Monday, November 9, 2020
ଓଡି଼ଆ ଭାଗବତର କଥା ୧
ବଡ଼ଜାତିଆ ଝିଅ
ପ୍ରେମ ଓ ଘୃଣା
ବିଦେଶୀ ବିଲୁଆ,ବନ୍ଯଶ୍ବାନ ଓ କୁକୁରଙ୍କର ଇତିହାସ କଥା
ରାଜଦଣ୍ଡ
ଭ୍ରମ
କାବ୍ଯ ଓ କବିତା
Friday, August 21, 2020
ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ସମ୍ପୂର୍ଣ୍ଣ ହିନ୍ଦୀ ଗୀତ ରହିଥିଲା
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୧୯୫୧ ମସିହାରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରର ନାମ "Rools—2-8" । ଏହି ଚଳଚ୍ଚିତ୍ରଟି ସୀତା ଵିଵାହ, ଶ୍ରୀଜଗନ୍ନାଥ ଓ ଲଳିତା ଭଳି ପୌରାଣିକ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ରଠାରୁ ଭିନ୍ନ ସାମାଜିକ କଥାଵସ୍ତୁ ଉପରେ ଆଧାରିତ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ବୋଲି ମଧ୍ୟ ଅଭିହିତ କରାଯାଏ ।
ଏହି ଚଳଚ୍ଚିତ୍ରରେ ଗୋଟିଏ ଗୀତ ସମ୍ପୂର୍ଣ୍ଣ ହିନ୍ଦୀରେ ଥିଵା ମଧ୍ୟ ଜଣାଯାଏ । ଚଳଚ୍ଚିତ୍ରର ଅଧିକାଂଶ କାର୍ଯ୍ୟ କଲିକତା ଷ୍ଟୁଡିଓରେ ସମ୍ପୂର୍ଣ୍ଣ ହୋଇଥିଲା । ଏ ଚଳଚ୍ଚିତ୍ର ପ୍ରଥମେ କଟକର "ପ୍ରଭାତ ସିନେମା"ରେ ମୁକ୍ତିଲାଭ କରିଥିଲେ ହେଁ ଆଶାନୁରୂପ ସଫଳତା ମିଳିନଥିଲା ତେବେ ଏହି ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଇତିହାସର ଏକ ପ୍ରମୁଖ ଉପାଦାନ ଭାବେ ସବୁବେଳେ ମନାରଖାଯିଵ ।
ସବୁଠାରୁ ବଡ଼ କଥା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏକ ହିନ୍ଦୀ ଗୀତ ରହିଛି ଏଵଂ ଉକ୍ତ ଗୀତ "ନା ଜାନା ଇଂଲଣ୍ଡ ଓ' ଡିଅର୍ ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା" ସମ୍ଭଵତଃ ଓଡ଼ିଆ ଚଳଚିତ୍ରରେ ପ୍ରଥମ ଦେଶାତ୍ମବୋଧକ ଗୀତ ହୋଇଥିଵା ସମ୍ଭଵ ।
"Rools—2-8" ଚଳଚ୍ଚିତ୍ରର ଆଉ କେତେକ ଗୀତ ହେଉଛି
ଯଥା—
୧)ଵସନ୍ତରେ ଵସନ୍ତରେ ଵସନ୍ତରେ ସରସ ପରସେ ଚାନ୍ଦ ବଉଳ ତଳେ ଆନନ୍ଦ(କମଳା ଦେଵୀ)
୨)ମହୁଆ ଫୁଟିଲା ବନେ ମନ କଥା ମନେ ଲୋ ମନେ(ରାଧାରମଣ ରାୟ,କମଳା ଦେଵୀ)
୩)ରାଜାର କୁମର ମୋର କେଉଁ ଦେଶେ ତୁମ ଘର(ଦୁଃଖ;ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)
୪)ନା ଜାନା ଇଂଲଣ୍ଡ ଓ' ଡିଅର୍
ଛୋଡ୍ କେ ଭାରତ ପ୍ୟାରା ଭାରତ ପ୍ୟାରା ।
ଇଣ୍ଡିଆନ କେ ସଙ୍ଗ୍ ... ଇଣ୍ଡିଆ ଦେଶ୍ ତୁହ୍ମାରା
(ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)
୫)ବନ ଫୁଲ ବନେ ଝାଉଁଳିଲା (ପ୍ରଫୁଲ୍ଲ ସିଂହଦେଓ,କମଳାଦେଵୀ)
୬)ମନ ମୋର ସପନର ପକ୍ଷୀରାଜେ...
ନିମ୍ନରେ "ମନ ମୋର ସପନର ପକ୍ଷୀରାଜେ" ଗୀତର lyrics ପ୍ରଦାନ କରାଗଲା । ଏହି ଗୀତର ଗାୟକ ଶ୍ରୀପ୍ରଫୁଲ୍ଲ କୁମାର ସିଂହଦେଓ ଓ ଶ୍ରୀମତି କମଳା ଦେଵୀ । ଗୀତ ରଚନା କରିଥିଲେ ବ୍ରଜେନ୍ଦ୍ର କୁମାର ସିଂହଦେଓ ଏଵଂ ସଂଗୀତ ଦେଇଥିଲେ ଗୌର ଗୋସ୍ଵାମୀ ତଥା ସୁରେନ୍ଦ୍ର ପାଳ ।
🚩
🚩🚩
🚩🚩🚩
🚩🚩🚩🚩
🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩🚩🚩
ପ୍ରଫୁଲ୍ଲ ସିଂହଦେଓ —
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ମନ ମୋର ସପନର ପକ୍ଷୀରାଜେ ସପ୍ତ ସାଗର ହୋଇ ପାର ।
ଦିଲିହୀ ନଅରରେ ତୁମ ଆଗୋ ରାଜକୁମାରୀ ,
ଜୀଵନର ନିଅ ତୁମେ ଭାର,ସପ୍ତ ସାଗର ହୋଇ ପାର ।
କମଳା ଦେଵୀ—
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ,
ଏଇ ଚନ୍ଦ୍ରମା ଚର୍ଚ୍ଚିତ ଆକାଶେ ଏହି ସୌରଭ ସର୍ଜିତ ବତାଶେ ।
ପ୍ରଫୁଲ୍ଲ ସିଂହଦେଓ—
ଆସିଛି ଉଆସେ ତୁମ ମୁଁ ଯେ ଦୂର ଵିଦେଶୀ
ରୂପ କାହାଣୀର ମାଳାକର ,ସପ୍ତ ସାଗର ହୋଇ ପାର ।
କମଳା ଦେଵୀ—
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
ରାଜାର କୁମାର ମୋର କେଉଁ ଦେଶେ ତୁମ ଘର ?
କିପରି ଏ ମାୟାପୁରେ ଆସିଲ, କିପରି ଏ ମାୟାପୁରେ ଆସିଲ ?
ପ୍ରଫୁଲ୍ଲ ସିଂହଦେଓ—
ନୂଆ ମାଳ ଗୁନ୍ଥା ଶିଖି ,
ନୂଆ ମାଳ ଗୁନ୍ଥା ଶିଖି
ଆସିଥିଲି ଫୁଲ ବିକି ଇ...,
ନୂଆ ମାଳ ଗୁନ୍ଥା ଶିଖି
ତୁମେ ମୋତେ ନିଜ ପୁରେ ଡାକିଲ,
ତୁମେ ମୋତେ ନିଜ ପୁରେ ଡାକିଲ ।
ପ୍ରଫୁଲ୍ଲ ସିଂହଦେଓ ଓ କମଳା ଦେଵୀ—
ଏ ମଧୁ ମାଧଵୀ ରାତେ(୪)
ଦୁଇଟି ହୃଦୟ ମିଶି ଗମି ରମି ହେଉ ଏକାକାର
ଗମି ରମି ହେଉ ଏକାକାର...
🚩🚩🚩🚩🚩🚩🚩🚩
🚩🚩🚩🚩🚩🚩🚩
🚩🚩🚩🚩🚩🚩
🚩🚩🚩🚩🚩
🚩🚩🚩🚩
🚩🚩🚩
🚩🚩
🚩
Thursday, August 20, 2020
ଠକ ଓ ଓଲା
ଗୋଟିଏ ପ୍ରାଚୀନ ନଗରରେ ଜଣେ ଲୋକ ଥିଲା ଯିଏ ଅନ୍ଯକୁ ନାନା ଉପାୟରେ ଠକି ଅର୍ଥ ଲାଭ କରିଜାଣିଥିଲା । ଦିନେ ସେ ଜଙ୍ଗଲରେ ଯାଉଥିଲାବେଳେ ଗୋଟିଏ ବଡ଼ ସିନ୍ଧୁକ ପାଇଲା । ସେ ସିନ୍ଧୁକ ଉପରେ ଲେଖାଥିଲା
"ତମେ ଚାହିଁଲେ ଏ ସିନ୍ଧୁକ ଖୋଲିପାର
ମାତ୍ର ଯଦି ଖୋଲ ମରିଵା ହେଵ ସାର"
ଠକଲୋକଟି ଭାବିଲା ମୁଁ ଏ ସିନ୍ଧୁକ ନ ଖୋଲି ଅଉ ଜଣକ ହାତରେ ଖୋଲିବି , ମୁଁ ଖାଲିଟାରେ ଏଟାକୁ ଖୋଲି କାହିଁକି ମରିବି ?
ନଗରର ସବୁଠାରୁ ଓଲା ଲୋକକୁ ଧରି ଆଣି ସେ ସେହି ସିନ୍ଧୁକଟି ଖୋଲିଵାକୁ କହିଲା । ଉକ୍ତ ଲୋକଟି ଓଲା ଥିଲେ ବି ଅଶିକ୍ଷିତ ନଥିଲା । ସେ ଠକକୁ କହିଲା ଏଥିରେ ପରା ଲେଖା ହୋଇଛି ଯିଏ ଖୋଲିଵ ସିଏ ମରିଵ ମୁଁ ଏ ସିନ୍ଧୁକ ଖୋଲିଲେ ତ ମରିଯିବି ?
ଠକ ଲୋକଟି ବି କୋଉ ଛାଡୁଛି ? ସିଏ ଓଲାକୁ କହିଲା,
"ଆରେ ୟା ଭିତରେ ଗୋଟିଏ ସୁନ୍ଦର ରାଜକୁମାରୀ ଅଛି , ମୁଁ ପରା ନିଜେ ତା ପାଟି ଶୁଣି ତୋ ପାଖକୁ ଦୌଡ଼ିଗଲି । ମୋର ଝିଅ କ'ଣ ହେଵ ହେଲେ ତୋର ପା' ବାହାଘର ହୋଇ ନାହିଁ । ତୁ ଏଇ ସିନ୍ଧୁକ ଖୋଲି ରାଜକୁମାରୀକୁ ରଖିବୁ । ମୋତେ ରାଜକୁମାରୀ ଖୁସି ହୋଇ ହାରଟେ ଦେଲେ ବି ଚଳିଯିଵ ଯେ ..."
ଓଲା ଲୋକଟି ତା କଥାରେ ପଡ଼ି ସିନ୍ଧୁକ ଖୋଲି ଦେଲା ହେଲେ ସେଥିରେ ରାଜକୁମାରୀ ନଥିଲା !!!
ଥିଲା ଗୁଡାଏ ହୀରା ନୀଳା ମୋତି ମାଣିକ ଓ ରାଜମୁକୁଟ ...
ଓଲାଟି ରାଗିକି ଠକଲୋକଟା ସହ ଝଗଡା଼ କରିଵାକୁ ବାହାରିଲାରୁ
ଓଲା ଲୋକକୁ ଠକ କହିଲା,
"ଆରେ ଏଥିରେ ପରା କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ଗୋଟେ କାମ କରିଵା ତୋର ମୋର ଅଧା ଅଧା ବାଣ୍ଟିନେଵା ,ଟଙ୍କା ଥିଲେ ଗୋଟେ କ'ଣ ତିନି ତିନିଟା ଝିଅକୁ ବାହା ହେଇପାରିବୁ ଯେ । ଆଜିକାଲି ହାଣ୍ଡିକଳା ଟୋକା,ପାରୁ ବୁଢ଼ା କି ହାତଗୋଡ଼ କଟା ,ଅନ୍ଧ କଣା କେମ୍ପାଙ୍କୁ ବି ଝିଅ ମିଳିଯାଉଛି । ଧନ ଥିଲେ , ଚାକିରି କରି ଉପୁରି ରଖିପାରୁଥିଲେ କେତେ ନା କେତେ ଝିଅ ମିଳିଵେ ମ"
ଠକ କଥାରେ ଓଲା ଭାସିଗଲାରୁ ଠକ ତାକୁ ଗୋଟିଏ ଥଳୀ ଆଣିଵାକୁ ପଠେଇ ଦେଲା,ଥଳୀ ଆଣିଲେ ସେଥିରେ ସେମାନେ ଏତକ ଧନ ଭାଗବାଣ୍ଟି ନେବେ ।
ଓଲା ଥଳୀ ନେଵାକୁ ଗଲାବେଳେ ବାଟରେ ଗୋଟିଏ ଚଷାଝୁଅ ଛେଳି ଚରାଉଥିଵାର ଦେଖିଵାକୁ ପାଇଲା । ସ୍ବଭାଵତଃ ଓଲା ହୋଇଥିଵାରୁ ସେ ତାକୁ ଗୁପ୍ତଧନ ମିଳିଵା ଓ ଧନ ଵଣ୍ଟନ ପାଇଁ ଥଳୀ ଆଵଶ୍ଯକ ଥିଵା ଇତ୍ଯାଦି ସବୁକଥା ଖୋଲିକି କହିଦେଲା । ଝିଅଟି ଓଲାକୁ ନିଜ ଲୁଗାରୁ ଖଣ୍ଡେ ଦେଇ ତା ପଛରେ ସିନ୍ଧୁକ ପାଖକୁ ଗଲା ।
ପ୍ରକୃତରେ ଠକଟା ଓଲାକୁ କୌଶଳରେ ଥଳୀ ଆଣିଵାପାଇଁ ପଠେଇ ଦେଇ ନିଜେ ସବୁ ଧନ ନେଇଯିଵାର ଯୋଜନା କରିଥିଲା । ଓଲା ଯେମିତି ଥଳୀ ଆଣିଵାକୁ ଗଲା ଠକ ସବୁ ମୂଲ୍ଯଵାନ ଵସ୍ତୁ ସେ ଲୁଚେଇଥିଵା ଗୋଟିଏ ଥଳୀରେ ପୁରେଇଵାକୁ ଲାଗିଲା । ଥଳୀରେ ପ୍ରାୟ ସବୁ ଵସ୍ତୁ ଭରିଦେଇଥାଏ । ସିନ୍ଧୁକ ଭିତରେ ଆଉ ଗୋଟିଏ ସୁନା ମୋହର ରହିଯାଇଥାଏ । ଠକଟା ବଡ଼ ଚେଣ୍ଟା ଥିଲା । ସେ ସିନ୍ଧୁକରେ ଗୋଟିଏ ବି ମୋହର ଛାଡି଼ଦେଵାକୁ ଚାହୁଁନଥିଲା । ଶେଷ ସ୍ଵର୍ଣ୍ଣ ମୋହର ଆଣିଵାକୁ ଚେଷ୍ଟା କରିଵା ଭିତରେ ଠକଟି ସିନ୍ଧୁଟ ଭିତରେ ପଡି଼ଗଲା ଆଉ ସେ ଯେମିତି ସିନ୍ଧୁକ ଭିତରେ ପଡି଼ଛି ତାହା ବନ୍ଦ ହୋଇଗଲା । ଠକ ଵିଚରା କେତେ କାନ୍ଦ ବୋବାଳି କଲେ ହେଁ ତା କଥା ସିନ୍ଧୁକ ଭିତରେ ରହିଗଲା ବାହାରକୁ ଶୁଣାଗଲା ନାହିଁ ।
କିଛି ସମୟ ପରେ ଓଲା ଓ ଚଷାଝିଅ ଉଭୟ ସେହି ସିନ୍ଧୁକ ପାଖକୁ ଆସିଲେ ଆଉ ବନ୍ଧା ହୋଇଥିଵା ମୂଲ୍ଯଵାନ ଦରଵ ଧରି ମହା ଆନନ୍ଦରେ ଘରକୁ ଫେରି ବାହା ହୋଇ ରହିଲେ ।
ଆଉ ସେ ଵିଚରା ଠକ 😀 ସେ ସିନ୍ଧୁକରେ ମଲାପର୍ଯ୍ୟନ୍ତ ଭାବୁଥିଵ ସିନ୍ଧୁକରେ ତ ଲେଖାଥିଲା ଯିଏ ଖୋଲିଵ ସେ ଅସୁଵିଧାରେ ପଡି଼ଵ ତାହେଲେ ମୁଁ କେମିତି ଏହା ଭୋଗିଲି 🤔
ନ ଯା ସଜନୀ(ଚିରସବୁଜ ଚଳଚ୍ଚିତ୍ର ଗୀତ)
ପୁଅ—ନ ଯା ସଜନୀ ପାହିନି ରଜନୀ
ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି
ପୁଅ—ନ ଯା ସଜନୀ ପାହିନି ରଜନୀ
ଝିଅ—ଦିଅ ମେଲାଣି...
ଝି—ଆ ଆ ଆ ଆ ଆ ଆ ଆ ଆ...
ପୁଅ/ଝିଅ—ଆ ଆ ଆ ଆ ଆ ଆ ଆ ଆ...
ଝିଅ—ରାତି କଳା ଅନ୍ଧାର
ପୁଅ—ଚନ୍ଦ୍ରକଳା ତୁ ମୋର
ଝିଅ—ସହିବି ସତେ ନିନ୍ଦାକୁ
ପୁଅ—କାହିଁ ଗୋ ଡରୁ ପ୍ରୀତିକୁ
ଝିଅ—ଛାଡ଼ ବାଟ ଛାଡ଼ ଛଇଳମଣୀ...
ପୁଅ—ନ ଯା ନ ଯା..
ନ ଯା ସଜନୀ ପାହିନି ରଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ
ପୁଅ—ଆହା ମୋ ହୃଦ ଚନ୍ଦନ
ଝିଅ—ଖୋଲ ଗୋ ବାହୁ ବନ୍ଧନ
ପୁଅ—ନକର ମନା ମାନିନୀ
ଝିଅ—ବଳାନା ବେଳ ଗଲାଣି
ପୁଅ—ରଖ ମାଗୁଣି ମୋ ରମଣୀମଣି
ଝିଅ—ଦିଅ ମେଲାଣି ଲାଜେ ମୁଁ ମଲିଣି
ପୁଅ—ନ ଯା ସଜନୀ
ଝିଅ—ଦିଅ ମେଲାଣି
ପୁଅ—ନ ଯା ସଜନୀ...
ସମାପ୍ତ...
Tuesday, August 18, 2020
ସର୍ଵେଷାଂ ଜନନୀ ଭାରତ
ସର୍ଵେଷାଂ ନୋ ଜନନୀ ଭାରତ
ଧରଣୀକଳ୍ପଲତେୟଂ ,
ଜନନୀ ଵତ୍ସଳ ତନୟଗଣୈସ୍ତତ୍
ସମ୍ୟକ ଶର୍ମ୍ମ ଵିଧେୟଂ ।ଧ୍ରୁବଂ।
ହିମଗିରି - ସୀମନ୍ତିତ - ମସ୍ତକମିଦ
ମମ୍ବୁଧିପରିଗତ ପାର୍ଶ୍ଵମ୍ ,
ଅସ୍ମଜନ୍ମଦମନ୍ନଦମନିଶଂ
ଶ୍ରୌତପୁରାତନମାର୍ଷମ୍ । ୨।
ଵିଜନିତହର୍ଷଂ ଭାରତବର୍ଷଂ
ଵିଶ୍ୟୋତ୍କର୍ଷନିଦାନମ୍ ,
ଭାରତଶର୍ମ୍ମଣି କୃତମସ୍ମାଭି
ର୍ନଵମିଦମୈକ୍ୟ ଵିଧାନମ୍ ।୩।
ଉତ୍କଳଗୌଡା଼ନ୍ଧ୍ରୀୟାଃ ସଂସଦି
ଯେ ଵୟମତ୍ର ସମେତାଃ ,
ଏତେ ଚାପରଜନପଦଜା ନନୁ
ଭାରତ-ଵିହିତ-ନିକେତାଃ ।୪।
ଭାରତହିତ ସମ୍ପାଦନମେଵ ହି
କାର୍ଯ୍ୟ ମିଷ୍ଟମଵିପାକମ୍ ,
ଭାରତଵର୍ଜ୍ଜଂ କିମପି ନ କାର୍ଯ୍ୟଂ
ନିଶ୍ଚିତମିତ୍ୟସ୍ମାକମ୍ ।୫।
ଭାରତପଙ୍କଜଦଳମିଦମୁତ୍କଳ
ମଣ୍ଡଳମିତି ଵିଦିତଂ ଯତ୍ ,
ତସ୍ୟ କୃତେ ଵୟମତ୍ର ସମେତା
ଵିହିତାତ୍ରୋତ୍କଳ - ସଂସତ୍ ।୬।
ଭାରତମେକା ଗତିରସ୍ମାକଂ
ନାପରାସ୍ତି ଭୁଵି ନାମ ,
ସର୍ଵାଦୌ ପରିଷଦ୍ କର୍ମଣି ତତ୍
ଭାରତ ମେଵ ନମାମଃ ।୭।
ଗର୍ଜିତ ଫେନିଳ-ନୀଳ-ନୀର ନିଧି
ସିକତା ସ୍ତୁପ ଵିଚିତ୍ରେ ,
ଇନ୍ଦ୍ରଦ୍ୟୁମ୍ନାଙ୍ଗଭୀମ ନୃପ
ଶାଶ୍ଵତ କୀର୍ତ୍ତି ପଵିତ୍ରେ ।୮।
ଚୈତନ୍ୟାଦିକ ଭକ୍ତଵୃନ୍ଦ ପଦ
ରଜସା ଚିରପରିପୂତେ ,
ପଦ୍ମନାଭ କୃତ ସଦ୍ମତୟା
ତୀର୍ଥାନାଂ ତୀର୍ଥୀଭୂତେ ।୯।
ନୀଳାଚଳନଗରେ ପରିଗୀତଂ
ଭାରତ ଭକ୍ତି ପରାଣାଂ ,
ଭାରତବନ୍ଦନ ମିଦମସ୍ମାକଂ
ମୁଦମାବହୁତୁ ନରାଣାଂ ।୧୦।
©କଵିଵର ରାଧାନାଥ ରାୟ
Saturday, August 15, 2020
କି ହେଵ ମୁଣ୍ଡକଟା ଦେଶକୁ ଘେନି
ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଦେଶ ମିଶ୍ରଣ କାଳରେ ଏହି କଵିତାଟି ଲେଖିଛନ୍ତି । ଆଜି ଭାରତକୁ ସ୍ଵାଧୀନତା ମିଳିଥିଲା ସତ କିନ୍ତୁ ଭାରତର ଏକ ମହାନ ଜାତିର ଜାତୀୟତା କେତେକାଂଶରେ କ୍ଷୁଣ୍ଣ ମଧ୍ୟ ହୋଇଥିଲା ।
ଗୋଟିଏ ଜାତିର ଲୋକଙ୍କୁ ତ ନୋଟି ରାଜ୍ଯରେ ବାଣ୍ଟି ଦିଆଯାଇଛି । ଗତ ୭୪ ଵର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ କ୍ରମଶଃ ହିନ୍ଦିଆ, ବିହାରୀ, ତେଲେଙ୍ଗା ଓ ବଙ୍ଗାଳୀ ଵିଵେଚିତ ହୋଇଯାଇଛନ୍ତି । ଭାରତୀୟ ଜାତୀୟତା ଆଜି କାଳିଙ୍ଗ୍ଯ ଜାତୀୟତାକୁ ପଦାନତ କରିଵାକୁ ବସିଛି ।
ଓଡ଼ିଶାର ଲୋକ ନିଜକୁ ଭାରତୀୟ କହି ଗର୍ଵ କରୁଛନ୍ତି ଆଉ ଓଡ଼ିଆ ବୋଲି ପରିଚୟ ଦେଵାକୁ ଲଜ୍ଜା କରୁଛନ୍ତି । ଭୁଲ ନାହିଁ ଆମେ ପ୍ରଥମେ ଓଡ଼ିଆ ଆମେ କଳିଙ୍ଗୀ ଯେଉଁମାନଙ୍କୁ ସହସ୍ର ସହସ୍ର ଵର୍ଷ ଧରି ଏ ଦେଶରେ ଅପମାନ, ଅତ୍ୟାଚାର ସହିଵାକୁ ହୋଇଛି ।
ଭୁଲ ନାହିଁ ଆମର ଅଞ୍ଚଳ ଓ ଲୋକଙ୍କୁ ଏ ଦେଶରେ ଆମଠାରୁ ଛଡେ଼ଇ ନିଆଯାଇଛି । ଏବେ ବି ସମୟ ଅଛି ନିଜର କାଳିଙ୍ଗ୍ଯ ଜାତୀୟତାକୁ ଚିହ୍ନ ଆଉ ମହାଭାରତୀୟ ଜାତିମାନଙ୍କୁ ପଚାର ଯେ ତମେ ତ ଗୋଟେ ମୁଣ୍ଡ କଟା ଦେଶ ଆମକୁ ଦେଇଛ ହେଲେ ...
କି ହେଵ ଏ ମୁଣ୍ଡକଟା ଦେଶକୁ ଘେନି
ମୁଣ୍ଡକଟା, ଗୋଡ଼କଟା ପଙ୍ଗୁକୁ ଘେନି
ମୋ ଜନନୀ କି ସୁନ୍ଦର—ସିଂହଭୂମି ତାର ଶିର
ମେଦିନୀପୁର ମଞ୍ଜୂଷା ପୟର ବେନି ।୧।
ଟୀକାଲି ତା ଅଙ୍ଗ ଟୀକା
ସମ୍ବର ଚାରୁ ଛିଟିକା
ଫୁଲଝର ଫୁଲଝରା
ସୁଷମା ବେଣୀ ।୨।
ମୋ ଜାତି କେଡେ଼ ମହତ
ହୋଇଛି ଚେତନା ହତ
ତିନିଦେଶେ ବନ୍ଧା
ଜଳଧାରା ତ୍ରିବେଣୀ ।୩।
ମୋ ଜାତି କୃଷକ କୁଳ
କର ଭାରରେ ଆକୁଳ
ଦୁଃଖ ଯିଵ ପୂର୍ଣ୍ଣ ଅଙ୍ଗ
ହେଲେ ଜନନୀ ।୪।
Friday, August 14, 2020
ଆମ ଦେଶରେ ଏଇ ଚାରୋଟି ଗଛର ଫୁଲକୁ ବ୍ରହ୍ମକମଳ କହିଥାନ୍ତି
ଆମ ଦେଶରେ ଅନେକ ପ୍ରକାରର ପୁଷ୍ପକୁ ବ୍ରହ୍ମକମଳ କହୁଛନ୍ତି ।
ଚାରୋଟି ଭିନ୍ନ ଭିନ୍ନ ଫୁଲର ଚିତ୍ର ଏଠାରେ ଦିଆଯାଇଛି ଯାହା
ଅଞ୍ଚଳଭେଦରେ ବ୍ରହ୍ମକମଳ ଭାବେ ଵିଦିତ ହୋଇଥାଏ ।
(ଚିତ୍ର-୧)
ଏହାର ଵୈଜ୍ଞାନିକ ନାମ Saussurea obvallata । ଏହି ଜାତୀୟ ଗଛ କେଵଳ ଭାରତର ହିମାଳୟ ପର୍ଵତମାଳା,ତିବତ୍ତ ଦେଶ ,ବର୍ମା ଓ ମଙ୍ଗୋଲିଆରେ ହିଁ ଦେଖାଯାଏ । ଏ ଗଛ ସମୁଦ୍ର ପତନଠାରୁ ୩୦୦୦ରୁ ୫୦୦୦ ମିଟର ଉଚ୍ଚରେ ମଧ୍ୟ ମିଳିଯାଏ । ଏହାର ଅନ୍ଯ କେତେକ ନାମ ରହିଛି Kon Kapfu ଓ vansembruu ।
ଏହି ପୁଷ୍ପ ଉତ୍ତରାଖଣ୍ଡର ରାଜ୍ଯପୁଷ୍ପ ଭାବେ ପ୍ରଶାସନିକ ମାନ୍ଯତା ପାଇଛି । ଉତ୍ତରାଖଣ୍ଡରେ ଏ ଫୁଲକୁ ବ୍ରହ୍ମକମଳ କହିଥାଆନ୍ତି ।
(ଚିତ୍ର-୨)
Selenicereus grandiflorus ଏକ ସିଝୁ ଵା କାକଟସ୍ ଜାତୀୟ ଗଛ ଏଵଂ ମୂଳତଃ ଆମେରିକାର ପାଦପ । ଏହା ଭାରତରେ କିଛି ଶହ ଵର୍ଷ ହେଵ ଲଗାଯାଉଛି । ତେବେ ଏହା ବ୍ରହ୍ମକମଳ ନୁହେଁ କିନ୍ତୁ Epiphyllum oxypetalum ଗଛର ଫୁଲ ପରି ଦେଖାଯାଉଥିଵାରୁ ଏହାକୁ ଆମ ଦେଶର ଲୋକେ ବ୍ରହ୍ମକମଳ କହୁଛନ୍ତି ।
(ଚିତ୍ର-୩)
Epiphyllum oxypetalum ଗଛର ପୁଷ୍ପକୁ ମଧ୍ୟ କେତେକ ଅଞ୍ଚଳରେ ବ୍ରହ୍ମ କମଳ କହିଥାନ୍ତି । ଇଂରାଜୀରେ ଏହାର Dutchman's pipe cactus,princess of the night ଓ queen of the night ଇତ୍ଯାଦି ନାମ ରହିଛି । ଏହା ମଧ୍ୟ Selenicereus grandiflorus ପରି ଏକ କାକଟସ୍ ଜାତୀୟ ଗଛ ଏଵଂ ଦୁଇଟିଯାକ ଗଛ ମଧ୍ୟରେ କୌଣସି ନିକ ସମ୍ପର୍କ ନଥାଇ ବି ଏ ଉଭୟ ଗଛର ପୁଷ୍ପ ମଧ୍ୟରେ କେତେକ ସମାନତା ଦୃଶ୍ୟ ହୋଇଥାଏ । Epiphyllum oxypetalum ରାତିରେ ଫୁଟେ ଓ ଅଳ୍ପ ସମୟ ପାଇଁ ଫୁଟିଥାଏ । Epiphyllum ପ୍ରଜାତି ମଧ୍ୟ ମୂଳତଃ ଆମେରିକାର ପାଦପ ପ୍ରଜାତି ବୋଲି ଜଣାଯାଏ ।
(ଚିତ୍ର-୪)
କିଛି ଲୋକ Nelumbo nuciferaକୁ ବ୍ରହ୍ମକମଳ କହିଥାନ୍ତି ।
ଵିଶ୍ଵରେ ଏ ପଦ୍ମଫୁଲକୁ Indian lotus, sacred lotus, bean of India ଓ Egyptian bean ଇତ୍ୟାଦି କୁହାଯାଏ ।ଏହା Nelumbonaceae ପାଦପ ପରିଵାରର ଗଛ ।Nelumbonaceae ପରିଵାରରେ ମାତ୍ର ପାଞ୍ଚଗୋଟି ପ୍ରଜାତି ରଖାଯାଇଛି ତନ୍ମଧ୍ୟରୁ Nelumbo କୁ ଛାଡି଼ଦେଲେ ବାକି ଚାରୋଟି ପ୍ରଜାତିର ପଦ୍ମଗଛ (Nelumbites,Exnelumbites,
Paleonelumbo,Nelumbago) ଆଜି ଲୁପ୍ତ ।


