Wednesday, May 3, 2017

ସନ୍ତୁଳା

ଓଡ଼ିଶାର ଘରେ ଘରେ #ସନ୍ତୁଳା #ସନ୍ତୋଳା  ତରକାରୀ ହୋଇଥାଏ ।
ଏ ହେଉଛି ତରକାରୀ ତିଆରି କରିବାର ଏକ ଭାରତୀୟ ଶୈଳୀ ....

ପାଣିକୁ ନିଆଁ ରେ ବସାଇ ତହିଁରେ
ବିଭିନ୍ନ ପ୍ରକାରର ପନିପରିବା ଯଥା ଆଳୁ ସାରୁ ବାଇଗଣ ଟମାଟର ଭେଣ୍ଡି ବରଗୁଡି,କଦଳୀ,କଖାରୁ ଠୁଁ ଆରମ୍ଭ କରି ଜହ୍ନି ଯାଏଁ ଯେତେକ ପରିବା ଅଛି
ସିଝିିବା ଯାଏଁ ଜଳ ସହ ତାକୁ ଗରମ କରାଯାଏ ।
ଶେଷରେ ପରିବା ସିଝିଗଲେ
ତାକୁ ଓହ୍ଲାଇ ଆଣି ଲଙ୍କା ରସୁଣ ଛୁଁକ ଦେଇ ଫୁଟାଯାଏ ।

ବାସ୍ ହୋଇଗଲା ସନ୍ତୁଳା .....

ସହଜ,ସୁନ୍ଦର ସ୍ବାସ୍ଥ୍ଯକର ତରକାରୀଟିଏ......

ମୁଁ ଜାଣିନି ଭାରତର ଅନ୍ଯ ଅଞ୍ଚଳରେ
ଲୋକେ ସନ୍ତୁଳା ତରକାରୀ ତିଆରି କରନ୍ତି କି ନାହିଁ.....
ହୋଇପାରେ ଏହା ଭାରତର ପ୍ରାଚୀନ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ
ଏବଂ ବୋଧହୁଏ
ପ୍ରାଚୀନ କାଳରେ ଭାରତରୁ ଯାଇ ଚୀନରେ ଏତେ ଲୋକପ୍ରିୟ ହେଲା ଯେ
ସେଠିକା ଲୋକେ ସବୁ ପ୍ରକାରର ତରକାରୀ କୁ ପାଣିରେ ସିଝେଇ ରାନ୍ଧିବା ଶିଖିଲେ
ଯାହାକି ଏଯାବତ ପ୍ରଚଳିତ ।

ସନ୍ତୁଳା ଶବ୍ଦଟି ବୈଦିକ ସଂସ୍କୃତଭାଷାର ଶବ୍ଦ
#ସନ୍ତୋଳନ ର ଏକ
ଆଧୁନିକ ଓଡି଼ଆ ରୂପ ।
ସମ୍+ତୁଳ୍ ଧାତୁ+ଭାବ, ଅନ = ସନ୍ତୋଳନ ।
ପୁଣି ସନ୍ତୋଳନ ଶବ୍ଦରୁ ସନ୍ତୁଳିବା କ୍ରିୟା ଶବ୍ଦ ଆସିଅଛି ।
କିନ୍ତୁ ସନ୍ତୁଳିହେବାର ଅର୍ଥ ଲକ୍ଷଣାର୍ଥରେ
ଭିନ୍ନ
1. ଦୁଃଖରେ ଘାଣ୍ଟିହେବା/କ୍ଲିଷ୍ଟ ହେବା/ଧନ୍ଦୀହେବା/
2.ଗ୍ରୀଷ୍ମକାଳରେ ଅତିଶୟ ରୌଦ୍ରତାପ ସହ୍ଯ ପୂର୍ବକ ବ୍ଯଥିତ ହେବା ଆଦି

ସନ୍ତୁଳା ତରକାରୀ କୁ ଓଡି଼ଆଭାଷାରେ
ଠୁକୁଠୁକା ତରକାରୀ ମଧ୍ଯ କୁହନ୍ତି ।

ସାଧାରଣତଃ ମାଛ,ଫୁଲ,ବଡି କିମ୍ବା ଛତୁକୁ ମସଲା ପାଣି ଦେଇ
ପାଣି ଶୁଖିଯିବା ଅବସ୍ଥା  #ଯୁକଯୁକିଆ ହେବାଯାଏଁ ଚୂଲିରେ  ବସେଇବାକୁ ଠୁକୁଠୁକା କହୁଯାଏ ।
ଯେହେତୁ ସନ୍ତୁଳା ମଧ୍ଯ ସେହି ପ୍ରଣାଳୀ ରେ ପ।ରସ୍ତୁତ କରାଯାଏ
କେତେକ ଅଞ୍ଚଳରେ ସନ୍ତୁଳା କୁ ଠୁକୁଠୁକା କୁହାଯାଇଥାଏ ।


No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...