Wednesday, May 31, 2017

ଗଙ୍ଗା ଗୋଦାବରୀ ~ ମଧୁସୂଦନ ଦାସ

ଗଙ୍ଗା ଗୋଦାବରୀ ଯମୁନା କାବେରୀ
ପୂଜା ପାଇ ନାନା ଘାଟେ
ଛାଡି଼ ନିଜ ମାନ
ଲୋଡି଼ ଜାତିପ୍ରାଣ
ପ୍ରବେଶିଲେ ସିନ୍ଧୁତଟେ ।

କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ
ଦେଖାଉଛି ଜାତି ବଳ
ତଟ ସୀମା ଲଙ୍ଘି
ପରବତ ଭାଙ୍ଗି
ନାଚୁଛି ତରଙ୍ଗମାଳ ।

ଦେଖି ଦେବୀଗଣ ଜାତୀୟ ଜୀବନ
ଛାଡି଼ ନିଜ ଗର୍ବ ମାନ
ସିନ୍ଧୁରେ ମିଶିଲେ ଉଲ୍ଲାସେ ନାଚିଲେ
ଲଭି ନୂଆ ଜାତିପ୍ରାଣ ।

ନିଜର ଜୀବନ
ଜାତିକୁ ଅର୍ପଣ
କଲେ ମିଳେ ଜାତିପ୍ରାଣ
ଜାତୀୟ ଜୀବନ
ନମିଳିବ କଲେ
ହାଟେ ବାଟେ ଅନ୍ବେଷଣ ।

ପତିବ୍ରତା ସତୀ
ପତିର ମିଳନ
ଲଭିବା ଆଶାରେ ପୋଡେ଼
ଜାତିର ମିଳନ ଲଭିବା ଆଶାରେ
ତୋର ପ୍ରାଣ କିଆଁ ଡରେ ?

ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି଼ ସିନ୍ଧୁ ନୀରେ ।

ତରଙ୍ଗ ଉଠିବ ସିନ୍ଧୁ ଗରଜିବ
ଶୁଣିବୁ ସିଂହର ରବ
ବ୍ରିଟିଶ ରାଜ୍ଯରେ  ଓଡ଼ିଆ ଜାତିର
ବଢ଼ିବ ମାନ ଗୌରବ ।

@ମଧୁସୂଦନଦାସ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...