Tuesday, February 27, 2018

ପାରସ୍ପରିକ ଭେଦଭାବ

ପାରସ୍ପରିକ ଭେଦଭାଵ କେଉଁ ଆଵାହମାନ କାଳରୁ ମାନଵ ଇତ୍ୟାଦିି ସମସ୍ତ ଜୀବମାନଙ୍କ ମଧ୍ୟରେ ଊଣା ଅଧିକେ ରହିଅଛି । ହନୁଦଳ ପାତିମାଙ୍କଡ଼କୁ ଦେଖି ଗୁରାଳି କରିବା ଆରମ୍ଭ କରିଦିଅନ୍ତି । କାଉଟେ ନିଜକୁ ଶ୍ରେଷ୍ଠ ମଣେ ନା କ’ଣ କେଜାଣି ନିଜ ଠାରୁ ହୀନ ମନେ କରି ବୋଧହୁଏ କୋଇଲି ଏବଂ ପେଚା ଆଦିଙ୍କୁ ଦେଖିବା ମାତ୍ରକେ ମାରି ଗୋଡେ଼ଇବାକୁ ଉଦ୍ୟତ ହୁଏ  । ବିଲୁଆଟିଏ ଗାଆଁ ଭିତରକୁ ଦୈଵାତ୍ ଚାଲି ଆସିଲେ କୁକୁର ଗୁଡା଼କୁ ତା’ ସହ୍ୟ ହୁଏନି ତେଣୁ ତାକୁ ଦୌଡେ଼ଇ ଦୌଡେ଼ଇ ଘଉଡା଼ଇ ଦିଅନ୍ତି । କୁକୁର ତ ହନୁ,ମାଙ୍କଡ଼ ଓ ଵିରାଡୀ଼ ଗୁଡା଼କୁ ମଧ୍ୟ ଦେଖିଲେ ତାଙ୍କ ପଛରେ
ପଡି଼ଯାନ୍ତି ।
ପୃଥିବୀର ତଥାକଥିତ ସର୍ଵଶ୍ରେଷ୍ଠ ଜୀଵ ବୋଲାଉଥିବା ମନୁଷ୍ୟ ମାନଙ୍କର ସମାଜରେ
“ପାରସ୍ପରିକ ଭେଦଭାବ” ସେମାନଙ୍କର ସାଂସ୍କୃତିକ, ଵାସ୍ତୁଵାଦୀ ଉନ୍ନତି ଭଳି ଚରମୋତ୍କର୍ଷ ଲାଭ କରିଛି ।

             :::ଧାର୍ମିକ ଭେଦଭାବ:::

ଦୁନିଆରେ ଗୁଡା଼ଏ ଧର୍ମ ଅଛି । ତହିଁର ଅନୁକରଣକାରୀ ନିଜକୁ ଶ୍ରେଷ୍ଠ ମଣି ଅନ୍ୟ ଧର୍ମ ର ଲୋକଙ୍କୁ କାଫେର୍ କୁହନ୍ତି, ମ୍ଲେଛ କହନ୍ତି, ସଇତାନ୍ ଡେମନ୍ କହନ୍ତି । ଆଜି ସଂସାରରେ ଏହି ଧରଣର ଭେଦଭାବ ଯୋଗୁଁ ଅନେକ  ଆତଙ୍କଵାଦୀ ସଂଗଠନ ଗଢି଼ ଉଠିଛି ଫଳରେ ସାରା ଜଗତ ସେମାନଙ୍କ ଉତ୍ପାତରେ ଆତଙ୍କିତ । ଭାରତରେ ଧାର୍ମିକ ଭେଦଭାବ ଘଟାଇ 1945ରେ ଏକ ବଡ଼ ଧରଣର ଦଙ୍ଗା ସୃଷ୍ଟି କରାଯାଇ କେମିତି ଏ ଦେଶର ବିଭାଜନ ହୋଇଥିଲା ତାହା ଆଜି ଇତିହାସର ଅନ୍ୟତମ କଳଙ୍କିତ ପୃଷ୍ଠା ମଧ୍ୟରେ ଅନ୍ୟତମ ହୋଇ ରହିଯାଇଛି । 

            :::ଜାତିଗତ ଭେଦଭାବ:::

ପୃଥିବୀର ପ୍ରାୟ ଅଧିକାଂଶ ଜନଜାତି ଓ ଧର୍ମରେ ଜାତିଗତ ଉଚ୍ଚ ନୀଚ ଭେଦଭାବ ଦେଖିବାକୁ ମିଳିଥାଏ । ସନାତନ ଧର୍ମର ପ୍ରାୟ ସମସ୍ତ ପନ୍ଥ ତଥା ଈସାଈ ମୁସ୍ଲିମ୍ ଧର୍ମରେ ଜାତିଭେଦ ସର୍ବାଧିକ ଦେଖିବାକୁ ମିଳିଥାଏ । ଆମଦେଶର ତଥାକଥିତ ଉଚ୍ଚ ଜାତୀୟ ଲୋକମାନେ ତହିଁଙ୍କ ଠାରୁ ଜାତିରେ ନିମ୍ନ ଵର୍ଗର ଲୋକଙ୍କୁ ହୀନ ମନେକରନ୍ତି । ଏପଟେ ସମାଜର ତଥାକଥିତ ନିମ୍ନଵର୍ଗର ଲୋକେ ମଧ୍ୟ ସେ ହୀନମନ୍ୟତାର ଯଥାସାଧ୍ୟ ଉତ୍ତର ଦିଅନ୍ତି ଉଚ୍ଚ ଜାତୀୟ ଲୋକଙ୍କୁ ବୈଦେଶିକ କହି😀😀 । ସେମାନଙ୍କ ଅନୁସାରେ ସେମାନେ କୁଆଡ଼େ ମୂଳନିଵାସୀ ଏବଂ ସନାତନ ଧର୍ମ ର ସବୁ ଦେଵାଦେଵୀ ତାଙ୍କ ପାଇଁ ଆତଙ୍କଵାଦୀ ତଥା ଏ ଦେଵତା ମାନଙ୍କୁ ପୂଜା କରୁଥିବା ଲୋକ ନିଶ୍ଚିତ ଭାବରେ ବିଦେଶୀ ।

       :::ଆଞ୍ଚଳିକ ଭେଦଭାବ:::

ପୃଥିବୀର ଗାଆଁ-ଗାଆଁ ମଧ୍ୟରେ,ଅଞ୍ଚଳ-ଅଞ୍ଚଳ ମଧ୍ୟରେ, ଜିଲ୍ଲା-ଜିଲ୍ଲା ମଧ୍ୟରେ,ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ମଧ୍ୟରେ ଥିବା ସଂସ୍କୃତି, ସଭ୍ୟତା,ଲୋକଚଳଣି ଓ ଅତୀତର କଳା ଐତିହାସିକ ଵିଵାଦ ଆଦି କେତେକ ମାନଵୀୟ ଵୈଚାରିକ ଉପାଦାନ  ଯୋଗୁଁ ଆଞ୍ଚଳିକ ଭେଦଭାବ ସୃଷ୍ଟି ହୋଇଥାଏ । ଆଞ୍ଚଳିକ ଭେଦଭାବ ଯୋଗୁଁ ଦୁନିଆରେ ସ୍ଥାନେ ସ୍ଥାନେ କଳିଗୋଳ ଅଦ୍ୟାବଧି ମଧ୍ୟ ଘଟିତ ହେଉଅଛି
ଓଡ଼ିଶାର ପୂର୍ବ ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଆଞ୍ଚଳିକ ଭେଦଭାବ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଏ ଆଞ୍ଚଳିକ ବୈଷାମ୍ୟର ଲାଭ ନେବାକୁ ଚାହୁଁଛନ୍ତି କିଛି ଖଳ-ସ୍ଵାର୍ଥୀ ପ୍ରକୃତିର ଲୋକ....

      :::ଭାଷାଗତ ଭେଦଭାବ:::

ଵିଶ୍ଵରେ ସହସ୍ରାଧିକ ମାନଵୀୟ ଭାଷା ଅଛି ।
ଯେତେ ସବୁ ଭାଷା ଅଛି ତାହା ସୃଷ୍ଟି କରାଯିବାର ମୂଳ ଉଦ୍ଦେଶ୍ୟ ଥିଲା ପାରସ୍ପରିକ ଭାବ ଆଦାନପ୍ରଦାନ କିନ୍ତୁ ସମୟ ସହ ମଣିଷ ସେହି ଭାଷାକୁ ଆଜି ପାରସ୍ପରିକ ଭେଦଭାବ ସୃଷ୍ଟିର ମାଧ୍ୟମ କରିଅଛି । ହିନ୍ଦୀ-ତାମିଳ ହେଉ କି ଇଂରାଜୀ-ଫ୍ରେଞ୍ଚ, ଏ ଭେଦଭାବ ଊଣା ଅଧିକେ ଦୁନିଆରେ ସର୍ବତ୍ର ଵିଦ୍ୟମାନ । ଏକଦା ଓଡ଼ିଆ ଵିଦ୍ଵେଷୀ କିଛି ବଙ୍ଗଳି ମାନେ ଯେମିତି
ଓଡ଼ିଆ ଏକ୍ ସ୍ଵତନ୍ତ୍ର ଭାଷା ନୋୟ ନାମକ ପୁସ୍ତକ ପ୍ରକାଶିତ କରି ଆମ ଭାଷାକୁ ମାରିଦେବାକୁ ଚେଷ୍ଟା କରିଥିଲେ ସେ ଇତିହାସ ସମସ୍ତ ସ୍ଵାଭିମାନୀ ଓଡ଼ିଆ ନିଶ୍ଚିତ ଜାଣିଥିବେ ।

:::ବୟସ ,ଶରୀରଉଚ୍ଚତା ତଥା ଆକାର ଓ ଲିଙ୍ଗଜନିତ ଭେଦଭାବ:::
ଏତେ ସବୁ ଭେଦ ଦେଖିଲାପରେ ମଧ୍ଯ ମନୁଷ୍ୟ ମାନେ ଘୃଣାରୂପି ବିଷ ଆସ୍ଵାଦନ ହେତୁ ଏତେ ତୃଷାତୁର ଥିଲେ ଯେ ନିଜ ନିଜ ମଧ୍ୟରେ ଆୟୁ,ଶରୀର ଆକାର ଓ ଦୈର୍ଘ୍ୟ ଏବଂ ପୁରୁଷ-ସ୍ତ୍ରୀ ଭେଦଭାବ ଦେଖିବାକୁ ଲାଗିଲେ ।
ଫଳରେ ପତଳା ଲୋକକୁ ହଡା଼ ଖଡା଼ କହି ଚିଡେଇଲେ,ମୋଟା ଲୋକକୁ ଫୁଟବଲ ଠାରୁ ପାହାଡ଼ ଯାଏଁ କହି ଅପମାନିତ କରାଗଲା । ଆଜିର କଳୁଷିତ ସମାଜରେ ତେଣୁ ଜଣେ କମ୍ ଉଚ୍ଚ ବିଶିଷ୍ଟ ଲୋକକୁ ଦେଢଫୁଟିଆ,ଗେଡା଼ ଆଦି କହି ଅପମାନିତ କରାଯାଉଛି ପୁଣି ଯଦି କିଏ ଉଚ୍ଚ ହୋଇଗଲା ତାକୁ ଜିରାଫ ନାଆଁ ଦେଇ ଦିଆଯାଉଛି । ମାନବସମାଜରେ ନାରୀପୁରୁଷ ଭେଦଭାବ ମଧ୍ୟ କିଛି କମ୍ ନାହିଁ । ଆଜି ବି ଦୁନିଆରେ ଅନେକ ଅଞ୍ଚଳ ଅଛି ଯେଉଁଠି କି ନାରୀକୁ ଦୁର୍ବଳା,ଅବଳା ଓ ସମାଜ ଅହିତକାରିଣୀ ମାନାଯାଏ । ଝିଅଟିଏ ଜନ୍ମ ହେଲା କ୍ଷଣି ତାକୁ ମାରିଦେବା ସମାଜରେ ଲିଙ୍ଗଜନିତ ଭେଦଭାବ କୁ ସ୍ପଷ୍ଟ ଭାବରେ ଦର୍ଶାଇ ଥାଏ । ଏଣେ ଭାରତୀୟ ଦଣ୍ଡଵିଧାନ ନିୟମରେ କିନ୍ତୁ ମହିଳା ମାନଙ୍କୁ ଭଲ ଲାଭ ମିଳିଥାଏ । ଏଭଳି ଆଇନଗତ ପକ୍ଷପାତିତା ଯୋଗୁଁ ବେଳେବେଳେ ସଚ୍ଚୋଟ ପୁରୁଷ ମାନେ
ଆଇନ ହାତରେ ଅକାରଣରେ ଦଣ୍ଡିତ ହୋଇ ଟାରାଵରଣ କରିବାକୁ ଵାଧ୍ୟ ହୁଅନ୍ତି ।

ତେବେ ସମାଜରେ ଘୃଣା,ଦ୍ଵେଷ ଓ ହିଂସା ଯୋଗୁଁ ସୃଷ୍ଟ ଏତେ ସବୁ ଭେଦଭାବ ସତ୍ତ୍ବେ
ଏ ପୃଥିବୀ ତଥାପି ବଞ୍ଚି ରହିଛି
ମଣିଷ ମାନଙ୍କ ମର୍କଟାମୀ ଯୋଗୁଁ ଧ୍ବଂସ ପାଇଯାଇନାହିଁ ।
କିନ୍ତୁ କେମିତି....?
ବୋଧହୁଏ ନକାରାତ୍ମକ ଶକ୍ତି ମାନଙ୍କ ବିରୋଧରେ
ସ୍ନେହ, ପ୍ରେମ,ମମତା ଓ ମାନଵଵାଦ ଆଦି ସକାରାତ୍ମକ ଶକ୍ତି ଗୁଡ଼ିକର ମସିଯୁଦ୍ଧ ଯୋଗୁଁ
ହିଁ ଏ ପୃଥିବୀ ବଞ୍ଚି ରହିଛି ବୋଲି ମୁଁ ଅନୁଭବ କରୁଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...