Sunday, December 31, 2017

●●●●ଭାରତରେ ତଥାକଥିତ ହିନ୍ଦୁ ନଵଵର୍ଷ ଥାଉଥାଉ ଦେଶର ଅଧିକାଂଶ ଅଞ୍ଚଳରେ ମହାଵିଷୁଵ ପଣାସଂକ୍ରାନ୍ତି ଦିନରେ ନଵଵର୍ଷ କାହିଁକି ପାଳିତ ହୋଇଥାଏ ●●●●

ଆଜିକାଲି ଉତ୍ତର ଭାରତୀୟ ହିନ୍ଦୁ ରାଷ୍ଟ୍ରଵାଦୀ ମାନେ ପ୍ରତିବର୍ଷ ଇଂରାଜୀ ନଵଵର୍ଷ ଆସିଲେ
କୁହନ୍ତି ଯେ ଚୈତ୍ର ଶୁକ୍ଳ ପ୍ରତିପଦା ଆମର ଜାତୀୟ ନଵଵର୍ଷ ପୁଣି ହିନ୍ଦୁମାନଙ୍କର ମଧ୍ୟ ନଵଵର୍ଷ କିନ୍ତୁ 
ଏଠାରେ କିଛି କଥା ଜାଣିନେଲେ ଭଲ ହେବ
ପ୍ରଥମତଃ
ଭାରତର ଜାତୀୟ କାଳଦର୍ଶିକା ଵା କ୍ୟାଲେଣ୍ଡର
ଶକ୍ କାଳଦର୍ଶିକା ଅଟେ
ବିକ୍ରମୀ ସଂଵତ୍ ନୁହେଁ ଏବଂ ଯଦି
ଭାରତର ଆଧୀକାରିକ କ୍ୟାଲେଣ୍ଡର ଵିକ୍ରମୀ ସଂଵତ୍ ଆଧାରିତ ନୁହେଁ ତେବେ ଭାରତର
ରାଷ୍ଟ୍ରୀୟ ନଵଵର୍ଷ ଟି ଵିକ୍ରମୀ ସଂଵତ୍ ଅନୁସାରେ କେମିତି ହେଵ ?
ଏହାର ଉତ୍ତର ବୋଧହୁଏ
ଉଭୟପ୍ରକାରର କାଳଦର୍ଶିକାର  କିଛି କିଛି ଉପାଦାନ ନେଇ ଭାରତୀୟ ମାନକ କାଳଦର୍ଶିକା ର ମୂଳଦୁଆ ରଖାଯାଇଛି ।
ପୁନଶ୍ଚ ଵିକ୍ରମୀ ସଂଵତ୍ ଟି ଯୋଉ କୁହାଯାଉଛି
ଯେ ହିନ୍ଦୁ ନଵଵର୍ଷ ତାହା ସତ୍ୟ ହୋଇପାରେ କିନ୍ତୁ ତାହା ଭାରତର ଚାରିଆଡେ ଲୋକ ପାଳନ୍ତି ନାହିଁ ଵରଂ ତତ୍ ଵଦଳରେ ଅଧିକାଂଶ ଭାରତରେ ମହାଵିଷୁଵ ପଣାସଂକ୍ରାନ୍ତି ଵା ମେଷ ସଂକ୍ରାନ୍ତି ଦିନକୁ ହିଁ ନଵଵର୍ଷ ଭାଵରେ ପାଳନ କରିଥାନ୍ତି ।

କେଉଁ କେଉଁ ଅଞ୍ଚଳରେ ପାଳିତ ହୁଏ ପ୍ରକୃତ ସନାତନୀ ନଵଵର୍ଷ “ମହାଵିଷୁଵ ପଣାସଂକ୍ରାନ୍ତି

ଭାରତରେ....◆

ମେଷ ସଂକ୍ରାନ୍ତି କୁ ନଵଵର୍ଷ ଭାବେ
ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ପାରମ୍ପରିକ ପର୍ଵ ଭାବେ ପାଳିଥାନ୍ତି ।

●ବିଖୁ ଵା ବିଖାଉତି = କୁମାଉନ୍
ଅଞ୍ଚଳ(ଉତ୍ତରାଖଣ୍ଡ)

●ବିଷୁ=ତୁଲୁ ନଵଵର୍ଷ (ତାମିଳନାଡୁ଼)

●ରଙ୍ଗୋଲୀ ବିହୁ=ଆସାମ ନଵଵର୍ଷ
ଏଦମାୟର 1 (ବିସୁ ଚଙ୍ଗ୍ରାନ୍ଦି)Bisu କୋଡ଼ଭା ନଵଵର୍ଷ
ମହାଵିଷୁଵ ପଣାସଂକ୍ରାନ୍ତି=ଓଡ଼ିଶାଞ୍ଚଳ

●ଜୁରଶୀତଳ=ମୈଥିଳୀ ନଵଵର୍ଷ(ନେପାଳ, ଭାରତ)
ପୋହେଲା ବୈଶାଖ=ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳ

ପୁଥାଣ୍ଡୁ=ତାମିଳନାଡୁ଼

ଵିଷୁ(Vishu)=କେରଳ
●Tai Khampti ନଵଵର୍ଷ(POI-PEE-MAU ,MAI-KASUNG-PHAI, KHAO-WA, POAT-WA)=ଉତ୍ତର ପୂର୍ବ ଭାରତ
ଵୈଶାଖୀ=ପଞ୍ଜାବୀ ନଵଵର୍ଷ

◆ଭାରତ ବାହାରେ ମଧ୍ଯ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ୍ତି◆

●Thingyan=ବର୍ମାର ନଵଵର୍ଷ
●Choul Chnam Thmey=କାମ୍ଵୋଡି଼ଆର ନଵଵର୍ଷ
●Songkran ଵା Pii Mai= ଲାଓ ନଵଵର୍ଷ
●Aluth Avurudda=ସିଂଘଳୀ ନଵଵର୍ଷ
●Songkran=ଥାଇଲାଣ୍ଡ ର ନଵଵର୍ଷ
●Pōshuǐ jié=Dai ଜନଜାତି ର ନଵଵର୍ଷ(ଚୀନ)

ଯଥାର୍ଥରେ ଏତେ ଲୋକଙ୍କ ପାରମ୍ପରିକ ନଵଵର୍ଷ ହୋଇଥିବା ହେତୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍ କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ନଵଵର୍ଷ ମଧ୍ଯ କୁହାଯାଇଥାଏ ।

◆ତଥାକଥିତ ରାଷ୍ଟ୍ରୀୟ ନଵଵର୍ଷ Vs ଦକ୍ଷିଣ ପୂର୍ବ ଏସିଆର ନଵଵର୍ଷ◆

ଚୈତ୍ର ଶୁକ୍ଳ ପ୍ରତିପଦ ନିଃସନ୍ଦେହ ଏକ ପବିତ୍ର ତିଥି , ମାତ୍ର ବର୍ଷର ପ୍ରଥମଦିବସ ଭାବରେ ଗଣିତ ହେବା ଅଯୌକ୍ତିକ ।

କାରଣ ଚୈତ୍ର ଶୁକ୍ଳ ପ୍ରତିପଦ ଚୈତ୍ର ମାସର ଷୋଡଶ ଦିବସ । ଅଧା ମାସରେ କି ନୂଆବର୍ଷ ? ପୁଣି ଋତୁଟି ମଧ୍ୟ ସରି ନାହିଁ ।
ତେଣୁ  ଭାରତୀୟ କାଳ ଗଣନାର ଅନ୍ତିମ ପକ୍ଷ ଶୁକ୍ଳ ଅନ୍ତିମ ମାସ ଚୈତ୍ର ଅନ୍ତିମ ଋତୁ ବସନ୍ତକୁ ବିଚାରକୁ ନେଇ ନୂତନବର୍ଷର ପ୍ରଥମଦିବସ ନିର୍ଦ୍ଧାରଣ କରା ଯାଇଥିଲା ।

ତେବେ ପ୍ରଶ୍ନ ଉଠିବ ଯେ ଚୈତ୍ର ପୂର୍ଣିମାକୁ ବର୍ଷାନ୍ତ ଦିବସ ଧରି ବୈଶାଖ କୃଷ୍ଣ ପକ୍ଷ ପ୍ରତିପଦରୁ ଗଣନା ଆରମ୍ଭ କଲେ ନାହିଁ କାହିଁକି ?
ଏହାର
ଉତ୍ତର ହେଲା,

ଆଦିକାଳରୁ କୃଷ୍ଣ ପକ୍ଷ ଜଗଦ୍-ବନ୍ଧନର ପ୍ରତୀକ ଏବଂ ବର୍ଷାନ୍ତ ଦିବସ ଭାବରେ ପୂର୍ଣିମା ତିଥି କଦାଚିତ୍ ଗ୍ରହଣଯୁକ୍ତ ହୋଇ ପରଦିନ ଦିବାର୍ଦ୍ଧ ପର୍ଯ୍ଯନ୍ତ  ସକଳବିଧ ଦେବନୀତି ଓ ଶୁଭକର୍ମରେ ବ୍ଯାଘାତ ଘଟିବାର ଭୟ ରହିବ ।

ସେ ଦୃଷ୍ଟିରୁ  ସଂକ୍ରାନ୍ତି  ଏପରି ଏକ ବଳବାନ୍ ଦିବସ ଯେଉଁ ଦିନ କି ପରାଗ/ଗ୍ରହଣର ଭୟ ନାହିଁ ଏବଂ ଭଗବାନ୍ ସୂର୍ଯ୍ୟ ନାରାୟଣ ମୀନ ରାଶି ଅତିକ୍ରମଣ କରି ମହାକାଶରେ ମେଷ ରାଶି ମଣ୍ଡନ କରୁଛନ୍ତି ।
ସୁତରାଂ ମହାବିଷୁବ ସଂକ୍ରାନ୍ତି
ସର୍ବଭାରତୀୟ ନବବର୍ଷ-ପ୍ରଥମଦିବସ ହେବାକୁ ସର୍ବଥା ଯୋଗ୍ଯ ।

-(କେତେକ ତଥ୍ୟ ଏ ଅକିଞ୍ଚନ  ଶ୍ରୀମାନ୍ ସନତ୍ ଦାସ ମହାଭାଗଙ୍କ ଠାରୁ ତଥା ଅର୍ନ୍ତଜାଲରୁ ନେଇଅଛି)-

Thursday, December 28, 2017

●ଗୁଁଡି଼ଆ●

ପଶ୍ଚିମ ଓଡ଼ିଶାରେ ମଶା କୁ ଗୁଁଡି଼ଆ କୁହାଯାଏ ।
ଇଂରାଜୀ ର mosquito ଶବ୍ଦ ର
ମୂଳ ହେଉଛି Indo-European ଶବ୍ଦ
*mūs-
ଲାଟିନ musca(“fly”) ଶବ୍ଦ
Spanish ରେ ଯାଇ mosca(“fly”)
ହେଲା ଏବଂ ପରେ ସ୍ପାନିଶ୍ ଭାଷାର ମସକ୍ୟୁଟୋ
ଶବ୍ଦ ଇଂରାଜୀ ଭାଷା ଗ୍ରହଣ କରିନେଲା ।
ଭାରତୀୟ ମାନେ ମଶକ ଶବ୍ଦର
କ୍ଷୁଦ୍ର ବୈଜ୍ଞାନିକ ଧାତୁରୂପ ମଶ୍ ଧାତୁ
ନିଶ୍ଚିତ କରିଛନ୍ତି
ଏହାର ତିନୋଟି ମୁଖ୍ୟ ଅର୍ଥ ହେଲା
୧.ଶବ୍ଦ କରିବା
୨.ଗୁଣୁଗୁଣୁ ହେବା
୩.କ୍ରୋଧ କରିବା
(ମଶା ଟା କାନ ପାଖକୁ ଆସେ ,ଆମ କାନ ପାଖରେ ଗୁଣୁଗୁଣୁ ହୋଇ ଗୀତ ଗାଏ
ଆଉ ବେଳ ଉଣ୍ଡି ଆମ ରକ୍ତ ଶୋଷଣ କରେ
ଫଳରେ ଆମେ କ୍ରୋଧବଶଃ ତାକୁ ଏକା ଚାପୁଡ଼ା କେ ମାରି ପକାଉ 😀😀😀)
ତେବେ ସେ ଯାହା ହେଉ
ଇଂରାଜୀ ରେ ମଶା ପାଇଁ ଆଉ ଏକ ଶବ୍ଦ ମଧ୍ୟ ଅଛି
“gnat”
ପୁରୁଣା ଇଂରାଜୀ ରେ gnætt(“gnat; midge; mosquito”), Proto-Germanic ଶବ୍ଦ *gnattaz,*gnattuz(“gnat”)ରୁ ଆସିଛି ଏବଂ ଏ ଶବ୍ଦ ର  Proto-Indo-European
ରୂପ gʰneHdʰn-,*gʰneHd-(“to gnaw; scratch”), ପୁଣି ତହିଁ ର ମୂଳ  ‎Proto-Indo-European ରୂପ ହେଉଛି *gʰen-(“to gnaw; bite; scratch; grind”)
ଆମର ପ୍ରାଦେଶିକ ଶବ୍ଦ ଗୁଁଡି଼ଆ ସହିତ ହୁଏତ
ଇଂରାଜୀ Gnat ର କୌଣସି ସମ୍ପର୍କ ଥାଇପାରେ
ଅଥବା ଏହା ମାତ୍ର ଏ ସଂଯୋଗ ବି ହୋଇପାରେ

..........ପୃଥିବୀର କେତେକ ଭାଷାରେ
ମଶା .........

●Assamese:মহ(moh)
●Bengali:মশা(môśa)
●Burmese:ခြင်(my)(hkrang)
●Chinese:Cantonese:蚊(zh-yue)(man1, man4)
●Hakka:蚊仔(mûn-é)
●German:Mücke(de)f,Stechmücke(de)
●Kannada:ನುಸಿಸೊಳ್ಳೆ(nusisoḷḷe),ಸೊಳ್ಳೆ(kn)(soḷḷe)
●Kazakh:маса(kk)(masa),москит(moskït)
●Khmer:មូស(km)(muuh)
●Korean:모기(ko)(mogi)
●Malagasy:moka(mg)
●.Malayalam:കൊതുക്‌(kotuk‌)
●Maltese:nemusa
●.Marathi:डास(ḍās)
●Tamil:கொசு(ta)(kocu),மசகம்(ta)(macakam),மசம்(ta)(macam)
●Telugu:దోమ(te)(dōma)
●Thai:ยุง(th)(yung)

Wednesday, December 27, 2017

ନଦୀ ଓ ତହିଁର ସଂସ୍କୃତ ପ୍ରତିଶବ୍ଦ

ନଦୀର ଅନେକ ନାମ ଅଛି

●ସରିତ,ସରିତା●
=ସୃ ଧାତୁ(ବହିବା,ଗତିକରିବା)+କର୍ତ୍ତୁ.ଇତ୍+ଆ
→ଯାହା ବହିଯାଏ ବା ସର୍ବଦା ଗତିକରୁଥାଏ ।
ଝରଣାକୁ ସେଇଭଳି ସର,ସରା ଓ ସରି କୁହାଯାଏ ।

●ଆପଗା●
=ଆପ(ଜଳରାଶି)+ଗମ୍ ଧାତୁ=ଯିବା+କର୍ତ୍ତୁ.ଅ+ସ୍ତ୍ରୀ+ଆ
→ଜଳରାଶି ଯହିଁରେ ସ୍ଥିର ନୁହେଁ
ସଦା ବଦଳିଥାଏ
ଚାଲିଯାଇଥାଏ ।

●ତରଙ୍ଗବତୀ
ତରଙ୍ଗିଣୀ
ତରଙ୍ଗାଳି●
→ଯହିଁରେ ତରଙ୍ଗ ଥାଏ =ନଦୀ

●ଶୈବଳିନୀ●
=ଶୈବଳ+ଅଛି ଅର୍ଥରେ ଇନ୍+ଈ
→ଶୈବଳ/ଶୈବାଳ ଯହିଁ ରେ ସୁଲଭ ଥାଏ ।

●ତଟିନୀ●
= ତଟ+ଇନ୍+ସ୍ତ୍ରୀ. ଈ
→ଯାହାର ତଟ ଅଛି ସେ ତଟିନୀ.....
ତଟ ରେ ମୂଳ ବୈଜ୍ଞାନିକ ଧାତୁରୂପ ହେଉଛି ତଟ୍ ଧାତୁ....
ଏହାର ଅର୍ଥ ଉନ୍ନତ ହେବା,ଗର୍ଜିବା,ଦିପ୍ତୀ ପାଇବା,ଆଘାତ କରିବା...
ତଟିନୀ ବା ନଦୀର ତଟ ଦିନକୁ ଦିନ ଉନ୍ନତ ହୁଏ ଅର୍ଥାତ୍ ପଟୁ ସଂଞ୍ଚିତ ହୁଏ,ତଟର ବାଲି ଆଲୋକ ଯୋଗୁଁ ଦିପ୍ତୀ ପାଏ ଚକ୍ ଚକ୍ ଦିଶେ,ତଟରେ ନଦୀ ବନ୍ୟା କାଳରେ ଗର୍ଜନ କରୁଥାଏ,ନଦୀ ର ଜଳ ସଦାସର୍ବଦା ତଟକୁ ଆଘାତ କରି କ୍ଷୟ କରୁଥାଏ ।

●ହ୍ରଦିନୀ●
= ହ୍ରଦ+ଯୁକ୍ତାର୍ଥେ. ଇନ୍+ଈ
→ହ୍ରଦର ତିନୋଟି ଅର୍ଥ ଅଛି
ସ୍ଥଳ ବେଷ୍ଟିତ ସୁବୃହତ୍ତ ଜଳଭାଗ~lake ,ରଶ୍ମୀ,ଗଭୀର ଗଣ୍ଡ
ଏଠାରେ ଗଭୀର ଗଣ୍ଡ ଅର୍ଥରେ
ହ୍ରଦ ଶବ୍ଦ ର ବ୍ୟବହାର ହୋଇଛି ।
ନଦୀରେ ପ୍ରାୟତଃ ଗଣ୍ଡ ମଧ୍ୟ ଥାଏ ।

●ଧୂନୀ ବା ଧୁନୀ ●
=ଧୁ ଧାତୁ(କମ୍ପିବା)+ସଜ୍ଞାର୍ଥେ. କର୍ତ୍ତୁ. ଇନ୍
→ନଦୀ ଜଳ ଚଳନ ଯୋଗୁଁ ସବୁବେଳେ
ଶବ୍ଦ କରୁଥାଏ,କମ୍ପୁଥାଏ ।

●ସ୍ରୋତସ୍ଵତୀ ଓ ସ୍ରୋତସ୍ବିନୀ●
→ଏ ଶବ୍ଦ ଦ୍ଵୟର ମୂଳ ସ୍ରୋତସ୍ =ସ୍ରୋତ
ଯହିଁ ରେ ସ୍ରୋତ ଥାଏ ତାହା ନଦୀ
ପୁଣି ସ୍ରୋତ ଶବ୍ଦର ମୂଳ ଧାତୁରୂପ
ସ୍ରୁ ଧାତୁ
ଏହାର ଅର୍ଥ କ୍ଷରିବା ,ଗତି କରିବା

●ସ୍ରବନ୍ତୀ●
=ସୃ ଧାତୁ(ଗତି କରିବା)+କର୍ତ୍ତୁ. ଅତ୍+ଈ
→ଯାହା ଗତିଶୀଳ ସଦା ଗତି କରୁଥାଏ

●ନିମ୍ନଗା●
=ନିମ୍ନ+ଗମ୍ ଧାତୁ+କର୍ତ୍ତୁ .ଅ=ନିମଗ୍ନା
→ଯାହା ଉପରୁ ଅର୍ଥାତ ପାର୍ବତ୍ୟ ଅଞ୍ଚଳରୁ
ନିମ୍ନକୁ ବା ସମତଳ ଅଞ୍ଚଳକୁ ପ୍ରବାହିତ ହୁଏ

●ନିର୍ଝରିଣୀ●
=ନିର୍ଝର+ଇନ୍+ସ୍ତ୍ରୀ+ଈ
→ପ୍ରବାହବତୀ ବା ଗିରିନଦୀ କୁ ନିର୍ଝରିଣୀ କୁହାଯାଏ ଅନ୍ୟଥା ଏ ଶବ୍ଦ ର ଏକ ଅର୍ଥ ଝରଣା ମଧ୍ୟ ହେବ....

●ସରସ୍ଵତୀ●
ନଦୀକୁ ସରସ୍ବତୀ କୁହାଯିବାର କାରଣ ଏ ନଦୀର ଲୋକପ୍ରିୟତା...
ଆଗକାଳରେ ଗଙ୍ଗା ଓ ସିନ୍ଧୁ ନଦୀ ମଧ୍ୟରେ ଉତ୍ତର ରୁ ପଶ୍ଚିମ ଭାରତକୁ ପ୍ରବାହିତ ହେଉଥିବା ସରସ୍ବତୀ ଖୁବ୍ ପ୍ରଶିଦ୍ଧ ନଦୀ ଥିଲା ।
ଏ ନଦୀ ଏବେ ବିଲୁପ୍ତ ପ୍ରାୟ କିନ୍ତୁ ପ୍ରାଚୀନ କାଳରୁ ସବୁଠାରୁ ପ୍ରଶିଦ୍ଧ ନଦୀ ହୋଇଥିବାରୁ
ନଦୀ ର ଗୋଟିଏ ପ୍ରତିଶବ୍ଦ ମଧ୍ୟ ସରସ୍ବତୀ ହୋଇଛି ।

●ସମୁଦ୍ରଗା●
→ସମୁଦ୍ରଗ+ଆ
ସମୁଦ୍ରଗ ର ଅର୍ଥ ବୋଇତ
ସମୁଦ୍ର ମଧ୍ୟକୁ ବୋଇତ ଭଳି ଯିଏ ଯାଇ ମିଶିଯାଏ ସେ ନଦୀ....
●କୂଳବତୀ●
→କୂଳ+ବତ୍+ଈ
କୁଳ ଅଛି ଯାହାର ସେ ନଦୀ

●କୂଳଂକଷା●
→କୂଳକଂଷ+ଆ
କୂଳଂକଷ=କୂଳ+କଷ୍ ଧାତୁ+କର୍ତ୍ତୁ.ଅ
କୁଳଂକଷ ମାନେ ଏଠାରେ
(ନଦୀର)ସ୍ରୋତ
ଯହା ସ୍ରୋତଯୁକ୍ତା ବା ଯହିଁରେ ସ୍ରୋତ ଥାଏ ।

●କଲ୍ଲୋଳିନୀ●
→କଲ୍ଲୋଳ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ
କଲ୍ଲୋଳ=ଢେଉ
ଯାହା  ଢେଉ ବା ତରଙ୍ଗ ଯୁକ୍ତା

●ଋଷିକୂଲ୍ୟା●
ଋଷି+କୁଲ୍ୟା=ଋଷିକୂଲ୍ୟା
ଋଷଙ୍କ କୃତ କୁଲ୍ୟା =କୃତ୍ରିମ ନଦୀ
ବା
ଋଷିଙ୍କର କୁଲ୍ୟା=କନ୍ୟା
ନଦୀର ଗୋଟିଏ ପ୍ରତିଶବ୍ଦ ଋଷିକୂଲ୍ୟା
ହେବାର କାରଣ କୃତ୍ରିମ ନଦୀଙ୍କୁ
ପ୍ରାକୃତିକ ନଦୀଠାରୁ ଭିନ୍ନ ଦେଖେଇବା ହେତୁ କରାଯାଇଥାଇ ପାରେ ।
ଓଡ଼ିଶାର ଋଷିକୂଲ୍ୟା ନଦୀର ନାମ
ଋଷି ପର୍ବତ ଯୋଗୁଁ ହୋଇଥିବା
ସାଧାରଣରେ ବିଶ୍ଵାସ କରାଯାଏ ....
ଋଷି ପର୍ବତରୁ ପ୍ରବାହିତ ହେଉଥିବା ହେତୁ
ଯେମିତି ଗଙ୍ଗା ନଦୀ ଗିରିରାଜ ହିମାଳୟ ପୁତ୍ରୀ
ବୋଲାଇଲେ ଠିକ୍ ସେଇଭଳି
ଋଷି ପର୍ବତଙ୍କ କୁଲ୍ୟା ବା ପୁତ୍ରୀ ଭାବେ
ଋଷିକୂଲ୍ୟା ନାମ ଲୋକପ୍ରିୟ ହେଲା ।

●ସ୍ରୋତବାହା●
→ସ୍ରୋତବହ+ଆ
ସ୍ରୋତବହ=ସ୍ରୋତସ୍+ବହ୍ +କର୍ତ୍ତୁ. କ୍ବୀପ୍ +ଅ
ସ୍ରୋତ ବହେ ଯହିଁ ରେ ସେ ନଦୀ .....

ନଦ+ଈ=ନଦୀ
ନଦ ଶବ୍ଦର ନିରୁକ୍ତି=ନଦ୍ ଧାତୁ(ନାଦ କରିବା, ଶବ୍ଦ କରିବା)+କର୍ତ୍ତୁ. ଅ =ଯାହା ଜଳସ୍ରୋତ ଯୋଗୁଁ ନିରନ୍ତର ନାଦ କରେ ସେ ନଦ
ଏବଂ ନଦ ଯଦି ସ୍ତ୍ରୀ ବାଚକ ହୁଏ ତେବେ ନଦୀ ବୋଲାଏ ...
ନଦ ଓ ନଦୀ ମଧ୍ୟରେ ପ୍ରଭେଦ ହେତୁ
ଦୁଇଟି ପ୍ରଧାନ ମତ ପ୍ରଚଳିତ
1.ଯେଉଁ ସ୍ରୋତର ଅଧିଷ୍ଠାତା ଦେବତା ପୁଂବାଚକ ତାହା ନଦ ....
ଉ:-ସିନ୍ଧୁ,ବ୍ରହ୍ମପୁତ୍ର,ଶୋଣଭଦ୍ର,ଦାମୋଦର ଇତ୍ୟାଦି
ଏବଂ ସ୍ତ୍ରୀ ବାଚକ ହେଲେ ନଦୀ
ଯଥା:-ନର୍ମଦା,ଗଙ୍ଗା,ତାପ୍ତୀ,କୃଷ୍ଣା ଆଦି...
2.ଆଗଭୀର ,ପ୍ରଶସ୍ତ ଓ ଦୀର୍ଘ ଜଳମାର୍ଗକୁ ନଦ ତଥା ଗଭୀର ଜଳମାର୍ଗକୁ ନଦୀ କୁହାଯାଏ ।
ଏତଦ୍ବ୍ୟତୀତ ଆଉ ଏକ ଗୌଣ ମତ ଅନୁଯାୟୀ
ମଧ୍ୟ ଓ ପୂର୍ବଗାମୀ ସ୍ରୋତ ମାନେ ନଦୀ କିନ୍ତୁ
ପଶ୍ଚିମାଭିମୁଖୀ ସ୍ରୋତ ଗୁଡିକୁ  ନଦ କୁହାଯାଏ ତେବେ ବ୍ୟତିକ୍ରମ ସ୍ଵରୂପ ନର୍ମଦା ଓ ତାପ୍ତୀ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲେ ହେଁ ନଦୀ ବୋଲାଅନ୍ତି.....

Monday, December 25, 2017

25 ଡିସେମ୍ବରରେ ଜିସୁଙ୍କର ଜନ୍ମ ହୋଇଥିଲା କି ?


ଅନେକ ଲୋକ ଭାବୁଥିବେ ଆଜି ଇଂଜିଲ୍ ବା ଜିସସ୍ ଙ୍କର ଜନ୍ମ ଦିନ କିନ୍ତୁ ପ୍ରକୃତରେ ବାଇବେଲ୍ ରେ କେଉଁଠି ବି କୁହାଯାଇନାହିଁ ଯେ
ଜିସୁ କେବେ ଜନ୍ମ ହୋଇଥିଲେ ।
ପ୍ରକୃତରେ ପ୍ରାଚୀନ ରୋମାନ୍ ଧର୍ମ ର
“pagan Roman festival” ଯାହା କି ବର୍ଷ  ଶେଷ  ହେଲେ ପାଳିତ ହେଉଥିଲା
ତାହାର ଈସାଇକରଣ କରାଯାଇ
କ୍ରୀସମାସ୍ ନାମ ଦିଆଯାଇଛି ।
ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ରୋମାନ୍ ମାନେ ନବବର୍ଷ ପାଳୁଥିଲେ(ତୁ:-ମକର ସଂକ୍ରାନ୍ତି)
କୃଷି,” ।
ଏହି ପେଗାନ୍ ରୋମାନ୍ ପର୍ବ ଟି ରୋମାନ୍ ଦେବତା Sol ଙ୍କର ଜନ୍ମ ଦିବସ ଭାବେ ପାଳିତ ହେଉଥିଲା । Sol ଶବ୍ଦଟି ମଧ୍ୟ ଏକ ମୂଳ ଇଣ୍ଡୋ ଇଉରୋପିଆନ୍ ଜର୍ମାନ ଶବ୍ଦରୁ ଆସିଅଛି ଯହିଁ ରୁ ଗୋଟିଏ ପଟେ sun ଭଳି ଶବ୍ଦ ସୃଷ୍ଟ ହେଲା ବେଳେ ଅନ୍ୟ ପଟେ ସୂର୍ଯ୍ୟ ପରି ଶବ୍ଦ ସୃଷ୍ଟି ହୋଇଛି ।
ତେବେ 350 AD ରେ  Pope Julius  December 25 କୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ଘୋଷଣା କରି ଗୋଟିଏ ତୀରରେ ଦୁଇଟି ଶିକାର କରିଥିଲେ ।
ଫଳରେ ପେଗାନ୍ ରୋମାନ୍ ଧର୍ମର ଲୋକଙ୍କର ଈସାଇକରଣ ହୋଇଗଲା ଓ ସେମାନେ ନିଜର ମୂଳ ଆର୍ଯ୍ୟେତ୍ତର ଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ ହୋଇଗଲେ ।
ତେବେ ଏଇଠେ ମନରେ ପ୍ରଶ୍ନ ଆସେ
ଯେ ଜିସୁଙ୍କର ଜନ୍ମ ତାହେଲେ କେବେ ହୋଇଥିଲା .......
ବାଇବେଲ୍ ସେ କଥା ଗୋଟିଏ ସ୍ଥାନରେ ପରୋକ୍ଷ ଭାବେ କୁହାଯାଇଛି ....
"there were in the same country shepherds abiding in the field, keeping watch over their flock by night" (Luke 2:8)
(ବଇବେଲ୍ ହିସାବରେ ଜିସସ୍ ଜନ୍ମ ମମୟରେ ମେଷପାଳକ ମାନେ ରାତ୍ରିକାଳରେ ତାଙ୍କ ମେଷଗୁଡି଼କୁ ଚାରଣଭୂମିରେ ଛାଡି଼ଦେଇଥିଲେ ଏବଂ ସେମାନଙ୍କ ଉପରେ ନଜର ରଖିଥିଲେ-)

ପାଲେଷ୍ଟାଇନ୍ ରେ
ଡିସେମ୍ବର ମାସରେ ଏମିତି ହେବା କଷ୍ଟସାଧ୍ୟ କଥା ନିଶ୍ଚୟ କାରଣ ଏଠାରେ ଶୀତ ଦିନେ ବର୍ଷା ହୋଇଥାଏ ବିଶେଷ କରି ଡିସେମ୍ବର ମାସରେ ।
ପାଲେଷ୍ଟାଇନ୍ ରେ ଶୀତ ଦିନରେ ବର୍ଷା ହେବା କଥା ବାଇବେଲ୍ ରେ ମଧ୍ୟ ପରୋକ୍ଷ ଭାବେ ଅଛି
ଦେଖ (Song of Solomon 2:11, ଓ Ezra 10:9, ଓ 13, )
ତେଣୁ ବାଇବେଲ୍ ର ବର୍ଣ୍ଣନା ଅନୁଯାୟୀ
ପାଲେଷ୍ଟାଇନ୍ ରେ ଜିସୁଙ୍କର ଜନ୍ମ ନିଶ୍ଚୟ ଅକ୍ଟୋବର 15 ପୂର୍ବରୁ ହୋଇଥିବ ନା କି 25 ଡିସେମ୍ବରରେ ।
                  

Saturday, December 23, 2017

ପୃଥିବୀର ବୟସ ଓ ଇତିହାସ

ପୃଥିବୀର ଉତ୍ପତ୍ତି କେବେ ଓ କେମିତି ହୋଇଥିଲା
ଏ ପ୍ରଶ୍ନ ର ଉତ୍ତର ମନୁଷ୍ୟ ଜାତି କେଉଁ ଆବାହମାନ କାଳରୁ ଖୋଜି ଆସିଛି ।
ପଶ୍ଚିମ ସଭ୍ୟତା ବୁଦ୍ଧିଜୀବୀ ମଧ୍ୟ ଏ ଶବ୍ଦର ଉତ୍ତର ଖୋଜୁଥାନ୍ତି ।
ଜଣେ ଆଇରିସ୍ ବିଦ୍ଵାନ ଜେମସ୍ ଓସର୍ ବାଇବେଲ୍ ର ଐତିହାସିକ ତଥ୍ୟ କୁ ଭିତ୍ତି କରି
1630ରେ ମତ ଦେଲେ ଯେ
ପୃଥିବୀର ଉତ୍ପତ୍ତି ଯଥା ସମ୍ଭବ ଖ୍ରୀ ପୂ 4004 ରେ ହୋଇଥିଲା ।
ସେତେବେଳେ ଅନେକ ଲୋକ ଏକଥାକୁ ମାନିଲେ ମଧ୍ୟ ଏବଂ 16ଶହ ମସିହା ବେଳକୁ
ପଶ୍ଚିମ ବିଶ୍ଵ ପୃଥିବୀର ଆୟୁ ମାତ୍ର 6000 ବର୍ଷ ବୋଲି ବିଶ୍ଵାସ କରୁଥିଲା ।

16ଶହ ରୁ ସତର ଶହ ଶତାବ୍ଦୀ ମଧ୍ୟରେ ବିଶ୍ଵର
ଆଉ କେତେକ ପ୍ରାଚୀନ ସଭ୍ୟତା ବିଷୟରେ
ଐତିହାସିକ ଅନୁସନ୍ଧାନ ହେଲା  ଏବଂ ସେ ସମୟର ବିଦ୍ଵାନ ମାନେ ଦେଖିଲେ ଯେ ତନ୍ମଧ୍ୟରୁ ଅଧିକାଂଶ ସଭ୍ୟତା 6000 ବର୍ଷ ମଧ୍ୟରେ ଗଢି ଉଠିଥିଲା ।
17ଶହ ଶତାବ୍ଦୀରେ ବିଜ୍ଞାନ ବିଶେଷ କରି ଭୂବିଜ୍ଞାନ କ୍ଷେତ୍ରରେ ବହୁତ ପ୍ରଗତି ହେଲା ।
ପୃଥିବୀର ମୃର୍ତ୍ତିକା ଓ ପଥର ଗୁଡିକ ଆଜିର ଅବସ୍ଥାରେ ପହଞ୍ଚିବାକୁ କୋଟି କୋଟି ବର୍ଷ ଲାଗିଯାଇଛି ଏକଥା ଜଣେ
ଭୂବୈଜ୍ଞାନିକ ଜେମସ୍ ହଟନ୍(1724-1797)
ନିଜର ଗବେଷଣାରେ ଦୁନିଆ କୁ ପ୍ରଥମେ ଜଣେଇ ଦେଇଥିଲେ (1785ରେ) ।
ସେ କହିଲେ ଯେ ପୃଥିବୀର ବୟସ ମାତ୍ର
6000 ବର୍ଷ ନୁହେଁ ବରଂ ଏହା ଅପେକ୍ଷାକୃତ
ଅଧିକ ପ୍ରାଚୀନ .....
କିନ୍ତୁ ବହୁତ ବର୍ଷ ଯାଏଁ
ପଶ୍ଚିମ ସଭ୍ୟତା ଏକଥା ମାନିବାକୁ
ରାଜି ହୋଇନଥିଲା କାରଣ
ବାଇବେଲ୍ ର କଥାକୁ
କାଟିବାକୁ କାହାର ସାହସ ହୋଇନଥିଲା ।

1833ରେ ଆଉ ଜଣେ ଭୂବୈଜ୍ଞାନିକ
ଚାର୍ଲ୍ସ ଲାୟଲ(1797-1875)
ତିନିଭାଗରେ ନିଜର ଗବେଷଣା ପୁସ୍ତକ ପ୍ରକାଶିତ କରିଥିଲେ ଏବଂ ସେଥିରେ ସେ
ହଟନ୍ ଙ୍କର ସିଦ୍ଧାନ୍ତ କୁ ସମର୍ଥନ ମଧ୍ୟ ଜଣାଇଥିଲେ ।
ଜଣେ ଡଚ୍ ବୈଜ୍ଞାନିକ ଜର୍ଜସନ୍ ଟେମସନ(1788-1865)
ଆହୁରି ସ୍ପଷ୍ଟ ଶବ୍ଦରେ କହିଲେ
“ଏବେ ଆମେ ଲୌହ ଯୁଗରେ ଅଛେ,
ଏହା ପୂର୍ବରୁ ଆମେ କାଂସ୍ୟ ଯୁଗରେ ଥିଲେ
ଏବଂ ତା ପୂର୍ବରୁ ପାଷାଣ ଯୁଗରେ”

1860 ରେ ଫ୍ରେଞ୍ଚ ଜୀବାସ୍ମ ବୈଜ୍ଞାନିକ
ଏଡୁଆର୍ଡ୍ ଆରମଂଡ୍ ଲୈହରେଟ(1801-1871)
ଙ୍କୁ ଏକ ଗୁମ୍ଫାରେ ମୈମଥ୍(ବିଶାଳ ପ୍ରାଚୀନ ହାତୀ)ର ଭୀମକାୟ ଦାନ୍ତ ମିଳିଲା । ମୈମଥ୍ ହାତୀ ଜାତୀୟ ଜୀବ ଓ ହଜାର ହଜାର ବର୍ଷ ତଳେ ସେମାନେ ଲୁପ୍ତ ହୋଇଯାଇଛନ୍ତି ।
ପରେ ସେଇ ସ୍ଥାନରେ ଆଉ ଏକ ଗୁମ୍ଫାରୁ
ମୈମଥ୍ ର ଅନେକ କଙ୍କାଳ ମିଳିବା ସହ
ତା’ର ଗୁମ୍ଫା ମଧ୍ୟରେ ଅଙ୍କିତ ଚିତ୍ର ମଧ୍ୟ ମିଳିଲା । ଗୁମ୍ଫାରେ ବାସକରୁଥିବା ମନୁଷ୍ୟ ମାନେ
ନିଶ୍ଚିତ ଭାବରେ ସେ ବିଶାଳକାୟ ଜୀବଗୁଡି଼କୁ ଦେଖିଥିବେ ଏବଂ ତାକୁ ଦେଖି ଚିତ୍ର କରିଥିବେ ।

ଫଳରେ ବୈଜ୍ଞାନିକ ମହଲରେ
ଏ ଧାରଣା ଆହୁରି ଦୃଢ଼ ହେଲା ଯେ
ପ୍ରାକ୍-ଐତିହାସିକକାଳର ମାନବ ବହୁତ ପୂର୍ବରୁ
ପୃଥିବୀରେ ରହିଆସୁଛନ୍ତି ।
ସେତେବେଳେ ସେମାନେ
ପାଷାଣ ଯୁଗକୁ ତିନି ଭାଗରେ ବାଣ୍ଟିଲେ
୧.ପ୍ରାଚୀନ ପାଷାଣ ଯୁଗ
୨.ମଧ୍ୟ ପାଷାଣ ଯୁଗ
୩.ନବୀନ ପାଷାଣ ଯୁଗ

1879ରେ ସ୍ପେନୀୟ ଭୂ ବୈଜ୍ଞାନିକ
ମାରସିଲିନୋ ଡୁ ସୋତୁଲୁଙ୍କ ଦ୍ଵାରା ଆଉକିଛି
ପ୍ରାଚୀନ ଗୁମ୍ଫା ଚିତ୍ର ମିଳିଥିଲା
ତେବେ ସେତେବେଳକୁ
ପଶ୍ଚିମ ବିଶ୍ଵ ବିଜ୍ଞାନ ର ଦୃଷ୍ଟିରେ
ଦୁନିଆ କୁ ଦେଖିବା ଆରମ୍ଭ କରିଦେଇଥିଲା ।

ଜେମସ୍ ହଟନ୍ ଙ୍କ ସମୟରେ ପଶ୍ଚିମ ବିଶ୍ଵ
ପୃଥିବୀର ବୟସ ବାଇବେଲ୍ ଅନୁଯାୟୀ
6000 ବର୍ଷ ଆକଳନ କରିପାରିଥିଲା
କିନ୍ତୁ
ବିଜ୍ଞାନ ବଳରେ ସେ ଆଜି
ଜାଣି ପାରିଛି ଯେ
ପୃଥିବୀର ବୟସ ପ୍ରାୟ 450.କୋଟି ବର୍ଷ ଏବଂ
ଏହି ସମୟକାଳକୁ ଯଦି ଏକ ଘଣ୍ଟା ହିସାବରେ
ଦେଖାଯାଏ ତେବେ ଆମେ
ସହଜରେ ଜାଣିପାରିବା ଯେ
ମଣିଷ ତହିଁରେ ମାତ୍ର କିଛି ମିନିଟ ର ଅଧିକାରୀ ହୋଇଛି ।

Friday, December 22, 2017

ଗଣିତ-ସଂଖ୍ୟାତ-ସୁମାରି

ବିଶ୍ଵର ଅଧିକାଂଶ ଭାଷାରେ ଗଣିତ ପାଇଁ
ଆଜି Mathematics ଶବ୍ଦ ସହ ସାମାଜସ୍ୟ ଥିବା ଶବ୍ଦ ମାନ ବ୍ୟବହାର ହେଉଅଛି ।

ଇଂରାଜୀ ର ଏହି ମାଥମ୍ୟାଟିକ୍ସ ଶବ୍ଦ ଟା
Old French ର “mathematique”
ଶବ୍ଦ ରୁ ଆସିଅଛି  ପୁଣି ପୁରୁଣା ଫ୍ରେଞ୍ଚ ର ଏହି ଶବ୍ଦ Latin ଭାଷାର mathēmaticaରୁ ଆସିଅଛି । ପ୍ରାଚୀନ  Greek ରେ ଏ ଶବ୍ଦ “μαθηματικός” (mathēmatikós,)
ଥିଲା ଏବଂ ଏହାର ଅର୍ଥ fond of learning ।
μαθηματικός ଶବ୍ଦର ମୂଳ ପୁଣି
“μάθημα”(máthēma) ଏବଂ ଏହାର ଅର୍ଥ ଜ୍ଞାନ, ଅଧ୍ଯୟନ,ପଠନ ଇତ୍ୟାଦି ।

ଇଂରାଜୀ ରେ ମାଥମ୍ୟାଟିକ୍ସ ଶବ୍ଦ ର ବ୍ୟବହାର ହେବା ପୂର୍ବରୁ ଆଉ ଏକ ଶବ୍ଦ
ବ୍ୟବହୃତ ହେଉଥିଲା
ତାହା ହେଲା=Old English:rīmcræft
(rīm+‎-cræft)
Rim ଶବ୍ଦର ମୂଳ ମଧ୍ୟ ପ୍ରୋଟୋ ଇଣ୍ଡୋ ଜର୍ମାନ ଶବ୍ଦ Ray ବା Ri ରୁ.....

ଭାରତୀୟ ଉପମହାଦେଶ ରେ
ଗଣିତ ଶବ୍ଦ ସର୍ବତ୍ର ଲୋକପ୍ରିୟ
ବହୁପ୍ରଚଳିତ ।
ଏହା
ଗଣ୍ ଧାତୁ+କର୍ମ.ତ =ଗଣିତ
ହୋଇଛି ।
ଏବଂ
ଗଣ୍ ଧାତୁର ଅର୍ଥ=
ସଂଖ୍ୟା କରିବା,
ମିଶାଇବା
ଗଣିବା
ବିବେଚନା କରିବା ..

ଗଣିତ ଶବ୍ଦ ଭଳି
ସଂଖ୍ୟାତ ଶବ୍ଦ ମଧ୍ୟ mathematics
ଅର୍ଥ ରେ ବ୍ୟବହୃତ ହେଉଥିଲା
ଏହାର ନିରୁକ୍ତୀ=
ସମ୍+ଖ୍ୟା ଧାତୁ(ଗଣିବା,କହିବା)+କର୍ମ.ତ
ଏତଦ୍ବ୍ୟତୀତ ସଂସ୍କୃତରେ ଆଉ ଏକ ଶବ୍ଦ
ମଧ୍ୟ ଗଣିତ ର ପ୍ରତିଶବ୍ଦ ମଧ୍ୟ ଅଛି
ତାହା  ହେଲା “କୃତସଂଖ୍ୟ”

ସଂଖ୍ୟାତ ଓ ସଂଖ୍ୟା ଶବ୍ଦଦ୍ଵୟ
ପାଲି ଭାଷାରେ
ଗଣିତ ପରିବର୍ତ୍ତେ ବ୍ୟବହାର ହେଉଥିଲା
ଏ ଶବ୍ଦ ଗୁଡିକରୁ ପରେ
Burmese ଭାଷାରେ သင်္ချာ(my)(sanghkya) ଶବ୍ଦ ପ୍ରଚଳିତ ହୋଇଛି ।

ଭାରତୀୟ ସଂଖ୍ୟା ଓ ସଂଖ୍ୟାତ ଶବ୍ଦ
ସହ ସାମଜସ୍ୟତା ଥିବା
ଅନେକ ଶବ୍ଦ ମଧ୍ୟ ଏକଦା ବୌଦ୍ଧ ଧର୍ମ ଦ୍ବାରା ପ୍ରଭାବିତ ହୋଇଥିବା ଚୀନ ଦେଶର
ଭାଷାରେ ବ୍ୟବହୃତ ହେଉଛି
ଉ:-
Chinese:Cantonese:數學,数学(sou3hok6)
Hakka:數學,数学(sṳ-ho̍k)
Mandarin:數學(zh),数学(zh)(shùxué),算學(zh),算学(zh)(suànxué)(ancient)
Min Nan:數學(zh-min-nan),数学(sò͘-ha̍k)

ଏସବୁ ଛଡ଼ା ଏକ ଦେଶଜ ଶବ୍ଦ
ସୁମାରି ମଧ୍ୟ
ଗଣିତ ବଦଳରେ ବ୍ୟବହାର ହୋଇଥାଏ ।
ସୁମାରି କରିବା=ଗଣିବା

Wednesday, December 20, 2017

କର୍ଣ୍ଣଙ୍କର ଜନ୍ମ କାନ ବାଟରେ ହୋଇଥିଲା କି ?

ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ବଡ଼ ଭ୍ରମ ଧାରଣା ଯେ କର୍ଣ୍ଣଙ୍କର ଜନ୍ମ କୁନ୍ତୀଙ୍କର କାନ ବାଟେ ହୋଇଥିଲା ।
ସେମାନେ
ଏକଥାକୁ ଠିକ୍ ପ୍ରମାଣ କରିବାକୁ ଯାଇ କୁହନ୍ତି
ଅମୁକ ପୁରାଣ ରେ କର୍ଣ୍ଣଙ୍କୁ କାନୀନ୍ କୁହାଯାଇଛି
ଓ ଏହାଳ କାନ ଶବ୍ଦ ସହ ସାମଜସ୍ୟତା ଅଛି ।

ଏଠାରେ କହିରଖେ
କାନୀନ୍ ଶବ୍ଦ ସହ କର୍ଣ୍ଣ କିମ୍ବା କାନର କୌଣସି
ସଂପର୍କ ନାହିଁ ।
ଯେହେତୁ କାନୀନ୍ ଶବ୍ଦର ନିରୁକ୍ତୀ=
କନ୍ୟା+ଅପତ୍ୟାର୍ଥେ .ଇନ୍
ଅର୍ଥାତ୍ ଯେଉଁମାନେ ଅବିବାହିତା ମାତାଙ୍କ ଠାରୁ ଜନ୍ମ ହୁଅନ୍ତି ସେମାନେ କାନୀନ୍ .....

ଦେଶଜ କାନ ଶବ୍ଦର ସଂସ୍କୃତ ରୂପ
କର୍ଣ୍ଣର ନିରୁକ୍ତୀ=କର୍ଣ୍ଣି ଧାତୁ(ଶୁଣିବା)+କରଣ.ଅ

କିନ୍ତୁ ମହାଭାରତ ର ପାତ୍ର
କର୍ଣ୍ଣଙ୍କର ନାମର ନିରୁକ୍ତୀ ତହିଁରୁ
ଭିନ୍ନ ଏବଂ ତାହା
କୃ ଧାତୁ+କର୍ତ୍ତୁ .ନ = କର୍ଣ୍ଣ

କୃ ଧାତୁ ର ଭାଷାକୋଷରେ 25 ଟି ଅର୍ଥ ଅଛି
ତନ୍ମଧ୍ୟରୁ ଏ ଧାତୁ ଶବ୍ଦର ସର୍ବାଧିକ ବ୍ୟବହାର
କରିବା ଅର୍ଥରେ ହୋଇଥାଏ ।

ସେଇଭଳି ସଂସ୍କୃତ ବିଶେଷ୍ୟ ହିସାବରେ
‛ନ’ ଶବ୍ଦର ପାଞ୍ଚଟି
ଅର୍ଥ ମଧ୍ୟରେ
‛ରଣ’ ଓ ‛ଦାନ’ ଦାନବୀର ମହାରଥୀ କର୍ଣ୍ଣଙ୍କ ପାଇଁ ଯୁକ୍ତିଯୁକ୍ତ .....
ଅର୍ଥାତ୍ ଯେ ଦାନକରେ ଓ ରଣପ୍ରିୟ ସେ କର୍ଣ୍ଣ
କର୍ଣ୍ଣ ଶବ୍ଦର ନିରୁକ୍ତୀ ବ୍ୟାଖ୍ୟା ଏଇଭଳି

ମହାଭାରତ ର ‛ବନପର୍ବ’ ଅନ୍ତର୍ଗତ ‛କୁଣ୍ଡଳାହରଣ ପର୍ବ’
ରେ କର୍ଣ୍ଣ ଜନ୍ମ ବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି (ଗୀତାପ୍ରେସ୍ ଗୋରଖପୁର ଦ୍ଵାରା ମୁଦ୍ରିତ ସଂ ମହାଭାରତ) ।

ସେଠାରେ ଯାଇ ଦେଖିଲି
କୁଣ୍ଡଳାହରଣ ପର୍ବରେ
କାନବାଟେ କର୍ଣ୍ଣଙ୍କର
ଜନ୍ମ ହେବା କଥା ଉଲ୍ଲେଖିତ
ହୋଇନାହିଁ

ସେଠି କର୍ଣ୍ଣ ଜନ୍ମ ବାବଦରେ କେବଳ ଏତିକି ଲେଖା ହୋଇଛି

ତତଃ କାଳେନ ସା ଗର୍ଭେ ସୁପୁବେ ବରବର୍ଣ୍ଣିନୀ ।
କନ୍ୟୈବ ତସ୍ୟ ଦେବସ୍ୟ ପ୍ରସାଦାଦମରପ୍ରଭମ୍ ।।

(ଭାବାର୍ଥ:-
ତଦନନ୍ତର ସୁନ୍ଦରୀ ପୃଥା ଯଥାସମୟ ଭଗବାନ ସୂର୍ଯ୍ୟ ଙ୍କ କୃପାରୁ କନ୍ୟାସୁଲଭ ଗୁଣ ପରିତ୍ୟାଗ ନକରି ମଧ୍ୟ ତେବତାଙ୍କ ସମାନ ଏକ ତେଜସ୍ଵୀ ପୁତ୍ରକୁ ଜନ୍ମ ଦେଲେ ।)

ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ
ରାଧୈୟ-ରାଧାପୁତ୍ର
ପରବର୍ତ୍ତୀ କାଳରେ ନିଜର ଦାନୀପଣ ତଥା ରଣକୌଶଳ ଯୋଗୁଁ କର୍ଣ୍ଣ ବୋଲାଇଥିଲେ

Tuesday, December 19, 2017

●ରାଜ୍ୟ ଓ ରାଜ୍ୟଶାସିତ ଅଞ୍ଚଳ ଗୁଡିକର ସରକାରୀ ଭାଷା●


1.ଆନ୍ଧ୍ରପ୍ରଦେଶ - ତେଲୁଗୁ
2.ଅରୁଣାଚଳପ୍ରଦେଶ - ଇଂରାଜୀ
3.ଆସାମ- ଅହମିୟା
(Barak valley ର ତିନୋଟି ଜିଲ୍ଲାରେ ବଙ୍ଗାଳି ଭାଷାକୁ ସରକାରୀ ଭାଷା ର ମାନ୍ୟତା ମିଳିଛି)
4.ବିହାର - ହିନ୍ଦୀ ଏବଂ ଉର୍ଦ୍ଦୁ
5.ଛତିଶଗଡ଼ - ହିନ୍ଦୀ
6.ଗୋଆ - କୋଙ୍କଣୀ ଓ ମରାଠୀ
7.ଗୁଜରାଟ - ଗୁଜରାଟୀ ଓ ହିନ୍ଦୀ
8.ହରିଆଣା - ହିନ୍ଦୀ ଓ ପଞ୍ଜାବୀ
9.ହିମାଚଳ ପ୍ରଦେଶ - ହିନ୍ଦୀ ଓ ଇଂରାଜୀ
10.ଜମ୍ମୁ ଓ କଶ୍ମୀର - ଉର୍ଦ୍ଦୁ
11.ଝାଡ଼ଖଣ୍ଡ - ହିନ୍ଦୀ ଓ ଉର୍ଦ୍ଦୁ
12.କର୍ଣ୍ଣାଟକ - କନ୍ନଡ ଓ ଇଂରାଜୀ
13.କେରଳ - ମଲାୟଲମ ଓ ଇଂରାଜୀ
14.ମଧ୍ୟ ପ୍ରଦେଶ - ହିନ୍ଦୀ
15.ମହାରାଷ୍ଟ୍ର - ମରାଠୀ
16.ମଣିପୁର - ମେଇତେଈ(Manipuri) ଓ ଇଂରାଜୀ
17.ମେଘାଳୟ - ଗାରୋ,ଖାସି ଓ ଇଂରାଜୀ
18. ମିଜୋରାମ - ମିଜୋ ହିନ୍ଦୀ ଓ ଇଂରାଜୀ
19.ନାଗାଲ୍ୟାଣ୍ଡ - ଇଂରାଜୀ
20.ଓଡ଼ିଶା - ଓଡ଼ିଆ ଓ ଇଂରାଜୀ
21.ପଞ୍ଜାବ - ପଞ୍ଜାବୀ
22.ରାଜସ୍ଥାନ - ହିନ୍ଦୀ ଓ ଇଂରାଜୀ
23.ସିକ୍କିମ -ଇଂରାଜୀ ଏବଂ ଦଶଟି ଆଞ୍ଚଳିକ ଭାଷା
24.ତାମିଲନାଡୁ - ତାମିଲ ଓ ଇଂରାଜୀ
25.ତେଲେଙ୍ଗାନା- ତେଲୁଗୁ ଓ ଉର୍ଦ୍ଦୁ
26.ତ୍ରିପୁରା - ବଙ୍ଗାଳି, ଇଂରାଜୀ ଓ କୋକୋବୋରକ୍
27.ଉତ୍ତର ପ୍ରଦେଶ - ହିନ୍ଦୀ ଓ ଉର୍ଦ୍ଦୁ
28.ଉତ୍ତରାଖଣ୍ଡ - ହିନ୍ଦୀ ଓ ସଂସ୍କୃତ
29.ପଶ୍ଚିମ ବଙ୍ଗ-ବଙ୍ଗଳା, ହିନ୍ଦୀ, ନେପାଳୀ, କମତାପୁରୀ,କୁରୁକ୍ଷ ଓ ଉର୍ଦ୍ଦୁ
................
●ରାଜ୍ୟଶାସିତ ଅଞ୍ଚଳ●
1.ଆଣ୍ଡାମାନ ଓ ନିକୋଵର -ହିନ୍ଦୀ ତଥା ଇଂରାଜୀ
2.ଚଣ୍ଡିଗଡ଼- ଇଂରାଜୀ
3.ଦାଦ୍ରା ଓ ନଗର ହାବେଳୀ - ଗୁଜରାଟୀ, ମରାଠୀ ଓ ହିନ୍ଦୀ
4.ଡମଣ ଓ ଡିଉ - ଗୁଜରାଟୀ, କୋଙ୍କଣୀ ଓ ହିନ୍ଦୀ
5.ଦିଲ୍ଲୀ- ପଞ୍ଜାବୀ,ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ
6.ଲାକ୍ଷାଦ୍ବୀପ- ମଲାୟଲମ ଓ Mail(minikoy)
7.ପୋଣ୍ଡିଚେରୀ-ତାମିଲ, ଇଂରାଜୀ, ତେଲୁଗୁ, ମଲାୟଲମ ଓ ଫ୍ରେଞ୍ଚ

Sunday, December 17, 2017

ପୋତାଶ୍ରୟ~ପୋର୍ଟ~ବନ୍ଦର

Wiktionary ହିସାବରେ
ଵନ୍ଦ+ଦର୍=ଵନ୍ଦର(ପାର୍ସୀ)
ବନ୍ଦ =enclosed
ଦର୍=ତାଟି😂ଫାଟକ(Gate)

ସଂସ୍କୃତ ବୈଜ୍ଞାନିକ କ୍ଷୁଦ୍ର ରୂପ ବନ୍ଧ ଧାତୁ ର ଅର୍ଥ
ଅଟକ ରଖିବା
ବାନ୍ଧିବା ଅର୍ଥ ଅଛି
ଏ ଧାତୁ ଶବ୍ଦ ସହ ସମ୍ପର୍କ ଥିବା
ଶବ୍ଦ ହେଲା
ବନ୍ଧ,ବନ୍ଧୁ,ବନ୍ଧକ,ବନ୍ଧନ,ବନ୍ଧନୀ ଇତ୍ୟାଦି ....

ମୂଳ ଇଣ୍ଡୋ ଇଉରୋପିଆନ୍ ଶବ୍ଦ ଟି
ବୋଧହୁଏ ଗୋଟିଏ ପଟେ
ବନ୍ଦ ହୋଇଛି ଏବଂ
ଅନ୍ୟତ୍ର ବନ୍ଧ .....
ଆଗକାଳରେ
ପୋତାଶ୍ରୟ(ପୋର୍ଟ=ପୋତ ?) ର ପ୍ରବେଶ ଫାଟକ ନିକଟରେ
ଅଟକ ରଖି ଯାତ୍ରୀଙ୍କ ଠାରୁ
କର ସଂଗ୍ରହ କରାଯାଉଥିଲା ବୋଲି ବୋଧହୁଏ ଏଭଳି ଏକ ଶବ୍ଦ ସୃଷ୍ଟି ହୋଇଛି !

ଯେଉଁ ପ୍ରଶ୍ନ ର ଉତ୍ତର ମିଳୁନାହିଁ ତାକୁ ଛାଡି଼ଦିଅ

ଶବ୍ଦ ର ସମାହର ରୁ ସଂଜ୍ଞା ବା ସାରକଥା ର ସୃଷ୍ଟି !  ଯଦି ଶବ୍ଦ ନ ଥାଅନ୍ତା ତାହାଲେ ଆପଣ କେଉଁ ଉପାୟ ରେ ଜଣକୁ ନିଜର ମନୋଭାବ ବ୍ୟକ୍ତ କରନ୍ତେ ? ଏଠାରେ ନା ଶବ୍ଦ ବଡ ନା ସଂଜ୍ଞା , କେବଳ ଦୁହେଁ ପରସ୍ପର ର ପରିପୂରକ !

ଆଜିକାଲି କିଛି ତଥାକଥିତ ଭଦ୍ରଲୋକ ଅନ୍ତର୍ଜାଲ(internet) ବିଶେଷ କରି Facebook ରେ ସର୍ଵେ କରିବା ଉଦ୍ଦେଶ୍ୟ ନେଇ ଚାଲିଆସନ୍ତି ଏବଂ କୌଣସି ଆଲୋକ ଚିତ୍ର(Photo) ବାଣ୍ଟିଥାନ୍ତି  ଯେଉଁଥିରେ କିଛି ପ୍ରଶ୍ନ ଲେଖାଥାଏ !

ଉଦାହରଣ ସ୍ଵରୁପ :- କିଏ ଧୋକା ଦିଏ ପୁଅ ନା ଝିଅ, କିଏ ଲୋଭୀ ପୁଅ ନା ଝିଅ, କିଏ ମହାନ ଭାରତ ନା ପାକିସ୍ତାନ , କିଏ ଏଥର ବିଶ୍ଵକପ୍ ନେବ ଆଦି ଆଦି !!!  ଏଇଭଳି ଗାଆଁ ଗହଳି ରେ ଲୋକେ ଟାଇମପାସ ମୁଡ଼ରେ ଥିଲେ କହିବେ କେଉଁଟା ଆଗ ଆସିଥିଲା ଅଣ୍ଡା ନା କୁକୁଡ଼ା !!!

ଦୁନିଆ ଯାକର ଲୋକ ଏଭଳି ବିଷୟକୁ ନେଇ ଟେକା ଫିଙ୍ଗାଫିଙ୍ଗି ହୁଅନ୍ତି ଯାହାର ଉତ୍ତର ସହଜରେ ସମାଧାନ ହୁଏନାହିଁ ।
ଯେମିତି ଯୌବନ vs ବୃଦ୍ଧାବସ୍ତା , ଝିଅ vs ପୁଅ,ଓଡ଼ିଆ vs ବଂଗାଳୀ , ଭାରତ vs ପାକିସ୍ତାନ ,ଆମେରିକା vs ରୁଷିଆ ଆଦି ଆଦି !!!!
ଏହିସବୁ ନାଟ ଦେଖି କେହି ଜଣେ ମହାପୁରୁଷ ଥରେ ନିଜର ଭାଷଣରେ କହିଥିଲେ
“ଯେଉଁ ପ୍ରଶ୍ନ ର ଉତ୍ତର ଯମାରୁ ମିଳୁନାହିଁ ତାକୁ ଛାଡ଼ିଦେବାରେ ହିଁ ବୁଦ୍ଧିମାନୀ ,ହୁଏତ ତାର ଉତ୍ତର ଭବିଷ୍ୟତରେ ତୁମ ପ୍ରାରଭ୍ଧ ରେ ଲେଖା ଥିବ !!!”

Friday, December 15, 2017

ମହାଭାରତ ରେ କଳିଙ୍ଗ-୧

ପାଣ୍ଡବମାନେ ବନବାସ ସମୟରେ
ଉତ୍ତର ପୂର୍ବାଞ୍ଚଳ ମାନ ପରିଭ୍ରମଣ କରି
ଭାଗିରଥୀ ମୁହାଣସ୍ଥ ଗଙ୍ଗାସାଗର ରେ ପ୍ରବେଶ କଲେ ।
ସେଠାରୁ ଲୋମେଶ ମୁନି ପାଣ୍ଡବ ମାନଙ୍କୁ ଦକ୍ଷିଣାଞ୍ଚଳର ବର୍ଣ୍ଣନା ଦେଇଥିଲେ । ତାଙ୍କ ମତରେ ଗଙ୍ଗାସାଗର ମୁହାଣ ଠାରୁ କଳିଙ୍ଗ ରାଜ୍ୟ ଦକ୍ଷିଣ ଦିଗକୁ  ବିସ୍ତାରିତ ହୋଇଥିଲା ଓ ଗଞ୍ଜାମ ଜିଲ୍ଲାର ମହେନ୍ଦ୍ର ପର୍ବତ କଳିଙ୍ଗ ଦେଶର ଦକ୍ଷିଣ ସୀମା ଥିଲା (ସେତେବେଳେ ମହେନ୍ଦ୍ର ପର୍ବତର ଅପରପାର୍ଶ୍ବର ଅନତି ଦୂରରେ ସମୁଦ୍ର ଥିବା ବୈଜ୍ଞାନିକ ମାନେ ଅନୁମାନ କରନ୍ତି) ।

ବୈତରଣୀ ନଦୀ ଏ ଦେଶର ମଧ୍ୟଭାଗରେ ପ୍ରବାହିତ ହେଉଥିଲା । ମହାଭାରତ ମତେ ଉତ୍କଳ ଓ ଉଡ୍ର ସମୁଦ୍ର ଉପକୂଳବର୍ତ୍ତୀ କୌଣସି ସ୍ଥାନ ନଥିଲା । ଏହି ଦୁଇଟି ସ୍ଥାନ କେବଳ ଦୁଇଟି ପ୍ରଧାନ ଗୋଷ୍ଠୀର ବାସସ୍ଥଳୀ ଥିଲା ଓ ଆଧୁନିକ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଅଞ୍ଚଳର ପାର୍ବତ୍ୟାଞ୍ଚଳ,ଛୋଟନାଗପୁର ଓ ଛତିଶଗଡ଼ ରେ
ଏ ଜାତି ଦ୍ଵୟ ବିକ୍ଷିପ୍ତ ଭାବରେ ବସବାସ କରୁଥିଲେ ।

ଏଥିରୁ ଅନୁମାନ କରାଯାଉଛି ଯେ ହୁଏତ
ଏ ଉଭୟ ଜାତି(ଉଡ୍ର-ଉତ୍କଳ) ର ଲୋକେ
କଳିଙ୍ଗ ଦେଶର ଲୋକଙ୍କ ମିତ୍ର ଥିଲେ ଏବଂ
ସମୟ ସମୟରେ ସେମାନଙ୍କ ବିରୋଧରେ ଛିଡା଼ ହେବାକୁ ମଧ୍ୟ ପଛାଉ ନଥିଲେ ।
ମହାଭାରତ ଯୁଦ୍ଧ ରେ ମଧ୍ୟ
ଉଡ୍ର ଉତ୍କଳୀୟ ମାନେ ପାଣ୍ଡବ ପକ୍ଷରୁ ଲଢୁଥିଲା ବେଳେ
କଳିଙ୍ଗ ଦେଶର ଯୋଦ୍ଧା କୌରବଙ୍କ ପକ୍ଷରେ ଥିବା
ମହାଭାରତ ରେ ଉଲ୍ଲେଖ ଅଛି ।

ବଡ଼ ଦୁଃଖର ବିଷୟ ଆଜି ସେହି ଉଡ୍ର ଉତ୍କଳ ଜାତିର ଆଧୁନିକ ବଂଶଜ ମାନେ
ଉତ୍ତର ଭାରତୀୟଙ୍କ ସଂସର୍ଗରେ
ଆସି ନିଜକୁ
“ଶାକ ବୃକ୍ଷସ୍ୟ ବୀଜ” ମନେ କରି
ଓଧ ସାଙ୍ଗେ ବଣଭୂଆ ବାଇ ହେଲା ଭଳି
ଡିସ୍କୋ କରୁଛନ୍ତି ।”

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...