Monday, February 12, 2018

ଭାରତରେ ମୂଳନିବାଶୀ କିଏ


ୟୁରୋପ ମହାଦେଶରୁ ଆସି ଭାରତରେ ପହଞ୍ଚିଲା ପରେ ୟୁରୋପୀୟ ଦସ୍ୟୁ ଜାତିର ଲୋକେ ପ୍ରଥମେ ଭାରତର ସମାଜ ଓ ସଂସ୍କୃତି ବିଷୟରେ ଗୁଡା଼ଏ ବର୍ଷ କେବଳ ଅନୁଧ୍ୟାନ ଓ ଅଧ୍ଯୟନ କଲେ । ସେମାନେ  ଦେଖିଲେ ଯେ ଏ ଦେଶର ଲୋକଙ୍କ ମଧ୍ୟରେ
ସଂସ୍କୃତି,ପନ୍ଥ,ଜାତି ଓ ଭାଷାଗତ ଭେଦ ତ ଅଛି କିନ୍ତୁ ଦରକାର ସମୟରେ ଭାରତୀୟ ମାନେ “ମଇଁଷି ସିଙ୍ଘ ଫଟା ଯୋଚିଲା ବେଳକୁ ଗୋଟା” ନ୍ୟାୟରେ ଏକ ହୋଇଯାନ୍ତି ।
ୟୁରୋପୀୟ ପ୍ରଜାତିର ମନୁଷ୍ୟ ମାନେ ବଡ଼ ଧୃତ । ଏମାନେ ଯାହା ବି କରନ୍ତି ତହିଁ ପାଇଁ ବହୁବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି । ଭାରତୀୟଙ୍କ ମଧ୍ୟରେ ଏକତାର ଅଭାବ ଘଟାଇବା ପାଇଁ ମଧ୍ୟ ଇଂରେଜ, ଫରାସୀ, ପର୍ତ୍ତୁଗୀଜ ଓ ଡଚ୍  ଆଦି ଜଳଦସ୍ୟୁ ଜାତିର ଲୋକେ ଅନେକ ପଣ୍ଡିତଙ୍କୁ ଲଗେଇଥିଲେ । ସେଇଭଳି ଜଣେ ପ୍ରଥମ ପର୍ଯ୍ୟାୟର ପଣ୍ଡିତ ଥିଲେ ମୈକଲେ ।
ଏ ଲୋକଟା ଭାରତକୁ ଆସି ଏଠିକାର ଲୋକଙ୍କ ସହିତ ରହି ଜାଣିଲା ଯେ ଭାରତୀୟ ଙ୍କୁ ବାଣ୍ଟିବାକୁ ହେଲେ ପ୍ରଥମେ ସେମାନଙ୍କୁ ଗରିବ କରିବାକୁ ହେବ । ଭାରତୀୟ ଙ୍କୁ  ରାଜନୈତିକ,ଆର୍ଥିକ ଓ ସାମାଜିକ ପରାଧୀନତା ବଳରେ ହିଁ କଳବଳେ କୌଶଳେ ଈସାଇକରଣ  ହୋଇପାରିବ । ୟୁରୋପୀୟ ପଣ୍ଡିତ ଚିନ୍ତିବାକୁ ଲାଗିଲେ ଯେ କେମିତି  ପ୍ରାଚୀନ ରୋମାନ ସଂସ୍କୃତି ପରି ଭାରତୀୟ ମାନଙ୍କୁ ଆଧୁନିକ ୟୁରୋପୀୟ ସଂସ୍କୃତିର ଅନୁଗାମୀ କରାଯାଇପାରିବ....

ଶେଷରେ କିଛି ପାଶ୍ଚାତ୍ୟ ପଣ୍ଡିତଙ୍କ ମୁଣ୍ଡକୁ
ଗୋଟିଏ କୁବୁଦ୍ଧି ଯୁଟିଲା ।
ତାହା କ’ଣ ନା....
ଭାରତର ଲୋକଙ୍କୁ ଇତିହାସ ପଢାଯାଉ
ଆଉ
ସେ ଇତିହାସରେ ପୁଣି ସଂପୂର୍ଣ୍ଣ ସତ୍ୟ ବଦଳରେ ମିଥ୍ୟାର ପୁଟ ଦିଆଯାଉ । ନା ନା ....ଏଠାରେ  ମୁଁ ଯମାରୁ ବି କହୁନାହିଁ ଯେ ୟୁରୋପୀୟ ଲୋକେ କୌଣସି ଅହିତ ଆଶାରେ ଭାରତୀୟ ଙ୍କ ଇତିହାସରେ ସାମାନ୍ୟ କିଛି ମିଥ୍ୟା ଉପାଖ୍ୟାନ ଗଢିଥିଲେ । ପ୍ରକୃତରେ
100% ଖାଣ୍ଟି ସୁନାରେ କ’ଣ ଗହଣା ଗଢ଼ିବା ସମ୍ଭବ ? ନାହିଁ କଷ୍ଟସାଧ୍ୟ କାମ ! ତେଣୁ ଭାରତୀୟ ଇତିହାସକୁ ଆହୁରି ସମୃଦ୍ଧ କରିବାର ମହତ ଉଦ୍ଦେଶ୍ୟରେ ୟୁରୋପୀୟ ପଣ୍ଡିତମାନେ ଏଭଳି କାର୍ଯ୍ୟ କରିଥିବା ମୋର କୋମଳ ହୃଦୟ ଅନୁଭବ କରେ ।
ତେବେ ୟୁରୋପୀୟ ପଣ୍ଡିତ ମାନେ ସର୍ବପ୍ରଥମେ
ଭାରତୀୟ ଲୋକଙ୍କୁ ତିନିଭାଗରେ ବାଣ୍ଟି ପକେଇଲେ ।
1.ଆର୍ଯ୍ୟ
2.ଅନାର୍ଯ୍ୟ ବା ଦ୍ରାବିଡ଼
3.ଆଦିବାସୀ(ଜଙ୍ଗଲଵାସୀ)

କିନ୍ତୁ ତାଙ୍କ ଥିଓରୀ ସବୁର ଅନୁଧ୍ୟାନ କଲାପରେ
ଯେତିକି ମୁଁ ବୁଝିଲି
ୟୁରୋପୀୟ ମାନେ କି ଆର୍ଯ୍ୟ କି ଦାମିଳ କି ଆଦିବାସୀ ସମସ୍ତ ଭାରତୀୟଙ୍କୁ ବିଦେଶୀ କହିଯାଇଛନ୍ତି ।

1.ବେଦରେ ଗୁଣଵାଚକ ଆର୍ଯ୍ୟ ଓ ଦସ୍ୟୁ ଶବ୍ଦର  ଉଦାହରଣ ଦେଇ ପ୍ରଥମେ କେତେକ ପାଶ୍ଚାତ୍ୟ ପଣ୍ଡିତ ପ୍ରମାଣ କରିଥିଲେ ଯେ ଆର୍ଯ୍ୟମାନେ ଆଜକୁ 5000 ବର୍ଷ ତଳେ କାସ୍ପିଆନ୍ ସାଗର କୁଳରୁ ଭାରତକୁ ଆସି ଉତ୍ତରର ଉନ୍ନତ ସିନ୍ଧୁ ସଭ୍ୟତାର ଧ୍ଵଂସ ସାଧନ କରିଦେଇଥିଲେ ଏବଂ
ସେଠାରେ ରହୁଥିବା ଲୋକଙ୍କୁ ତଣ୍ଟିଆ ମାରି ଦକ୍ଷିଣ କୁ ଘୋଉଡାଇଦେଇଥିଲେ ।
ନିକଟରେ ଭାରତୀୟଙ୍କ ଡିଏନଏ ପରୀକ୍ଷଣ ଏବଂ ତିବତ୍ତରୁ ମିଳିଥିବା କିଛି ପୁରୁଣା ଫୋସିଲ୍ ଏ ଥିଓରୀ ର ଏଇ କିଛି ବର୍ଷ ହେବ ଗଳାରୁଦ୍ଧ କରି ରଖିଲାଣି ।

2.ସେଇଭଳି
David McAlpinଙ୍କ ଭଳି କେତେ ଜଣ ଗଵେଷକଙ୍କ ମତରେ ଦ୍ରାବିଡ଼ ଭାଷୀଙ୍କ ପୂର୍ଵଜ ଆଧୁନିକ ଇରାନ୍ ର ପ୍ରାଚୀନ Elam ଅଞ୍ଚଳରୁ ଭାରତକୁ ଆସିଥିବା ମତ ଦେଇଛନ୍ତି ।
କିନ୍ତୁ ଏ ଥିଓରୀ ଏବେ କମ୍ ଲୋକପ୍ରିୟ ହୋଇଗଲାଣି କାରଣ କିଛି ନୂଆ ପାଶ୍ଚାତ୍ୟ ପେଣ୍ଡୁଳୀ ଇତିମଧ୍ୟରେ ଆଷ୍ଟ୍ରୋଏସିଆଟିକ୍ ଓ ଦ୍ରାବିଡ଼ ଲୋକଙ୍କୁ ଏକ ମୂଳାଶାଖାର ଦୁଇଟି ଉପଶାଖା ବୋଲି ମତ ଦେଲେଣି ।

3.ଜଙ୍ଗଲଵାସୀ ଭାରତୀୟ ଙ୍କ ପାଇଁ
ଅଷ୍ଟାଦଶ ଶତାବ୍ଦୀ ବେଳକୁ ଆଦିବାସୀ ଶବ୍ଦ ବ୍ୟବହାର ହୋଇ ଏଯାବତ ଚଳୁଅଛି । ଏହି ତଥାକଥିତ ଆଦିବାସୀ ମାନଙ୍କୁ ୟୁରୋପୀୟ ମାନେ Austroasiatic ନାମ ଦେଇଛନ୍ତି ।
ୟୁରୋପୀୟ ପେଣ୍ଡୁଳୀଙ୍କ ମତରେ ଆଷ୍ଟ୍ରୋଏସିଆଟିକ୍ ଲୋକେ ମଧ୍ଯ ବୈଦେଶିକ ଓ ପ୍ରାୟ 50 ରୁ 70 ହଜାର ବର୍ଷ ତଳେ ପୂର୍ବ ଆଫ୍ରିକାରୁ ଲୋହିତ ସାଗର ପାର କରି ଆରବ ସାଗର କୂଳେ କୂଳେ ଆସି ଭାରତରେ ପଦାର୍ପଣ କରିଥିଲେ ।

ତେବେ ସମସ୍ତ ଭାରତୀୟ ମାନଙ୍କୁ ତିନି ମାନବଜାତିରେ ବାଣ୍ଟି ସେମାନଙ୍କୁ
ବିଦେଶୀ କହି ପୁଣି ଏ କଥାକୁ ସତ୍ୟ ପ୍ରମାଣ କରିବା ହେତୁରେ ଗଦାଗଦା ବହିଲେଖି
ଶିକ୍ଷିତ
ଲୋକଙ୍କୁ ଭୁଆଁ ବୁଲେଇବାର ଅସଲ ଉଦ୍ଦେଶ୍ୟ
କ’ଣ ହୋଇଥାଇପାରେ ୟୁରୋପୀୟଙ୍କର ?

ଉଦ୍ଦେଶ୍ୟ 1.
ଆର୍ଯ,ଦ୍ରାବିଡ଼ ଓ ଆଦିବାସୀ ସମସ୍ତ ଭାରତୀୟ ମାନେ ନିଜକୁ ବିଦେଶୀ ବୋଲି ହୃଦୟଙ୍ଗମ କରିନେଲେ ସେମାନେ ନଵାଗତ ଵିଦେଶୀମାନଙ୍କୁ ମଧ୍ୟ ଭ୍ରାତା ଭ୍ରାତା କହି କୁଣ୍ଢେଇ ନେବେ ।

ଉଦ୍ଦେଶ୍ୟ 2.
ଭାରତୀୟ ମାନେ ୟୁରୋପୀୟ ମାନଙ୍କୁ ଭାଇ ଭାବିନେଲା ପରେ ସେମାନେ ସହଜରେ
ପରାଧୀନ ହୋଇଯିବେ । ସ୍ଵାଧୀନତା ପାଇଁ ଅଧିକ ଉଦ୍ୟମ କରିବେ ନାହିଁ ।

ଉଦ୍ଦେଶ୍ୟ 3.
ଭାରତୀୟ ମାନେ(ବିଶେଷ କରି ଉତ୍ତର ଭାରତୀୟ ମାନେ) ନିଜକୁ ବିଦେଶୀ ମାନିନେଲା ପରେ ସେମାନେ ତାଙ୍କ କାଳ୍ପନିକ ଆଙ୍ଗୋ ଭାଇ ମାନଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପୂର୍ବକ
ତାଙ୍କ ଗୋଲାମ ହୋଇ ରହିବେ ।

ଉଦ୍ଦେଶ୍ୟ 4.
ଭାରତୀୟ ମାନେ ୟୁରୋପୀୟ ମାନଙ୍କ ମାନସିକ ଗୋଲାମ୍ ହେଲା ପରେ
ପ୍ରାଚୀନ ଗ୍ରୀକ୍-ରୋମାନ୍(ଲାଟିନ୍) ସଂସ୍କୃତି ଭଳି
ଭାରତୀୟ ସଂସ୍କୃତିକୁ ମାରିବା ସହଜ ହୋଇଯିବ ।ଭାରତୀୟ ସଂସ୍କୃତି ର ଲୋପ ସାଧନ ସହିତ
ଭାରତୀୟ ମାନେ ଆଧୁନିକ ଈସାଇଧର୍ମ ପ୍ରଭାବିତ ୟୁରୋପୀୟ ସଂସ୍କୃତି କୁ ଅଙ୍ଗିକାର କରିନେବେ ।

ଉଦ୍ଦେଶ୍ୟ 5.
ଭାରତୀୟ ସଂସ୍କୃତି ଓ ଧର୍ମ ଲୁପ୍ତ ହେବା ସହିତ
ଆପେ ଆପେ ଭାରତୀୟ ଭାଷାଗୁଡିକ ମଧ୍ୟ
ମରି ମରି ଯିବେ ଓ ତହିଁ ବଦଳରେ ୟୁରୋପୀୟ ଭାଷାଗୁଡିକ ଭାରତୀୟ ଉପମହାଦ୍ଵୀପରେ
ପ୍ରଭାବ ବିସ୍ତାର କରେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...