Wednesday, May 17, 2017

ଲୋକଗୀତ ୨

ମଦାଦାନୀ ଧାନ ଚାଉଳ ମୁଗ ନଡ଼ିଆ ପଡି଼
ଖରମରା ଘିଅ ଅଦା ଯେ ପଡି଼ଥିବ ଖେଚୁଡ଼ି

ଖଣ୍ଡପୁରୀ କ୍ଷୀରି କ୍ଷିରିସା ସାଙ୍ଗେ ଆରିସା ପିଠା
ଗହମ କାକରା ଚକୁଳି ଛେନା ମଣ୍ଡା ଗଇଁଠା

ଶୀତଳ ମସଲା ନବା ତ ପଡି଼ ପଇଡ଼ ପଣା
ଶୀତଳ ବେଳରୁ ଖାଇଲେ ଶୋଷ ହୋଇବ ଊଣା

ବନ୍ତଳ କଦଳୀ ମଞ୍ଜାକୁ ବାଛି କରିବ ରାଇ
ଲେଉଟିଆ ଶାଗ ଭାଜିଲେ ସଜ ପଖାଳ ଦହି

ଚାଠିଆ କଦଳୀ କୋଶଳା ବଡି଼ ପକାଇ ଭାଜି
ଲାଉ ସାରୁ-ମୁଣ୍ଡା ମିଶାଇ କିଛି କରିବ କାଞ୍ଜି

ସାରୁ ଆଳୁ ବଡି଼ କଦଳୀ ବାଇଗଣ ମହୁର
ବୋଇତି କଖାରୁ ଆମ୍ବିଳ ଖଣ୍ଡଗିିଆ ସାକର

କଲରା କାଙ୍କଡ ପଣସ ମଞ୍ଜି ସଜନା ଛୁଇଁ
ଦେହ ଦରଜକୁ ପିଆଜ କିଛି ଦିଅ ଭଜାଇ

ସାତସପୁରୀଆ କାକୁଡି଼ ଓଉ ପକା ଆମ୍ବିଳ
ମୂଳା କାଞ୍ଜି ସାଙ୍ଗେ ଭଜା ଯେ କନ୍ଦମୂଳ ପୋଟଳ

ବାସିପାଣି ପୋଡ଼ପିଠାରେ ମନ ରହିଲା ମୋର
ଶିକାର ଖାଇବି ସଖୀ ଗୋ ପାଣି ଦିଅ ସତ୍ବର

କାଣ୍ଡିଆ କୁଣ୍ଡାକୁ ଝାଡି଼ବ ଢିଙ୍କିଶାଳରେ ବସି
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି.................

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...