ଦିପହରିଆ ଖାଦ୍ୟ ଖାଇନଥିବା ହେତୁରୁ
ଶଶୁର ବୁଢା଼କୁ ଭାରୀ ଭୋକ ଲାଗୁଥିଲା  । ବୋହୂ କୁ ଯାଇ ବୁଢା଼ଟା କହିଲା-
“ଝୁଅ ଲୋ ! 
କିଛି ଖାଇବା ବଳିଥିଲେ ଆଣନ୍ତୁନି ଭାରି ଭୋକ ଲାଗୁଛି !”
ବୋହୂ ଏଣେ ସାର୍ଥକ ଚ୍ୟାନେଲ ର ଅଣଓଡ଼ିଆ ସଂସ୍କୃତି ପ୍ରେରିତ ଭଵ୍ୟ ଧାରାଵାହିକ ଦେଖିବାରେ ଵ୍ୟସ୍ତ । 
ଶଶୁର ବୁଢା଼ଟା କଥା ଶୁଣିବା କ୍ଷଣି ବୋହୂ ଏକାବେଳକେ ଚିଡି଼ଯାଇ କହିଲା-ଏଇ ଦଶୁଟା ବେଳେ ପରା ଅଧଲିଟରେ କ୍ଷୀର ଓ ନଡି଼ଆ କୋରା ମିଶେଇ ଚୂଡା଼କଷା ଖାଇଥିଲେ ଯେ ଝଡି଼ନାହିଁ ବୋଲି ଭାତ ଖାଇବନି ବୋଲି କହୁଥିଲେ ! ପୁଣି ଭୋକ ଲାଗିଗଲା ?”
ବୋହୂ ଗୁରାଳି ଶୁଣି ବୁଢା଼ଟା ଆଉ କିଛି ନକହି ଚୁପ୍ ହେଇ ଯାଇ ଆପଣା ରୁମ୍ ରେ ଶୋଇଲା । ଆଉ ଵା କଣ କରିପାରିବ ? 
କମଳି ଦେଖେ ଡାଇନିଂ ଟେବୁଲ ଉପରେ କେତେ କଦଳୀ ସେଓ କମଳା ଅଙ୍ଗୁର ସଜା ହେଇ ରହୁଛି । ଘରର ଲୋକ ପିଲାଝିଲା କାଁ ଭାଁ କେବେ କେତେବେଳେ ଗୋଟେ-ଅଧେ ଖଣ୍ଡେ-ଫାଳେ ତହିଁ ରୁ ଖାଉଥିବେ କି ନାହିଁ ବାକି ତ ଡଷ୍ଟଵିନ୍ ରେ ଫିଙ୍ଗାଯାଏ ଯାହା । 
କମଳି କଣ୍ କରେ ନା ସେଇଠୁ ଗୋଟାଏ ଗୋଟାଏ ଫଳ ନେଇ ବୁଢା଼ ପାଇଁ 
ଚୂଡା଼ଗୁଣ୍ଡ ସହ ମିଶେଇ ଖାଇବାକୁ ଦିଏ । 
ଧିରେ ଧିରେ ବୁଢା଼ର ସ୍ଵାସ୍ଥ୍ୟରେ ଅନେକ ଉନ୍ନତି ଦେଖିବାକୁ ମିଳିଲା । 
ତେବେ
ବେଳେ ବେଳେ ବୁଢ଼ା ର ନାତି ନାତୁଣୀ ତାକୁ ଏସବୁ ଖାଉଥିବାର ଦେଖିଲେ ଜେଜେଙ୍କ ଆଇକ୍ୟୁ କମ୍ ଥିବା ଆକଳନ କରିନିଅନ୍ତି । 
କମଳି ଭାବେ ବୁଢା଼କୁ ତା’ର ଏ ବୃଦ୍ଧଵୟସରେ ଖାଇବାକୁ ଦେଇ କିଛି ପୁଣ୍ୟ ମିଳିଯିବ । 
ବୋହୂ ଭାବିଲା 
ବୁଢା଼ଟା ଏକାଥରକେ ସାବାଡ଼ ହେଇଗଲା ନା କିୟଣ  । କାଇଁ ଆଉ ତ ଖାଇବା କଥା କେବେ କହିବାକୁ ଆଉନି  ! 
ପୁଅ ମାସେ ଭିତରେ ବାପାଙ୍କ ସ୍ଵାସ୍ଥ୍ୟଗତ ଉନ୍ନତି ଦେଖି ଏସବୁର ଶ୍ରେୟ ମନେ ମନେ ତାଙ୍କ ପତ୍ନୀକୁ ଦେଇ ସାରିଥାଏ । ଯା’ ହେଉ ମୋ ସ୍ତ୍ରୀ ଟା ସତରେ ବଡ଼ ଲକ୍ଷ୍ମୀମନ୍ତିଆଣୀ !
ବୁଢା ଭାବେ.....
ବୁଢା ଆଉ ଭାବିବ କିସ 
ଜୀବନରେ ସବୁ ତ ଦେଖିଲାଣି 
ଖାଲି ଯାହା ମରଣକୁ ଅପେକ୍ଷା କରିକରି ଦିନ କାଟିଦବା କଥା .....
(ଏକ ହିନ୍ଦୀ କ୍ଷୁଦ୍ରଗଳ୍ପ ରୁ ପ୍ରେରିତ)
No comments:
Post a Comment