Wednesday, April 18, 2018

ଡାମରାକୁଆ ଆଉ ପାଣିକୁଆ କଥା


ଡାମରାକୁଆ ଓ ପାଣିକୁଆ ଦି ସାଙ୍ଗ । ଦିହିଙ୍କ ଭିତରେ ପାଣି ଗଳେ ନାହିଁ । ପାଣିକୁଆ ବେଳେ ବେଳେ ଆସି ଡାମରାକୁଆ ଘରେ ରହେ  । ଡାମରାକୁଆ ଟା ଵି ପାଣିକୁଆ ଘରେ କୁଣିଆ ହୁଏ । ଡାମରାକୁଆ ଟିକିଏ ଖଳପ୍ରକୃତିର । ପରଛିଦ୍ର ଖୋଜିବୁଲେ । ଦୋଷ ନଥିଲେ କୁଆଡୁ଼ ହେଲେ ଗୁଟାଏ ଦୋଷ ବାହର କରେ । ତିଳ ପରମାଣ ଦୋଷକୁ ତାଳ ପରି କରେ କିଛି ଦୋଷ କାଢି ନପାରିଲେ ତା ମନ କଷ୍ଟ ହୁଏ ।

ଦିନେ ଡାମରାକୁଆ ପାଣିକୁଆ ଘରେ ଯାଇ ପହଞ୍ଚିଲା । କେତେ ଦିନର ସାଙ୍ଗ କେତେଦିନ ପରେ ଆସିଚନ୍ତି । ପାଣିକୁଆ ବଡ଼ ଆଦର ସନମାନ କଲା ।  ଚେଙ୍ଗ,ବେଙ୍ଗ,ଗେଣ୍ଡା,କଙ୍କଡ଼ା,କୋଚିଆ କେତେ କିୟଣ ଯୋଗାଡ଼ କରି ଖାଇବାକୁ ଦେଲା ।
ଡାମରାକୁଆ ତା ଘରେ ରହୁ ରହୁ କିଛି ଦିନ ରହିଗଲା । କିସ ଗୁଟାଏ ଦୋଷ ଖୋଜି ବୁଲୁଥାଏ । ଜିରାରେ ଶିରା ନାହିଁ କି ଛେନାରେ ଚୋପା ନାହିଁ,କେନ୍ତା- କିରା ଟା ଆଉ ବାହାର କରିବ ?
ଡାମରା ଏନ୍ତା ଭାବନାରେ ଥାଏ ।
ବିଦାବେଳ ହେଲା,ଡାମରାକୁଆ ଯାଉ ଯାଉ ବନ୍ଧୁ କୁ ବୋଇଲା
ଖିଆପିଆ ଆଦର ସନମାନ ତମର କଉଥିରେ ଊଣା ନାଇଁ,ତମ ମୁଲକରେ ସବୁ ଭଅଲ, ହେଲେ ଖାଲି ଗୁଟାଏ ଦୋଷ .....
ମୁହଁ ବୁଡେ଼ଇ ଲାଞ୍ଜ ଉପରକୁ ଟେକି ତେମେ ଯୋଉ ମାଛ ଖାଉଛ....ନା....😀😀😀😀

ସେଇଦିନଠୁଁ କଥା ଅଛି -

“ପାଣିକୁଆ ରାଇଜକୁ
                ଡାଳିକୁଆ ଗଲା ।
ଗଲା ଅଇଲା ବେଳକୁ
               ମନେଁ ରହିଲା ।”

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...