Sunday, April 15, 2018

ବିଲେଇ ଠୁଁ ବାଘୁଣୀ ଯାଏଁ.....

ବିଲେଇ ବାଘୁଣୀ ର ବଡ଼ ଭଉଣୀ ଥିଲା ।ସେମାନେ ଏକତ୍ର ଜଙ୍ଗଲରେ ରହନ୍ତି ଚରାବୁଲା କରନ୍ତି । ଶରୀର ଅନୁସାରେ ସିନା ବିଲେଇ ବାଘୁଣୀ ଠାରୁ ଅଧିକ ଦୂର୍ବଳ ଥିଲା ହେଲେ ଶିକାର କରିବା ଠାରୁ ଲଢେ଼ଇ କରିବା ଯାଏଁ ଯେତେକ କଳା କୌଶଳ ସବୁ ବିଲେଇକୁ ଜଣାଥିଲା । ଦିନେ ବାଘୁଣୀ ତା ବଡ଼ ଭଉଣୀ ବିଲେଇକୁ କହିଲା
ମୋତେ ଶିକାର ର କଳାକୌଶଳ ଶିଖାଇ ଦିଅନ୍ତୁ ନି ମୁଁ ବି ଶିକାର କରି ମୋ ପେଟ ପୋଷିବି ।
ବିଲେଇ କହିଲା–“ତୁ ହୁଣ୍ଡି କାହାକୁ ମାରିବୁଧରିବୁ ତୋତେ କୋଉ ବିଶ୍ଵାସ ଲୋ !"

ବାଘୁଣୀ କହିଲା–“ନାଇଁ ମଁ ନାନୀ ମୁଁ କାହିଁକି କାହାକୁ ହଇରାଣ କରିବି ମୁଁ ମୋ ବାଟରେ ଚଳିବି,କାହାର କିଛି ଅନିଷ୍ଟ କରିବିନି ।”

ବିଲେଇ ବା ବାଘୁଣୀ ପେଟକଥା କାହୁଁ ଜାଣିବ
ସେ ତାକୁ କେତେକ ଶିକାର କୌଶଳ ଶିଖାଇ ଦେଲା ।
ବାଘୁଣୀ ସବୁ କଳ କଉଶଳରେ ପ୍ରବୀଣ ହେଲା ଉତ୍ତାରୁ ଦିନେ କୌତୁହଳ ଵଶତଃ ବିଲେଇକୁ ମାରିବାକୁ ଗୋଡେ଼ଇଲା ।
ବିଲେଇ ବିଚାରି ଦେଖିଲା ଆଉ ରକ୍ଷା ନାହିଁ ।
ଜୀବନ ବିକଳରେ ସେ ଗୋଟାଏ ବଡ଼ ଗଛ ଉପରକୁ ଚଢିଗଲା ।

ବାଘୁଣୀ ଗଛ ତଳେ ଛିଡା଼ ହେଇ କେତେ ହାଣ୍ଟୁରି ହେଲା, ଗଛରେ ଚଢିବାକୁ ଚେଷ୍ଟା କରି ବିଫଳ ହେଇ ଶେଷକୁ ଜଙ୍ଗଲ ଭିତରକୁ ବାହୁଡି଼ ଗଲା ।
ବିଲେଇ ବାଘୁଣୀ ଗଲାରୁ ଦୀର୍ଘ ନିଃଶ୍ୱାସ ଟେ ପକାଇ କହିଲା- ଯା ହେଉ ଗଛ ଚଢା଼ କୌଶଳ ଟା ଶାଖାଇ ନଥିଲି ବୋଲି ବଝିଗଲି ନହିଲେ ଏଇଲାଗେ ଅଳ୍ପକେ ପ୍ରାଣବାୟୁ ଉଡି଼ଯାଇଥାନ୍ତା ।
ବିଲେଇ ଆଉ ଘଞ୍ଚଜଙ୍ଗଲରେ ନରହି ଛୋଟ ବୁଦା ଆଦିରେ ଗାତ ଖୋଳି ରହିବାକୁ ଲାଗିଲା ।
ଯୁଗ ଯୁଗ ଧରି ତା ବଂଶର ଜୀବ ସଂସାରର ବିଭିନ୍ନ ସ୍ଥାନକୁ ଯାଇ ରହିଛନ୍ତି ଓ  ଧୀରେ ଧୀରେ ତା' ଠାରୁ କେତେ ପ୍ରକାର ର ନୂଆ ଜାତିର ଜୀବ ସୃଷ୍ଟି ହୋଇଛନ୍ତି । ଶେଷରେ ଏ ବିଲେଇ ମଣିଷ ସମାଜରେ ଆସି ରହିବା ଆରମ୍ଭ କରିଛି ଆଉ
ମନୁଷ୍ୟ ର ଆଦିମିତ୍ର ଶ୍ଵାନପରି ଆଦର ଲାଭ କରିଅଛି ।
ବିଲେଇ ବାଘୁଣୀ ର ଏ କଥା କାଳ୍ପନିକ ହୋଇପାରେ କିନ୍ତୁ ଏକଥା ଶହେ ଗଣା ସତ ଯେ ବାଘ,ସିଂହ, ଚିତାବାଘ, ହେଟାବାଘ ଆଦି ଯେତେ ସବୁ ବିଲେଇ ପରି ଜୀବ ଅଛନ୍ତି ସେମାନଙ୍କୁ ସାମୁହିକ ଭାବେ ସାଧାରଣତଃ cat family ର ସଦସ୍ୟ ହିଁ କୁହାଯାଇଥାଏ ।

ବିଲେଇ ପରିବାରର ଵୈଜ୍ଞାନିକ ନାମ ରଖାଯାଇଛି Felidae ।
ଏହି Felidae କୁ ଚାରୋଟି ଉପପରିବାରରେ ବଣ୍ଟାଯାଇଛି
i.Pantherinae
ii.Felinae
iii.†Machairodontinae
iv.†Proailurinae
ଏହି ଚାରୋଟି ଉପପରିବାର ମଧ୍ୟରୁ
†Machairodontinae ଓ
†Proailurinae ଉପରିବାରର ସଦସ୍ୟ ମାନେ ବିଲୁପ୍ତ ହୋଇସାରିଛନ୍ତି ।

★Pantherine ଉପପରିବାର★
ଏହି ଉପରିବାରର ଜୀଵଙ୍କୁ
ଦୁଇଟି ମୁଖ୍ୟ ପ୍ରଜାତିରେ ବିଭକ୍ତ କରାଯାଇଛି

◆A.Panther
◆B.Neofelis

●1.ପ୍ରଜାତି→Panthera
୧.Tiger(P. tigris)
୨.Lion(P. leo)
୩.Jaguar(P. onca)
୪.Leopard(P. pardus)
୫.Snow leopard(P. uncia)
୬.†Longdan tiger(P. zdanskyi)

●2.ପ୍ରଜାତି→Neofelis
୧.Clouded leopard(N. nebulosa)
୨.Sunda clouded leopard(N. diardi)

★Felinae ଉପପରିବାର★
Felinae ଉପପରିବାରକୁ 15ଟି ବିଭିନ୍ନ ପ୍ରଜାତିରେ ଵିଭକ୍ତ କରାଯାଇଛି ତନ୍ମଧ୍ୟରୁ ତିନୋଟି ପ୍ରଜାତି ବିଲୁପ୍ତ ହୋଇସାରିଛନ୍ତି ।

୧.Acinonyx
୨.Caracal
୩.Catopuma
୪.Felis
୫.Herpailurus
୬.Leopardus
୭.Leptailurus
୮.Lynx
9.†Miracinonyx
୧୦.Otocolobus
୧୧.Pardofelis
୧୨.†Pratifelis
୧୩.†Pristifelis
୧୪.Prionailurus
୧୫.Puma

●1.Acinonyx
Acinonyx aicha†
Acinonyx intermedius†
Acinonyx jubatus(cheetah)
Acinonyx pardinensis†(giant cheetah)

●2.Caracal
୧.Caracal aurata (African golden cat)
୨.Caracal caracal(caracal)

●3.Catopuma
୧.Catopuma badia  (bay cat,Catopuma)
୨.Catopuma temminckii
(Asian golden cat)

●4.Felis
୧.Felis bieti(Chinese mountain
cat)
୨.Felis catus (domestic cat-ଗୃହପାଳିତ)
୩.Felis chaus (jungle cat)
୪.Felis lunensis(Martelli's cat)
୫.Felis margarita (sand cat)
୬.Felis nigripes(black-footed cat)
୭.Felis silvestris(wildcat)

●5.Herpailurus
୧.Herpailurus yagouaroundi (jaguarundi)

●6.Leopardus
୧.Leopardus braccatus(pantanal cat)
୨.Leopardus colocolo(colocolo)
୩.Leopardus geoffroyi
(Geoffroy's cat)
୪.Leopardus guigna (kodkod)
୫.Leopardus guttulus(southern tiger cat)
୬.Leopardus jacobitus(Andean
mountain cat)
୭.Leopardus pajeros (pampas cat)
୮.Leopardus pardalis(ocelot)
୯.Leopardus tigrinus(oncilla)
୧୦.Leopardus wiedii(margay)

●7.Leptailurus (Leptailurus)
୧.Leptailurus serval

●8.Lynx
୧.Lynx canadensis (Canadian lynx)
୨.Lynx lynx Linnaeus (Eurasian lynx)
୩.Lynx pardinus( Iberian lynx)
4.Lynx rufus ( bobcat)

●9.†Miracinonyx
୧.†Miracinonyx trumani
୨.†Miracinonyx inexpectatus
୩.†Miracinonyx studeri

●10.Otocolobus
Otocolobus manul( Pallas's cat)

●11.Pardofelis
୧.Pardofelis marmorata(marbled cat)

●12.†Pratifelis
୧.†Pratifelis martini

●13.†Pristifelis
Felis attica†

●14.Prionailurus
୧.Prionailurus bengalensis(leopard cat)
୨.Prionailurus bengalensis iriomotensis(Iriomote cat)
୩.Prionailurus planiceps(headed cat)
୪.Prionailurus rubiginosus(rusty-spotted cat)
୫.Prionailurus viverrinus(fishing cat)

●15.Puma
୧.Puma concolor (cougar)

ତେଣୁ ବିଲେଇ ଜାତୀୟ ଜୀବ ଗୋଟିଏ ପରିବାରର ହୋଇଥିଲେ ହେଁ ବାଘ ଓ ବିଲେଇ ପ୍ରଜାତିକୁ  ଭିନ୍ନ ଭିନ୍ନ ପ୍ରଜାତି ଓ ଉପପରିବାରରେ ବଣ୍ଟାଯାଇଛି । ବାଘ Pantherinae ଉପରିବାରର panthera ପ୍ରଜାତିର ହୋଇଥିଲା ବେଳେ ବିଲେଇ Felinae ଉପରିବାରର Felis ପ୍ରଜାତି ଅନ୍ତର୍ଗତ Felis catus ନାମଧାରୀ ଏକ ଗୃହପାଳିତ ପଶୁ ଵିଶେଷ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...