷାନ୍ବିତ ହୋଇ ପ୍ଯାରିସ୍ ଉପରେ ଆତର୍କିତ ଆକ୍ରମଣ କଲା ।
ଗୋପାଳକପିତା ଏସବୁ ଦେଖି ଘାବରେଇ ଯାଇ ଟ୍ଯୟରାଜା ପ୍ରିୟମ୍.ଙ୍କ ସମ୍ମୁଖରେ ସବୁ ସତକହିଦେଲା ।
ଯେତେବେଳେ ପ୍ରିୟମ୍ ଜାଣିଲେ ଯେ
ପ୍ଯାରିସ୍ ତାଙ୍କ ନିଜପୁତ୍ର
ସେ ଖୁସିହୋଇଗଲେ
ଏବଂ ତାଙ୍କ ଆଦେଶରେ
ପ୍ଯାରିସ୍ ଓ ହେକ୍ଟର ମଧ୍ୟରେ ହେଉଥିବା
ସଂଘର୍ଷ ସ୍ଥଗିତ ହେଲା ।

ତତ୍ପରଦିନ ରାଜସଭାରେ
ଗ୍ରୀକ୍ ଜ୍ଯୋତିଷଶାସ୍ତ୍ରୀ ମାନେ
ପ୍ଯାରିସ୍ ମାରିଦେବାକୁ ମତଦେଲେ
ନହେଲେ ଯେ ଟ୍ରୟନଗର
ଧ୍ବଂସ ଯିଏ ଏଥିପ୍ରତି ରାଜାଙ୍କୁ ସଚେତନ ହେବାକୁ ଅନୁରୋଧ କଲେ ।
କିନ୍ତୁ ପୁତ୍ରମୋହାନ୍ଧ ପ୍ରୀୟମ୍ କାହା କଥା
ଶୁଣିଲେ ନାହିଁ ।
ତହୁଁ ପ୍ଯାରିସ୍ ଟସରୟନଗରୀରେ ରାଜପୁତ୍ର ଭଳି ରହିବାକୁ ଲାଗିଲା ।
ପ୍ଯାରିସ୍ ର ସମସ୍ତ ଭାଇଙ୍କ ବିବାହ ହୋଇଗଲା । ଦିନେ ପ୍ଯାରିସ କୁ ତାଙ୍କ
ଭାଇ ମାନେ ତା'ର ବିବାହ ପାଇଁ ପଚାରିଲାରୁ ସେ କହିଲା
ମୋ ପାଇଁ ଦେବୀ ଆଫ୍ରୋଡାଇଟ୍ ଝିଅ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏକଥା ଶୁଣି ପ୍ଯାରିସ୍ ର ସବୁ ଭାଇ ହସିଦେଇ ତାକୁ ଚିଡେଇବା ଆରମ୍ଭ କରିଦେଲେ ।
ତାଙ୍କ ହସ ଦେଖି ପ୍ଯାରିସ୍ ମଧ୍ଯ ହସି ହସି କହିଲା
ହସ ଭାଇମାନେ ଆହୁରି ହସ କିନ୍ତୁ
ଦେଖିବ ଦିନେ ବିଶ୍ବର ସବୁଠୁଁ ସୁନ୍ଦରୀ ମହିଳା ମୋ ସ୍ତ୍ରୀ ହୋଇ ଟ୍ରୟନଗର ଆସିବ !!!!!!

(କ୍ରମଶଃ)

Monday, May 8, 2017

★★★★ଜିଜ୍ଞାସା★★★★★


(ରାଗ ଭୈରବ ଆଠତାଳି)

ଖାରବେଳ ସୁହାଗିନୀ ତୁହି ମାଟି କି ?
ବିପୁଳ-ବାରଣ-ସେନା
ପଦ-କମ୍ପ୍ର ଅପଘନା
ବୀର ମେଦମୟ ତୋର ଏହି ମାଟି କି ? (୧)

ଅଳେ ! ମା ଦୁର୍ଗଶାଳିନୀ
ଜଳେ ବୋଇତ ମାଳିନୀ
ନବତଳ ଉଆସ ଏ ବାରବାଟୀ କି ? (୨)

ବିଦେଶେ ଉଦର ଅନ୍ନ
ଖୋଜନ୍ତି ଯାଙ୍କ ସନ୍ତାନ
ତୋ ଦେଉଳେ ତାଙ୍କ କଳା-ପିରିପାଟି କି ? (୩)

ବାବଦୂକ ଇତିହାସ
କାନେ ଦିଏ କେତେ ଗ୍ରାସ
ନେତ୍ର ଉଦାସ ଚାହିଁ ତୋ କ୍ଷୀଣ ନାଟୀ କି ! (୪)

ବନ୍ଯାସମ ପଉରୁଷ
ହେବକେବେ ପରବେଶ
ଅତୀତ ଉଠିବ ଭଲା ଚିରି ମାଟି କି !! (୫)

ବିଚ୍ଛନ୍ଦ ଗଡା଼ଇ ଲୁହ
ପଚାରେ ସମୟ-ସୁଅ
ମୁହେଁ କି ଦୁଃଖ ନିବହ ଥିବ ଅଟକି !!!(୬)

●>>>>>>>>>>>>>>>>>>>>>>>●
ସୁହାଗିନୀ-ସ୍ନେହଶୀଳା
ବିପୁଳ-ବହୁଳ
ବାରଣ ସେନା -ଗଜାରୋହୀ ଫଉଜ
ପଦ କମ୍ପ୍ର ଅପଘନା- ପାଦରେ କମ୍ପୁଥିବା ଅପଘନା ଅର୍ଥାତ ଶରୀର...
ବୀରମେଦମୟ-ବୀରଙ୍କ ମେଦରେ ଗଢ଼ା
ନବତଳ ଊଆସ ବାରବାଟୀ କି -
ଏଇ ଯେଉଁ ରହିଛି ଏଠି ତେ ସମ୍ରାଟର ନବତଳ ପ୍ରାସାଦ ଥିଲା କି ?
ଉଦର ଅନ୍ନ-ପେଟର ଦାନା
ବାବଦୂକ~ଦୂତ,ବହୁତ କଥା ଗପୁଥିବା ଲୋକ
କାନେ ଦିଏ କେତେ ଗ୍ରାସ(ଭାବାର୍ଥ)>>
କାନକୁ ବହୁତ କଥା ଶୁଣାଏ
ଦୁଃଖନିବହ~ଦୁଃଖ ସବୁ

ଶ୍ରୀ ବିଚ୍ଛନ୍ଦ ପଟ୍ଟନାୟକ ଙ୍କ ରଚନାରୁ....

Sunday, May 7, 2017

ଇନ୍ଦ୍ରଧନୁ ର ଚଟଣି

ଜନୈକ ବଙ୍ଗାଳୀ ଦାରୋଗା
ଜଣେ ଓଡ଼ିଆ ଚୌକିଦାର ର ଘରକୁ ଯାଇଥିଲେ
କଥା ହେଉଁ ହେଉଁ ବାବୁଙ୍କୁ ପରିସ୍ରା ଲାଗିଲା
ବ୍ଯସ୍ତ ହୋଇ ଦାରୋଗା ବାବୁ
ଚୌକିଦାର କୁ ପଚାରିଲେ

"ତୋମାର ବାଡ଼ି କୋଥାଏ......."

ଚୌକିଦାର ତହୁଁ ନିଜ ଠେଙ୍ଗାଟି କାଢି
ଦେଖେଇଲା
ଦାରୋଗା ବାବୁ ଡରି ଛାନିଆ
ସେ ତକ୍ଷଣେ ସେ ସ୍ଥାନ
ଛାଡ଼ି ଦୌଡି ପଳେଇଲେ ।
ଦାରୋଗା ସେଇଦିନ ଠୁଁ ତାଙ୍କ ମନରେ ଏକ ଭ୍ରମ ପାଳି ନେଲେ ଯେ
ଓଡି଼ଆ ଙ୍କୁ ବାସସ୍ଥାନ ପଚାରିଲେ ସେମାନେ
ମାରିବାକୁ ଉଞ୍ଚାନ୍ତି 😂😂😂😂😂
(ରାଧାନାଥ ପ୍ରଶଂସକ ଙ୍କ ଦ୍ବାରା ପ୍ରକାଶ ପାଉଥିବା ବିଜୁଳୀ ପତ୍ରିକା ବିରୋଧ ରେ ଇନ୍ଦ୍ରଧନୁ ନାମକ ଏକ ପତ୍ରିକା ପ୍ରକାଶିତ କରୁଥିଲେ କିଛି ଓଡି଼ଆପ୍ରେମୀ ସାହିତ୍ୟସାଧକ
ସେଇ ଇନ୍ଦ୍ରଧନୁ ପତ୍ରିକା  ରେ ଏଇଭଳ ଜୋକ୍  ସବୁ ମଧ୍ଯ ଛପୁଥିଲା ଚଟଣୀ ନାମରେ....
ଓଡି଼ଆ ସାହିତ୍ୟ ରେ ବଙ୍ଗୀୟ ଆଧୁନିକ ରୀତି ର ବିରୋଧୀ ଥିଲେ ଇନ୍ଦ୍ରଧନୁ ଦଳ ।
ଏହାକୁ କେହି କେହି ସାହିତ୍ୟ ଯୁଦ୍ଧ ମଧ୍ଯ କହିଥାନ୍ତି )

Saturday, May 6, 2017

●ନିରୋଳା ଏ ରାତେ ଗାଏ କେ ମଧୁରେ....ଚହଲିଛି ଯା'ର ମନ ଗାଏ ସେ ଅଧୀରେ ●●●

ତଲତ୍ ମେହମୁଦ୍ ଏବଂ ମୀରା କପୁର୍ ଗାଇଥିବା ଏକ ପୁରୁଣା ଓଡି଼ଆ ଗୀତ
ଆଜି ୟୁଟ୍ଯୁବ୍ ରୁ ଶୁଣିଲି
ଗୀତଟି ଭଲ ଲାଗିଲା
ତେଣୂ ତାହାର lyrics ଏଠାରେ ପ୍ରକାଶିତ କରୁଅଛି ।

ତ●ନିରୋଳା ଏ ରାତେ ଗାଏ କେ ମଧୁରେ (2)
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ ( 2)

ତ●ଦୋହଲାଇ କାହା ମନ ....
ଦୋହଲାଇ କାହା ମନ
କରିନି ତ ଚୋରୀ
ମୀ●ମିଛେ ମିଛେ ରାତି ଅଧେ
"ଡାକେ ଘୂରୀ ଘୂରୀ"
ଡାକେ ଘୂରୀ ଘୂରୀ

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

ତ●ସପନ ଭାଙ୍ଗି ସିନା ଡାକୁ ରହି ଦୂରେ ଦୂରେ
ତୋ ବିହୁନେ ମୋ ମରମେ
ଜଳେ ନିଆଁ ଧୀରେ ଧୀରେ

ମୀ●ସେ ନିଆଁରେ ଜଳିଛି ମୁଁ ତୋ ନାମ ଧରି ଅଧରେ (2)

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

ତ●ଅପରାଧ ହେବ କିବା
ଦେଖାଦେଲେ ମୋତେ ଥରେ(2)
ଆସିପଛେ ଯିବୁ ଚାଲି ମିନତୀ
ରଖ ବାରେ

ମୀ●ପାଦେ ମୋ ସୁନା ଶିଙ୍କୁଳୀ
ଦୂରେ
ଥାଇ ତୋତେ ଝୁରେ ( 2)

ତ●ନିରୋଳା ଏ ରାତେ ଗାଏ କେ ମଧୁରେ
ମୀ●ଚହଲିଛି ଯା'ର ମନ ଗାଏ ସେ ଅଧୀରେ
ତ●ନିରୋଳା ଏ ରାତେ......

●●●ଓଡି଼ଶା ଆମର ଜନମ ଭୂଇଁ●●●

ଓଡ଼ିଶା ଆମର ଜନମ ଭୂଇଁ
ଓଡି଼ଆ ଆମରି ମାଆର କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା

ଓଡି଼ଶା....ଆମ ଓଡି଼ଶା.......
ଓଡ଼ିଶା....ଆମ ଓଡି଼ଶା.......
ଓଡି଼ଶା....ଓଡ଼ିଶା......ଓଡ଼ିଶା..............

ଆମ ସାଧବ ବଣିଜ ପାଇଁ
ଯାଉଥିଲେ ସାତ ସାଗର ଡେଇଁ...(2)

ଅଝାଲ ଖୋଲି ବୋଇତ ମେଲି
ଜାଭା ସୁମାତ୍ରା ସିଂହଳ ବାଲୀ.....

ଆମ ପାଇକକୁ କେ ହେବ ସରି
ରଖିଥିଲେ ଯିଏ ଟେକ ଆମରି (2)

ଜିତିଥିଲେ ଗଙ୍ଗା ଠୁଁ ଗୋଦାବରୀ
ଆଜି ବି ଶୁଭେ ବିଜୟ ଭେରୀ

ମାଟିରେ ମାଟିରେ ଶିଳାଲେଖରେ
ଖୋଦିତ ଅଛି ତାଙ୍କରି କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ଼ କହେ ଅମର ଗାଥା.....

ଓଡି଼ଶା.....ଆମ ଓଡି଼ଶା.....................
ଓଡି଼ଶା.....ଆମ ଓଡି଼ଶା..................
ଓଡି଼ଶା.... ଓଡି଼ଶା.....ଓଡି଼ଶା................

ନିହାଣ କଥା କୋଣାର୍କ କହେ
କଳାକୀର୍ତ୍ତିରେ ମନକୁ ମୋହେ 2

ଧନ୍ଯରେ ଧରମା ଧନ୍ୟରେ ତୁହି
ବଢେ଼ଇର ମାନ ତୋହରି ପାଇଁ

ଆମରି ଦିଅଁ ନୀଳାଦ୍ରିନାଥ
ଚଳାଏ ସିଏ ଜଗତରଥ(2)
କେତେ ପରିପାଟେ କେତେ ବେଶରେ
ଜବାବ ଦିଏ ସେ ଭକ୍ତଡା଼କରେ

ଆମରି ଓଡି଼ଶୀ ଆମ ମାହାରୀ
ଠାଣିରେ ବାଣୀରେ ଭାବର କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା.....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ଆମ ଚଉପଦୀ ଆମରି ଛାନ୍ଦ
ଆମର ଚମ୍ପୁ ଶରୀରଭେଦ (2)
ଗାରରେ ଠାରରେ ଆମ ନଥୀରେ
କେତେ ତ ରହସ୍ଯ ତାଳପୋଥୀରେ

ଆମ ମହୁରୀ ଆମରି ଢୋଲ
ଆମ ଘୁମୁର ଆମ ମାଦଲ (2)
ପୁନିଁଅ ପରବେ ଉଠେ ତ ମାତି
ଚାନ୍ଦିନୀ ରାତିରେ ଭରେ ସେ ତାତି......

କେବେ ଛଉରେ କେବେ ଝୁମରରେ
ନାଚି ଗାଇ ଆମେ ଭୂଲୁ ତ ବ୍ଯଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ପଠାଣିସାମନ୍ତ ବାଉଁଶ ନଳୀ
ପାରୁଥିଲା ଗ୍ରହ ନକ୍ଷତ୍ର କଳୀ (2)
ଚଣ୍ଡାଶୋକ ଏଠି ଯାଇଛି ହାରି*(ଥିଲେ ବଦଳି)
ସାଖୀ ତାର ଅଛି ଏଇ ଧଉଳୀ

ଏମିତି ରାଇଜ ପାଇବ କାହିଁ
ମହୋଦଧୀ ଯହିଁ ନୁଆଁଏ ମଥା (2)
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ରଚନାକାର:- ???????????

●●●ମାତା ମାତା ରବ ବହୁଦିନ ହେଲା ଦୂରରୁ ଶୁଣିଛି ମୁହିଁ●●●

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଚି ମୁହିଁ ।

ଦୂରରୁ ଶବଦ ପବନ ଆଣୁଚି
ନିକଟରେ କେହି ନାହିଁ ।।

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଚି ମୁଁହି..........

ଗର୍ଭେ ଧରିଥିଲି ଶତ କର୍ମବୀର
ସେମାନେ ଡାକିଲେ ନାହିଁ ।

ବାକ୍ଯବୀରଙ୍କର ରବ ଶୁଣୁଅଛି
କର୍ମବୀର ଗଲେ କାହିଁ ??????????

ଏକ ପୁତ୍ର ମୋର ନୀଳାଚଳ ଧାମେ
ଉଡାଇଲା ମୋର ଧ୍ବଜା ।

ସମସ୍ତ ଭାଇଙ୍କୁ କୋଳେ ବସାଇଲା
"ଭେଦ ନାହିଁ ରାଜା ପ୍ରଜା*(2) ।।

ଇତିହାସ ତୂରୀ ଜଗତେ ଘୋଷୁଛି
ମୋର ସୁତଙ୍କର ଯଶ ।

ତାଙ୍କର ବଂଶଜ ଘୃଣିତ ଓଡି଼ଆ(2)
ଏହା ମୋ କପାଳ ଦୋଷ ।।

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଛି ମୁହିଁ..............

ବହୁକାଳ ଧରି ରୋଦନ କରୁଛି
ନୟନକୁ ଦିଶୁନାହିଁ ।

ମୋହରି ସନ୍ତାନ କତିକି ଆସିଲେ
ଅଣ୍ଡାଳି ଚିହ୍ନିବି ମୁହିଁ ।।

ନାହିଁ ମୋର ମାନ ନାହିଁ ମୋର ଧନ
ବଦନେ ଲାଗିଛି ଧୂଳି ।

ବୀର ପ୍ରସବିନୀ ଶୋଣିତ ରହିଛି
ତୋ ଶିରାରେ ଦେବି ଢାଳି (2)।।

ସେ ଶୋଣିତ ବଳେ
ବୁଦ୍ଧି ର କୌଶଳେ
ହେବୁ ତୁହି କର୍ମବୀର ।

ଅତି ଅଳ୍ପ ଦିନେ ପ୍ରଭୂ ଙ୍କ କୃପାରେ(2)
ତୋର ଦୁଃଖ ହେବ ଦୂର(3)

~~୰ଉତ୍କଳ ଗୌରବ ମଧୁସୂଦନ ଦାସ~~~~~