Friday, February 16, 2018

ପିତା ଗିହ୍ମା,ପିତାଶାଗ

ପିତା ଗିହ୍ମା(ଵାଲେଶ୍ଵର)
ଏହା ଏକ ଜାତୀୟ ଶାଗଗଛ ଵୋଲି
ଆମର ଜଣେ ଵାଲେଶ୍ଵରର ଭାଇ ଜଣେଇଛନ୍ତି ।
ଏହାକୁ

“ଚଡ୍ ଚଡା଼”

(ଏକ ପ୍ରକାର ର ଶାଗଭଜା ବିଧି;ଶାଗରେ ଆଳୁ,ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵର ରେ ଚଡ୍ ଚଡା଼ କୁହାଯାଏ),

“ଗିହ୍ମା ପତ୍ରପୋଡ଼ା”

(ପତ୍ର ମଧ୍ୟରେ ପିତା ଗିହ୍ମା ର ପତ୍ର ସହ ମସଲା ଦେଇ ନିଆଁରେ ପୋଡ଼ି ଏହା ପ୍ରସ୍ତୁତ କରାଯାଏ) ଓ

“ଗିହ୍ମା ଚଟଣୀ”(ଗିହ୍ମା ପତ୍ରକୁ ବାଟି ତହିଁ ରେ ବିଭିନ୍ନ କଞ୍ଚା ମସଲା ଯେମିତିକି  ଲଙ୍କା ଆଦି ଦେଇ ପ୍ରସ୍ତୁତ କରାଯାଏ)
କରି ଖିଆଯାଏ ।

ବଙ୍ଗଳି ଭାଷାରେ ଗିମା,ଗିମୀ ଓ ଗୀମୋ ନାମ ଚଳେ ।
ମେଦିନୀପୁରୀ ଓଡ଼ିଆରେ ଗିମା ଓ
ବାଲେଶ୍ବରରେ ଗିହ୍ମା ଶବ୍ଦ ଚଳୁଅଛି ।

ଓଡ଼ିଆ ଭାଷାରେ ଏହି ଶାକ କୁ ପିତାଶାଗ କୁହାଯାଏ । ଏହାର ସଂସ୍କୃତ ନାମ:- ଫଣିଜ ଓ ଗ୍ରୀଷ୍ମସୁନ୍ଦରକ । ହିନ୍ଦୀ ଭାଷାରେ ଏ ଗଛ ପାଇଁ ନାମ ଭାବେ ଦେଶଜ ଗେଇନା ଶବ୍ଦ ପ୍ରଚଳିତ ଅଛି । ଏହି ଗଛର ବୈଜ୍ଞାନିକ ନାମ ବହୁତ ସମ୍ଭବ Glinus oppositifolius ତେବେ ଏତିକି ନିଶ୍ଚିତ ଯେ ଏହା ଗ୍ଲିନୋ଼ସ୍ ଜାତୀୟ ଗଛ ।  ଭାଷାକୋଷରେ ପିତାଶାଗ ତଳେ Glinus oppositifolius ର Synonyms ଯଥା
Erythrea roxburghii ଓ
Mollugo spergula ଲେଖାହୋଇଅଛି ।

ଏହି ଜାତୀୟ ଗଛ ମଧ୍ୟରେ ଆଉକିଛି
ଗଛଗୁଡିକର ବୈଜ୍ଞାନିକ ନାମ ହେଲା :-
1.Glinus cambessedesii
2.Glinus denticulatus
3.Glinus mollugo
4.Glinus oppositifolius
5.Glinus spergula
6.Glinus spergula
7.Glinus glinoides
8.Glinus oppositifolia
9.Glinus serrulata
10.Glinus spergula

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...