Sunday, May 7, 2017

ଇନ୍ଦ୍ରଧନୁ ର ଚଟଣି

ଜନୈକ ବଙ୍ଗାଳୀ ଦାରୋଗା
ଜଣେ ଓଡ଼ିଆ ଚୌକିଦାର ର ଘରକୁ ଯାଇଥିଲେ
କଥା ହେଉଁ ହେଉଁ ବାବୁଙ୍କୁ ପରିସ୍ରା ଲାଗିଲା
ବ୍ଯସ୍ତ ହୋଇ ଦାରୋଗା ବାବୁ
ଚୌକିଦାର କୁ ପଚାରିଲେ

"ତୋମାର ବାଡ଼ି କୋଥାଏ......."

ଚୌକିଦାର ତହୁଁ ନିଜ ଠେଙ୍ଗାଟି କାଢି
ଦେଖେଇଲା
ଦାରୋଗା ବାବୁ ଡରି ଛାନିଆ
ସେ ତକ୍ଷଣେ ସେ ସ୍ଥାନ
ଛାଡ଼ି ଦୌଡି ପଳେଇଲେ ।
ଦାରୋଗା ସେଇଦିନ ଠୁଁ ତାଙ୍କ ମନରେ ଏକ ଭ୍ରମ ପାଳି ନେଲେ ଯେ
ଓଡି଼ଆ ଙ୍କୁ ବାସସ୍ଥାନ ପଚାରିଲେ ସେମାନେ
ମାରିବାକୁ ଉଞ୍ଚାନ୍ତି 😂😂😂😂😂
(ରାଧାନାଥ ପ୍ରଶଂସକ ଙ୍କ ଦ୍ବାରା ପ୍ରକାଶ ପାଉଥିବା ବିଜୁଳୀ ପତ୍ରିକା ବିରୋଧ ରେ ଇନ୍ଦ୍ରଧନୁ ନାମକ ଏକ ପତ୍ରିକା ପ୍ରକାଶିତ କରୁଥିଲେ କିଛି ଓଡି଼ଆପ୍ରେମୀ ସାହିତ୍ୟସାଧକ
ସେଇ ଇନ୍ଦ୍ରଧନୁ ପତ୍ରିକା  ରେ ଏଇଭଳ ଜୋକ୍  ସବୁ ମଧ୍ଯ ଛପୁଥିଲା ଚଟଣୀ ନାମରେ....
ଓଡି଼ଆ ସାହିତ୍ୟ ରେ ବଙ୍ଗୀୟ ଆଧୁନିକ ରୀତି ର ବିରୋଧୀ ଥିଲେ ଇନ୍ଦ୍ରଧନୁ ଦଳ ।
ଏହାକୁ କେହି କେହି ସାହିତ୍ୟ ଯୁଦ୍ଧ ମଧ୍ଯ କହିଥାନ୍ତି )

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...