Saturday, February 17, 2018

●●●ଦୁର୍ଘଟଣା●●●

ସହରର ଗୋଟାଏ ଛୋଟ ଗଳି ରାସ୍ତାରେ
ଏକ କାର ଯାଉଥିଲା । ସେ ଗାଡି଼ ଆଗକୁ ସ୍କୁଲରୁ ଫେରୁଥିବା
ସାତ ଆଠ ଵର୍ଷର ଛୁଆଟେ ଭୂଲରେ ଆସିଯିବାରୁ  କ୍ଷତାକ୍ତ ହୋଇଗଲା । ଛୁଆର ମୁଣ୍ଡରୁ ଧାର ଧାର ରକ୍ତ ବୋହି ଯାଉଥାଏ । ପିଲାଟି କିଛି ସମୟ କାନ୍ଦି ଅଚେତ ହୋଇଗଲା । 

ଆଖପାଖର ଲୋକ ଘରିଗଲେ । ସବୁ ରାଗିଯାଇଥାନ୍ତି । ଏତେ ଛୋଟ ପିଲାର ଏଭଳି ଅଵସ୍ଥା ଦେଖିଲେ କିଏ ନ ରାଗିବ ଯେ....!
ଛୁଆର ମାଆ ବାପା ଵି ଆସିଗଲେଣି 
ଏତିକି ଵେଳେ କେହି ଜଣେ
କହି ପକେଇଲା 
“ଡ୍ରାଇଵରଟା କୁଆଡେ଼ ଗଲା ଵେ
ଧର ତାକୁ.....
ଆଉ ଜଣେ କହିଲା ମାର ମାର ତାକୁ...”

ଆମ ଦେଶର ଲୋକେ ବଡ଼ ଭାଵପ୍ରଵଣ  ।
ଅନ୍ୟାୟ ଦେଖିଲେ ଆମ ଲୋକଙ୍କୁ ଆଉ
ସତ-ମିଛ,ଭଲ-ଭେଲ କିଛି ଦିଶେନି ।

ତେଣୁ ଏହା ନିଶ୍ଚିତ ଯେ
ଏବେ ଯଦି ଵାହନଚାଳକ  ସେଠାରୁ ଖସି ପଳେଇଵାକୁ
ଉଦ୍ୟତ୍ତ ହୁଏ ତ ନିଶ୍ଚିତ କୁଟା ଖାଇବ ହିଁ ଖାଇବ ।

ସେ କ’ଣ ଭାଵିଲା କେଜାଣି,
ଆଗେଇ ଯାଇ
ରକ୍ତ ଜୁଡୁ଼ବୁଡୁ଼ ପିଲାଟିକୁ ଛାତିରେ ଲଗାଇ
ପିଠି ଆଉଁସି ଆଉଁସି କହିଲା-

“ବାପରେ ଧନରେ ....! ଓ ହୋ !
ଏ କ’ଣ ହେଇଗଲା ତୋର !!!!”

ଏଣେ ଲୋକଙ୍କ କ୍ରୋଧ କୁଆଡ଼େ ଉଭାନ ହୋଇଯାଇଥିଲା ।

ଛୁଆଟାର ମାଆ-ବାପା  କହୁଥାନ୍ତି
“ସେ କେତେ ଭଲ ଲୋକ ଦେଖ !
ଆଉ କେ ହେଇଥିଲେ କେବେଠୁଁ
ପଳାନ୍ତାଣି ନା......”

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...