Monday, February 12, 2018

Hug, ଆଲିଙ୍ଗନ ଓ ଝପ୍ପୀ

ଭାଲେଣ୍ଟାଇନ୍ ଡେ ପାଳୁଥିବା ଲୋକଙ୍କ ପାଇଁ ଆଜି ହେଉଛି ହଗ୍ ଡେ ....

ହଗ୍ କହିଲେ ହଳନ୍ତଵତ୍ ଉଚ୍ଚାରଣ ପୂର୍ଵକ କଥୋପକଥନ କରୁଥିବା ହିନ୍ଦୀଭାଷୀଙ୍କ
ମୁଖମଣ୍ଡଳରେ ସ୍ମିତହାସ୍ୟ ଦୃଶ୍ୟମାନ ହୁଏ ।
ତେବେ ଏଠାରେ ସ୍ଵତଃ ପ୍ରଶ୍ନ ଉଙ୍କି ମାରେ ଯେ କ’ଣ ଇଂରାଜୀ ଓ ହିନ୍ଦୀର ହଗ୍ ଶବ୍ଦ ମଧ୍ୟରେ କୌଣସି ସାମଜସ୍ୟତା ଅଛି କି ?

ହଗିବା ଶବ୍ଦର ମୂଳ ବୈଜ୍ଞାନିକ ଧାତୁରୂପ
ହେଉଛି ହଦ୍ ଧାତୁ(ମଳତ୍ୟାଗ କରିବା)
ହିନ୍ଦୀ ଭାଷାରେ हग् ଓ
ଓଡ଼ିଆ ଭାଷାରେ ହଗ ଶବ୍ଦ ମୂଳ ପ୍ରାକୃତ ଭାଷାରୁ ଯାଇ ପ୍ରଚଳିତ ହୋଇଛି ।

Hug ଶବ୍ଦଟି ପୁରୁଣା ଇଂରାଜୀ hugge
ରୁ ଆସିଛି । Hugge ଶବ୍ଦ ର ଅର୍ଥ ଯେହେତୁ to embrace ବା କୁଣ୍ଢେଇବା ।
ଏହି Hugge ଶବ୍ଦଟିର ପ୍ରାଚୀନ ନୋର୍ସ ରୂପ ହେଉଛି hǫggva(to hew,forge) । ନୋର୍ମନ୍ ଶବ୍ଦ  hǫggva
ର ମୂଳ ଏକ ପ୍ରୋଟୋ ଜର୍ମାନ ଶବ୍ଦ hawwaną(
ଏ ଶବ୍ଦଟି ମଧ୍ୟ ଏକ ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ଶବ୍ଦ *kewh₂(to hit,to strike, to forge)- ରୁ ଆସିଥିବା ଅନୁମାନ କରାଯାଏ ।

ଆମ ଭାରତରେ ଥିବା ଵିଭିନ୍ନ ଭାଷାରେ
Hug ଅର୍ଥ ସାଦୃଶ୍ୟ ଯୁକ୍ତ ଅନେକ ଶବ୍ଦ ଅଛି

●ଓଡ଼ିଆରେ ଆମ୍ଭେମାନେ
୧.କୁଣ୍ଢେଇବା
୨.କୋଳାକୋଳି

୩.ଆଲିଙ୍ଗନ ଶବ୍ଦ ବ୍ୟବହାର କରିଥାଉ ।

●ତେଲୁଗୁରେ కౌగిల (Kaugila) ଅଛି, ಆಲಿಂಗನ
(ଆଲିଙ୍ଗନ) ବି ଚଳେ ।

●ତାମିଲରେ Anaithal,katitiththazhuval,irugaththazhuvnthal(anai)

●ହିନ୍ଦୀ ଭାଷୀ (ସମସ୍ତ ଉତ୍ତର ଭାରତରେ) ଆଲିଙ୍ଗନ ସହ
ଗଲେ ଲଗାନା ଓ ଝପ୍ପୀ ଆଦି ଅନେକ ଶବ୍ଦ
ପ୍ରଚଳିତ ଅଛି ।  ଝପ୍ପୀ ଶବ୍ଦ ଟି ପଞ୍ଜାବୀରୁ ହିନ୍ଦୀ କୁ ଆସିଛି । ଏହାର ଉର୍ଦ୍ଦୁ-ପଞ୍ଜାବୀ ରୂପ जफ्फी ।
ଝପ୍ପୀ ଶବ୍ଦର ବୈଜ୍ଞାନିକ କ୍ଷୁଦ୍ର ରୂପ ଝପ୍ ବୋଲି କୁହାଯାଉଥିଲେ ହେଁ ଏହା ଏକ ଦେଶଜ ବିଶେଷଣ ବୋଲି ଭାଷାକୋଷରେ ଲେଖା ହୋଇଛି । ଏ ଶବ୍ଦ ସହ ସାମଜସ୍ୟ ଥିବା ଆଉ କିଛି ଦେଶଜ ଶବ୍ଦ ହେଲା ଝପକ୍,ଝପଟ୍,ଝପଟିବା, ଇତ୍ୟାଦି ଅଛି  । ଏ  ସବୁ କ୍ରିୟା ଶିଘ୍ରତାର ସହ ହୋଇଥାଏ । ଆଗକାଳରେ ସେଇଭଳି ଭାଵାଵେଗରେ କାହାକୁ କୁଣ୍ଢେଇ ପକେଇବାକୁ ଝପ୍ପୀ କୁହାଯାଉଥିଲା କିନ୍ତୁ ହିନ୍ଦୀ ଫିଲ୍ମରେ “ଜାଦୁ କି ଝପ୍ପୀ” ଲୋକପ୍ରିୟ ହେଲା ପରେ ଏବେ ଏହାର ଅର୍ଥ ବ୍ୟାପକ ହୋଇଯାଇଛି ।
ହିନ୍ଦୀ ର ଗଲେ ଲଗାନା ଭଳି ଓଡ଼ିଆ ସାହିତ୍ୟରେ କଣ୍ଠେ ଲଗାଇଲେ ପଦ ବ୍ୟବହାର ହେଉଥିବା ଦୃଷ୍ଟିଗୋଚର ହୋଇଥାଏ ।

(ଆପଣଙ୍କ ପାଖରେ ଆଲିଙ୍ଗନ ସହ ଅର୍ଥଗତ ସାଦୃଶ୍ୟ ଥିବା ଆଉ କଛି ଶବ୍ଦ ଥିଲେ ଏଠାରେ ଜଣାଇବାକୁ ବିନୀତ ଅନୁରୋଧ ରହିଲା)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...