Thursday, August 17, 2017

••ଆମ ଓଡ଼ିଆଭାଷାରେ ମଣିଷ ପଶୁ ବିଚାର ଅଛି •••

ଓଡ଼ିଆରେ ମନୁଷ୍ୟ ଦ୍ବାରା ପଦାଘାତକୁ 'ଗୋଇଠା' ମାରିବା କୁହାଯାଏ ।

କିନ୍ତୁ
ପଶୁ ଯଦି ପଦାଘାତ/ପଦପ୍ରହାର କରେ ତାହା
'ନାତ' ମାରିବା କୁହାଯାଏ ।
କଟକ ଅଞ୍ଚଳରେ 'ନାତ' ଶବ୍ଦରେ "ନ" ଟା "ଲ" ହୋଇ 'ଲାତ' ହୁଏ ।

ଓଡ଼ିଆ 'ନାତ' ଶବ୍ଦ ସହ ସଂସ୍କୃତର 'ଲତ୍ତା' ଶବ୍ଦର ସାମଞ୍ଜସ୍ୟ ରହିଛି ।
ଏହି 'ଲତ୍ତା' ରୁ "ଭୋଜପୁରୀଭାଷା" ରେ
'ଲତ୍ତାଡନା' ଭଳି ଶବ୍ଦ ସୃଷ୍ଟି ହୋଇଛି ।
ସଂସ୍କୃତ 'ଲତ୍ତା' ଶବ୍ଦର ମୂଳ 'ଲତ ଧାତୁ' ଏବଂ ଏହା ଆଘାତ କରିବା ଅର୍ଥରେ ବ୍ୟବହୃତ ହୋଇଥାଏ ।
ହିନ୍ଦୀରେ ମନୁଷ୍ୟ ଦ୍ବାରା ଗୋଇଠା ମରାକୁ "ଲାତ୍"  କୁହାଯାଉଥିଲା ବେଳେ
ପଶୁ ଦ୍ବାରା ନାତ ମରା କୁ "ଲଥାର୍" କୁହାଯାଏ । ଏହି ଲଥାର୍ ପୁଣି କେଉଁଠି କେଉଁଠି 'ଲତାର୍' ହୁଏ ତ କେଉଁଠି 'ଲତାଡ୍' ହୋଇଛି !!!!
ସେହିଭଳି ବଙ୍ଗାଳୀ ରେ ମନୁଷ୍ୟର ଗୋଇଠାକୁ ଲାଥି ବା ଲାଥୀ କୁହାଯାଏ​ ଏବଂ ପଶୁଙ୍କ ନାତମରା କୁ "ଲାଥ୍" କୁହାଯାଇଥାଏ । ଏ ସବୁ ଶବ୍ଦ ମୂଳତଃ ଗୋଟିଏ ଶବ୍ଦ ରୁ ହିଁ ସୃଷ୍ଟି ହୋଇଛନ୍ତି ।

ଓଡ଼ିଆରେ ମଣିଷ ପଶୁ  ବାଛ ବିଚାର ଥିବାରୁ ଆମଭାଷାରେ "ଗୋଇଠା" ଭଳି ଏକ ସ୍ଵତନ୍ତ୍ର ଶବ୍ଦ ସୃଷ୍ଟି କରାଯାଇଛି ।
କିନ୍ତୁ ହିନ୍ଦୀ ଭାଷାଭାଷୀ ଏବଂ ବଙ୍ଗଳାରେ ମଣିଷ କୁ ମଧ୍ଯ ପଶୁ ବିଚାର କରି ଗୋଟିଏ ଶବ୍ଦକୁ ସାମାନ୍ୟ ବଦଳେଇ ବ୍ୟବହାର କରାଯାଏ । ବୋଧହୁଏ ସେମାନେ ଏଥିପାଇଁ ନୂଆ ଶବ୍ଦଟିଏ ଦରକାର କରିନଥିଲେ ।
ହିନ୍ଦୀରେ ଆଜିକାଲି 'ଲାତ୍' ଏବଂ 'ଲଥାର୍'    ର ସାମାନ୍ୟ ଭେଦ ମଧ୍ଯ ଅନେକାଂଶରେ ହଟିଗଲାଣି ତେଣୁ ସେମାନେ ଏବେ 'ଲତ୍ତାଡନା' ଶବ୍ଦଟିର ବହୁଳ ବ୍ୟବହାର କରିଥାନ୍ତି । ଫେସବୁକ୍ ରେ କାହାକୁ ଅନଫ୍ରେଣ୍ଡ କଲେ କୁହନ୍ତି -"ମୈଁ ଉସୁକୋ ଲତ୍ତାଡକର୍ ଅପନେ ଵାଲ୍ ସେ ବାହର୍ କିୟା ହୁଁ ଆଜ୍" କିମ୍ବା " ଆଜ ଉସନେ ଉସକୋ ଲତ୍ତିୟା ଦିଆ"
"ସଂକ୍ଷେପରେ ସେମାନେ ନିଜ ବ୍ଯତିରେକ ଅନ୍ୟ ମାନବଙ୍କୁ ମଧ୍ଯ ପଶୁ ଜ୍ଞାନ କରିଥାଆନ୍ତି ।"

((ପଶ୍ଚିମ ଓଡ଼ିଶାରେ ମନୁଷ୍ୟର ଗୋଇଠାକୁ ଲାତ୍ କୁହାଯାଏ । ବୋଧହୁଏ ହୁଏ ଏହା ହିନ୍ଦୀ ପ୍ରଭାବରେ ପ୍ରଚଳିତ । ଉଦାହରଣ ସ୍ୱରୂପ ସମ୍ବଲପୁରୀ​ ଢଗ ଅଛି " ପଡ଼ିଲା ଉତ୍ତାରୁ ଯେ ମାର୍'ସୀ ଲାତ୍ । ପୁଡି଼ଯାଉ ସେ ଗୁଡ୍ ହାତ୍" ))

*ଗୋଇଠା*
ଗୋଇଠା ଶବ୍ଦଟି ବୋଧହୁଏ ଗୋଇଠି ଶବ୍ଦର ବଦଳରୁ
ସୃଷ୍ଟି ହୋଇଛି ।
ପାଦ ତଳରେ ଯେଉଁ ଅଂଶ ଠିକ୍ ପାଦଗଣ୍ଠିର ତଳେ
ଥାଏ ତାକୁ ଗୋଇଠି କୁହାଯାଏ ।

*******ଗୋଇଠିର କିଛି ପ୍ରତିଶବ୍ଦ******
୧.ପାଦମୂଳ
୨.ଗୁଳ୍'ଫ୍
୩.ରେଡି

ହିନ୍ଦୀରେ---एडी
ବଙ୍ଗଳାରେ-গোড়ালি

ହିନ୍ଦୀରେ ବ୍ୟବହୃତ ଏଡି ଶବ୍ଦଟି ବୈଦେଶିକ ଶବ୍ଦ
ଏହା ମୂଳ ପାର୍ସି ଭାଷାର ଏଁଡୀ ଶବ୍ଦରୁ ଆସିଅଛି ।
ଓଡ଼ିଆରେ "ରେଡି଼ ମାରିବା" (ଗୋଇଠା ମାରିବା ଅର୍ଥରେ)
ର ବ୍ୟବହାର ଅଛି । ହିନ୍ଦୀରେ ଏଡୀ ମାରନା୍ ଥାଇପାରେ  ।
ଏହି ରେଡି ରୁ ପୁଣି ରେଡି଼ବା କ୍ରିୟା ଶବ୍ଦ ପ୍ରଚଳିତ ହୋଇଅଛି ।
ଅସମ୍ମାନ କରିବା,
ସ୍ବାମୀର କଥାକୁ ଲଙ୍ଘନ କରିବା ଅର୍ଥରେ ।
ଏଁଡୀ ଶବ୍ଦରୁ ଓଡ଼ିଆ ରେ ଏଡିବା ଶବ୍ଦର ପ୍ରଚଳନ ହୋଇଛି କି ?
ଆମେ ଘରର କବାଟବନ୍ଧ/ଦୁଆରବନ୍ଧ/ଦୋହଳୀ/ଏରୁଣ୍ଡୀବନ୍ଧ/ଇରୁଣ୍ଡୀବନ୍ଧ
ଲଙ୍ଘିଲାବେଳେ
ଯେହେତୁ ଏଡୀ ଉପରକୁ କରି ଲଙ୍ଘିଥାନ୍ତି ତେଣୁ
ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଥାଇପାରେ ?

ତେବେ ସେ ଯା ହେଉ

ଏଡି଼ ମାରିବା ଶବ୍ଦ ଗୋଇଠା ମରା ଅର୍ଥରେ ଓଡ଼ିଆ ରେ ମଧ୍ଯ ଅଛି

ଆମ ପାଖରେ ମଣିଷକୁ ପଦାଘାତ କରିବା ଅର୍ଥରେ
ଗୁଡାଏ ଶବ୍ଦ ଥିଲା ବେଳେ ହିନ୍ଦୀ ପାଖରେ ନାହିଁ
ଯଦିବା ହିନ୍ଦୀରେ ଏଡୀ ମାରନା ଅଛି କିନ୍ତୁ ତାହା ବୈଦେଶିକ
ଏବଂ ବର୍ତ୍ତମାନ ଯୁଗରେ ବ୍ଯବହାର କମ୍ ହୋଇଛି ।
କିନ୍ତୁ ଓଡ଼ିଆ ରେ
ବୈଦେଶିକ ଏଡୀ ମାରନା ଅଛି
ଦେଶଜ ରେଡି଼ ବା ରେଢି଼ ମାରନା ବି ଅଛି
ଏବଂ ମୌଳିକ ଗୋଇଠା ମାରିବା ମଧ୍ଯ ଅଛି ।

ଲାଲ ଠେଙ୍ଗା

ତାଳଚେର ରାଜା ପିତାମ୍ବର ହରିଚନ୍ଦନଙ୍କ ସୁପୁତ୍ର ଲାଲ ସିଂ ହରିଚନ୍ଦନ ସେତେବେଳେ ତାଳଚେରର ଶାସକ ଥାନ୍ତି  ।
ଏହି ଲାଲ ସିଂ ଙ୍କ ସମୟରେ ମରହଟ୍ଟା ବର୍ଗୀମାନେ  ତାଳଚେର ଉପରେ ବାର୍ଷିକ ୨୦୦୦ ଟଙ୍କା ପେସକସ୍ ଧାର୍ଯ୍ୟ କରିଥିଲେ ।
କିନ୍ତୁ ତାଳଚେର ରାଜକୋଷରୁ ତାଙ୍କୁ କେବେବି ଫଟା ପାହୁଲାଟାଏ ବି ମିଳି ନଥିଲା ।
ରାଜା ଲାଲ ସିଂ ପେସକସ୍ ନ ଦେବାରୁ ବର୍ଗୀ ମାନେ ତାଳଚେର ଆକ୍ରମଣ କଲେ କିନ୍ତୁ ଲାଲ ସିଂ ସେମାନଙ୍କୁ ପରାଜିତ କରି ତାଳଚେର ସୀମାରେ ଗୋଟିଏ ଠେଙ୍ଗା ପୋତି ଦେଇଥିଲେ । ସେ ସ୍ଥାନ ପରବର୍ତ୍ତୀ କାଳରେ "ଲାଲ ଠେଙ୍ଗା" ନାମରେ ଅଭିହିତ ହେଲା ।
କୁହନ୍ତି ମରାଠୀ ମାନେ ଲାଲ ସିଂ ଙ୍କୁ ଡରି କି ତାଙ୍କ ରାଜତ୍ୱ କାଳରେ କେବେବି ଆଉ ତାଳଚେର ଆକ୍ରମଣ କରିବାକୁ ସାହସ କରି ପାରିନଥିଲେ । ୧୭୫୭ରେ ଲାଲ ସିଂ ଶେଷ ନିଶ୍ବାସ ତ୍ୟାଗ କଲେ । ଏହାର କିଛି ବର୍ଷ ପରେ
୧୭୭୪ ରେ ମରାଠୀ ମାନେ ତାଳଚେର ଆକ୍ରମଣ କରି ରାଜ୍ୟକୁ ଶ୍ରୀହୀନ କରିଦେଇ ଯାହା ମିଳିଲା ସବୁ ଲୁଟି ନେଇଥିଲେ ।
୧୭୭୪ରେ ମରାଠୀ ବର୍ଗୀ ଆକ୍ରମଣ ଯୋଗୁଁ ତାଳଚେର ରାଜ୍ୟରେ କେବେ ହୋଇନଥିବା ଦୂର୍ଭିକ୍ଷ ଦେଖାଦେଲା !!!! ହଜାର ହଜାର ଲୋକ ଅନ୍ନ ଅଭାବରୁ ମୃତ୍ୟ ମୁଖରେ ପଡ଼ିଲେ ।
ଅବସ୍ଥା ସୁଧୁରିବାକୁ ଆହୁରି ପାଞ୍ଚ ଦଶ ବର୍ଷ ଲାଗିଯାଇଥିଲା ।
ରାଜଗାଦୀକୁ ନେଇ କେତେ ଦିନ ବିବାଦ ଲାଗିଲା ପରେ ଶେଷରେ ଭାଗିରଥୀ ହରିଚନ୍ଦନ ୧୭୭୮ ରୁ ୧୮୪୬ ଯାଏଁ ତାଳଚେର ର ରାଜା ହୋଇଥିଲେ । ଭାଗିରଥୀ ହରିଚନ୍ଦନଙ୍କ ସମୟରେ ତାଳଚେର ପୁଣି ସମୃଦ୍ଧ ହୋଇଥିଲା ।

ଓଡ଼ିଆ ଭାଷାରେ 'ଯ' ଏବଂ 'ୟ'

'ଯ' ଅକ୍ଷରର 'ୟ' ଅନ୍ୟ ରୂପ ଅଟେ । ଅନ୍ତ୍ଯସ୍ଥ 'ଯ' ର ଉଚ୍ଚାରଣଭେଦଜ୍ଞାପକ ସ୍ଵତନ୍ତ୍ର ଶବ୍ଦ ଓଡ଼ିଆ ତଥା ସଂସ୍କୃତରେ ରହିଅଛି ଏବଂ ତାହା ହେଉଛି   'ୟ' !!!!
ଏହି 'ୟ' ଶବ୍ଦଟି 'ଇ୍ୟ' ଭଳି ଉଚ୍ଚାରଣ ହୁଏ ।
ସଂସ୍କୃତ ବ୍ୟାକରଣର ନିୟମ ଅନୁସାରେ ଅନ୍ତ୍ଯସ୍ଥ 'ଯ' ଶବ୍ଦର ଆଦ୍ଯରେ ଥିଲେ 'ଯ' ହୁଏ ଉଦାହରଣ ସ୍ୱରୂପ ଯମ,ଯୋଗ, ଯୌତୁକ,ଯୌବନ ଆଦି.....
କିନ୍ତୁ ଅନ୍ୟତ୍ର 'ୟ' ହୁଏ ।
ଏ ନିୟମ ସପକ୍ଷରେ ସଂସ୍କୃତ ଆର୍ଶବାକ୍ୟଟିଏ ଲୋକପ୍ରିୟ ହୋଇଅଛି
"ପଦ ମଧ୍ଯେ ପଦାନ୍ତେ ଚ 'ଯକାର' ୟ ଉଚ୍ଯତେ"
କେତେକ ଉଦାହରଣ
ଅନ୍ୟାୟ,ପ୍ରତ୍ଯୟ ଆଦି......

କିନ୍ତୁ ହିନ୍ଦୀ ଭଳି ଅତ୍ୟାଧୁନିକ ଵିଶ୍ବଭାଷା ଏହି ସଂସ୍କୃତଗତ ନିୟମକୁ ଅଗ୍ରାହ୍ୟ କରି ଯମକୁ ୟମ ,ଯୋଗକୁ ୟୋଗ ଏବଂ ଯଜ୍ଞ କୁ ୟଜ୍ଞ କରିସାରିଛି.....
ହିନ୍ଦୀଭାଷାର ଏଇଟା ସବୁଠୁ ବଡ଼ ଦୋଷ କହିଲେ ଭୂଲ ହେବନାହିଁ ।
ଆର୍ଯ୍ୟଭାଷା ମଧ୍ୟରେ ଓଡ଼ିଆ ହିଁ  ପ୍ରାଚୀନକାଳରୁ ଏଯାବତ୍ ଏହି ନିୟମ ବଞ୍ଚାଇ ଆସିଛି । ଏହା ଓଡିଆଭାଷାର ଅନ୍ୟତମ ମୌଳିକତା ନୁହେଁ କି ?

Wednesday, August 16, 2017

ମହାଭାରତର ଶ୍ଳୋକ ୧

ସଂସ୍ବେଦଜା ଅଣ୍ଡଜାଶ୍ଚୋଦ୍ଭିଦଶ୍ଚ
ସରିସୃପାଃ କୃମୟୋଽଥାପ୍ସୁମତ୍ସ୍ୟାଃ ।
ତଥାସ୍ମାନସ୍ତୃଣକାଷ୍ଠଂ ଚ ସର୍ଵେ
ଦିଷ୍ଟକ୍ଷୟେ ସ୍ବାଂ ପ୍ରକୃତିଂ ଭଜନ୍ତି ।।'

(ମହାଭାରତ-ଆଦିପର୍ବ(ସମ୍ଭବପର୍ବ)
"ସ୍ବେଦଜ,ଅଣ୍ଡଜ,ଉଦ୍ଭିଜ,ସରିସୃପ,କୃମି,ଜଳରେ ରହୁଥିବା ମତ୍ସ୍ୟ ଆଦି ଜୀବ ତଥା ପର୍ବତ ତୃଣ ଏବଂ କାଷ୍ଠ ଆଦି ଏ ସମସ୍ତ ପ୍ରାରବ୍ଧ ଭୋଗ କ୍ଷୟ ହେଲା ପରେ ନିଜ ସ୍ବରୂପ କୁ ପ୍ରାପ୍ତ ହୋଇଯାଅନ୍ତି" !!!!

ରାଜା ଯଯାତି ସ୍ବର୍ଗରେ ସମସ୍ତ ବିଶ୍ବ ପ୍ରତି ଅନାଦର ପୂର୍ଣ୍ଣ ବାକ୍ୟ କହି ନିଜର ପୂଣ୍ଯ କ୍ଷୟ କାରଣରୁ ତାଙ୍କୁ ଇନ୍ଦ୍ର ସ୍ବର୍ଗରୁ ପୃଥିବୀକୁ ଫିଙ୍ଗି ଦେଲେ ।
ଯଯାତି ଉର୍ଦ୍ଧ୍ଵରୁ ପତିତ ହେଲେ ।
ବିଦ୍ବାନ ମୁନିକୁମର ଅଷ୍ଟକ ଙ୍କ ସହ ତାଙ୍କର ଭେଟ ହେଲା ଏବଂ ସେଇଠି ସେ ଏହି ଶ୍ଳୋକଟି କହିଛନ୍ତି  । ଆଦି ପର୍ବର ସମ୍ଭବ ପର୍ବ ଅନ୍ତର୍ଗତ ଯଯାତି-ଅଷ୍ଟକ ସମ୍ବାଦରେ ମାନବ ଙ୍କ ପାଇଁ ଅନେକ ଉପଦେଶ କଥା କୁହାଯାଇଛି ଯାହା ସମସ୍ତଙ୍କ ପାଇଁ ପଠନୀୟ, ଅନୁକରଣୀୟ ମଧ୍ଯ !!!!!

Sunday, August 13, 2017

~~~~ଧୂମକେତୁ ଏବଂ ଅନ୍ଧବିଶ୍ୱାସ~~~~

ଧମକେତୁ ପ୍ରାଚୀନ କାଳରୁ ହିଁ ପୃଥିବୀର ରଙ୍ଗମଞ୍ଚରେ ନିଜର ଉପସ୍ଥିତି ଜଣେଇବା ସହ ମାନବ ସମାଜ ମଧ୍ୟରେ ଭୟ, ରୋମାଞ୍ଚ ଏବଂ ଜିଜ୍ଞାସା ସୃଷ୍ଟି  କରି ଆସିଛନ୍ତି ।
ପ୍ରାଚୀନ ମାନବ ଧୂମକେତୁ କୁ ନେଇ କଳ୍ପନାଜଳ୍ପନା ରେ ଲାଗିପଡିଲା ।
ଅଧିକାଂଶ ଧୂମକେତୁ କୁ ଈଶ୍ବରଙ୍କ ମାନବକୁ ସଂଦେଶ ମାନିଲେ....
ଧୂମକେତୁ କୁ ନେଇ ମଣିଷର ଅଜ୍ଞାନତା ଅଳ୍ପଦିନରେ ଅନେକ ଅନ୍ଧବିଶ୍ୱାସ କୁ ଜନ୍ମଦେଲା । ଧୀରେ ଧୀରେ ଲୋକେ ମାନିବାକୁ ଲାଗିଲେ ଯେ ଧୂମକେତୁ ସଭ୍ୟତାର ବିନାଶ ତଥା ରାଜସତ୍ତାର ଉତ୍ଥାନ ଏବଂ ପତନ ର ସମ୍ବାଦ ଦିଏ ।
ବେବିଲୋନିଆନ୍ ଧୂମକେତୁ କୁ ଈଶ୍ବରଙ୍କ ଦାଢି କହୁଥିଲା ବେଳେ
ଗ୍ରୀକ୍ ଲୋକେ ଧୂମକେତୁକୁ ଦେବତା ତଥା ତହିଁର ଧୂମ କୁ ବାଳ ମାନୁ ଥିଲେ  ।
ପ୍ରାଚୀନ ଆରବିକ୍ ପଣ୍ଡିତ ମାନେ ଧୂମକେତୁ କୁ
ଆଲ୍ଲା ଙ୍କ ଦ୍ବାରା ଜିନ୍ନାତ୍(ପ୍ରେତ)ଙ୍କୁ ମାରିବା ହେତୁ ଜଗିରହିଥିବା ଆଲୋକାସ୍ତ୍ର ଅନୁମାନ କରିଛନ୍ତି ।
ଆଧୁନିକ ଯୁଗର ବୈଜ୍ଞାନିକ ଡେଭିଡ୍ ହ୍ୟୁମ୍ ଙ୍କ ଧୂମକେତୁ ବିଷୟରେ ମତ ଥିଲା ଯେ
"ତାହା ଗ୍ରହମାନଙ୍କୁ ଜନ୍ମ ଦେଉଥିବା ଗୋଟିଏ ଗୋଟିଏ ଦୈବୀୟ ଶୁକ୍ରାଣୁ !!!!!!

1868 ରେ ବୈଜ୍ଞାନିକ ଵିଲିୟମ୍ ହେଁଗିସ୍ ସ୍ପେକ୍ଟୋଗ୍ରାଫି ଜରିଆରେ ଧୂମକେତୁ ର ଲାଞ୍ଜ ରେ ସାୟନୋଜିନ୍ ନାମକ କାର୍ବନୀୟ ପ୍ରଦାର୍ଥ ଥିବା ଦୁନିଆକୁ ପ୍ରଥମେ ଜଣାଇଥିଲେ ।
ଏହି ସାୟନୋଜିନ୍ ବିଷ ତିଆରିରେ ମଧ୍ଯ ଲାଗିଥାଏ ।
ସନ୍  1910..
ପ୍ରତ୍ୟେକ ୭୬ ବର୍ଷରେ ଥରେ ହ୍ଯାଲି ଧୂମକେତୁ ପୃଥିବୀର orbit ରେ ପ୍ରବେଶ କରିଥାଏ ।
୧୯୧୦ରେ  ଏକ ଗୁଜବ ବିଶ୍ବର କୋଣେ ଅନୁକୋଣେ ଖେଳିଗଲା !!!!
ଅଧିକାଂଶ
ନ୍ଯୁଜପେପରର ହେଡଲାଇନ୍ ହେଲା
"ବିଷାକ୍ତ ଧୂମକେତୁ ମାନବତାର ଅନ୍ତ କରିଦେବାକୁ  ଆସୁଅଛି" !!!
ଏଣେ ମେଡ଼ିକାଲ କମ୍ପାନୀ ଗୁଡିକ
ବିଷାକ୍ତ ଗ୍ୟାସରୁ ବର୍ତ୍ତିବା ପାଇଁ
ମାସ୍କ ବିକ୍ରି ଏବଂ ତାହାର ପ୍ରଚାର ପ୍ରସାରରେ ଲାଗିଗଲେ ।
ଆମେରିକାରେ ତଥା ଅନ୍ୟ ପଶ୍ଚିମ ବିଶ୍ବର ଦେଶଗୁଡ଼ିକର ତ ଲୋକେ ସେ ବର୍ଷ ପ୍ରଳୟ ଆଗରୁ ଉତ୍ସବ ତଥା ବିବାହ ଆଦି ଆୟୋଜନରେ ଲାଗିପଡିଥିଲେ ।
But......
Not Even A Single Person Died Due To Comet Pollution !!!.
😀😀😀😀
ଏଇ କିଛି ଦିନ ତଳେ
ଏକ ମହାଜାଗତିକ ଘଟଣା ପୃଥିବୀ ପୃଷ୍ଠରେ ସଂଘଟିତ ହୋଇଗଲା !!!
ବୈଜ୍ଞାନିକ ଭାଷାରେ ତାହାକୁ
"Meteor shower" କୁହାଯାଏ ।
୧୧,୧୨ ଅଗଷ୍ଟ ପୂର୍ବରୁ ଟିଭି ଖବରକାଗଜରେ ପୁଣି ଗୁଜବ ପ୍ରଚାର ଆରମ୍ଭ ହୋଇଗଲା !!!
ଏଥର ହେଡଲାଇନ୍ ବାହାରିଲା
"ରାତିରେ ଦିନ ହେବ"
ଲୋକେ ଅନେଇ ଅନେଇ ରହିଲେ
ହେଲେ ନା ଉଲ୍ଲକା ବର୍ଷଣ ହେଲା ନା ରାତିଟା ଦିନ 😀😀😀😀 ।


(Meteor shower  ପୃଥିବୀର ଉଭୟ ଗୋଲାର୍ଦ୍ଧରେ ହୋଇଥାଏ ଏତଦ୍ ଭିନ୍ନ ପୃଥିବୀର ଅନ୍ୟାନ୍ୟ ଭୂଭାଗରେ ଏଭଳି ଘଟଣା ଘଟିବା ବିରଳ)

Saturday, August 12, 2017

ଫୁଲ ଫୁଟି ମହକିଲା ଲୋ...........

ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ....(୨)
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା......
ଫୁଲ ଫୁଟି ମହ.......................(୧)

ଯତନେ ସାଇତା ଦରଫୁଟା କଢି଼
ପାଖୁଡ଼ା ତା ମେଲି ଦେଲା
କୁଞ୍ଜରେ ଗୁଞ୍ଜରେ ମତୁଆଲା ଅଳି
ଫୁଲେ ଫୁଲେ ଚୁମିଗଲା ଗୋ....
ଫୁଲେ ଫୁଲେ ଚୁମିଗଲା.....
ଆହା...
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......(୧)

ଅଙ୍ଗେ ଅଙ୍ଗେ ସୁଲୁସୁଲିଆ ବାଆ
ସିହରଣ ଯଗାଇଲା
ଚୁପି ଚୁପି କେ ବଦନରୁ ମୋର
ଓଢଣାଟା ଖୋଲିଦେଲା
ତନୁ ମନ ମୋର ଚଞ୍ଚଳ ହେଲା
ଅଞ୍ଚଳ ଉଡ଼ିଗଲା ଗୋ
ଅଞ୍ଚଳ ଉଡ଼ିଗଲା.......

ଆହା !!!!
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......

ଆହା !
କୁହୁକ ବଇଂଶୀ
ବଜାଇ ସଖୀ.....

ମୋ ମରମ ଦେଲା ଘାରୀ
ତା' ଆଖିର ଛୁରୀ ମାରି ନାଗରୀ
ମୋ ମନ କଲା ଚୋରୀ ଲୋ
ମୋ ମନ କଲା ଚୋରୀ.....
କି ଯାଦୁ ମନ୍ତର କରିଦେଲା ସେ
ମୁଁ ହାରିଲି ସେ ଜିତିଗଲା ଗୋ
ମୁଁ ହାରିଲି ସେ ଜିତିଗଲା
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ..
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା (୩)........

•••••ଉତ୍କଳ ଶବ୍ଦ ଏବଂ ଏହାର ବ୍ୟାପକ ଅର୍ଥ•••••••


ଆମେ ସମସ୍ତେ ଜାଣନ୍ତି ଯେ ଉତ୍କଳ ଶବ୍ଦଟି
=>ଉତ୍ +କଳ=ଉତ୍କଳ
ଏଇ ଭଳି ଦୁଇଗୋଟି ଶବ୍ଦ "ଉତ୍" ଏବଂ "କଳ" ଯୋଡ଼ି ହୋଇ ଗଠିତ ହୋଇଛି ।
ଉତ୍ ଏକ ଉପସର୍ଗ (ଉ+କ୍ବିପ୍)
ଏହାର କେତେକ ଅର୍ଥ ଯଥା:-ଊର୍ଦ୍ଧ୍ଵେ,ସମ୍ୟକଭାବେ,ଇତସ୍ତତଃ,ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି.....

ଏବଂ କଳ ଶବ୍ଦ ଟି ଏକ ଧାତୁ ଶବ୍ଦ ଯାହା ତିନୋଟି ମୂଳ ଅର୍ଥରେ ବ୍ୟବହୃତ ହୋଇଥାଏ
୧.ଗମନ କରିବା
୨.ଗଣନା କରିବା
୩.ଶବ୍ଦ କରିବା

ଏହା ବ୍ୟତୀତ କଳ ର ଏକ ବିଶିଷ୍ଟ ଶବ୍ଦ ହିସାବରେ ମଧ୍ଯ ଅନେକ ଅର୍ଥ ଅଛି ।

ଯଥା:-

୧.ଅତ୍ୟନ୍ତ ମଧୁର ଧ୍ବନୀ,
୨.ଭ୍ରମର ଆଦିର ଗୁଞ୍ଜନ,
୩.ଶାଳବୃକ୍ଷ,
୪.ଶୁକ୍ର,
୫.ଅଙ୍କୁର,ଗଜା,
୬.ଅଜୀର୍ଣ୍ଣ,
୭.ଯନ୍ତ୍ର,କୌଶଳ,
୮.ସୁବିଧା,
୯.କନ୍ଦର,
୧୦.ଖୁଞ୍ଜ,
୧୧.ବଶ୍ୟତା,
୧୨.ଅଧିକତା,
୧୩.ସୁଯୋଗ
ଏବଂ ମୁହଁ ର କଳ ତଥା କାମୁଡ଼ ଥର ବା ପୁଳା ଆଦି......

ତେବେ ଯଦି ଏହି ଶବ୍ଦଦ୍ବୟର ଅର୍ଥ ସବୁକୁ ନେଇ ଉତ୍କଳ ଶବ୍ଦର ବ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?

୧.ଯେଉଁ ଅଞ୍ଚଳର ଅଧିବାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ବା ଗମନ କରନ୍ତି,ଯେଉଁ ଜାତିର ଲୋକଙ୍କ ମନରେ ଜାତି,ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ

୨.ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତି ମାନଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ ​ବା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ ଅର୍ଥାତ୍ ଭୂସ୍ବର୍ଗ

୩.ଯେଉଁ ଅଞ୍ଚଳର ଅଧିବାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦିଅନ୍ତି

୧.ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ ।

୨.ଯେଉଁ ଅଞ୍ଚଳ ସ୍ବର୍ଗ ସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମର କଳ କଳ ଗୁଞ୍ଜନ କରନ୍ତି ....

୩.ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ । ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ ।

୪.ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି ।

୫.ଯେଉଁ ଉତ୍କର୍ଷ କଳାର ଦେଶରେ ବୌଦ୍ଧ,ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ,ଛଉ ନୃତ୍ୟ ଏବଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି ।

୬.ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ......
ଏହି ସେହି ଜାତି...... ଶତ୍ରୁ ମଧ୍ଯ ବାଧ୍ୟ ହୋଇ କଳିଙ୍ଗା ସାହାସିକାଃ କହିଯାଇଛି.....

୭.ଯେଉଁ ମାଟି ସମ୍ୟକ୍ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ.....

୮. ଯେଉଁ ଭୂମିରେ ଜୀବନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି......ଅନେକାନେକ ନଦନଦୀ,ହ୍ରଦ ପର୍ବତ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗ ସମ ଶୋଭାପାଇଥାଏ ।

୯.ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର .....ଯେଉଁ ଦେଶରେ ​ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଉତ୍କଳ

୧୦. ଭ୍ରାନ୍ତପ୍ରଶ୍ନ କରି ବିତର୍କ ପ୍ରେମୀ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ । ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ । ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଉତ୍କଳ .....

ସେହିଭଳି
ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ ।

ଯେମିତି କି

୧.ଉତ୍କଣ୍ଠିତ-- ଜ୍ଞାନ ତଥା କଳା ପାଇଁ ଉତ୍କଣ୍ଠିତ ତେଣୁ

୨.ଶିକାରୀ,ବ୍ୟାଧ - ଶତ୍ରୁ ଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ

୩.କର୍କଷ ଗର୍ଜନ - ସିଂହ ହିଁ କରନ୍ତି ଭୀରୁ ନୁହେଁ.....

୪.ବଙ୍ଗଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ​ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା । ଓଡ଼ିଆ ମାନେ ପରାଧୀନ ହୋଇ ନିଜର ସ୍ଵାତନ୍ତ୍ର ହରାଇ ବଙ୍ଗଳୀଙ୍କ ଗାଆଁ ସହରରେ ଖଟୁଥିଲେ.......
ତଥାପି ଆମେ ସେହି ଭାରବାହକ ଶବ୍ଦ ଭଧ୍ଯ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି
ହଁ
ଠିକ୍ ଅଛି
ଆମେ ଉତ୍କଳୀୟ ମାନେ ଭାରବାହକ ......

କାରଣ ଉତ୍କଳୀୟ ମାନେ ହିଁ ଭାରତୀୟ ସଂସ୍କୃତି କୁ ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ .....

ଜାଭା,ବୋର୍ଣ୍ଣିଓ,ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆ ମାନଙ୍କୁ ଭାରବାହକକହି ବରଂ ଆମ ବଙ୍ଗଳୀ ଭାଇ ମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆ ମାନେ ସେମାନଙ୍କ ନିକଟରେ ଚିର କୃତଜ୍ଞ ରହିବେ ।

****ଜୟ କଳିଙ୍ଗୋତ୍କଳ****

●.....ଫୁଲ ଫୁଟି ମହକିଲା ଗୋ.......●

ଫୁଲ ଫୁଟି ମହକିଲା ଗୋ

ଭଅଁର ପାଗଳ ହେଲା ....(୨)

ମୋ ମନ ଦୁଆରେ

ପହିଲି ବସନ୍ତ 

ଉଁକି ମାରିଦେଇ ଗଲା ଗୋ

ଉଁକି ମାରିଦେଇ ଗଲା......

ଫୁଲ ଫୁଟି ମହ.......................(୧)

ଯତନେ ସାଇତା ଦରଫୁଟା କଢି଼

ପାଖୁଡ଼ା ତା ମେଲି ଦେଲା

କୁଞ୍ଜରେ ଗୁଞ୍ଜରେ ମତୁଆଲା ଅଳି

ଫୁଲେ ଫୁଲେ ଚୁମିଗଲା ଗୋ....

ଫୁଲେ ଫୁଲେ ଚୁମିଗଲା.....

ଆହା...

ଫୁଲ ଫୁଟି ମହକିଲା ଗୋ

ଭଅଁର ପାଗଳ ହେଲା......(୧)

ଅଙ୍ଗେ ଅଙ୍ଗେ ସୁଲୁସୁଲିଆ ବାଆ

ସିହରଣ ଯଗାଇଲା

ଚୁପି ଚୁପି କେ ବଦନରୁ ମୋର

ଓଢଣାଟା ଖୋଲିଦେଲା

ତନୁ ମନ ମୋର ଚଞ୍ଚଳ ହେଲା

ଅଞ୍ଚଳ ଉଡ଼ିଗଲା ଗୋ

ଅଞ୍ଚଳ ଉଡ଼ିଗଲା.......

ଆହା !!!!

ଫୁଲ ଫୁଟି ମହକିଲା ଗୋ

ଭଅଁର ପାଗଳ ହେଲା......

ଆହା !

କୁହୁକ ବଇଂଶୀ

ବଜାଇ ସଖୀ.....

ମୋ ମରମ ଦେଲା ଘାରୀ

ତା' ଆଖିର ଛୁରୀ ମାରି ନାଗରୀ

ମୋ ମନ କଲା ଚୋରୀ ଲୋ

ମୋ ମନ କଲା ଚୋରୀ.....

କି ଯାଦୁ ମନ୍ତର କରିଦେଲା ସେ

ମୁଁ ହାରିଲି ସେ ଜିତିଗଲା ଗୋ

ମୁଁ ହାରିଲି ସେ ଜିତିଗଲା

ଫୁଲ ଫୁଟି ମହକିଲା ଗୋ

ଭଅଁର ପାଗଳ ହେଲା ..

ମୋ ମନ ଦୁଆରେ

ପହିଲି ବସନ୍ତ 

ଉଁକି ମାରିଦେଇ ଗଲା ଗୋ

ଉଁକି ମାରିଦେଇ ଗଲା (୩)........

•••••••ବୋଝ••••••


ସଂଧ୍ୟା ସମୟ ଥିଲା ।
ଦୁଇଜଣ ବୌଦ୍ଧ ଭିକ୍ଷୁ ଆଶ୍ରମକୁ ଫେରୁଥାନ୍ତି ।
ଏଇ କିଛି ସମୟ ଆଗରୁ ବର୍ଷା ହୋଇଥାଏ ଏବଂ ସଡକରେ ପ୍ରାୟ ପାଣି ଜମି ରହିଥିଲା ।
ଆଶ୍ରମକୁ ଯାଉଥିଲା ବେଳେ ସେମାନେ ଦେଖିଲେ ଏକ ସୁନ୍ଦର ଯୁବତୀ ସଡ଼କ ପାର କରିବାକୁ ଚେଷ୍ଟା କରୁଅଛି
ହେଲେ ରାସ୍ତାରେ ପାଣି ଅଧିକ ଥିବାରୁ ଝିଅଟି ଆଗକୁ ବଢିପାରୁ ନାହିଁ .....

  ବୌଦ୍ଧଭିକ୍ଷୁଦ୍ବୟଙ୍କ ମଧ୍ୟରୁ ବୟସରେ ବଡ଼ ଭିକ୍ଷୁକ ଜଣକ ସେହି ଅସହାୟ ଝିଅଟିକୁ ବାହୁରେ ଉଠେଇ ସଡ଼କର ଆରପଟେ ନେଇ ଛାଡ଼ି ଆସିଲା ।
 
ଏହାପରେ ଉଭୟ ବୌଦ୍ଧଭିକ୍ଷୁ ଆଶ୍ରମକୁ ଲେଉଟି ଆସିଲେ ।

ସନ୍ଧ୍ୟା ବେଳକୁ ଅଳ୍ପ ବୟସ୍କ ବୌଦ୍ଧ ଭିକ୍ଷୁ ଜଣକ ସେହି ବୟସ୍କ ଭିକ୍ଷୁ କୁ ଆସି କହିଲା:-
"ଭାଇ,ଜଣେ ବୌଦ୍ଧଭିକ୍ଷୁ ହିସାବରେ ତୁମର କୌଣସି ନାରୀକୁ ସ୍ପର୍ଶ କରିବା ଅନୁଚିତ୍ ଥିଲା"

”“ହଁ,”
ବଡ ଭିକ୍ଷୁ ଜଣକ ଉତ୍ତର ଦେଲା ।

ସାନ ଭିକ୍ଷୁ ଜଣକର ସାହସ ବଢ଼ିଗଲା
ସେ ପୁଣି କହିଲା
“କିନ୍ତୁ ତୁମେ ତ ସେ ନବଯୌବନାକୁ ନିଜେ ଉଠେଇ ଧରିଥିଲ"
ଏହା ଶୁଣି ବଡ଼ ଭିକ୍ଷୁକ ଜଣକ ହସି ହସି କହିଲା,
“ମୁଁ ତ ତାକୁ ଉଠେଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ନେଇ ଛାଡ଼ି ଦେଇଥିଲି ହେଲେ ତୁମେ ତ ତାକୁ ଏବେ ବି ଉଠେଇ ଧରି ବୁଲୁଛ"

Wednesday, August 9, 2017

Telomere: ଆପଣଙ୍କ ଶରୀରର ଡେଥ୍ କ୍ଲକ୍

Telomere: Death Clock In Your DNA●.
#विजय_सिंह_ठाकुराय

ପୃଥିବୀରେ ପ୍ରତିଦିନ ପ୍ରାୟ 151600 ଲୋକ ନିଜ ଜୀବନ ପୂର୍ଣ୍ଣ କରି ମୃତ୍ୟୁ ମୁଖରେ ପଡ଼ନ୍ତି ।
ତନ୍ମଧ୍ୟରୁ କେତେକ ମୃତ୍ୟୁ ଭୟାନକ ରୋଗ କିମ୍ବା ଦୂର୍ଘଟଣା ଯୋଗୁଁ ହୋଇଥାଏ ।
କିନ୍ତୁ ମୁଁ ଏଠାରେ ବୃଦ୍ଧାବସ୍ଥା କଥା କହୁଥିଲି ।
ମଣିଷ ମନରେ ସବୁଠାରୁ ବଡ ପ୍ରଶ୍ନ !
ଆମେ ବୁଢା କାହିଁକି ହୁଅନ୍ତି ?
କଣ୍ ଏଭଳି କୌଣସି ଉପାୟ ଅଛି ଯଦ୍ବାରା ମନୁଷ୍ୟକୁ ଚିର ଅମରତ୍ବ ଲାଭ ହୋଇପାରିବ ?

ଆମ ଶରୀର କୋଟି କୋଟି କୋଷ ବା ସେଲ୍ସ ରେ ତିଆରି । ଏହି ଜୀବକୋଷ  ପ୍ରତିକ୍ଷଣରେ ମରନ୍ତି ପୁଣି ନୁଆ ଜୀବକୋଷର ଜନ୍ମ ହୋଇଥାଏ ।
ପ୍ରତ୍ୟେକ ଜୀବକୋଷରେ ଥିବା D.N.A  ସଂରଚନାର ଦୁଇପଟରେ ମୃତ Non coding D.N.A ର କ୍ୟାପ୍ ଲାଗିରହିଥାଏ ।
ଏହି ମୃତ D.N.A କୁ Telomere କୁହାଯାଏ ।
ଏହି ଟେଲୋମିଅର୍ ଆମ ଡି.ଏନ୍.ଏ ର ରକ୍ଷା କବଚ ରୂପେ କାର୍ଯ୍ୟ କରିଥାଏ ।
କୌଣସି ଜୀବକୋଷ ଯେତେବେଳେ ଏକ ନୂଆ ଜୀବକୋଷକୁ ଜନ୍ମଦେଇଥାଏ ସେତେବେଳେ ଏହି ପ୍ରକ୍ରିୟା ରେ ନୂଆ ଜୀବକୋଷରେ ଥିବା ଟେଲୋମିଅର ଟିକିଏ ଛୋଟ ହୋଇଯାଏ ।
50-60 ଥର ଏହି ପ୍ରକ୍ରିୟା ର ପୁନରାବୃତ୍ତି ହେଲାପରେ ଏହି ଟେଲୋମିଅର୍ ଅନ୍ତତଃ ଶେଷ ହୋଇଯାଏ ।
ଯେବେ ଏଭଳି ହୁଏ ଠିକ୍ ସେତିକିବେଳେ ନବ ନୂତନ ଜୀବକୋଷର ସୃଷ୍ଟି ବନ୍ଦ ହୋଇଯାଏ ।
ପୁରୁଣା କୋଷ ଗୁଡ଼ିକ କିଛି ଦିନ ମଧ୍ୟରେ ଶିଥିଳ ହୋଇ ଗଡବଡ୍ ଉତ୍ପନ କରନ୍ତି ।
ପରିଣାମ ସ୍ବରୂପ ଆମେ ବୁଢ଼ା ହେବାକୁ ଲାଗନ୍ତି......
ଶରୀରର କାର୍ଯ୍ୟ ପ୍ରଣାଳୀ ଧ୍ୱସ୍ତ ହେବାକୁ ଲାଗେ ଏବଂ finally ଦିନେ......
ଆମେ ମରିଯାଅନ୍ତି..........
କୌଣସି ଜୀବ କେତେ ଦିନ ବଞ୍ଚିବ ତା'ର ସମ୍ବନ୍ଧ ଟେଲୋମିଅରର ଦୈର୍ଘ୍ଯ ତଥା ଜୀବକୋଷର ଦ୍ବିଗୁଣିତ ହେବା କ୍ଷମତା ବା Hayflick Limit ଉପରେ ନିର୍ଭର କରିଥାଏ ।
କଇଁଛ ୨୦୦ ବର୍ଷଯାଏଁ ଜୀବିତ ରହିପାରନ୍ତି
ତାଙ୍କ ଲିମିଟ୍ ୧୧୦ ଥିଲାବେଳେ ମୂଷାମାନଙ୍କର ବୟସସୀମା ଅତ୍ୟଳ୍ପ ଯେହେତୁ ୧୦-୧୫ କ୍ଷମତାର ଟେଲୋମିଅର୍ ମିଳିଥାଏ ।
ମନୁଷ୍ୟ ମାନଙ୍କର ଡିଏନଏ ୪୦-୬୦ ଟେଲୋମିଅର କ୍ଷମତା ବିଶିଷ୍ଟ ଅର୍ଥାତ
ଯେକୌଣସି ମନୁଷ୍ୟ ବଡ଼ ହେଲେ ୧୨୦ ବର୍ଷ ଯାଏଁ ବଞ୍ଚି ପାରିବ ତହିଁରୁ ଅଧିକ କାଳ ଯାଏଁ ବଞ୍ଚି ରହିବା ସହଜ ସାଧ୍ୟ ହୋଇନପାରେ ।

ଆପଣ କହିବେ ଜେନେଟିକ୍ ଇଂଜିନିୟରିଂ ବଳରେ ଟେଲୋମିଅରର ଦୈର୍ଘ୍ୟ ବଢେଇଦେଲେ ତ ମନୁଷ୍ୟ ଲମ୍ବା ସମୟକାଳ ଯାଏଁ ବଞ୍ଚି ପାରିବ !!!

କିଛି ବୈଜ୍ଞାନିକଙ୍କ ମୁଣ୍ଡକୁ ଏଇ ଉପାୟ ଆସିଥିଲା । କିନ୍ତୁ ସେମାନେ ମୂଷାଙ୍କ ଉପରେ ଏହାର ପରିକ୍ଷଣ କରି ଅକୃତକାର୍ଯ୍ୟ ହୋଇ ଯାଇଥିଲେ ।
ପ୍ରୟୋଗଶାଳାରେ ଟେଲିମିରେସ୍ ନାମକ ଏନ୍ଜାଇମ୍ ସହାୟତାରେ ଟେଲୋମିଅର ର କ୍ଷମତାକୁ କୃତ୍ରିମ ଭାବେ ବୃଦ୍ଧି କର କରାଯାଇପାରିବ
କିନ୍ତୁ !!!!!!!!!!!
ଆପଣ ସେହି
ଅମରତ୍ବ ନାମକ ସିଡ଼ିରେ ପାଦଦେଲା ମାତ୍ରେ ମୃତ୍ୟୁର ତକ୍ଷଣ ଦର୍ଶନ ଲାଭ କରିବେ !!!!!

କେମିତି ???????

ଆଗରୁ କୁହାଯାଇଛି
ଲକ୍ଷାଧିକ ଜୀବକୋଷକୁ ନେଇ ଆମ ମାନବ ଶରୀର ଗଠିତ ହୋଇଛି ।
ସେହି ଜୀବକୋଷ ମାନ ନିଜ ମଧ୍ୟରେ ସ୍ଥିତ ଡିଏନଏ କୁ କଽପି ଓ ଟ୍ରାନ୍ସଫର୍ କରି ନୂଆ ଜୀବକୋଷ କୁ ସୃଷ୍ଟି କରୁଥାନ୍ତି ।
D.N.A କଽପିର ଏହି ପ୍ରକ୍ରିୟାରେ ଆମ ଜୀବକୋଷ ମାନ ହାରାହାରି 120000 ଭୂଲ୍ ପ୍ରତି କୋଡିଂ କରିଥାଆନ୍ତି  ।
ସେତେବେଳେ ଆମର "Auto Correct Mode" ରେ ଚଳୁଥିବା ଶରୀର ସେହି ତ୍ରୁଟିପୂର୍ଣ୍ଣ ଜୀବକୋଷ ମାନଙ୍କୁ ଆତ୍ମହତ୍ୟାର  ଆଦେଶ ଶୁଣାଇଦିଏ  ।
ତେଣୁ ଭୂଲ୍ ଥିବା ନୂଆ ଜୀବକୋଷମାନ  ଶିଘ୍ର ଶିଘ୍ର ଦ୍ଵିଗୁଣିତ ହୋଇ ନିଜ ନିଜର ଟେଲୋମିଅର୍ ଶେଷ କରି ମୃତ ହୋଇଯାଆନ୍ତି ।
କିନ୍ତୁ କିଛି ଅବଜ୍ଞାକାରୀ(ଧୃଷ୍ଟ) ଜୀବକୋଷମାନ
ଆତ୍ମହତ୍ୟା ଆଦେଶକୁ ଅଗ୍ରାହ୍ୟ କରି 
ନିଜ ମଧ୍ୟରେ ଥିବା ଟେଲୋମିରେସ୍ ନାମକ ଏନ୍ଜାଇମ୍ କୁ ସକ୍ରିୟ କରିଦିଅନ୍ତି ।
ଫଳରେ ସେହି ଏନ୍ଜାଇମ୍ କୋଷ ମଧ୍ୟସ୍ଥ D.N.Aରେ ଥିବା ଟେଲୋମିଅର୍ ର ସ୍ଥିତିକୁ  ସ୍ଥିର କରିଦିଏ । ଯ ଦ୍ବାରା ତୃଟିପୂର୍ଣ୍ଣ କୋଷଯାକ ଅମର ହୋଇଯାଇ ନୂଆ Defaulter (ବ୍ୟତିକ୍ରମୀ,ତୃଟିକର୍ତ୍ତା) ଜୀବକୋଷ ମାନଙ୍କୁ ସୃଷ୍ଟି କରିବା ଆରମ୍ଭ କରିଦିଅନ୍ତି
ଫଳରେ ଭବିଷ୍ୟତରେ ସେମାନଙ୍କର ଏକ ବିଶାଳ ସମୂହ ଗଠିତ ହୋଇଯାଏ ।
ସେହି ସମୂହକୁ ଆମେ ଏକ ଫ୍ଯାନ୍ସି ଏବଂ ବହୁତ ଭୟଙ୍କର ନାମରେ ଜାଣନ୍ତି ,
କର୍କଟ ରୋଗ ବା  କ୍ଯାନସର୍ ନାମରେ........
ହଁ ଆଜ୍ଞା !!!!!
ଏତେକଥା କହିବାର ନିହିତାର୍ଥ ଏତିକି ଥିଲା,
ଯଦି ଟେଲୋମିଅର୍ କୁ କୌଣସି ପ୍ରକାରରେ କ୍ଷୁଦ୍ର ହେବାରୁ ରୋକିବାକୁ ଚେଷ୍ଟା କରାଯାଏ ତେବେ ପରିଣାମ ସ୍ବରୂପ ଖରାପ ଜୀବକୋଷ ମାନ ଅନିୟନ୍ତ୍ରିତ ହୋଇ ଆହୁରି Defaulter cells ତିଆରି କରିବା ଆରମ୍ଭ କରିଦେବେ ।
ଯଦ୍ବାରା ବହୁତ ଅଳ୍ପଦିନରେ ପୃଥିବୀର ପ୍ରତ୍ୟେକ ମନୁଷ୍ୟ କ୍ଯାନସର୍ ରୋଗରେ ପୀଡିତ ହୋଇଯିବେ......

ତେଣୁ ପ୍ରକୃତିର ନିୟମ ସହ ଖେଳି ବର୍ତ୍ତମାନ ସମୟର ଅଳ୍ପ ବୈଷୟିକ ବୈଜ୍ଞାନିକ ଜ୍ଞାନ ବଳରେ ଆମେ ଅମରତ୍ବ ପ୍ରାପ୍ତି କରିପାରିବାନି ....
ପ୍ରତ୍ୟେକ ଯୁବକ ବୃଦ୍ଧ ହେବ ହିଁ ହେବ
ଯଦି ପ୍ରକୃତିର ବିପକ୍ଷରେ ଯାଇ ଆମେ ମାନେ ଭୁଲ୍ କରନ୍ତି ତେବେ
ପ୍ରକୃତି ଆମକୁ ଦଣ୍ଡିତ କରିବ ହିଁ କରିବ .....

(ସନାତନ ଧର୍ମର ପଣ୍ଡିତ ମାନେ ବହୁ ପ୍ରାଚୀନ କାଳରେ କହିଦେଇଥିଲେ ଯେ ପ୍ରତ୍ୟେକ ମନୁଷ୍ୟର ବୟସ ତା'ର ଜନ୍ମ ସହ ଠିକ୍ ହୋଇଯାଇଥାଏ, ଲେଖାଯାଇଥାଏ !!!
ବ୍ରହ୍ମା ପ୍ରତ୍ୟେକ ବ୍ଯକ୍ତିର ବୟସ ଲେଖିଦେଇଥାନ୍ତି....
ଏଠି ବ୍ରହ୍ମା ଡିଏନଏ ନୁହେଁ ତ ?
କେ ଜାଣି ?????????
ତେବେ ଆପଣଙ୍କର ବୟସ ନିଶ୍ଚୟ Telomere
ନିର୍ଦ୍ଧାରିତ କରିଥାଏ
ହଁ ଏହା ହିଁ ଆପଣଙ୍କ ଡିଏନଏର ଡେଥ୍ କ୍ଲଽକ୍

........
ମୂଳ ଲେଖକ :- ବିଜୟ ସିଂହ ଠାକୁରାୟ (ଫେସବୁକ୍)