My Blog List

Saturday, October 14, 2017

ଭାଷାରୁ ତିନୋଟି ଶ,ଷ,ସ ଉଠାଇ ଗୋଟିଏ ସ କରାଯିବା ଯୁକ୍ତିଯୁକ୍ତ କି ?

ଓଡ଼ିଶାର କିଛି ଅତିବାଦୀ ଲୋକ ଅଧୁନା
ତିନୋଟି ‛ଶ,ସ,ଷ’ ବଦଳରେ ଗୋଟିଏ
‛ସ’ କରିବା ପାଇଁ ଚେଷ୍ଟା ଚଳେଇଛନ୍ତି ।
ତାଙ୍କର ସବୁଠାରୁ ବଡ଼ ଯୁକ୍ତି
1000 ବର୍ଷ ତଳେ
ଆମ ବୋପା ର ବୋପା ର ବୋପା ର ବୋପା ର 100 ବୋପା ର ପୂର୍ବେ ଯେହେତୁ
କେବଳ ‛ସ’ ଥିଲା ତେଣୁ
ଆମ୍ଭେ ମାନେ ପୁଣି ଥରେ
କେବଳ ‛ସ’ ବ୍ୟବହାର କରି ଚଳିବୁ.....

ଏସବୁ ବଡ଼ ଗାଲୁଆମୀ ଛଡା଼ ଆଉ କିଛି ନୁହେଁ
ଜଣେ ଲୋକ ପିଲା ହୋଇ ଜନ୍ମ ହୁଏ ବୁଢା ହୋଇ ମରେ ଆଉ ଥରେ ବାଳୁତ ହୋଇପାରେନି
ସେଇଭଳି ଗୋଟିଏ ଭାଷା ମଧ୍ୟ
ବିକଶିତ ହୁଏ ସମୃଦ୍ଧ ହୁଏ
ସମୃଦ୍ଧ ହୋଇ ତା ପାଇଁ ଆଉଥରେ ନିଜ
ପ୍ରାଚୀନ ସ୍ଵରୂପରେ ପହଞ୍ଚିବା କଷ୍ଟକର ବ୍ୟାପାର ।

ତିନି ଶ,ଷ,ସ କୁ ଉଠେଇଦେଲେ ଆମର ଅନେକ ଶବ୍ଦ
ବହୁତ ସମ୍ଭବ ଅପ୍ରଚଳିତ ହୋଇ ବିଲୁପ୍ତ ହୋଇଯିବ
ଅଥବା ଭାଷାବିଵର୍ତ୍ତନବାଦର ଶିକାର ହୋଇଯିବ ।
ଏଠାରେ ଏଇଭଳି କିଛି ଶବ୍ଦର ଉଦାହରଣ
ଦିଆଗଲା
ଯେ
ଯଦି ତିନି ଶ,ଷ,ସ ଉଠିଯାଇ
ଗୋଟିଏ ସ ହୁଏ
ତେବେ ଏ ଶବ୍ଦ ମାନଙ୍କ ସହ କ’ଣ ଅନ୍ୟାୟ ହୋଇବ ।

1.ସଂକର/ସଙ୍କର=ବର୍ଣ୍ଣସଙ୍କର
(Hybrid)
ଶଙ୍କର=ଶିବ

ଯଦି ‛ଶ’ ଉଠେଇ ଦିଅନ୍ତି
ଏ ଉଭୟ ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ରକ୍ଷା ହୋଇପାରିବ କି ?
ଲୋକେ ତ ଏଇଆ ହିଁ
କହିବା ଆରମ୍ଭ କରିବେ
ଯେ “ବର୍ଣ୍ଣସଂକର କ’ଣ ବା
ଏଠି ତ ତୁମ ଠାକୁର ଶିବ ବି ସଂକର 😏”

2.ଶାଗ କୁ ସାଗ ଲେଖିଲେ କେମିତି ହଇରାଣ ହେବେ......?

ସାଗର=ସମୁଦ୍ର

ଶାଗ ଯଦି ସାଗ ହୁଏ
ଏ ଶବ୍ଦ ଅସୁବିଧା ସୃଷ୍ଟି କରିବା ଆରମ୍ଭ କରିଦେବ ଆଉ
ଶେଷରେ ଲୋକ ଗୋଲକଧନ୍ଦାରୁ ବର୍ତ୍ତିଯିବା ପାଇଁ ଆ’କୁ ବ୍ୟବହାର କରିବା ହିଁ ଛାଡ଼ି ଦେବେ
କାରଣ
ଆଜି ଆମେ
ସାଗର ଲେଖିଲେ ସମୁଦ୍ର କୁ ବୁଝିପାରିବା
କିନ୍ତୁ
ଯଦି
କେହି
ଶାଗର--(ଶାଗ ର- ଶବ୍-ଦ ଲଗେଇ ଲେଖିବା ନିୟମ ରକ୍ଷା କରି)  ଲେଖେ ତେବେ
ବୁଝିବା ସହଜ ହୁଏ ଯେ
ବ୍ୟକ୍ତି ଜଣକ କହୁଛି
ଶାଗର(ଶାକ) ମୂଲ୍ୟ କେତେ
ସେ କହୁନାହିଁ
ସାଗର (ସମୁଦ୍ର )ମୂଲ୍ୟ କେତେ ....

3.ଖୁବ୍ ଭାରି ଓ ଲମ୍ଵ ପଥରକୁ ବା କାଠକୁ
ସ୍ଥାନାନ୍ତରିତ କରିବାକୁ ହେଲେ
ତାହାକୁ ଦଉଡିରେ ଝୁଲାଇ ସେଇ ଦଉଡିରେ ଯେଉଁ ଏକ ବା ଏକାଧିକ ଦଣ୍ଡ ଗଳାଯାଏ
ତାକୁ କୁହନ୍ତି #ଶାଙ୍ଗ
କିନ୍ତୁ
ସାଙ୍ଗ ମାନେ ବନ୍ଧୁ
ଯଦି
‛ଶ’ କୁ ଉଠେଇ ଦେବେ
ତେବେ
ଏ ଉଭୟ ଶବ୍ଦ ମଧ୍ୟରେ ପାର୍ଥକ୍ୟ କ'ଣ୍ ରହିଯିବ

4.ସଟ=ଋଷିଙ୍କର ଜଟା,ସିଂହ ଓ ଅଶ୍ଵାଦିଙ୍କ ବେକ ଉପରର କେଶର,ବରଗଛର ଓହଳ,ଶିଖା,ଚୂଳ,ପର୍ବତଶୃଙ୍ଗ,ବ୍ରାହ୍ମଣଙ୍କ ମୁଣ୍ଡରେ ଥିବା ଚୁଟି
କିନ୍ତୁ
ଷଟ ମାନେ =ଛଅ-6 ସଂଖ୍ୟା ବିଶିଷ୍ଟ
ଏବଂ
ଶଟ ମାନେ “ଅମ୍ଳରସ”......
ଯଦି ତିନି ‛Sa’ ଉଠିଯାଏ
ଏ ଶବ୍ଦ ମାନେ ନିଜ ଅର୍ଥ ପ୍ରକାଶିତ କରିପାରିବେ କି ?

5.ମେଦିନୀପୁରୀ ଓଡ଼ିଆରେ
ଶଷ=ଆମ୍ଵ
ଏବଂ
ଆମ ଭାଖାରେ
ଶସ=ମଞ୍ଜି ଭିତରର କୋମଳ ଦ୍ରବ୍ୟ

ତିନି “ସ,ଶ,ଷ”
ଉଠେଇ ଦେଇ
ଆମ୍ଭେ ମାନେ
ଏଭଳି ନିଆରା ଶବ୍ଦ ହରେଇବାକୁ ଚାହିଁବା କି ?

6.ମହାଦେବଙ୍କୁ ଶଶୀଷ
କୁହାଯାଏ
ତିନି-ଶ,ଷ,ସ ନରହିଲେ
ଏ ନିଆରା ଶବ୍ଦ ହାତଛଡା କରିବେନି କି ?

ଏଇଭଳି ଚାହିଁଲେ ଆହୁରି ସହସ୍ର ସହସ୍ର ଶବ୍ଦର ଉଦାହରଣ ଦିଆଯାଇପାରେ
ଯେଉଁ ଶବ୍ଦ ସବୁ ତିନି ଶ,ଷ,ସ ଉଠିଗଲେ
ବିଲୁପ୍ତ ହେବେ
ଅପ୍ରଚଳିତ ହୋଇଯିବେ...

ଜଣେ ଅଳ୍ପ ଶିକ୍ଷିତ କିନ୍ତୁ ବୁଦ୍ଧିଆ ଭାଇଙ୍କୁ
ଆମର ତଥାକଥିତ ଭୂଷପଣ୍ଡିତ ଭାଇମାନଙ୍କ କଥା କହୁଥିଲି
ଯେଉଁ ମାନେ
ତିନି ‛SA’ କୁ  ଉଠେଇ ଦେବାକୁ ଅଣ୍ଟା ଭିଡିଛନ୍ତି

ସେ ଭାଇ ମୋ କଥା
ଶୁଣି ଭଲ କଥାଟିଏ କହିଲେ....

ସେ କହିଲେ.....
“ଆମର ଗୋଟାଏ ଡେଙ୍ଗା-ଶ ଅଛି,ବୁଟା-ସ ଅଛି ଆଉ ମୋଟା-ଷ
ଅଛି.....
ତାକୁ ଉଠେଇ ଗୋଟାଏ ‛SA’ କରିଦେବା ସେତିକି
ଅସମ୍ଭବ ଯେତିକି ଅସମ୍ଭବ ସବୁ ମଣିଷଙ୍କର ଉଚ୍ଚତା,ଓଜନ ଓ ବ୍ୟାସ ସମାନ ଆଶା କରିବା”

ତେଣୁ
ଯେମିତି ଆୟତନ ଉଚ୍ଚତା,ଓଜନ କମ୍ ବେଶୀ ଯୋଗୁଁ ଆମ୍ଭେ ମାନେ ମାନବଙ୍କୁ ତ୍ୟାଗ କରନ୍ତି ନାହିଁ ସେମାନଙ୍କ ଗୁଣ ଦେଖନ୍ତି ସେଇଭଳି
ଷ,ସ,ଶ ମଧ୍ୟରେ ମଧ୍ୟ ବ୍ୟାକରଣ ଗୁଣ ଦେଖାଯାଉ....

Friday, October 13, 2017

●ବିଧବା-ବିଧୁର-ବିପତ୍ନୀକ ~(ଆମେ ମହିଳାଙ୍କୁ ବିଧବା କହିଲା ଭଳି ପୁରୁଷଙ୍କୁ ବିଧବ କାହିଁକି କହିପାରିବାନିି ?)●

ଆମେ  ସ୍ୱାମୀ ମଲେ  ସ୍ତ୍ରୀ  କୁ "ବିଧବା  " 
କହୁ 
ମାତ୍ର ସ୍ତ୍ରୀ ମଲାପରେ  ସ୍ୱାମୀ କୁ କଣ କହିବା   ?

ତେବେ ମନରେ ପ୍ରଶ୍ନ ଆସେ...

ଧଵ=ସ୍ୱାମୀ ,
ଯେମିତି  ମାଧଵ.".ମା "  ଏଠାରେ   ମା କମଳା  ତାଙ୍କ ସ୍ୱାମୀ ଭଗବାନ ବିଷ୍ଣୁ  ହେତୁ ତାଙ୍କର  ଗୋଟିଏ ନାମ ମାଧବ l
ତେବେ କାହିଁକି  ବିଧବା ର  ଲିଙ୍ଗ  ପରିବର୍ତ୍ତନ କଲେ "ବିଧବ"  ହେବନାହିଁ  ..l

ହଁ ମନ
ବଢିଆ ପ୍ରଶ୍ନ ପଚାରୁଛି 😀

ତେବେ ଏଠାରେ
ଜାଣିବାକୁ ହେବ ଯେ,
ବିଧବା ଶବ୍ଦ ହେଲା ବହୁବ୍ରୀହି ସମାସ ଯୋଗୁଁ
ବଗତ~ଧବ(ପତି).ଆ(ପ୍ରତ୍ୟୟ)=ବିଧବା

ଅର୍ଥାତ୍:-
ବିଗତ ଯାହାର ପତି ସେ:-
(ସଂସ୍କୃତରେ ଏହି ସେ  = ସା ହୁଏ ଏବଂ ଏଥିରୁ ରହିଲା ଶେଷ ଉଚ୍ଚାରଣଗତ ଶବ୍ଦ ‛ଆ’)

ମୂଳ ଶବ୍ଦ ଧବ ଓ ବିଗତ ତଥାପି
ବିଧବା ଶବ୍ଦରେ ଅଛନ୍ତି....☺

ତେବେ
ଆମ ଦେଶରେ
Gay marriage ହୁଏ ନାହିଁ ଯେ
ଯଦି ଜଣେ ପୁରୁଷର ପାର୍ଟନର ମରିବ
ଯେ ସେ ବିଧବ ହେବ.....
😝😝😝😝

ତେଣୁ ବିପତ୍ନୀକ, ବିଧୁର(apte)
ପରି ଅନ୍ୟ ଶବ୍ଦ ମାନ ବ୍ୟବହାର କରାଯାଏ ।
ବିଧୁର ର ଅନ୍ୟ ଅନେକ ଓଡ଼ିଆ ପ୍ରତିଶବ୍ଦ ମଧ୍ୟ
ଅଛି

ବିପତ୍ନିକ ସାଧୁ ଭାଷାରେ ,
ଜୟପୁର ରେ ରାଣ୍ଡିଆ,
ଢେଙ୍କାନାଳରେ
ରାଣ୍ଡୁଆ(ଆଣ୍ଡୁଆ),
ରାଣ୍ଡିକା ଗଞ୍ଜାମରେ.....
ଅନାଦରାର୍ଥେ ହୋଇଥାଏ ।

ଢେଙ୍କାନାଳରେ ସ୍ତ୍ରୀଲୋକ ମାନେ
ରାଣ୍ଡୁଆ ଶବ୍ଦରେ
‛ର’ ଉଚ୍ଚାରଣ ନକରି “ଆଣ୍ଡୁରା” କୁହନ୍ତି ତେଣୁ ରାଣ୍ଡୁରା ଭଳି ଆଣ୍ଡୁରା ଶବ୍ଦ ମଧ୍ୟ ପ୍ରଚଳିତ....

Thursday, October 12, 2017

●କାଟେଣୀ●

ଥରେ ଜଵଲପୁରର ଜଣେ ଯୁବକକୁ କହୁଥିଲି ଯେ ତୁମ
ମଧ୍ୟ ପ୍ରଦେଶରେ ଗୋଟିଏ ମାତ୍ର କାଟେଣୀ -Katni ଥିଲା ବେଳେ ଆମ
ଢେଙ୍କାନାଳରେ ଅଛି ଅନେକ କାଟେଣୀ
...

ଆଜି ସେହି ସବୁ କାଟେଣୀ ଗ୍ରାମ ଗୁଡିକର ସୂଚୀପତ୍ର ପ୍ରକାଶ କରୁଅଛି.....

●କାମାକ୍ଷାନଗରରେ କାଟେଣୀ ଗ୍ରାମ●
1.ନୂଆକାଟେଣୀ,
2.ଗାଲୁକାଟେଣୀ,
3.ରାଜକୂଳକାଟେଣୀ,
4.ପଳିକାଟେଣୀ,
5.ସୋଗର କାଟେଣୀ,
6.ଆମ୍ଵଖୋଲ କାଟେଣୀ,
7.ଚୂଡାଖିଆ କାଟେଣୀ,

●ପରଜଙ୍ଗରେ●
1.ପଲିକାଟେଣୀ
2.ଗଉଡ଼ କାଟେଣୀ
3.ଗେହ୍ଲେଇ କାଟେଣୀ
4.ଜୟପୁର କାଟେଣୀ
5.ଶୁଣ୍ଢି କାଟେଣୀ

●ଓଡ଼ପଡା଼ରେ●

1.କାଳୁସାହୁ କାଟେଣୀ
2.ବୀଣାକର କାଟେଣୀ
3.ଆର୍ତ୍ତ ସାଆନ୍ତରା କାଟେଣୀ
4.ଜୁ-କାଟେଣୀ(Zukateni)
5.କାଇ କାଟେଣୀ(kaikateni)
6.ସୁଧାଡିହି କାଟେଣୀ

●କଙ୍କଡାହାଡରେ●
1.କାଟେଣୀ 1;ମରୁଆବିଲୀ ପାଖରେ

2.କାଟେଣୀ 2; କଣ୍ଟାଲୋ ପାଖରେ
3.କୋଳୀବଣିଆ କାଟେଣୀ
4.ମକୁଆ କାଟେଣୀ

●ଭୁବନରେ●
ଭୁବନରେ
1.ଲଙ୍କା ବେହେରା କାଟେଣୀ
2.ସୁଣ୍ଢି କାଟେଣୀ
3.ମୁଗପଡା଼ କାଟେଣୀ

ଭୁବନରେ ଏକ ଗାଆଁର ନାମ
#Odisha
ରାଜ୍ୟର ନାମ ଓଡ଼ିଶା
ଗାଆଁର ନାଆଁ ବି ଓଡ଼ିଶା 😀 😇

●ଗଁଦିଆରେ●

1.ବହଳିଆ ବନ୍ଧ କାଟେଣୀ
2.ପର୍ବତ କାଟେଣୀ
3.ଧନବୋଲ କାଟେଣୀ (dhanabol kateni)
4.ନୟା କାଟେଣୀ
5.ଘଣ୍ଟାପସି କାଟେଣୀ
6.ପାଣୁବାରିକ କାଟେଣୀ

ମହିମା ପୀଠ ଯୋରନ୍ଦା ଗଁଦିଆ ବ୍ଲକରେ ଅବସ୍ଥିତ

●ଢେଙ୍କାନାଳ ସଦରରେ●

1.ଭାଟ କାଟେଣୀ
2.ଦୁଧୁ କାଟେଣୀ
3.କେଉଟ କାଟେଣୀ
4.ରଁଳା କାଟେଣୀ(Ranala kateni)
5.ବଢେ଼ଇ କାଟେଣୀ
6.ଭାଲିଆବୋଲ କାଟେଣୀ
7.ଶୁଆଖାଇ କାଟେଣୀ
8.ବାଵର୍ତ୍ତ କାଟେଣୀ
9.ଧକାଟେଣୀ(Dhakateni)

ଗୁଡିଆ କାଟେଣୀ ହିନ୍ଦୋଳ ପଟେ ଅଛି ବୋଲି ଆମର ଜଣେ ଭାଇ କହିଲେ
ତେବେ ମିଳିଲା ନାହିଁ ବୋଲି ନାଆଁ ଦେଉନାହିଁ...
ବୋଧହୁଏ ଏହା କଟକ ଜିଲ୍ଲା ଅନ୍ତର୍ଗତ ଏକ ଗାଆଁ ?
ତେବେ ଢେଙ୍କାନାଳରେ
ଗଣିଲେ
41+1(ଗୁଡିଆ କାଟେଣୀ ସହ ?)

କାଟେଣୀ ଛଡା
ଏଠାରେ କେତେକ ଗ୍ରାମ
ବେରେଣୀ,ପଶି,ସିଙ୍ଗା ଆଦି ମଧ୍ୟ ଅଛି
ଏସବୁ “ଗ୍ରାମୋପନାମ”😂(ଗ୍ରାମ+ଉପନାମ) ରେ ଡର୍ଜନର ଅଧିକ ଗ୍ରାମ ଅଛି
ଅଁଳାବେରେଣୀ ଓ ତୁମିସିଙ୍ଗା ତନ୍ମଧ୍ୟରୁ ଇଂରେଜ ଅମଳରେ ବି ଥାନାପୋଡୀ ଯୋଗୁଁ ଜଣାଶୁଣା ଥିଲେ

●ଡାଳ,ଡାଲି,ଡାଲୀ ଓ ଡାଲମା●

ଥରେ ମୁଁ ଆଳୁ ଟମାଟର
ବାଇଗଣ ଆଦି ପକେଇ ଡାଲମା କରୁଥାଏ
ଏତିକି ବେଳେ ଜଣେ ପଡୋଶୀ
ହିନ୍ଦିଆ ଆସି କହିଲା
ଆବେ୍ ୟାର୍ ୟେ କ୍ୟା ବନା ରହା ହୈ ତୁ 😳😳😳
ମୁଁ କହିଲି *ଡାଲ୍ମା*
ସେ କହିଲା
ଵୋ କ୍ୟା ହୋତା ହୈ

ମୁଁ କହିଲି
ତୁମ୍ ଲୋଗ୍ ଦାଲ୍ କହତା ହୈ
ଔର ହମ ଲୋଗ
ଓସେ ଡାଲି କହତା ହୈ ...
ସେ ଏତିକି ଶୁଣିଛି କି ନାହିଁ ହସିଲା...
ହସି ହସି ଗଡି ଗଲା
କହିଲା
ଆବେ ଆମେ ମାନେ
ଡାଲୀ କହୁ ଗଛର ଶାଖାକୁ 😆
ମୁଁ କହିଲି ହଁ ଯେ
ଆମ ଆଡେ଼
ଡାଲୀକୁ ଡାଳ କୁହାଯାଏ ପରା....
ଆଉ ସେଥିରେ 'ଳ' ଅକ୍ଷର  ରହେ
ଯୋଉଟା ତୁମ ଭାଷାରେ ନାହିଁ ....😆😆😆😆

ତା ମୁହଁ ଶୁଖିଗଲା
ମୁଁ ପୁଣି କହିଲି
ଆଉ ଜାଣିଛୁ
ଆମ ଆଡେ଼ ଯୋଉ ଡାଲିକୁ ବିଭିନ୍ନ ପରିବା ପକାଇ ଓଡ଼ିଆ ଘରର ମାଆ ମାନେ କରନ୍ତି ତାକୁ ଡାଲମା କୁହାଯାଏ 😆

ବିଚରା ହିନ୍ଦିଆ ଆଉ କଣ୍ କୁହନ୍ତା ବିଚରା....😝
ଓଡ଼ିଆ ଲୋକେ ସବୁଠାରୁ ଅଧିକ ପରିବା ଖାଅନ୍ତି
ସେ ବି ଜାଣିଯାଇଥିଲା ସେଦିନ 😇

ଓଡ଼ିଆ ଭାଷାର ଶବ୍ଦ ଡାଳ ଓ ଡାଲି
ଉଭୟ ଶବ୍ଦର ସଂସ୍କୃତ ଏକାର୍ଥବୋଧକ ପ୍ରତିଶବ୍ଦ
ହେଉଛି
ଦଳ,ଦାଳ,ଦାଳୀ...
କେହି କେହି ଡାଳ ଓ ଡାଳୀ ଶବ୍ଦର ସଂସ୍କୃତ ପ୍ରତିଶବ୍ଦ ଦାରୁ ମତ ଦିଅନ୍ତି
ପ୍ରକୃତରେ ଏ ଶବ୍ଦ ଦାରୁଟି ଆରବୀକୁ ଯାଇ ଦରଖ୍ଥ ହୋଇ ଫେରିଛି...
ଆଉ ଆରବୀକୁ କୌଣସି ଭାରତୀୟ ଶବ୍ଦ ଗଲେ
ତହିଁରେ ମାତ୍ରା କାର ଲୋପହୋଇ ଯାଏ
ତେଣୁ ଦାରୁ ଶବ୍ଦରୁ ଦର ରହିଗଲା ପରେ ଖ୍ଥ ଯୋଡାଯାଇ ଦରଖ୍ଥ ଶବ୍ଦ ସୃଷ୍ଟି ହୋଇଥିବ ବୋଧହୁଏ ।

Wednesday, October 11, 2017

●ତାରାତାରିଣୀ:-କିମ୍ବଦନ୍ତୀ●

ଅତି ପୁରାକାଳରେ ପୂର୍ବଖଣ୍ଡରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ ।

ପ୍ରତିଦିନ ଏକମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ ।

ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ
ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ
ନଦୀଜଳ ଆଲୋଡନ କରିବା ସମୟରେ
ତାରା ତାରିଣୀ ଦୁଇଗୋଟି ଦେବକନ୍ୟା ରୂପରେ
ଜଳ ମଧ୍ୟରୁ ଉଠି ଆସିଲେ ।

ମାଳାକାର ର କେହି ସନ୍ତାନ ନଥିବାରୁ
ସେ ସେହି ଦେବକନ୍ୟା ଦ୍ଵୟଙ୍କୁ ନେଇ ନିଜ ଗୃହରେ ପାଳନ କଲା ।

ସବୁଦିନ ତ ମାଳାକାର ଫୁଲମାଳା ଗୁନ୍ଥି ରାଜାଙ୍କୁ
ଦିଏ ଦିନେ କୌଣସି କାର୍ଯ୍ୟ ବସତଃ ସେ ଫୁଲ ଗୁନ୍ଥି ନ ପାରିଲାରୁ ସେ ଦେବକନ୍ୟା ଦ୍ଵୟ ଫୁଲ ଗୁନ୍ଥି ପୁଷ୍ପମାଳା କରିଦେଲେ...।

ରାଜାଙ୍କ ପାଖକୁ ସେ ପୁଷ୍ପମାଳା ଗଲା....।

ରାଜା ମାଣିକେଶ୍ଵର ଆଗରୁ ଏଭଳି ପୁଷ୍ପମାଳା କେଭେ ଦେଖିନଥିଲେ ।

ତାଙ୍କର ସନ୍ଦେହ ହେଲା
ସେ ମାଳାକାର କୁ ପଚାରିଲେ
ସତ ସତ କହ ଏ ଫୁଲମାଳ କେଉଁଠୁ ଆଣିଲୁ, ସ୍ଵର୍ଗର ନନ୍ଦନକାନନ ବନରୁ ଯାଇ ପୁଷ୍ପ ଆଣି ଏ ଫୁଲମାଳ କରିବା ତୋ ପାଇଁ କଷ୍ଟସାଧ୍ୟ କଥା
ତେବେ ତୋତେ ଏ ଫୁଲମାଳ କଣ୍ ସ୍ଵର୍ଗର କେହି ଦେବୀ କି ଦେବତା ଦେଇଗଲେ ?

ମାଳାକାର ବିଚରା ଦୋଛକିରେ ପଡି ରାଜାଙ୍କୁ
ସବୁ ସତକଥା କହିବାକୁ ବାଧ୍ୟ ହେଲା ।

ରାଜା ସବୁ ଶୁଣି ମାଳାକାର କୁ କହିଲେ
ତୋ କଥା ସତ କି ମିଛ ଜାଣିବା ପାଇଁ ମୁଁ କାଲି ତୋହର ଘରକୁ ଯିବି.....।

ରାଜା ତାଙ୍କୁ ଦେଖିବାକୁ ଆସୁଛନ୍ତି ଜାଣି
ଦୁଇ ଦେବକନ୍ୟା ତାରାତାରିଣୀ ପଳାୟନ କଲେ ।

ରାଜା ସେମାନଙ୍କୁ ଧରିବା ଇଛାରେ ପଶ୍ଚାତ୍ ରେ ଧାବନ କଲାରୁ  କନ୍ୟା ଦ୍ଵୟ ତାରିଣୀ ପର୍ବତ ଶିଖରରେ
ଶିଳାର ଆକାର ଧାରଣ କଲେ ।

ସେହିଦିନ ଠାରୁ ସେମାନେ ସେ ପର୍ବତରେ ପାଉଛନ୍ତି ବୋଲି କିମ୍ବଦନ୍ତୀ ପ୍ରଚଳିତ ଅଛି

●ଦିଣ୍ଡା-ଡିଣ୍ଡା-ଧିଣ୍ଡା●

ଆମ ଭାଷାରେ Unmarried /Young girls ମାନଙ୍କ ପାଇଁ ଅନେକ ଶବ୍ଦ ଅଛି
ଯେମିତିକି →ଯୁବତୀ,ତରୁଣୀ, ନବୀନା, ନବଯୌବନା ଆଦି
କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି
ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି
ଡିଣ୍ଡା ବା ଦିଣ୍ଡା ଯାହା କେବଳ ଯୁବତୀ କନ୍ୟା କି ମହିଳା
ପାଇଁ ପ୍ରୟୋଗ କରାଯାଏ ।
ଦିଣ୍ଡା ଶବ୍ଦଟି ସମ୍ଵଲପୁର ଠାରୁ ଆରମ୍ଭ କରି ଢେଙ୍କାନାଳ
ଯାଏଁ ସବୁଠି ଚଳେ ।
ସେହିପରି ବିଚ୍ଛିନ୍ନାଞ୍ଚଳ ବସ୍ତରରେ
ଡିଣ୍ଡା ଶବ୍ଦ ଯୁବତୀ ମହିଳା ପାଇଁ ବ୍ୟବହୃତ ହୁଏ ।
ତେବେ ଏ ଉଭୟ ଶବ୍ଦର ପୁଂଲିଙ୍ଗବାଚକ ଶବ୍ଦ ନାହିଁ କହିଲେ ଚଳେ
ଅର୍ଥାତ୍
ପୁଂଲିଙ୍ଗ ବାଚକ ଶବ୍ଦ ପାଇଁ
ଡିଣ୍ଡା-ଡିଣ୍ଡ ହୁଏନି କି ଦିଣ୍ଡା-ଦିଣ୍ଡ ହୁଏନା....
ଲାଗୁଛି ଏ ଶବ୍ଦଟି ବିଶେଷ ଭାବେ କେବଳ
ଯୁବତୀ ମହିଳାଙ୍କ ପାଇଁ ହିଁ ହୋଇଅଛି ।

ଯୁବକ ମାନଙ୍କୁ ଏହାର ବିପରୀତାର୍ଥେ
ଭେଣ୍ଡା କୁହାଯାଏ କିନ୍ତୁ ଏହା ଏ ଶବ୍ଦର
ବିପରୀତାର୍ଥକ ପ୍ରତିଶବ୍ଦ ନୁହେଁ ।
ପ୍ରକୃତରେ ଭେଣ୍ଡା ଶବ୍ଦ ସହ ତାମିଲ ର
ବେଣ୍ଡା ଶବ୍ଦର ସାମଜସ୍ୟ ଅଛି
ଏବଂ ଏ ଉଭୟ ଶବ୍ଦ ଏକାର୍ଥକ ....
ଖୁବ୍ ସମ୍ଭବ ଭେଣ୍ଡା ଶବ୍ଦଟି ଦ୍ରାବିଡ଼ ଶବ୍ଦ
ଏବଂ ଏ ଶବ୍ଦର ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହେଉଛି
ଭେଣ୍ଡୀ(ଭେଣ୍ଡି=ପରିବା ବିଶେଷ)

ସେହିପରି
ଆଠମଲ୍ଲିକରେ ଦିଣ୍ଡା ବା ଡିଣ୍ଡା ଶବ୍ଦ
ଧିଣ୍ଡା ହୋଇଅଛି
କିନ୍ତୁ
“ଧିଣ୍ଡା”
ଏଠାରେ ଯୁବତୀ ଅର୍ଥରେ ବ୍ୟବହୃତ
ନହୋଇ ଯୁବକ ଅର୍ଥରେ ବ୍ୟବହୃତ
ଏବଂ ଯେହେତୁ
ଧିଣ୍ଡା ଶବ୍ଦ ଯୁବକ ଅର୍ଥରେ ବ୍ୟବହୃତ
ହୁଏ ତେଣୁ ଏଠି ଏହାର
ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ କରିବା ସହଜସାଧ୍ୟ ହେଲାରୁ
ଧିଣ୍ଡା ଶବ୍ଦ ଯୁବା ରମଣୀ ପାଇଁ ଧିଣ୍ଡି ହେଲା....

ତେବେ
ହିନ୍ଦୀଭାଷାରେ
ଧିଣ୍ଡା,ଦିଣ୍ଡା,ଡିଣ୍ଡା ଶବ୍ଦର ପ୍ରଚଳନ ଯୁବତୀ ଅର୍ଥରେ ନାହିଁ
ତାହେଲେ କ’ଣ ଏ ଶବ୍ଦଟି
ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ କି ନାହିଁ ତାହା ଜାଣିବା ହେତୁ ଆହୁରି ଅଧିକ ଗବେଷଣା ହେବା ଦରକାର ତାହେଲେ ଯାଇ ଅଧିକ ତଥ୍ୟ ଲାଭ ହୋଇପାରିବ....

Monday, October 9, 2017

ମୂର୍ଖପଣ୍ଡାବାବୁଙ୍କ ପ୍ରତି

ମୂର୍ଖପଣ୍ଡାବାବୁଙ୍କର ଏ ଅମୂଲ୍ୟ ବଚନ

ଶୁଣ ଶୁଣ ଭାଇ ମାନେ କାନ ଡେରି ଶୁଣ

ଉତ୍କଳମଣିଙ୍କୁ କହୁଛନ୍ତି  ଉପକୂଳମଣି

ଆଶ୍ଚର୍ଯ୍ୟ ହୋଇଲୁ ଆମ୍ଭେ ଦେଖି ଏ ଫୁଟାଣି

କେମନ୍ତ କାରଣେ ବାବୁ ଏମନ୍ତ ଫୁଟାଣି

କିସ ଅଛି ପ୍ରମାଣ କୁହ ଉପକୂଳମଣି ?

ଜାରଜ ସନ୍ତାନ ତୁମେ ନା ବର୍ଣ୍ଣସଂକର

ମାନବ ଜନମ ଲଭି ବି ଶ୍ଵାନବୁଦ୍ଧି କର ?

ଶହେ ବର୍ଷ ତଳେ ତୁମ ବାପଅଜା ମାନେ

ଓଡ଼ିଆ ଭାଷା ପାଇଁ ତ ଲଢିଥିଲେ ଦିନେ ।

ପଢିନାହଁ ସଂକର ତୁମେ ବୋଧେ ସେ ଐତିହ
ସେଥିପାଇଁ ବୋଲୁଅଛ ହୋଇଣ ବାଚାଳ ।

ଭାରତ ଗ୍ରନ୍ଥେ ଲେଖାଅଛି ପଢ଼ ଇତିହାସ

ଉଡ୍ର ଉତ୍କଳ ଜାତି ଥିଲେ ତୁମର ଅଞ୍ଚଳ ।

ପୂର୍ବ ଓଡ଼ିଶାରେ ଥିଲା ସଂସ୍କୃତ ଆମ ପ୍ରଚଳିତ

ପଶ୍ଚିମୁଁ ଆସି ଓଡ଼ିଆ ହେଲା ପ୍ରଚଳିତ ।

ଜାଣିନାହଁ ଯଦି ଯାଅ ପଢ ଆଗେ ଗ୍ରନ୍ଥ ପୋଥି

ମିଛେ ଭୂଷ୍ ପଣ୍ଡିତହେ କାନ୍ଦୁଛ କାହିଁକି ?

ବି:ଦ୍ର:- ଫେସବୁକରେ ଜଣେ
ସୁରେନ୍ଦ୍ର ପଣ୍ଡା ଅଛନ୍ତି
ସେ ଆଜି ନିଜର ଔଦ୍ଧତ୍ୟର ପରିଚୟ ଦେବାକୁ
ଯାଇ ଉତ୍କଳମଣିଙ୍କୁ ଉପକୂଳମଣି କହିଛନ୍ତି ଫେସବୁକରେ....
ସେହି ଭୂଷପଣ୍ଡିତେ ପଣ୍ଡାବାବୁ ଙ୍କ ପ୍ରତି 
ଏହି କବିତା ଟି ଉତ୍ସର୍ଗ କଲି 😀

●ପ୍ରାକ୍ଟିକାଲ୍●

ଏଯୁଗେ ଲାଜରେ
ଗୋଲାପୀ ହୁଏନା ଚେହେରା
ହୁଅନ୍ତିନି ଲୋକେ
ଏଭେ ଆନନ୍ଦେ ଆତ୍ମହରା.....

ଆଗେ କହିଦେଉଥିଲେ
ହୃଦୟର କଥା
କେଜାଣି କାହିଁକି
ଆଉ ହୃଦୟ ଖୋଲି
କା ଆଗେ କେହି କହେନା ।

ଦିନ ଥିଲା 
ନଜାଣି ଜାଣିନେଉଥିଲେ
ସର୍ବେ ମନକଥା
ଆଲିଙ୍ଗନ ମାତ୍ରେ
ବନ୍ଧୁ ଜାଣୁଥିଲେ ଆମ୍ଭର ଅବସ୍ଥା

ନଥିଲା ଫେସବୁକ୍ ଟ୍ବିଟର
ସ୍ମାର୍ଟ ମୋବାଇଲ
ଛୋଟ ନିର୍ଜବ
ଏକ ଚିଠିରୁ ଜାଣି
ହୋଇଯାଉଥିଲା
ଲେଖିଲାବାଲାର ଅନ୍ତଃକରଣ-ବ୍ଯଥା

ଭାବୁଛି
ଆମେ .....
କେଉଁଠୁ କୋଉଠିକୁ ଚାଲିଆସିଲେ
ପ୍ରାକ୍ଟିକାଲୀ ହେଉ ହେଉ
ଭାବନାକୁ ଖାଇଗଲେ ।

★ବିଜୁଳି-ଇନ୍ଦ୍ରଧନୁ କଳି ଓ ଗୋପବନ୍ଧୁ ଦାସ★

ବିଂଶ ଶତାବ୍ଦୀର
ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା
“ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ରାୟ ଅନ୍ୟ ପଟରେ ତାଙ୍କ ବିରୋଧୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଆଁରେ ତାଙ୍କର ବିରୋଧ କରୁଥିଲେ ।
ବାମଣ୍ଡାରାଜା ସୁଢଳଦେବ କବିବରଙ୍କର ସମର୍ଥକ ଥିଲେ ତେଣୁ ତାଙ୍କ ପ୍ରଚେଷ୍ଟାରେ
ରାଜଧାନୀ ଦେବଗଡ଼ରୁ ପ୍ରକାଶ ପାଇଲା ବିଜୁଳି ପତ୍ରିକା ।
ବିଜୁଳି ପତ୍ରିକା ବିପକ୍ଷରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ପତ୍ରିକା । ଇନ୍ଦ୍ରଧନୁ ପତ୍ରିକାର ସମର୍ଥକଙ୍କ ମଧ୍ୟରେ ଥିଲେ ଗୋପାଳବଲ୍ଲଭ ଦାଶ,ଗୌରୀଶଙ୍କର ରାୟ,ରମାଶଂକର ରାୟ,ବନମାଳୀ ସିଂହ ଭଳି ବ୍ୟକ୍ତିତ୍ଵ........
ଇନ୍ଦ୍ରଧନୁଵାଲା ତାଙ୍କ ପ୍ରତିପକ୍ଷଙ୍କୁ ବଙ୍ଗାଳି ସାହିତ୍ୟର ଓଡ଼ିଆକରଣ କରିବାର ଆରୋପ ଲଗାଉଥିଲା ବେଳେ
ବିଜୁଳି ଦଳ ଇନ୍ଦ୍ରଧନୁଵାଲାଙ୍କ କବିତା ଓ କାବ୍ୟକୁ
ଡିକ୍ସନାରୀ ଓ ଅଶ୍ଳୀଳ ଆଖ୍ୟା ଦେଇ ମସୀଯୁଦ୍ଧ ଆରମ୍ଭ କରିଦେଇଥାନ୍ତି ।

ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସ୍କୁଲରେ ପଢିଲା ଦିନୁଁ ଇନ୍ଦ୍ରଧନୁ ର ପକ୍ଷ ।
ଫୋର୍ଥକ୍ଲାସ୍ (8th) ରେ ଥିଲାବେଳେ ସେ ଇନ୍ଦ୍ରଧନୁରେ ଗୋଟିଏ କବିତା ଲେଖିଥିଲେ ।
ସେଥିରୁ ଗୋଟିଏ ପଂକ୍ତି ଏମନ୍ତ ଥିଲା

“ଧଡି଼ଆ ପଣ୍ଡିତ-ମନ୍ୟ
ବାଉରୀସାହିରେ ଶୃଗାଳକେଶରୀ
ପରି ହେଉଥାନ୍ତି ଗଣ୍ୟ”

ଏ ପଂକ୍ତିରେ ପ୍ରଚ୍ଛନ୍ନ ବ୍ୟଙ୍ଗ କରାହୋଇଥିଲା
ରାଧାନାଥ ରାୟଙ୍କ ଉପରେ...
କବିବର ଟିକିଏ ଧଡ଼ ଧଡିଆ ଥିଲେ ତ....
😀
ସେତେବେଳେ ରାଧାନାଥବାବୁ ଥିଲେ ଶିକ୍ଷା ନିରୀକ୍ଷକ (ଇନିସପେକ୍ଟର)।
ସେ ଜାଣି ପାରିଲେ ଉକ୍ତ କବିତାର କବି ପୁରୀ ଜିଲ୍ଲା ସ୍କୁଲର ଗୋଟିଏ ପିଲା । ସଙ୍ଗେ ସଙ୍ଗେ ଇନ୍କ୍ଵାରୀ ଚାଲିଲା । ରାଧାନାଥବାବୁ ଯାଇ ପହଞ୍ଚିଲେ । ଗୋପବନ୍ଧୁ ଦାସଙ୍କର ସ୍କୁଲରୁ ବହିଷ୍କାର ଦଣ୍ଡ ଠିକ୍ ହୋଇଗଲା ।
ସ୍କୁଲର ହେଡ୍ ମାଷ୍ଟରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ର ଆଦି ବ୍ୟସ୍ତ ବିବ୍ରତ ହୋଇପଡି଼ଲେ ।
ଗୋପବନ୍ଧୁଙ୍କ ଭଳି ସାଧୁ ସ୍ଵଭାବ ଜ୍ଞାନୀ ଗୁଣିି ଛାତ୍ର ବିରଳ ପୁଣି ସେ ଯେଉଁଠିକୁ ଯାଉଥିଲେ
ଲୋକଙ୍କର ମନ କିଣି ନେଉଥିଲେ ।
ସେ ସମୟରେ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକତା
କରୁଥାନ୍ତି ସ୍ଵର୍ଗତ ଦିବ୍ୟସିଂହ ମିଶ୍ର ....
ତାଙ୍କ ପ୍ରଚେଷ୍ଟାରେ ବହୁ ବିଦ୍ଵାନ
ଲୋକ ଆସି ସେଠାରେ ଉପସ୍ଥିତ ହୋଇଲେ ।

କୁହାଯାଏ
ଶିକ୍ଷା ବିଭାଗର ଅଧିନାୟକ ରୂପେ ସେଦିନ ରାଧାନାଥ ରାୟ କହିଥିଲେ
“ସେ ମୋ ବିରୋଧରେ ଲେଖିଲା କି ଆଉ କା ନାଆଁରେ ଲେଖିଲା ସେକଥା ପଡି଼ ନାଇଁ; କିନ୍ତୁ ଯେ ଆଜିଠୁଁ ଏପରି ଲେଖିପାରେ ସେ ଆଗକୁ ହେବ କଣ୍ ? ତାକୁ ଆହୁରି ଶିକ୍ଷା ଦେଲେ ସେ ଏ ସମାଜର କି ଅନିଷ୍ଟ ନ କରିପାରେ” ?

ଶେଷକୁ ସମସ୍ତେ ପ୍ରମାଣ କରିବାକୁ ଚାହିଁଲେ
ପିଲାଟା ହୁଏତ ନିଜେ ଲେଖିନାହିଁ, ଆଉ କିଏ ଲେଖି ଦେଇଛି କିମ୍ବା ସେ ହୁଏତ ଅନ୍ୟ କାହାର ପ୍ରେରଣାରେ ଲେଖିଛି । ତାକୁ ଦଣ୍ଡ ନଦେଇ ଏଥର ପଢିବାକୁ ସୁଯୋଗ ଦିଅନ୍ତୁ ଆଉ ପରେ ଯଦି ସେ ଏଭଳି କିଛି ଭୂଲ କରେ ଆପଣଙ୍କ ଇଛାମୁତାବକ ଦଣ୍ଡ ଦେବେ ।
ବହୁକଷ୍ଟରେ ଶେଷକୁ ଦଶୁଟା ଟଙ୍କା ଜୋରିମାନା ଦେଇ ସେ ବର୍ଷର ପ୍ରାଇଜ୍ ହରାଇ
ଗୋପବନ୍ଧୁ ଦାସେ ଆପଣେ ସେ ଘାତି ଖସିଗଲେ । ଏହା ଖୁବ ସମ୍ଭବ 1895 କି 1896 ମସିହାର ଘଟଣା.....

(ଶ୍ରୀ ନୀଳକଣ୍ଠ ଦାଶଙ୍କର ଆତ୍ମଜୀବନୀରୁ)

Sunday, October 8, 2017

~ ଅହଂ କୋଶଳାଂ ~

ଓଡ଼ିଶାରେ ଇତିମଧ୍ୟରେ
କିଛି କୁକୁର ସ୍ଥାନୀୟ ଲୋକଙ୍କ
ପାର୍ଦ୍ଦୁଭାବ ଚରମ ହୋଇଛି ।
ଏକଦା ଯେଉଁ ରାଜ୍ୟ କଳିଙ୍ଗ ନାମରେ
ବିଶ୍ଵ ବିଖ୍ୟାତ ଥିଲା ଆଜି ତାକୁ ସେମାନେ
ଖଣ୍ଡ ଖଣ୍ଡ କରିଦେବାକୁ ଚେଷ୍ଟା ଚଳେଇଛନ୍ତି ।

ଏମାନେ ପ୍ରଗଳ୍ଭ କୁକୁର ଭଳି ବ୍ୟବହାର କରୁଛନ୍ତି । ନିଜକୁ ଓଡ଼ିଆ ନ କହି କୋଶଳୀ କୁହନ୍ତି ।
ପୁରାଣ କୁହେ ଆଜିର ଛତିଶଗଡ଼ କେଭେ
ଦକ୍ଷିଣ କୋଶଳର ଅନ୍ତର୍ଗତ ଥିଲା । ତେଣୁ  ଏଥିପାଇଁ ଛତିଶଗଡ଼ରେ ରହୁଥିବା କିଛି ଲୋକ ନିଜକୁ କୋଶଳୀ କହିବା ଆରମ୍ଭ କରିଦେଇଛନ୍ତି ।
ମଣିଷ ମାନଙ୍କର ତ ଡିଆଁ ରୋଗ ଶହେ ।
ଜଣକୁ ଦେଖିଲେ ଆଉ ଜଣେ ତା'ର ଅନୁକରଣ କରିବା ଭଳି ପ୍ରାଚୀନ ମର୍କଟ ପ୍ରବୃତ୍ତି ଅଦ୍ୟପି ମଧ୍ୟ ମାନବଙ୍କ ମଧ୍ୟରେ ଊଣା ଅଧିକେ ବିଦ୍ୟମାନ । ତେଣୁ ମର୍କଟାନୁକରଣ ନିୟମ ଅନୁଯାୟୀ
ଛତିଶଗଡି଼ଆଙ୍କୁ ଦେଖି ଓଡ଼ିଶାର ସୀମାନ୍ତ ଅଞ୍ଚଳର କିଛି ଲୋକ ବି ନିଜକୁ କୋଶଳୀ କହିବା ଆରମ୍ଭ କରିଦେଇଛନ୍ତି ।
ତେବେ ଏହାଙ୍କ ସତ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ।
ଦଶବର୍ଷ ତଳେ ବାଲେଶ୍ବର ରେ ଓଡ଼ିଶା ବିଭାଜନ ଚକ୍ରାନ୍ତ କରି କିଛି ଲୋକ ପ୍ରଥମେ କିଛି ପ୍ରଚାର ପେପର ବାଣ୍ଟିଲେ ।
ଇଏ ସେହି ସମୟ ଯେତେବେଳେ ବିଜେପିର ବିଜେଡି ଠାରୁ ବ୍ରେକ୍ ଅପ୍ ହୋଇଥିଲା ।
ବ୍ରେକ୍ ଅପ୍ ପରେ ପୁରୁଣା ପ୍ରେମିକ
ତା ପ୍ରେମିକା ଠାରୁ ପ୍ରତିଶୋଧ ନେବାକୁ ଯାଇ କାଳେ ନିଜ ଚେଲା ଚାମୁଣ୍ଡା ଙ୍କ ଜରୀଆରେ ଏଭଳି କରିଥିବା କେତେକ ବୁଦ୍ଧିଜୀବୀ ସଂଦେହ କରନ୍ତି ।
ତେବେ ସେ ଯାହା ହେଉ ଏ ଧୂଆଁ ଧୀରେ ଧୀରେ ବଢି ବଢି 2005ରେ ଉଗ୍ର ରୂପ ଧାରଣ କରି ପୁଣି ପାଣି ଫୋଟକା ପରି ଫୁସ୍ ହୋଇଗଲା ।
କିଛି ବର୍ଷ ହେଲା ପଶ୍ଚିମ ଓଡିଶାଅଞ୍ଚଳରେ କୋଶଳା ମାନଙ୍କର ତୀବ୍ର ବିରୋଧ ମଧ୍ୟ ହେଉଅଛି । ବିରୋଧୀ ମାନଙ୍କର ଅଭିଯୋଗ ଯେ
ସମ୍ଵଲପୁରୀ ଶୈଳୀକୁ କୋଶଳୀ କହି ତାହାର ସ୍ଵାତନ୍ତ୍ର୍ୟତା ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି କୋଶଳପ୍ରେମୀ.....

ନିକଟରେ ସମ୍ଵଲପୁରର ଜଣେ ଭାଇଙ୍କ ସହ କଥା ହେଉଥିଲି  । ସେ କୋଶଲୀ ସମ୍ଵନ୍ଧୀୟ ମଜାକଥାଟିଏ କହି ଶୁଣେଇଲେ
କଥାଟି ଏହିପରି....

କୋଶଳା ଶାଗରୁ କୋଶଳୀ ମାନେ ଜନ୍ମ ହୋଇଲେ
କେନ୍ତା କି
ଆଗେ ଏକ ରକମର କୀଟ ଥିଲେ ଆଉ ସେ ଯାକ  କୋଶଳା ଶାଗର ପତ୍ର ଖାଇ ବଞ୍ଚୁଥିଲେ  ....

ଆଜକୁ 10 ବର୍ଷ ତଳେ
ମ୍ୟୁଟେସନ୍ ଯୋଗୁଁ ଏ ପ୍ରକାରର
କେତୁଟା ପୋକ ଭାରି
ବିଷାକ୍ତ ହେଲେ ।
ତନ୍ମଧ୍ୟରୁ କେତେଟା ପୋକ
କିଛି ମଣିଷଙ୍କୁ କାମୁଡ଼ି ଦେଲେ ଯେ 
ଯେମିତି କାମୁଡି ଛନ୍ତି
ସେ ଲୋକ ମାନ ସେଇ ଦିନ ଠାରୁ
ଅହମ୍ କୋଶଳାଂ ଅହଂ କୋଶଳାଂ କରୁଛନ୍
ଆଉ କେନ୍ତା ବୋଲ୍ ବା ଗୋ ବୁଆ
କପାଲ୍ ରେ ସିନା କର ମାର୍ ବା
😂😂😂😂😂😂

ଲିପିସଂସ୍କାର ଓଡ଼ିଆ ଭାଷାର ଅଣଓଡି଼ଆକରଣ କରିଦେବାର ଏକ ଚକ୍ରାନ୍ତ

ଲିପି ସଂସ୍କାର ନାମରେ ଆମ ନିଆରା ଯୁକ୍ତାକ୍ଷର ସବୁ ତଥା ତିନି Sa→ସ, ଶ ,ଷ ଗୁଡିକୁ
ଉଠେଇ ଦେଇ ଗୋଟାଏ କରିଦେବାର ମର୍କଟାମୀ କେତେ ଦୂର ଯୁକ୍ତିଯୁକ୍ତ ?
କିଛି ଉଇକିପିଡ଼ିଆ ପଣ୍ଡିତ ଓ ବିଦ୍ବାନଗଣ
ଭଳି ଭଳିକି ଯୁକ୍ତି ସହ ତିନି ସ ଉଠେଇ ଗୋଟିଏ କରିଦେବାର ଇଣ୍ଟରନେଟିଆ ଆନ୍ଦୋଳନ ଚଳେଇଛନ୍ତି । ତାଙ୍କ କହିବା କଥା
ଯେ
1000 ବର୍ଷ ତଳେ
ଆମ ବୋପାଙ୍କ ବୋପାଙ୍କ ବୋପାଙ୍କ ବୋପାଙ୍କ 100 ବୋପାଙ୍କ ପୂର୍ବରୁ କେବଳ ସ ର ବ୍ୟବହାର ହେଉଥିଲା ଆଜି ଆମେ ଆଉ ଥରେ କରିବୁ....
ଭଲା କଥା କହୁଛ ....

ହଜାର ବର୍ଷ ତଳେ ବିଜୁଳିବତୀ କି ଟିଭି ରେଡ଼ିଓ ମୋବାଇଲ ନଥିଲା
ଲୋକେ ଯେଣତେଣ ପ୍ରକାରେ ନାଚିକୁଦି ବଞ୍ଚୁଥିଲେ
ଏବେ କାହିଁକି ସେମିତି କରୁନାହଁ ତେବେ....

ତେବେ
ଏ ମର୍କଟାମୀ ନୂଆ ନୁହେଁ ।
ଊଣା ଅଧିକେ ଆମ ପୂର୍ବରୁ ମଧ୍ୟ କେତେକ ଓଡ଼ିଆ ପଣ୍ଡିତ ଏଭଳି କରିଯାଇଛନ୍ତି ।

ନୀଳକଣ୍ଠ ଦାସ ଭଳି ପଣ୍ଡିତ ଅନସ୍ବାର ବିନ୍ଦୁ ବ୍ୟବହାର କରିବା ସହ ତିନି ସ,ଷ,ଶ
ବଦଳରେ କେବଳ ଗୋଟିଏ 'ସ' ବ୍ୟବହାର କରୁଥିଲେ ।

କିନ୍ତୁ ଏ ଭଳି ପଣ୍ଡିତଙ୍କର  ଘୋର ବିରୋଧୀ ଥିଲେ ଭାଷାକୋଷ ଲେଖକ ତଥା ରାଧାନାଥ ରଥ ଭଳି ବିଦ୍ବାନ ମନିଷୀ ମାନେ ।

ଲିପିସଂସ୍କାର ବିଷୟରେ କିଛି ମାସ ତଳେ ପଚାରିଥିଲି କିଛି ଓଡ଼ିଆ  ବିଦ୍ଵାନଙ୍କୁ
। ଦୁଃଖର ବିଷୟ ତନ୍ମଧ୍ୟରୁ ଅଧିକାଂଶ ଏ ବିଷୟରେ କିଛି ହେଲେ ଜାଣିନଥିଲେ ।

ଲିପିସଂସ୍କାର ନାଆଁରେ
ନିଜ ମାତା ସମାନ ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଲିପିକୁ କଦାକାର କରିଦେବାର ଅପଚେଷ୍ଟା କରୁଥିବା ଲୋକଙ୍କର ସଦା ବିରୋଧ କରାଯିବା ଦରକାର ।

ଓଡ଼ିଆ ଭାଷାରେ ଯେତିକି ଯୁକ୍ତାକ୍ଷର ଅଛି ସେତେ ଯୁକ୍ତାକ୍ଷର ହିନ୍ଦୀ ଭଳି ତଥାକଥିତ ବିଶ୍ଵଭାଷାରେ ବି ନାହିଁ
ଏହା କଣ ଆମ ଭାଷାର ମୌଳିକତା ନୁହେଁ କି ?

ତ୍ତ,ଙ୍କ,ଙ୍ଖ,ଙ୍ଗ,ଙ୍ଘ ଭଳି ବିଶିଷ୍ଟ ଲିପି ଆମ ଭାଷା ରେ ଅଛି
ହିନ୍ଦୀ ରେ ङ्ग
ଏ ଲିପି ଛଡା଼ କ ବର୍ଗରେ ଆଉ କୌଣସି ସ୍ଵତନ୍ତ୍ର ଯୁକ୍ତାକ୍ଷର ଲିପି ସୃଷ୍ଟି ହୋଇପାରିନାହିଁ ।

ତାହେଲେ ଲିପି ଦୃଷ୍ଟିରୁ ଆମ ଭାଷା ଶ୍ରେଷ୍ଠ
ନୁହେଁ କି ?
କିଛି ଲୋକ କହିବେ ଭାଷା ସହଜ କରିଦେବା
ତାହେଲେ ସମସ୍ତେ ଶିଖିବେ ।
କିନ୍ତୁ ସହଜିଆ ନାଆଁରେ ନିଜ ଭାଷାର ମୌଳିକତା କୁ ତଳିତଳାନ୍ତ କରିଦେବା ମହାନ ମୂର୍ଖତା ଛଡା଼ ଆଉ କଣ୍ ହୋଇପାରେ ?

ସେଇଭଳି
ଆଜିକାଲି କିଛି ଲୋକ ସହଜରେ ଲେଖିପାରିବେ ବୋଲି ଲିପିସଂସ୍କାର ନାଆଁରେ
ପୂର୍ଣିମା କୁ ପୂର୍ଣିମା ଲେଖନ୍ତି ।
ସେମାନେ ଜାଣି ରଖିବା ଉଚିତ ଯେ ଓଡ଼ିଆ ଭାଷାର ବ୍ୟାକରଣ ଅନୁଯାୟୀ ଆମର ବ୍ୟଞ୍ଜନ ବର୍ଣ୍ଣ ରେ ରେଫ୍ ଯୋଗ ହୋଇ ଯୁକ୍ତାକ୍ଷର ସୃଷ୍ଟି ହେବାର ଥିଲେ
ବର୍ଣ୍ଣ ଦ୍ବୀତ ହୁଏ....
ଦ୍ବିତୀୟତଃ ଆମ୍ଭେ ଓଡ଼ିଆ ମାନେ କହିଲା ବେଳେ ପୂର୍ଣ୍ଣିମା ଶବ୍ଦର ଣ କୁ ଦୀର୍ଘ ଉଚ୍ଚାରଣ କରିଥାଉ ତେଣୁ
ଏ ଉଭୟ କାରଣ ହେତୁ
ପୂର୍ଣିମା ନୁହେଁ ବରଂ ପୂର୍ଣିମା ଶବ୍ଦ ହିଁ ଠିକ୍ ଓଡ଼ିଆ ବର୍ଣ୍ଣାନ ହୋଇବ.
...

ତଡି଼ତ “ଚ଼,ଡ଼,ଢ଼” ଵର୍ଣ୍ଣ ଉଠେଇ ଦେବାକୁ ନିକଟରେ କିଛି ଗବେଷକ ଅଣ୍ଟା ଭିଡି଼ଛନ୍ତି । ଏମାନେ ନିଜେ ଆଗେ ଓଡ଼ିଆ ଓ ଓଡିଆ କହିକି ଦେଖନ୍ତୁ ଆପଣା ଭାଷାରେ କେମିତି ଉଚ୍ଚାରଣ କରନ୍ତି “ordisha" ନା “oddisha" । ଓଡ଼ିଆ ଭାଷାରେ ଗୋଟିଏ ଅପାଠୁଆ ଲୋକ ଵି ତଡି଼ତ ଵର୍ଣ୍ଣର ଭେଦ ରକ୍ଷା କରି କଥାଭାଷା କରିଥାଏ ଯାହା ହିନ୍ଦୀ ଆଦି ତଥାକଥିତ ରାଜଭାଷାରେ ସୁଦ୍ଧା ଦୂର୍ଲଭ ।
ଏତେ ସବୁ ମୌଳିକତା ଥାଇ ମଧ୍ଯ କିଛି ପ୍ରଗଳ୍ଭ ମସ୍ତିଷ୍କ ସମ୍ପନ୍ନ ଲୋକେ କାହିଁକି କେଜାଣି ଆପଣା ଭାଷାର ସୁନ୍ଦରତା କାହିଁକି ନଷ୍ଟ କରିଦେବାକୁ ବସିଛନ୍ତି ତାହା ବୁଝାପଡୁ଼ନାହିଁ ।

ଓଡ଼ିଆ ଭାଷାର ଲିପିକୁ ନେଇ ଜଣେ ଛତିଶଗଡ ଅଞ୍ଚଳର ଭାଷାଵିଦ ଗୋଟିଏ କୌତୁକିଆ ବହି ଲେଖିଛନ୍ତି । ସେଥିରେ ସେ “ନାଗରୀ ଲିପି ଓ ଓଡ଼ିଆ ଲିପି” ମଧ୍ୟରେ ତାଙ୍କ କଣାଆଖିରେ ତୁଳନା କରି ଦେଖିଛନ୍ତି ଓ ଦେଖାଇଛନ୍ତି ଯେ
ଓଡ଼ିଆ ଭାଷାର ଲିପି କେତେ ଅଵୈଜ୍ଞାନିକ 😀 । ଓଡ଼ିଆ ଲିପିର ବୈଜ୍ଞାନିକତା କେତେ ତାହା ଖାଲି ଏତିକି କହିଦେଲେ ଯଥେଷ୍ଟ ଯେ ଏ ଭାଷାର ଲିପିରେ ଲେଖିଲାବେଳେ ବାରମ୍ବାର ହାତ ଉଠେଇ ଲେଖିବାକୁ ହୁଏ ନାହିଁ । ଇଂରାଜୀ ରୋମାନ୍ ଅକ୍ଷର  ପରି ଏଥିରେ ନନଷ୍ଟପ୍ ଲେଖିପାରିବେ । ବୋଧହୁଏ କ୍ଷିପ୍ର ଗତିରେ ଲେଖିବା ହେତୁରୁ ହିଁ ଆମ ଭାଷାର ଲିପିର ଏଭଳି ମୌଳିକତା ଉତ୍ପନ୍ନ ହୋଇଅଛି ତାହାକୁ ଦୋଷ ମନେ କରିବା ଗଵେଷକ ଜଣକର ମୂର୍ଖାମି ଛଡ଼ା ଆଉ କିଛି ହୋଇନପାରେ ।
ଓଡ଼ିଆ ଭାଷାରେ ଏହି ଦୃତ ଲେଖାଯିବା ସମ୍ଭବ ହେଉଥିଲା ବୋଲି ତ ଆମ ଭାଷାରେ ସଂସ୍କୃତ ପରେ ସବୁଠାରୁ ଅଧିକ ପାଣ୍ଡୁଲିପି ଗଚ୍ଛିତ ଅଛି ।

ଲିପିସଂସ୍କାର ଆନ୍ଦୋଳନ ସମର୍ଥକ ମାନେ ଏକଦା ଓଡ଼ିଆ ଭାଷାର ମୌଳିକ ଅଵର୍ଗ୍ୟ ଯ କୁ ଉଠେଇ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହୋଇଛନ୍ତି । ଆଜି ଇଂରାଜୀରେ ସଂସ୍କୃତ ଶ୍ଳୋକ ଲେଖିଲାବେଳେ
“Arjjya” ଲେଖାଯାଉଥିବା ଦେଖାଯାଏ । ଵୈଦେଶିକ ମାନେ ମଧ୍ୟ ପ୍ରାଚୀନ ମୂଳ ଇଣ୍ଡିକ ଭାଷାର ଉଚ୍ଚାରଣ ରକ୍ଷା କରି ଲେଖୁଅଛନ୍ତି କିନ୍ତୁ ଏକଦା ଏହି ଓଡ଼ିଶା ମାଟି ର କିଛି ତଥାକଥିତ ପେଣ୍ଡୁଳି ସେ ଅଵର୍ଗ୍ୟ ଯ କୁ ଉଠେଇ ଦେବାକୁ ଲାଗିଥିଲେ ଖାଲି ଏହି ଯୁକ୍ତି ଧରି ଯେ
ମରାଠୀ ବଙ୍ଗାଳୀ ହିନ୍ଦୀ ରେ ଅଵର୍ଗ୍ୟ ଯ ନାହିଁ ତେଣୁ ଓଡ଼ିଆ ଭାଷାରେ ଏହା ଗ୍ରହଣୀୟ ନୁହେଁ ।
ଶେଷରେ ଏତିକି କହିବି
ମୋର ପ୍ରିୟ ସାହିତ୍ୟିକ ଭାଇ ଓ ଭଉଣୀମାନେ
ଦୟାକରି ଆପଣା ଭାଷାର ଶବ୍ଦ, ଶୈଳୀ ,ଲିପି ଓ ଵ୍ୟାକରଣ କୁ ନଛାଡି଼ ତହିଁର ବହୁଳ ଵ୍ୟଵହାର କରନ୍ତୁ । ହିନ୍ଦୀ ଭାଷାରେ ପୂର୍ଣ ଲେଖା ହୁଏ ବୋଲି ଓଡ଼ିଆ ଭାଷାରେ ପୂର୍ଣ୍ଣ ବଦଳରେ ପୂର୍ଣ ଲେଖିବି, ହିନ୍ଦୀ ଭାଷାରେ ଯୁକ୍ତାକ୍ଷର ନଲେଖି ଅନସ୍ଵାର ଲେଖାଯାଏ ବୋଲି ତାଙ୍କ ପରି ଲେଖିବି ଆଦି କୃତଘ୍ନ କାର୍ଯ୍ୟ ସମ୍ପାଦନ କରିବାରୁ ବିରତ ରୁହନ୍ତୁ ଅନ୍ୟଥା ଓଡ଼ିଆ ଭାଷା ତାହାର ମୌଳିକତା ହରାଇ ସର୍ଵସ୍ଵାନ୍ତ ହୋଇଯିବ ।