[[ପ୍ରାଣର ଉଛ୍ଵାସ ]]
[[ଅଞ୍ଜଳୀ କାଵ୍ୟ କବି ନୀଳକଣ୍ଠ ଦାସ ବିରଚିତ]]
ବିଚିତ୍ର ସୁନ୍ଦର ବଦନ ତୁମ୍ଭର
କହ କିଁପା ଦେଖାଯାଏ ନା
ରଖିବି ହେ ବନ୍ଧୋ ପରାଣେ ପରାଣେ
ସେହି ତ ସତତ ବାସନା ।
ସଜ ବିକଶିତ କୁସୁମ ମଞ୍ଜରୀ
ସୁରଭି ବସନ୍ତ ମଳୟ ସଞ୍ଚରୀ
ଆସେ ମଧୁକର ଗୁଞ୍ଜରି ଗୁଞ୍ଜରି
କେତେ ବ୍ୟଥା କହିଯାଏ ନା
ନିଶା ର ଶିଶିର ସିକ୍ତ ଦୁର୍ବାଦଲ
ତରୁଣ ଅରୁଣ କିରଣ ଉଜ୍ଵଳ
ଲହରୀ ଚଞ୍ଚଳ ନୀଳ ନିଭଜଳ
କେତେ ମନକଥା କହେ ନା ।
ବିରହେ କାତର ଭ୍ରମେ ଦିଶେ ଦିଶେ ।
ତବ ସ୍ଵର କାନେ ବାଜେ କି ନିମିଷେ
ବହଙ୍ଗ କାକଳି ଶୁଣିଯାଏ ଭୂଲିଧାଏଁ
କି ଆନନ୍ଦେ ଉନ୍ମନା ।
ସଖା କାହାର ଏ ବିପଞ୍ଚି ଝଙ୍କାର
ବିଶ୍ଵ ରନ୍ଦ୍ରେ ଶୁଣେ ନିରନ୍ତର
ଭୁଲାଈ ହୃଦୟ ଯାତନା
ପ୍ରାଣ ର ଈଛ୍ଵାସେ ଉନ୍ମାଦ ଉଲ୍ଲାସେ
ଖୋଜେ ଚଉପାଶେ ଅବନୀ ଆକାଶେ
ତଥାପି ଦେଖା ମୁଁ ପାଏ ନା
ଆହା କି ପାଇଁ ପ୍ରାଣେ ମୋ ଅସନା
କହ କି ପାଇଁ ପ୍ରାଣେ ମୋ ଅସନା , ?
My Blog List
Sunday, July 26, 2015
Monday, July 13, 2015
ପ୍ରେମ ସ୍ଥୁତି
ଏତ ବର୍ଷାକାଳ କାମନା ପ୍ରବଳ
ମନରେ ଲାଗିଛି ନିଁଆ ❤
ତୋ ପ୍ରେମର ବାରୀ
ଦେ ପ୍ରୀୟା ଢ଼ାଳି
ଲୋଡ଼ୁଛି ମନ ଚଞ୍ଚଳ ❤
ମଦମତ୍ତ ଦେଖ ଏ କାଳେ ସର୍ବେ
ତୁ କିଁପା ହେଲୁ ନିଷ୍ଠୁର ❤
ମୋ ପ୍ରେମ ତୁଷ୍ମା ଦୂରକରି ପ୍ରୀୟେ
କଷଣ ଲାଘବ କର ❤
ମଧୁର ପରଷ ପାଇଲେ ସହସା
ପଥର ତରଳିଯାଏ ❤
କହି କହି ଏତେ ବୃଥା ଏ ପ୍ରଯାସ
ତୋ କୃପା ମିଳିବ କେବେ ❤
ପ୍ରେମ ବିନା ପ୍ରାଣୀ ଜୀବନ ବିଫଳ
ପ୍ରେମ ହିଁ ପ୍ରକୃତ ଧନ ❤
ଥାଇ କୋଟିନିଧି କ୍ଷମତା ପ୍ରସିଦ୍ଧି
ପ୍ରୀତି ବିନା ନ ଲାଗେ ମନ ❤
କେତେଦିନ ଅବା ସଂସାରେ ରହଣୀ
ଆଜି ଅଛେ କାଲି ଯିବା ❤
ଯେତେ ଦିନ ଥିବ ଦେହରେ ଜୀବନ
ପ୍ରେମ କରିବା ସିଖେଇଯିବା ❤
କରୁଛ କି ଲାଜ ମନେ ତୁମ ପ୍ରିୟା
ଏ ତ ନୂଆ ନୂଆ ପ୍ରୀତି ❤
ପ୍ରଥମ ପ୍ରେମ ର ମତୁଆଲା ନିଶା
ହୃଦୟେ ସଞ୍ଚରେ ଭୀତି ❤
ପ୍ରେମ କଲେ ଦୁଃଖ ସହିଥାଏ ମନ
ବିଛେଦ ଵିରହ ଯଥା ❤
କେହି ଜାଣିନାହି କେବେଠୁଁ ଚାଲୁଛି
ସଂସାରେ ଏଭଳି ପ୍ରଥା ❤
ଆସ ଆସ ଆଉ ନ କରି ବିଳମ୍ଭ
ଏ ତ ମଧୁମୟ କ୍ଷଣ ❤
ଚଳିଗଲେ ଦିନ ବିତିଗଲେ କ୍ଷଣ
ନ ମିଳଇ ସୁଖ ପୁଣ ❤
ମନରେ ଲାଗିଛି ନିଁଆ ❤
ତୋ ପ୍ରେମର ବାରୀ
ଦେ ପ୍ରୀୟା ଢ଼ାଳି
ଲୋଡ଼ୁଛି ମନ ଚଞ୍ଚଳ ❤
ମଦମତ୍ତ ଦେଖ ଏ କାଳେ ସର୍ବେ
ତୁ କିଁପା ହେଲୁ ନିଷ୍ଠୁର ❤
ମୋ ପ୍ରେମ ତୁଷ୍ମା ଦୂରକରି ପ୍ରୀୟେ
କଷଣ ଲାଘବ କର ❤
ମଧୁର ପରଷ ପାଇଲେ ସହସା
ପଥର ତରଳିଯାଏ ❤
କହି କହି ଏତେ ବୃଥା ଏ ପ୍ରଯାସ
ତୋ କୃପା ମିଳିବ କେବେ ❤
ପ୍ରେମ ବିନା ପ୍ରାଣୀ ଜୀବନ ବିଫଳ
ପ୍ରେମ ହିଁ ପ୍ରକୃତ ଧନ ❤
ଥାଇ କୋଟିନିଧି କ୍ଷମତା ପ୍ରସିଦ୍ଧି
ପ୍ରୀତି ବିନା ନ ଲାଗେ ମନ ❤
କେତେଦିନ ଅବା ସଂସାରେ ରହଣୀ
ଆଜି ଅଛେ କାଲି ଯିବା ❤
ଯେତେ ଦିନ ଥିବ ଦେହରେ ଜୀବନ
ପ୍ରେମ କରିବା ସିଖେଇଯିବା ❤
କରୁଛ କି ଲାଜ ମନେ ତୁମ ପ୍ରିୟା
ଏ ତ ନୂଆ ନୂଆ ପ୍ରୀତି ❤
ପ୍ରଥମ ପ୍ରେମ ର ମତୁଆଲା ନିଶା
ହୃଦୟେ ସଞ୍ଚରେ ଭୀତି ❤
ପ୍ରେମ କଲେ ଦୁଃଖ ସହିଥାଏ ମନ
ବିଛେଦ ଵିରହ ଯଥା ❤
କେହି ଜାଣିନାହି କେବେଠୁଁ ଚାଲୁଛି
ସଂସାରେ ଏଭଳି ପ୍ରଥା ❤
ଆସ ଆସ ଆଉ ନ କରି ବିଳମ୍ଭ
ଏ ତ ମଧୁମୟ କ୍ଷଣ ❤
ଚଳିଗଲେ ଦିନ ବିତିଗଲେ କ୍ଷଣ
ନ ମିଳଇ ସୁଖ ପୁଣ ❤
Monday, July 6, 2015
ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି
ହତଭାଗ୍ୟ ଏଇ ସୁସୁପ୍ତ ଓଡ଼ିଆଜାତି
ସମୃଦ୍ଧ ଐତିହ ଥାଇମିଳିନାହିଁ ଖ୍ୟାତି
ପିତୃଗୃହେ ଯେହ୍ନେ ସାବତ ପୁତ୍ରର ସ୍ଥାନ
ଓଡ଼ିଆ ସହୁଛି ଏ ଦେଶେ ସେଇ କଷଣ
କାରୁକାର୍ୟେ ତଥା ସଂସ୍କୃତି ମହାନ ପୁଣ
ତଥାପି ମିଳୁନି ତୋ ଜାତି କୁ ଟିକେ ସମ୍ମାନ
କିଁପା ମିଳେନାହିଁ ବିଚାରିଛୁ କି କେବେ ବସି
ବଡ଼ପୁଅ ହୋଇ ଧନ ରେ ଗରିବ ତେଣୁ ଅନାଦର ତୋ ପ୍ରତି
ଥିଲେଥାଉ କେତେ କେତେ କିର୍ତ୍ତିରାଜୀଲୋକେ ତ ଦେଖିବେ ତୋର ବର୍ତ୍ତମାନ ସ୍ଥିତି
ଉଠ ତେଜ ଆରେ ଛାଡ଼ି ଶଯ୍ୟା ଏବେ କରି ଦେଜିଆନ ଜାତି
ପ୍ରଭୂ ଜଗନ୍ନାଥ ଛନ୍ତି ତୋର ସାଥେ କିଁପା କାହାପ୍ରତି ଭୀତି

Friday, July 3, 2015
ବୃଥା ଏ ନଵକଳେବର ବିବାଦ
ଚାନ୍ଦ ତଳେ ତଳେ ବାଦଲ ଚାଲିଲେ
ଚାନ୍ଦକୁ ଫରକ ପଡ଼େନି
ଜଗନ୍ନାଥ ନାମେ ରାଜନୀତି କଲେ
ଜାତି ର ଉନ୍ନତି ହେବନି
ପ୍ରତିବାଦ କର କରିବାର ଅଛି ଯଦି
ବିଷୟ ସାର୍ଥକ ହେଉ.....
ପାଣିଚିଆ କଥା କହି ଖାଲିଟାରେ
କିଁପା ହୁଅ ହାଉଜାଉ....
ସେ ତ ଜନାର୍ଦନ ଦେଖୁଛି ତୋ କର୍ମ
କର୍ମ ତୋର ଠିକେ ହେଉ
ସକଳ ସଂସାର ପାଇଂ ସେ ଆଧାର
ତା ପାଖେ ଭରସା ଥାଉ
ଦୋଷୀ ଦୋଷକାଲେ ଦଂଡ ବି ମିଳିବ
ବଁଚିନାହିଁ କେହି ଏଠୀ
କଳିଯୁଗେ ଜାଣ ଅଛି ଏ ନିୟମ
ପାପ ର ହିସାବ ଜଲ୍ଦୀ
ଚାନ୍ଦକୁ ଫରକ ପଡ଼େନି
ଜଗନ୍ନାଥ ନାମେ ରାଜନୀତି କଲେ
ଜାତି ର ଉନ୍ନତି ହେବନି
ପ୍ରତିବାଦ କର କରିବାର ଅଛି ଯଦି
ବିଷୟ ସାର୍ଥକ ହେଉ.....
ପାଣିଚିଆ କଥା କହି ଖାଲିଟାରେ
କିଁପା ହୁଅ ହାଉଜାଉ....
ସେ ତ ଜନାର୍ଦନ ଦେଖୁଛି ତୋ କର୍ମ
କର୍ମ ତୋର ଠିକେ ହେଉ
ସକଳ ସଂସାର ପାଇଂ ସେ ଆଧାର
ତା ପାଖେ ଭରସା ଥାଉ
ଦୋଷୀ ଦୋଷକାଲେ ଦଂଡ ବି ମିଳିବ
ବଁଚିନାହିଁ କେହି ଏଠୀ
କଳିଯୁଗେ ଜାଣ ଅଛି ଏ ନିୟମ
ପାପ ର ହିସାବ ଜଲ୍ଦୀ
Saturday, June 27, 2015
କାଉ ର କୌଶଳ .....
ଥରେ ଗୋଟିଏ କାଉ ର ଛୁଆ ଟିଏ ,ପିତା କାଉ କୁ କହିଲା ଆମେ ପ୍ରାୟ ସମସ୍ତ ଚତୁଷ୍ପଦ ପ୍ରାଣୀ ମାନଙ୍କର ମାଂସ ଖାଇ ସାରିଛେ କିନ୍ତୁ ଏଇ ଦି ଗୋଡ଼ିଆ ମଣିଷ ରମାଂସ କେବେବି ଖାଇନାହେଁ...
.
କଣ ମନୁଷ୍ୟ ମାନେ ଅମର ମରନ୍ତି ନାହିଁ ନା ଦିର୍ଘକାଳ ପର୍ଯ୍ୟନ୍ତ ଧରାପୃଷ୍ଠ ରେ ଜିଁଇ ଥାଉନ୍ତି ?
ପିତା କାଉ ଟି ପୁତ୍ର କାଉ କୁ କହିଲାମୁଁ ଜୀବନ ରେ ତିନିଥରମଣିଷ ମାଂସ ଖାଇଛି ଖୁବ ସ୍ବାଦିଷ୍ଟ ଲାଗେ ଟି,
କାଉ ଛୁଆ ଟି ଅଳି କଲା ମୁଁ ବି ଖାଇବି ...
କାଉ ଟିକେ ଚିନ୍ତା କରି କହିଲା
ଠିକ ଅଛି ଖୁଏଇ ଦେବି ଯେ
ଶୁଣେ ମୁଁ ଯେମିତି କହିବି ସେମିତି କରିବୁ ଏହି Trick ଟି ମୁଁ ମୋ ପୂର୍ବଜ ଙ୍କ ଠାରୁ ସିଖିଛି,
କାଉ ଟି ନିଜ ଛୁଆ କୁ ଗୋଟିଏ ଯାଗା ରେ ରହିବାକୁ କହିଲା ଏବଂ କିଛି ସମୟ ପରେ ଦି ଖଣ୍ଡ ମାଂସ ଟୁକୁଡା ଧରି ଫେରି ଆସିଲା ।
କାଉ ଛୁଆ ଟି ଥଣ୍ଟ ମାରି ମାଂସ ର ସ୍ବାଦ ଚାଖି କହିଲା
ମଣିଷ ମାଂସ କଣ ଘୁଷୁରୀ ମାଂସ ଭଳି ???
..
ପିତାକାଉ ଟି କହିଲା ନା ନା ନା ଏ ମାଂସ ଟୁକୁଡ଼ା ଖାଇବା ହେତୁ ନୁହେଁ !
..ଏଥିରୁ ମଣିଷ ମାଂସ ତିଆରି ହେବ !
ଯେମିତି ଦହି ଛିଡ଼ାଇବାକୁ ଟିକିଏ ଦହି କ୍ଷୀର ରେ ଛାଡ଼ିଦିଆଯାଏ ନା , ଠିକ ସେଇ ଭଳି ଏଇ ମାଂସ ଟୁକୁଡ଼ା ଟିକୁ ଉଚିତ ସ୍ଥାନରେ ଛାଡ଼ି ଆସିବି ଦେଖିବୁ କାଲି କୁ କେତେ ସ୍ଵାଦିଷ୍ଟ ମଣିଷ ମାଂସ ମିଳିବ !
କାଉ ଛୁଆ ଟି ପିତାକାଉ ର କଥା ବୁଝିପାରୁଲାନଥିଲା କିନ୍ତୁ ସେ ପିତା କାଉ ର ଚମତ୍କାର ଦେଖିବା ହେତୁ ଉସ୍ଚାହିତ ଥିଲା ,,
ତା ପରେ ପିତା କାଉ ଟି ମାଂସ ର ଦୁଇ ଟୁକାଡ଼ା ମଧ୍ୟରୁ ଗୋଟିଏ ମନ୍ଦିର ରେ ଏବଂ ଅନ୍ୟ ଟି ପାଖ ମସଜ୍ଜିଦ ରେ ଛାଡ଼ି ଆସିଲା ।
ସେତେବେଳକୁ ସଂଧ୍ୟା ହୋଇ ଆସୁଥିଲା,ପିତାକାଉ ଟି କାଉଛୁଆ କୁ କହିଲା କାଲି ସକାଳ ଯାଏଁ ଅପେକ୍ଷା କର କେବଳ ତୋତେ କଣ ସଂପୂର୍ଣ କାକ କୁଟୁମ୍ବ କୁ ପେଟ ପୁରା ମଣିଷ ମାଂସ ଖାଇବାକୁ ମିଳିଯିବ।
ସକାଳୁ ସକାଳୁ ପିତାକାଉ ଏବଂ ତାର ଛୁଆ ମାନେ ଦେଖିଲେ ସତକୁ ସତ ସେଇ କ୍ଷେତ୍ର ଯାକ ଦୁଇଗୋଡ଼ିଆ ପ୍ରାଣୀ ର ରକ୍ତାକ୍ତ ମୃତ ଶରୀର ରେ ଭର୍ତି !
ଚାରିଆଡ଼ ସୁନସାନ ଥିଲା ଯାହା ସଡ଼କରେ ପୋଲିସ ନାଲିବତ୍ତୀ ଗାଡ଼ି ବୁଲୁଛି
କର୍ଫ୍ୟ ଲାଗିଯାଇଛି....
କାଉଛୁଆ ଟି ଆଜି ଭାରି ଖୁସି ସେ ଏବେ ଦୁଇ ଗୋଡ଼ିଆ ପ୍ରାଣୀ ର ଶିକାର କରିବା ପିତାକାଉ ଠାରୁ ସିଖିଯାଇଥିଲା !
କାଉଛୁଆ ଟି ପିତାକାଉ କୁ ପଚାରିଲା ଯଦି ଦୁଇଗୋଡ଼ିଆ ମଣିଷ କୁ ଆମ ଚାଲାକି ଜଣାପଡ଼ିଯିବ ତାହାଲେ ଏ Trick ଟି ବେକାର ହୋଇଯିବ !
ପିତାକାଉ ଟି କାଉଛୁଆ କୁ କହିଲା....ଶହଶହ ବର୍ଷ ବିତିଗଲାଣି କିନ୍ତୁ ଦୁଇଗୋଡ଼ିଆ ମଣିଷ ଆମ ଜାଲ ରେ ସଦାସର୍ବଦା ପଡ଼ିଛି ଫସି ଆସିଛି !
ଘୁଷୁରୀ କି ବଳଦ ମାଂସ ର ଏକ ଟୁକୁଡା ହଜାର ହଜାର ଦୁଇପାଦ ବିଷିଷ୍ଠ ପ୍ରାଣୀ ଙ୍କୁ ପାଗଳ କରିଦିଏ ,ସେମାନେ ପରସ୍ପର କୁ ମାରିବାରେ ଲାଗିଯାଅନ୍ତି ଆଉ ଆମେ ସେମାନଙ୍କୁ ବିନା ପରିଶ୍ରମ ରେ ଖାଉ ।
ମୋତେ ଲାଗୁନି ସେମାନେ କେବେ ଆମ ଚାଲାକି ର ଟେର ପାଇପାରିବେ !
କାଉଛୁଆ ଟି ପୁନଶ୍ଚ ପଚାରିଲା କଣ ସେମାନଙ୍କୁ କେହି ଆମ ଚାଲାକି ବିଷୟ ରେ ଜଣାଇନାହିଁ ?
ପିତାକାଉ ଉତ୍ତର ଦେଲା ହଁ ଜଣେଇଥିଲା ଯେ ତାକୁ ଧର୍ମ ର ଶତ୍ରୃ ଘୋଷଣା କରି ମାରିଦେଇଥିଲେ ।

Wednesday, June 24, 2015
ବଲିଉଡ଼ ଫିଲ୍ମ ଗୌର ହରି ଦାସ୍ତାନ
Gour Hari Dastaan – ଗୌର ହରି ଦାସ୍ତାନ ନାମକ ବଲିଉଡ଼ ଫିଲ୍ମ 14 ଅଗଷ୍ଠ କୁ ଭାରତ ରେ ରିଲିଜ ହେବାକୁ ଯାଉଅଛି ।ଫିଲ୍ମ ର କଥାନକ ଓଡ଼ିଶା ରେ ଜନ୍ମିତ ଗୌର ହରି ଦାସ [ସ୍ଵାଧୀନତା ସଂଗ୍ରାମୀ] ଙ୍କ ଜୀବନୀ ଆଧାରିତ ।ଗୌର ହରି ଦାସ ସ୍ଵାଧୀନତା ସଂଗ୍ରାମୀ ହୋଇ ମଧ୍ୟ ତାଙ୍କୁ ଏଭଳି କୌଣସୀ ଉଲ୍ଲେଖନୀୟ ସରକାରୀ ସାହାଯ୍ୟ ସହଯୋଗ ମିଳିନଥିଲା । ସେ ଦୁଇ ଦୁଇ ଥର ସଂଗ୍ରାମ କଲେ ଥରେ ଇଂରେଜ ମାନଙ୍କ ବିରୋଧ ରେ ଏବ୍ମ ସରକାର ଙ୍କ ବିରୋଧ ରେ । 31 ବର୍ଷ ଲମ୍ବା ଆଇନ ଯୁଦ୍ଧ ରେ ଶେଷ ରେ ତାଙ୍କର ବିଜୟ ଲାଭ ହେଲା ସରକାର ଙ୍କ ଆଖି ଖୋଲିଲା !ଗୌର ହରି ଦାସ ନିଜ ପୁତ୍ର ସକାଶେ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଚାହୁଁଥିଲେ ଏବ୍ମ ଏହା ନ ମିଳିବାରୁ 31 ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହି ହିନ୍ଦୀ ଫିଲ୍ମ ଟି ରେ ବିନୟ ପାଠକ , କୋଙ୍କଣା ସେନ ଶର୍ମା ,ତନୀସା ଚାଟାର୍ଜୀ , ବିକ୍ରମ ଗୋଖଲେ ,ରଜିତ୍ କପୁର ,ସୌରଭ ଶୁକ୍ଲା ଆଦି ଅଭିନତା ଅଭିନେତ୍ରୀ ମାନେ ଅଭିନଯ କରିଛନ୍ତି । ଏପଟେ ସ୍ଵୟ୍ମ ଗୌର ହରୀ ଦାସ ଫିଲ୍ମ ର ଏଂଡ କୁ ନେଇ ନିଜର ଅସହମତି ପ୍ରକାଶ କରିସାରିଛନ୍ତି ! ତାଙ୍କ କହିବାକଥା ଏହାକୁ ସୁଖାନ୍ତ ନ କରି ବରଂ ବର୍ତମାନ ସ୍ଵ ପରିସ୍ଥିତି ଅନୁଯାଯୀ କରାଯାଇଥିଲେ ଭଲ ହୋଇ ଥାଅନ୍ତା ।
Saturday, June 20, 2015
ଷ୍ଟୋରୀ ଏବାଉଟ ଫେସବୁକିଆନ ଫୈମିଲି
ଜଣେ ଅତି Active କିନ୍ତୁ ସଂସ୍କାରୀ facebookian ର ନିଜର ବି ଗୋଟାଏ ପରିଵାର ଥାଏ ! କାଳ୍ପନିକ ହେଉ ପଚ୍ଛେ ସେ ମଧ୍ୟ ଫେସବୁକ ରେ କାହାକୁ ମାଆ କହେ ଅଥବା ମାତା ଭାବିଥାଏ ,କେହି ଛୋଟ ଭାଇ ଭଉଣୀ ଥାଅନ୍ତି ବଡ଼ ଭାଈ ଥାଉନ୍ତି ! କାହାକୁ ପିତା ସମାନ ସମ୍ମାନ ଦିଏ ! କହିବାର ତାତ୍ପର୍ଯ୍ୟ ଏହିକି ଯେ ସେ ପ୍ରକୃତ ଜୀବନ ଠାରୁ ଅଲଗା ଏକ ଜୀବନ Social networking site ରେ ଜିଁଏ ।ତେବେ ଚିନ୍ତା କରନ୍ତୁ ଯଦି ସେହି Facebookians ର ବାସ୍ତବ ଦୁନିଆ ରେ ବିବାହ ହେଲା ତାହାଲେ ??..ପତ୍ନୀ ତ ଅସଲ ପରିଵାର ବିଷୟ ରେ ଜାଣିଛି ..ଏଠି[FB] କାହାକୁ ଚିହ୍ନିବ ??ତେବେ ନୁଆ ନୁଆ ବିବାହ କରିଥିବା FacebnkianS ଜଣକ ସମ୍ଭବତଃ ଏଇମିତି ନିଜ ସୋଶିଆଲ ନେଟଵର୍କିଗଂ ସାଇଟ ର ବନ୍ଧୁବାନ୍ଧବ ଙ୍କ ସହିତ ନିଜ ପତ୍ନୀ ର ପରିଚୟ କରାଇବ !!!
1. ଦେଖ ଇଏ ମୋ ଫେସବୁକିଆନ ମାଆ ! ତାଙ୍କ ଫୋଟୋ ଲାଇକ କର ଏବଂ ଆଶିର୍ବାଦ ନେଇ ନିଅ....ସୁସ ବୋହୁ ର ସମ୍ପର୍କ ତ ଝଗଡ଼ା ନିଶ୍ଚୟଁ ହେବ । ମାଆ ସହିତ କଳି କଲେ Inbox ରେ ଲଢ଼ିବ । Coment box ରେ ଲଢ଼ୀ ଅଯଥା ରେ ତାମଶା କରିବନି । 2. ଇଏ ତୁମର ନଣନ୍ଦ .....ମାନେ ଫେସବୁକ ରେ ଭଉଣୀ କରିଛି ... ଦିନଯାକ ଇଆଡେ ସିଏଡ଼େ ଧାଁ ବୁଲ କରେ ..ଆ ର ରିପୋର୍ଟିଗ ଓ ଟିଵୀ ଆଜତକ ଠାରୁ ବି ଖିପ୍ରତର ..ତୁମକୁ ସାରା ସଂସାର ର ଖବର ମିନିଟି କେ କହିଦେବ ଜଣେଇଦେବ ..କିଏ କାହାର ସ୍କ୍ରୀନଶଟ ପ୍ରକାଶିତ କଲା ..କିଏ କାହାକୁ ଗାଳୀ ଦେଲା..କିଏ କା ଚକ୍କର ରେ ପଡ଼ିଛି ତା ପଛରେ ବୁଲାକୁକୁର ଭଳି ଲାଗିଛି ..ଦିନଯାକ ଏ ସବୁ ରେ ଧନ୍ଦି ହେଉଥାଏ । ତା ସହିତ ତୁମର ସମୟ ଭଲ କଟିବ..ଆଉ କିଛି ଅଯଣା ନଣନ୍ଦ ଙ୍କ ଠାରୁ ଟିକେ ଦୂରେଇ ରହିବ ସେମାନେ ଦିଅର ବି ହୋଇପାରନ୍ତି ।
3. ଆଉ ଏ ହେଉଛନ୍ତି ଆମ ବଡ଼ ଭାଇ .... ହଁ ଏଇ ଯୋଉ ମେହଁଦୀ ଲଗା DP ଲଗେଇଛନ୍ତି ସେଇ .... ଯେତେବେଳେ ମୁଁ Online ରେ ନଥିବି କିଏ ଯଦି ତୁମ ସହିତ ଅଭଦ୍ରାମି କଲା ଇଏ ତୁମକୁ ତା ଠାରୁ ସଂରକ୍ଷଣ ଦେବେ ... କୌଣସୀ ବି ଆପାତକାଳୀନ ସ୍ଥିତି ରେ ମୋ ଅନୁପସ୍ଥିତି ରେ ଏହାଙ୍କୁ ଖୋଜିବ...ବଡ଼ ଭାଇ ଥିବାଯାଏଁ କା ର ସାହସ ହେବ ତୁମକୁ ଫାଲତୁ କଥା କହିଦେବ !4. ଇଏ ଆମର ଫେସବୁକିଆନ୍ ଦୀଦୀ ..ଜଗତ ଜାକର ଦୀଦୀ..ସମସ୍ତେ ତାଙ୍କର ସମ୍ମାନ କରନ୍ତି ..ମହିଳା ଶସକ୍ତୀକରଣ ଉପରେ ବହୁତ ଜୋର ଦିଅନ୍ତି..କାମ କଥା ସବୁ ଛାଡ଼ି ବାକି ଦୁନିଆ ଜାକର କଥା ତାଙ୍କ WALL ରେ ସବୁବେଳେ ମହିଳା ମାନେ କରିଥାଅନ୍ତି..ବାସ ଏତିକି ଜାଣିନିଆ ଯେ ତୁମର ଫେସବୁକିଆନ୍ କିଟୀ ପାର୍ଟୀ ଏହି ଠାରେ ହେବ ..ତତ୍କାଳ ମିଶ !!5ଆଉ ଏମାନଙ୍କୁ ଦେଖ ...ଏଇ ଯୋଉ ମାଙ୍କଡ଼ ଛୁଆ ଭଳି ଡିଆଁକୁଦା ମାରିଲା ଭଳିଆ ତୁମ ଫୋଟୋ LIKE କରୁଛନ୍ତି ନା..ଦେଖୀ ଦେଖୀ ଖୁଶୀ ହେଉ ଛନ୍ତି..ଏମାନେ ସବୁ ତୁମ ଦିଅର..ଏମାଙ୍କ ସହିତ କେବଳ Coment box ରେ କଥା ହେବ ବାତ ..Inbox ରେ ଏମାନେ ଦ୍ଵିଅର୍ଥୀ କଥାବାର୍ତା କରିବେ ତୁମକୁ ଚିଡ଼େଇବେ ..ତୁମେ ବୁଝି ବି ପାରିବନୀ ସେ କଣ କହୁଛନ୍ତି ଆଉ ଏମାନେ ମଜା ନେବେ ! ..ଅକାଳପୁଷ୍ପାଣ୍ଡ ଗୁଡାକ !!
6. 6. ଏଇ ଯୋଉ ଦେଖୁଛ ବଯସ୍କ ବ୍ଯକ୍ତି..ଏହାଙ୍କୁ ପିତା ସମାନ ଇଜ୍ତ କରେ..ଜବେଠୁଁ ମୋର ଗୋଟିଏ ଦୁଇଟା ପୋସ୍ଟ ଶେୟର କର କରିଦେଇଥିଲେ.. ଇଏ ବହୁତ ବଡ଼ଫେସବୁକୀଯାନ୍ ଟି ..ଅଧିକ ୂମ କରନା ଏହାଙ୍କ pic. .ହଁ ଠିକ ଭାବୁଛ ତାଙ୍କ ବାଳ ଡାଈ କରିଛନ୍ତି ତ.... ଫୋଟୋ ଟା Like କରିଦିଆ ବାସ..ଇଏ ଅତ୍ଯଧିକ ଜ୍ଞାନବର୍ଧକ ପୋସ୍ଟ ଲେଖନ୍ତି ..ତୁମକୁ ବି ଆଶୀର୍ବାଦ ଦେବେ ..Share କୁରୁ ଅଥବା coment କୁରୁ.."ସଦା ଅନଲାଇନମ୍ ଭବଃ " !!
Note:- ଲେଖା ଟି ଏକ ହିନ୍ଦୀ ଲେଖା ର ଓଡ଼ିଆ ଭାବାନୁବାଦ ! ଲେଖା ଟି ର ପ୍ରକୃତ ଲେଖକ ଜଣାନାହିଁ ତେବେ ଏହାକୁ ମୋର निखिल यादव ନାମକ ଜଣେ ହିନ୍ଦୀ ଭାଷି ମିତ୍ର ସେୟର କରିଥିଲେ !!!

Friday, June 19, 2015
ସମ୍ବଲପୁର
ସମ୍ବଲପୁର ଓଡ଼ିଶା ରାଜ୍ୟ ର ପଶ୍ଚିମ ରେ ଅଵସ୍ଥିତ ଏକ ସହର । ଏହା ଓଡ଼ିଶା ର ଚତୁର୍ଥ ଜନବହୁଳ ସହର ! ଏହି ସହର ର ନାମ 'ସମଲେଶ୍ଵରୀ ଦେବୀ' ଙ୍କ ନାମ ଅନୁସାରେ ହୋଇଅଛି ଯେହେତୁ ମା ସମଲେଇ ସମ୍ବଲପୁର ସହର ର ଅଧିଷ୍ଠାତ୍ରୀ ଦେବୀ । ସମ୍ବଲପୁର, ରାଜଧାନୀ ଭୁବନେଶ୍ଵର ଠାରୁ ୩୨୧ କିମୀ ଦୂର ରେ ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସହର ର ନାମ ସମୟାନୁସାରେ ବାରମ୍ବାର ବଦଳିଅଛି ତେବେ ଇତିହାସ ରେ 'ସଂବଲକ', 'ହୀରାଖଣ୍ଡ,'ଦକ୍ଷିଣ କୋଶଲ' ଆଦି ନାମ ସମ୍ବଲପୁର ପାଇଁ ବ୍ଯବହାର କରାଯାଇଥିବାର ପ୍ରମାଣ ମିଳିଛି । ଏହି ସହର ରେ ମୁଖ୍ୟତଃ କୋଶଳୀ (ସମ୍ବଲପୁରୀ) ,ଓଡ଼ିଆ ଏବଂ ହିନ୍ଦୀ ଭାଷା ବୋଲାଯାଇଥାଏ । କେବେ ଏ ସହର ହୀରା ଵ୍ଯବସାୟ ର କେନ୍ଦ୍ର ଥିଲା ! ଆଜି ଏହା ବୟନ ଶିଲ୍ପ ରେ ଅନ୍ତ୍ରରାଷ୍ଟ୍ରିୟ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ସହର ରେ ଆଧୁନିକତା ଏବଂ ମନୋହର ପାର୍ବତ୍ୟାଚଁଳ ର ସମନ୍ଵୟ ଖୁବ ଆକର୍ଷଣୀୟ ଲାଗେ । ବର୍ତମାନ ରସମ୍ବଲପୁର ଜିଲ୍ଲା କୁ ପୁରାତନ କାଳ ରେ ହିରାଖଣ୍ଡ କୁହାଯାଉଥିଲା ଏବଂ ସମ୍ବଲପୁର ସହର ଏହାର ରାଜଧାନୀ ଥିଲା । Ptolemy ଟଲେମୀ ନାମକ ଆଲେକଜାନ୍ଡିଆ ର ପ୍ରସିଦ୍ଧ ପରିବ୍ରାଜକ ତାଙ୍କ ଭ୍ରମଣ କାଳୀନ ଗ୍ରନ୍ଥ ରେ ଏହାକୁ ସମ୍ବଲକ ଲେଖିଛନ୍ତି । ଫ୍ରେନ୍ଚ ପରିବ୍ରାଜକ Tavernier ଏବଂ ଇଂରେଜ ଐତିହାସିକ Edward Gibbon ତାଙ୍କ ଐତିହାସିକ ଗ୍ରନ୍ଥ ରେ ସମ୍ବଲପୁର ରୁ ରୋମ Rome କୁ ହିରା ରପ୍ତାନୀ କଥା ଲେଖିଛନ୍ତି । ସମ୍ବଲପୁର ରେ ଅନେକ ବୀର ସ୍ବତନ୍ତ୍ର ସେନାନୀ ମାନଙ୍କ ଜନ୍ମ ହୋଇ ଅଛି ଯାହା ଏ ଜିଲ୍ଲା ପାଇଁ ଗୌରବ ର ବିଷୟ ....ବୀର ସୁରେନ୍ଦ୍ର ସାଏ ,ମାଧୋ ସିଁହ ,ହାଟ୍ଟେ ସିଁହ ,କୁଞ୍ଜେଲ ସିଁହ , ଅଇରୀ ସିଁହ ,ବଇରୀ ସିଁହ ଆଦି ନିଜ ମାଟି ମାଆ ପାଇଁ ଜୀବନ ଦେଇ ଦେଇଛନ୍ତି । ସମ୍ବଲପୁର ରେ ଉନ୍ନତମାନ ର ଶିକ୍ଷା ପ୍ରଦାନ ହେତୁ ଅନେକ ସ୍କୁଲ କଲେଜ ସବୁ ଖୋଲାଯାଇଅଛି ଯଥା ସମ୍ବଲପୁର ୟୁନିଵର୍ସିଟି ,ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଵର୍ସିଟି ଅଫ ଟେକ୍ନୋଲୋଜୀ ,ଗଙ୍ଗାଧର ମେହର କଲେଜ ,ଗର୍ମେଣ୍ଟ ଓମୈନ୍ସ କଲେଜ , ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପୈଥୀ ! ସମ୍ବଲପୁର ଓଡ଼ିଶା ର ଇଣ୍ଡସ୍ଟିଆଲ ଜିଲ୍ଲା ଏବଂ ସହର । ଏଠାରେ ହିଣ୍ଡାଲକୋ ,ସମଲେଶ୍ଵରୀ ସ୍ପନ୍ଞ ଆଇରନ ଲି. ,ଭୁଷଣ ସ୍ଟିଲ ଏଣ୍ଡ ପାଵର ଲିମିଟେଡ ,ବେଦାନ୍ତ ଆଲୁମିନିଅମ ଲିମିଟେଡ ,ଆର୍ୟାନ ଇସ୍ପାତ୍ ଆଣ୍ଡ ପାଵର ଲିମିଟେଡ ଆଦି ଅନେକ କଳକାରଖାନା ସବୁ ଅଛି । ହିରାକୁଦ ଡୈମ ଏବଂ ବିଦେଶୀ ପକ୍ଷୀ ଦେଖିବା ଉଦ୍ଦେଶ୍ୟ ରେ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଅନ୍ତି । ଦେଶ ର ପ୍ରାୟ ସମସ୍ତ ମୁଖ୍ୟ ସହର ରୁ ସମ୍ବଲପୁର କୁ ରେଳପଥ ଏବଂ ସଡକପଥ ଦ୍ଵାରା ଆସିପାରିବେ ! NH-6 ଯୋଗେ ମୁମ୍ବାଇ ଏବଂ କଲିକତା ସହିତ, NH-42 ଦ୍ଵାରା କଟକ ଏବଂ ଓଡ଼ିଶା ର ଅନ୍ୟ ଉପକୂଳବର୍ତୀ ସହର ଗୁଡ଼ିକ ସହ , SH-10 ଦ୍ଵାରା ରାଊଲକେଲା ସହ ସଡକ ପଥ ଦ୍ଵାରା ସଂଯୁକ୍ତ !ଇରେଁଜ ମାନେ ସମ୍ବଲପୁର ରେ Jamadarpali Airstrip ନିର୍ମାଣ କରିଥିଲେ ଏହା ଏବେ ନେତା ଏବଂ ଅନ୍ୟ ସରକାରୀ କାର୍ୟ ହେତୁ ଵ୍ଯବହୃତ ହେଉଅଛି । ଭବିଷ୍ୟତ ରେ ଏଠାରେ ଏକ ଏଆରପୋର୍ଟ ନିର୍ମାଣ କରାଗଲେ ପଶ୍ଚିମ ଓଡ଼ିଶାର ଅନେକ ଲୋକ ବିଶେଷ କରି ସମ୍ବଲପୁର ଝାରସୁଗୁଡ଼ା ଜିଲ୍ଲାର ଲୋକ ଅନେକାଂଶ ରେ ଉପକୃତ ହୁଅନ୍ତେ ।
Thursday, April 2, 2015
ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?
ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?କାହିଁକି ଓଡ଼ିଆ କୁ ପ୍ରତିଟି କ୍ଷେତ୍ରରେ ହତାଦର କରାଯାଉଅଛି ! ଏ ଜାତି ତାର ବିରତ୍ଵ ଏବଂ ବାଣିଜ୍ୟ ଵେପାର ପାଇଁ କେବେ ପୃଥିବୀ ପ୍ରସିଦ୍ଧ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଆର୍ଥିକ ଅବନତି ଏହାକୁ ଗରିବ କରିଦେଇ ଅଛି ଏବଂ ବିଶ୍ବ ଓଡ଼ିଶାର କଳା ,ଐତିହ ,ସ୍ଥାପତ୍ୟ ,ଇତିହାସ କୁ ଭୂଲି କେବଳ ଗରିବ ଙ୍କ ରାଜ୍ୟ ଭାବେ ଆକଳନ କରିଥାଏ । ଏ ସବୁ ଦେଖିଲା ପରେ ସ୍ବାଭିମାନୀ ଓଡ଼ିଆ ହୃଦୟ ବିଦ୍ରୋହ କରିବାକୁ ଇଛା କରେ ,ମନେ ପଡ଼ିଯାଏ ସ୍ବାଭିମାନୀ ଜର୍ମନଜାତି ର ଇଉରୋପ ଠାରୁ ନେଇଥିବା ପ୍ରତିଶୋଧ !!! ବ୍ରିଟେନ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶର ମୁକାବିଲା କରିବାକୁ ଯାଇ ଜଣେ ଜର୍ମନ ଦେଶଭକ୍ତ ସୈନିକ ନିଜ ଜୀବନ ର ଶେଷ ରକ୍ତ ବିନ୍ଦୁ ଯାଏଁ ଲଢ଼ିଥିଲା । ଆଜି ଭାରତରେ ଓଡ଼ିଶାର ପରିସ୍ତିତି ଠିକ ଜର୍ମନଜାତି ଭଳି ହୋଇଯାଇଛି । ଲମ୍ବା ଇତିହାସ ,କଳା ଐତିହ ରେ ଵୀରତ୍ବରେ ଏକଦା ଭାରତରେ ଓଡ଼ିଶା ଅଗ୍ରଣୀ ଥିଲା କିନ୍ତୁ ଇଂରେଜ ରାଜତ୍ବ କାଳରେ ଓଡ଼ିଶା ର ଅନାଦର,ଜଳବାୟୁ ପରିବର୍ତ୍ତନ ,କଂଗ୍ରେସ ଭଳି ସବା ଖିଆ ପର୍ଟୀ ଯୋଗୁଁ ଓଡ଼ିଶା ଗରୀବ ରାଜ୍ୟ ଭାବେ ଗଣା ହେଲା । ବୈଦିକ କାଳରୁ ଉତ୍ତରଭାରତୀୟ ମାନେ ଓଡ଼ିଆ ମାନଙ୍କ ପ୍ରତି ସାବତ ଭାଇ ଭଳି ବିଚାର କରୁ ଅଛନ୍ତି । ବୈଦିକ କାଳରୁ ଓଡ଼ିଆ କୁ ଅନାର୍ୟ କୁହାଯାଇ ଆମ ଜାତି ଏବଂ ସଂସ୍କୃତି କୁ ନିମ୍ନ ଧରଣର ବୋଲି ଆକଳନ କରାଗଲା । ମଧ୍ୟ ଯୁଗରେ ମୋର୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ର ବାରମ୍ବାର ଆକ୍ରମଣ ର ଜବାଵ ଦେଇ ଓଡ଼ିଆ ମାନେ ଜଣାଇ ଦେଲେ ଜେ ସେମାନେ କାହା ଆଗର ରେ ନଁଇବେ ନାହିଁ ।ଚଂଡାଶୋକ ପଛୁଆ ଆକ୍ରମଣ କରି ବୀର ବୋଲାଇଲା କିନ୍ତୁ 100 ବର୍ଷ ପରେ ଖାରବେଳ ଯେ ସେ ଯୁଦ୍ଧର ପ୍ରତିଶୋଧ ନେଇଥିଲେ ଏ କଥା କୁ ସର୍ବେ ଭୂଲିଗଲେ । ଓଡ଼ିଆ ଜାତି ର ସଭ୍ୟତା ସଂସ୍କୃତି କୁ ସର୍ବଭାରତୀୟ ସ୍ଥର ରେ କେତେ ଲୋକ ଜାଣିଛନ୍ତି ? କେବେ ଦେଖିଛ କୌଣସି ହିନ୍ଦୀ ଫିଲ୍ମ କିମ୍ବା ସିରିଏଲ ରେ ଓଡ଼ିଆ ଜାତି ଵିଷୟରେ କୌଣସି ଗୌରବମୟ ଦୃଶ୍ୟ ? ଚକ ଦେ ଇଂଡିଆ ରେ ଶାହରୁଖ ଖାନ ତାଙ୍କ ଅଶୋକା ଫିଲ୍ମ କୁ ଓଡ଼ିଶା ରେ ପଦର୍ଶନ କରିବାକୁ ଦେଇନଥିବାରୁ ଓଡ଼ିଶା ର ନାଆଁ କୁ ଫିଲ୍ମ ରେ ସାମିଲ କରିବାକୁ ଦେଇ ନଥିଲେ । ଚକ ଦେ ଇଂଡିଆ ରେ ନିଜେ କହୁଥିଲେ ଦେଶ କୁ ଦେଖ କିନ୍ତି ସେ ନିଜେ ଏକ ରାଜ୍ୟ କୁ ନିମ୍ନ ଦେଖାଇବାକୁ ଯାଇ ନିଜ ଜାତି CLASS ଦେଖାଇ ଦେଲେ । ପୁରାତନ ହିନ୍ଦୀ ଫିଲ୍ମ ରେ ଥରେ ଦି ଥର କୋଣାର୍କ ପୁରୀ ଜଗନ୍ନାଥ ଙ୍କୁ ଦେଖା ଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ଜାତି ର ଗୌରବ ବଢ଼ାଈବାକୁ ଯାଇ କେବେବି କୌଣସି ଫିଲ୍ମ କିମ୍ବା ସିରିଏଲ ରେ ପରିବେଶଣ କରାଯାଇ ନହିଁ । ମୁଁ ମାନୁଛି ଓଡ଼ିଶା ଏକ ଗରୀବ ରାଜ୍ୟ କିନ୍ତୁ ଆମ ସଭ୍ୟତା ଭାଷା ସଂସ୍କୃତି କେବେ ଗରୀବ ନ ଥିଲା ତାହାଲେ ଏ ଭାରତଵର୍ଷ ରେ ଓଡ଼ିଆ ପ୍ରତି ଏତାଦୃଶ ଅଵହେଳା କହିଁକି ? କାଶ୍ମୀର ବନ୍ୟା ରେ ପ୍ରଧାନମଂତ୍ରୀ ଦଶ ଥର କାଶ୍ମୀର ଯାଉଛନ୍ତି ଓଡ଼ିଶା ରେ ପ୍ରତିଵର୍ଷ ବନ୍ୟା ହେଉଛି ଏଥର ଫେଲିନ ନାମକ ଘୁର୍ଣିଝଡ଼ ଆସିଥିଲା ବେଳେ ମୋଦୀ ବାବୁ ଟିକେ ଓଡ଼ିଆଙ୍କୁ ହୈଲୋ କରିବାକୁ ଅସିଥଲେ ତାଙ୍କର ଭୋଟର ସଂଖ୍ୟା ନିଶ୍ଚୟଂ ବଢ଼ିଥାନ୍ତା । ଦିଲ୍ଲୀ ରେ ପାର୍ଟୀ କାହାର ବୀ ରାଜତ୍ବ କରୁ ଉତ୍ତରଭାରତ ଅପେକ୍ଷା ଓଡ଼ିଶା କୁ ସଦାସର୍ବଦା ସ୍ବଳ୍ପ ସାହାଯ୍ୟ ସହଯୋଗ ମିଳିଛି । ଦୁଃଖ ଲାଗେ ଯେ ଆମ ବିଦ୍ୟୁତ୍ଶକ୍ତି , ଆମ ଖଣିଜସମ୍ପଦ ନେଇ ବଦଳରେ ଏ ଦେଶ କାଶ୍ମୀର କୁ ହଜାର ହଜାର କୋଟୀ ଟଙ୍କା ସହର୍ସ ହସ୍ଥେ ଦାନ କରିଦିଏ କିନ୍ତୁ ଓଡ଼ିଶା କୁ ଦେଲାବେଳକୁ ତା ହାତ ଥରିବାକୁ ଲାଗେ । ଯଦି ଆଗକୁ ବି ଏଇଭଳି ପାତର ଅନ୍ତର କରାଗଲା ତ ଏ ରାଷ୍ଟ୍ର ରେ ଓଡ଼ିଆ ମାନେ ନିଜ ସ୍ବାଭିମାନ ରକ୍ଷା ହେତୁ ଦିନା ନ ଦିନେ ନିଶ୍ଚୟଂ ବିପ୍ଳବ କରିବେ ।
Tuesday, February 24, 2015
କେତେଦୂର ଯୁକ୍ତିଯୁକ୍ତ ବେଦ କୁ ଫେରିଯାଅ ବାକ୍ୟ ? ଏହା ମହାନ ସନାତନଧର୍ମ କୁ ଆର୍ଯ୍ୟ ଅନାର୍ଯ୍ୟ ଦୁଇ ଭାଗରେ ବିଭାଜିତ କରିବାକୁ ଷଡତନ୍ତ୍ର ହୋଇପାରେ !!
ଆଜିକାଲି ଇଂଟରନେଟ ଜରିଆରେ ଆମ ସମାଜରେ ଧର୍ମ ଭିତ୍ତିକ ଭେଦଭାବ ହେତୁ କିଛିଲୋକ ଚେଷ୍ଟା କରୁଛନ୍ତି । ସେମାନଙ୍କର ମୁଖ୍ୟ ସ୍ଲୋଗାନ ହେଲା "ବେଦକୁ ଫେରଯାଅ "ଅର୍ଥାତ୍ ବୈଦିକ ସମାଜ ର ପୁନଃଗଠନ ହେଉ । କିନ୍ତୁ ବୈଦିକ ଯୁଗକୁ ଫେରିବା ପୂର୍ଵରୁ ସେ ସମୟର ସାମାଜିକ ଚଳଣୀ ଏବଂ ଇତିହାସ ଉପରେ ଟିକେ ଦୃଷ୍ଟିପାତ କରିନେବା ଉଚିତ ହେବ ।ବୈଦିକ ଯୁଗ ରେ ସମଗ୍ରଭାରତବର୍ଷ ର ସମାଜ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା ଆର୍ଯ୍ୟ ଏବଂ ଅନାର୍ଯ୍ୟ । ଉତ୍ତରଭାରତ ରେ ବେଦପାଠୀ ବ୍ରାହ୍ମଣ ଏବଂ ତାଙ୍କ ଦ୍ବାରା ପରିଚାଳିତ ସମାଜ ଆର୍ଯ୍ୟ ବୋଲାଉଥିଲେ ଏବଂ ଦକ୍ଷିଣ ,ପଶ୍ଚିମ , ପୂର୍ଵ ତଥା ଉତ୍ତରପୂର୍ଵ ଭାରତ ର ଲୋକମାନଙ୍କୁ ଅନାର୍ଯ୍ୟ କୁହାଯାଉଥିଲା । ମଧ୍ୟଯୁଗ ଯାଏଁ ଏ ଭେଦଭାବ ଏତେମାତ୍ରା ରେ ବଢ଼ିଯାଇଥିଲା ଯେ ଆଜିଯାଏଁ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ବି ଉତ୍ତରଭାରତୀୟ ଜନସମାଜ ଓଡ଼ିଆ ମାନଙ୍କୁ ଅନାର୍ଯ୍ୟ କହି ଅନାଦର କରେ !! ଏକଵିଁଶ ଶତାବ୍ଦୀ ଅଥବା ଏହାର ପରବର୍ତ୍ତୀ ଶତାବ୍ଦୀ ଗୁଡ଼ିକରେ ଯଦି ଲୋକେ ବେଦ କୁ ଫେରନ୍ତି ଉତ୍ତରଭାରତୀୟ ମାନେ ପୁଣି ହିନ୍ଦୁ ସମାଜ କୁ ଦୁଇ ଭାଗରେ ବିଭାଜିତ କରିଦେବେ ଏବଂ ଯେଉଁମାନେ ବେଦପାଠୀ ହେବେନାହିଁ ସେମାନଙ୍କୁ ସାମାଜିକ ତିରସ୍କାର ଏବଂ ନିର୍ଜାତନା ଭୋଗିବାକୁ ପଡ଼ିବ । ଆଜି ଯଦି ଭାରତୀୟ ସମାଜ ପୁନଃ ବୈଦିକ ଯୁଗ କୁ ଫେରିଯାଏ ତ ଭାରତ ଦୁଇଭାଗରେ ବିଭାଜିତ ହୋଇଯିବ ଏବଂ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଜାତିଗତ କଳହ ବଢ଼ିଯିବ ଫଳରେ ବର୍ତ୍ତମାନ ଯେମିତି ଅତ୍ୟାଚାର ସୁନ୍ନି ମାନେ ଶିଯା ମୁସ୍ଲିମ ମାନଙ୍କ ସହ କରୁଛନ୍ତି ସେହିଭଳି ଅତ୍ୟାଚାରିତ ହେବେ ଅନାର୍ୟ ମାନେ ।ଯେଉଁ ସମାଜ କୁ ଏକତ୍ରିତ କରିବା ହେତୁ ଶ୍ରୀଶଙ୍କରାଚାର୍ଯ୍ୟ ଆପ୍ରାଣ ଉଦ୍ୟମ କରିବାକୁ ଯାଇ ସମସ୍ତ ଭାରତ ଭ୍ରମଣ ପୂର୍ବକ ହିଁଦୁଧର୍ମ ର ସମସ୍ତ ପନ୍ଥ କୁ ଏକତ୍ରିତ କରି ସନାତନ ଧର୍ମକୁ ପୁନଃଜୀବିତ କରିଥିଲେ, ସେହି ମହାନ ସନାତନ ଧର୍ମ କୁ କ୍ଷତାକ୍ତ କରିବା ପାଇଁ ବିଧର୍ମୀ ମାନଙ୍କର ଏହା ଅନ୍ୟତମ ଷଡତନ୍ତ୍ର ହୋଇପାରେ । ମୋ ମତରେ କେବଳ ବେଦ କାହିଁକି ବରଂ ଅନ୍ୟ ଭାରତୀଯ ଗ୍ରନ୍ଥ ଗୁଡ଼ିକର ସମାଦର ହେଉ । ବେଦ ପଠନ ସହିତ ପୁରାଣଗୁଡ଼ିକରୁ ଉତ୍ତମ ଶିକ୍ଷା କୁ ଗ୍ରହଣ କରାଯାଉ କାରଣ ବେଦ କୁ ବ୍ଯାସ କରି ହିଁ ପୁରାଣ ସବୁ ରଚିତ ହୋଇଅଛି । ପୁରାଣ ସବୁ ପ୍ରାଚୀନ ଭାରତ ର ଇତିହାସ ଏବଂ ଇତିହାସ ଭଲ କି ଖରାପ ନୁହେଁ , ସମାଜ ର ଅତୀତ କୁ ଦେଖିବା ହେତୁ ଏହା ଏକ ଦର୍ପଣ ସଦୃଶ କାର୍ୟ କରିଥାଏ ! ଵେଦ ଭାରତୀୟ ସମାଜର ପ୍ରାରମ୍ଭିକ ଗ୍ରନ୍ଥ କିନ୍ତୁ କେବଳ ବେଦ ଦ୍ବାରା ଏହିଦେଶ ର ମୂଲ୍ୟାଙ୍କନ କରିବା କେତେଦୂର ଉଚିତ ଏହା ଆପଣ ବିଚାର କରିବେ ।
Sunday, February 22, 2015
ଦେବମିତ୍ର ପ୍ରମାଣ କରିଦେଲେ ଯେ ଜ୍ଞାନ ଠାରୁ ସଦାଚାର ମହାନ
ବାରାଣାସୀ ନରେଶ ବ୍ରହ୍ମଦତ୍ତ ଙ୍କ ରାଜପୁରୋହିତ ଦେବମିତ୍ର ବଡ଼ ବିଦ୍ଵାନ ଏବ ଅନେକ ବିଦ୍ୟାରେ ନିପୁଣ ଥିଲେ । ବିଦ୍ଵତ୍ତା ସହ ତାଙ୍କର ସୁଦ୍ଧ ଚରିତ୍ର ,ସଦାଚାର ଏବଂ ନୈତିକତା ପାଇଁ ଲୋଗ ତାଙ୍କର ଆଦର କରୁଥିଲେ । ରାଜପୁରୋହିତ ଦେବମିତ୍ର ଙ୍କ ମନ ରେ ଥରେ ପ୍ରଶ୍ନ ଆସିଲା କି ରାଜା ଏବଂ ପ୍ରଜା ତାଙ୍କର ସମ୍ମାନ କାହିଁକି କରୁଛନ୍ତି ? ଏ ପ୍ରଶ୍ନ ର ଉତ୍ତର କେମିତି ମିଳିବ ଏ ବିଷୟରେ ସେ ବିଚାର କିରିବାକୁ ଲାଗିଲେ । ଥରେ ରାଜସଭା ବରଖାସ୍ତ ହେବା ଉତ୍ତା ରୁ ସମସ୍ତ ରାଜକର୍ମଚାରୀ ନିଜନିଜ ଘର କୁ ଯିବାପରେ ଦେବମିତ୍ର ରାଜକୋଷ ଆଡେ ଗଲେ । କୋଷାଧ୍ୟକ୍ଷ ଦେବମିତ୍ର ଙ୍କୁ ଦେଖୀ ଦୂର ରୁ ସମ୍ମାନ ପୂର୍ବକ ପ୍ରଣାମ କଲେ । ଦେବମିତ୍ର କିଛି ସମୟ ଏପାଖ ସେପାଖ ହେଲାପରେ କୋଷାଗାର ରୁ ଏକ ପାତ୍ର ମଧ୍ୟରୁ କିଛି ମୂଦ୍ରିକା ଉଠାଈ ଫେରିଗଲେ । କୋଷାଧକ୍ଷ ଦେବମିତ୍ର ଙ୍କର ଏତାଦୃଶ ଅଯୋଗ୍ୟ କର୍ମ ଦେଖିମଧ୍ୟ ବାରଣ ନ କରି ଚୁପ ରହିଲେ । କୋଷାଧକ୍ଷ ମନେମନେ ବିଚାର କଲେ ଯେ ସମ୍ବବତଃ ରାଜଙ୍କ ଆଦେଶ ଫଳରେ ଦେବମିତ୍ର ଏମିତି କରିଥିବେ । ପର ଦିନ ମଧ୍ୟ ଏହି ଘଟଣା ର ପୂନରାବୃତ୍ତି ହେଲା ,ତୃତୀୟ ଦିନ ଦେବମିତ୍ର ମୁଠାଏ ଦମ୍ବା ମୁଦ୍ରିକା ଧରି ଯିବାକୁ ଉଦ୍ୟତ୍ତ ହେବାରୁ କୋଷାଧିକାରୀ ତାଙ୍କୁ ଧରିନେଇ ରାଜାଙ୍କ ପାଖରେ ହାଜର କଲେ । ରାଜା ଏ ଘଟଣା ଶୁଣି ପ୍ରଥମେ ହତବାକ୍ ହେଲେ , ପରେ ପ୍ରହରୀ ଦ୍ଵାରା ସତ୍ୟାସତ୍ୟ ଜାଣିବା ପରେ ଦେବମିତ୍ର ଙ୍କୁ ତାଙ୍କର ଚୋରୀ କରିବାର ଅଭିପ୍ରାୟ ବିଷୟରେ ପଚରା ଗଲା । ରାଜା ପଚାରିବା ରୁ ଦେବମିତ୍ର କହିଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋତେ ମୋ ବିଦ୍ଵତ୍ତା ପାଇଁ ନା ସାଦାଚର ପାଇଁ ଆଦର କରାଯାଏ ? ଏବଂ ଏବେ ପ୍ରମାଣ ହେଇଗଲା ଯେ ମୋତେ ନିଜର ଜ୍ଞାନ ଅପେକ୍ଷା ସଦାଚାର ସଦଗୁଣ ପାଇଁ ସମ୍ମାନ ଦିଆଯାଉଅଛି ।ସତ କଥା ଜାଣିବା ପରେ ରାଜା ତାଙ୍କୁ ବନ୍ଧନମୁକ୍ତ ଏବଂ ସସମ୍ମାନ ସହ କ୍ଷମାପ୍ରାଥନା କଲେ ।
ଉତ୍ତରଭାରତ ର ବର୍ତମାନ ପିରିସ୍ଥିତି ଏବଂ ଏହାର ନିରାକରଣ
ଉତ୍ତରଭାରତ ର ବର୍ତ୍ତମାନ ସାମାଜିକ ଏବଂ ରାଜନୈତିକ ବିଶୃଙ୍ଖଳା ଠିକ ମହାଭାରତ ବର୍ଣିତ ଘଟଣାଚକ୍ର ସହ ମେଳ ଖାଉଛି । କେବେ ଆର୍ଯ୍ୟ କହି ଗର୍ଵ କରୁଥିବା ଉତ୍ତରଭାରତୀୟ ଆଜି ନିଜକୁ ଆର୍ଯ୍ୟ କହିବାର ଯୋଗ୍ୟତା ହରାଇ ବସିଛନ୍ତି । ଧର୍ଷଣ , ଅନର କିଲିଙ୍ଗ , ହତ୍ୟାକାଣ୍ଡ ଏବଂ ଦୁର୍ନିତି କରିବାରେ ଉତ୍ତରଭାରତୀୟ ସମସ୍ତଙ୍କୁ ପଛରେ ପକେଇ ସାରିଲେଣି । ଯଦି ମହାଭାରତ କୁ ସତ୍ୟ ମାନାଯାଏ ତେବେ ଏସବୁ ର ଆରମ୍ଭ ଦ୍ଵାପର ଯୁଗରୁ ହେଇଥିବା ଜଣାଯାଏ । କୌରବ ରାଜସଭା ରେ ନାରୀ କୁ ବସ୍ତୁ ଭଳି ପଶାଖେଳରେ ଲଗାଇଦେବା ଏବଂ ତାକୁ ଜିତିଯିବା ପରେ ତା'ର ବସ୍ତ୍ରହରଣ କରିବାକୁ ଚୈଷ୍ଟା କରିବା ଏ କଥା କୁ ପ୍ରମାଣ କରିଦିଏ ଯେ କି ଉତ୍ତରଭାରତ ରେ ନାରୀ ମାନଙ୍କ ପ୍ରତି ଅନାଦର,ତିରସ୍କାର ଆଜିର ନୁହେଁ ବରଂ ବହୁପୁରାତନ କାଳରୁ ଏହିଭଳି ହୋଇ ଆସୁଅଛି । ଝିଅଟିଏ ଜନ୍ମ ହେବାପୂର୍ଵରୁ ତାକୁ ମାରିଦେଉଥିବା ଜନସମାଜ ଏ କଥା ଚିନ୍ତା କରେନୀ ଯେ ଆଗକୁ ଜନ୍ମ ହେବାକୁ ଯାଉଥିବା ପୁତ୍ର ମାନଙ୍କର ପ୍ରଣୟ କ୍ଷୁଧା କେମିତି ମେଣ୍ଟାଇବେ !!! ଉତ୍ତରଭାରତରେ ୧୦୦୦ ପୁରୁଷରେ ୭୦୦ ନାରୀ ହେବା କାରଣରୁ ହିଁ ଆଜି ନିର୍ଭୟା କାଣ୍ଡ ଭଳି ପାଶବିକ ଘଟଣା ଉତ୍ତରୋତ୍ତର ବଢ଼ିବାରେ ଲାଗିଛି । ଏ ସବୁ କୁ କେବଳ ଆଇନ କାନୁନ ଏବଂ ନୀତିବାକ୍ୟ ଶୁଣାଇ ରୋକାଯାଇପାରିବନି ବରଂ ଏଥିପାଇଁ ସଘନ ସାମାଜିକ ଏବଂ ମାନସିକ ସ୍ତରୀୟ ପରିବର୍ତ୍ତନ ,ନାରୀ ସଶକ୍ତି କରଣ, ଉତ୍ତମ ଓ କଠୋର ନ୍ୟାୟ ବ୍ୟବସ୍ଥା, ଉତ୍ତମ ଚରିତ୍ର ଗଠନ ତଥା ଉତ୍ତମ ସଂସ୍କାର, ଶିକ୍ଷା ଦ୍ୱାରା ହିଁ ଏସବୁକୁ ଏଡାଯାଇ ପାରିବ ।
ମଶାଣିପଦା ର ଗୋଲାପକଢ଼ି ମୁଁ
ମଶାଣିପଦା ର ଗୋଲାପକଢ଼ି ମୁଁ
ଫୁଟି ଝଡିଯିଵି ଦିନେ ।
ସୁନ୍ଦର ଦିଶୁଛି ଵିକାଶ କାଳରେ
ମାୟା ଦୁନିଆ ର ବନେ ।
ରଙ୍ଗରୂପ ମୋର ନୁହେଁ ଚିରନ୍ତନ
ନୁହେଁ ଚିରକାଳ ପାଇଁ ।
ଥରେ ଦେଖିନିଅ ମନଭରି ମୋତେ
ଆଜି ଅଛି କାଲି ନାହିଁ।
ମଶାଶିପଦାରେ ଜନମ ମୋହର
ରୂପ ମୋର ମନୋହର
ଯିଏ ଦେଖେ ମୋତେ
ହୁଏ ସେ ମୋହିତ
ହରାଏ ବିବେକ ତାର
କେତେ କଣ୍ଟା ମଧ୍ୟେ ହୋଇଛି ସାଇତା ମୋର ରୂପ ରଙ୍ଗ ର ଏ ଢେଉ
କବି ହାରିଯାଏ ପଦ ଭୂଲିଯାଏ
ଉପମା ଟି ଦେଉ ଦେଉ।
ମଶାଶି ପଦା ଟା ସଂସାର ମୋହର ମଶାଶି ରେ ଜନ୍ମ
ମଶାଶି ରେ ମରିଯିବି
ଯିତିବି ଏଠାରେ
ହାରିବି ଏଠାରେ
ଏହିଠାରେ ବଞ୍ଚିଥିବି ।
ତାଠାରୁ ଜନ୍ମ
ତା ପାଇଁ ମରଣ
ଯେହେତୁ ସେ ଜନ୍ମଦାତ୍ରି
ଦୁଃଖଦେଲେ ଦେଉ
ସୁଖ ଦେଲେ ଦେଉ
ଦାନ ଏ ଜୀବନ ତାର ।
ମଶାଣିପଦା କୁ ଭାବୁଛି ମହାନ
ଯେଣୁ ମୋ ଜନମମାଟି
ତା ଠାରୁ ବିକାଶ
ଅବୟ ମୋହର
ତା କୋଳେ କଟଇ ରାତି ।
ନୀଚ ହେଉ ପଛେ
ଜନନୀ ମହାନ
ସ୍ବର୍ଗଦପି ଗରିୟସୀ
ଏ କଥା ଭାବଇ
ନିତ୍ୟ ମୁଁ ମନରେ
ହୃଦୟ ଆସନେ ବସି...........
Subscribe to:
Posts (Atom)