Wednesday, April 18, 2018

*ରଣା ଡେଇଁ ନ ପାରିବ ପାଟ ଅଗଣା*

ରଣାସାପର ଆଗେ ଭାରି ଵିଷ ଥିଲା ।  ରଣା ଯାହାକୁ ଚୋଟେ ମାରୁଥିଲା ସେ ଗୋଟେ ଅଗଣା ଡେଇଁ ପାରୁନଥିଲା । ସେଇଠି ଟଳି ପଡୁଥିଲା । ଆଗେ ଏତେ ସାପଙ୍କର ଵିଷ ନଥିଲା । ରଣା ସାପଙ୍କର ରଜା ଥିଲା କହିଲେ ଚଳେ । 
ଦିନକର କଥା,ଗୋଟେ ଟୋକା ଗାଈ ଜଗିଥାଏ ।
ହୁଙ୍କା ପାଖ ଦେଇ ଯାଉଥିବା ବେଳେ ରଣା ତାକୁ ଚୋଟାଏ ଦେଲା । ଏକା ଚୋଟକେ ଟୋକାର ପ୍ରାଣଵାୟୁ ଉଡି଼ଗଲା । ସେ ତ ସହଜେ ଵୈଶାଖ ମାସ । ଦିନଯାକ କାଳଵୈଶାଖୀ ପଵନ ବହୁଥାଏ । ଟୋକା ହାତରେ ଗୋଟାଏ ବଇଁଶୀ ଥିଲା ପଵନ ହେଲେ ତାହା ବାଜି ଉଠୁଥିଲା ।
ବଇଁଶୀ ବାଜିଲାରୁ ରଣା ମନେ ମନେ ଭାଳିଲା
ତା ଵିଷରେ ବୋଧେ ପିଲାଟା ମଲା ନାଇଁ ।
ସେ ହୁଙ୍କା ରୁ ବାହାରି ଆସି ସୁଁ ସୁଁ ହେଇ କହିବାକୁ ଲାଗିଲା “ମୋ ପ୍ରତାପ ଜାଣିନୁ କିବେ ? ଦେଖିବୁ ଏଇଁଲେ ?

ୟା ବୋଲି ଟୋକା ଉପରେ ଚୋଟ ପରେ ଚୋଟ ମାରିବାକୁ ଲାଗିଲା ।  ହେଲେ ବଂଶୀ ତଥାପି ବାଜୁଥାଏ । ରଣା ଆହୁରି ରାଗିଗଲା । ସେ ତା'ର ଯେତେ ଵିଷ ଥିଲା ସବୁ ସେ ମଲା ଟୋକା ଦିହରେ ଗାଳି ପକାଇଲା । ଅନ୍ୟ ସାପମାନେ ୟା ଦେଖି ଟିକିଏ ଟିକିଏ ଵିଷ ନେଇ ଆପଣା ଦାନ୍ତରେ ଛଞ୍ଚି ରଖିଲେ । ହେଲେ ରଣାର ଆଉ ମୋଟେ ଵିଷ ରହିଲା ନାଇଁ । ସେଟା ଶେଷକୁ ଗୁଟେ ଚିତ୍ର ଧାମଣା ହୋଇଗଲା । ତା ପ୍ରତି ଏବେ କାହାର ଖାତିରି ନାଇଁ ।

“ଅତି ରାଗିଲେ ଆପଣା ଧନ ସରେ
ମହତ ସରେ .. ....କେହି ନ ଡରେ”

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...