ସାବାଳକ ଶବ୍ଦଟି ଏକ ଵୈଦେଶିକ ଆରଵୀୟ ଶବ୍ଦର ଭାରତୀୟକରଣ ବୋଲି ଅଧିକାଂଶ ଭାଷାଵିଦ ମତଵ୍ୟକ୍ତ କରିଥାନ୍ତି । ଏହାର ମୂଳ ଏକ ଆରଵୀୟ ଶବ୍ଦ بالغ  (bāliḡ) । ଆରବରୁ ଅନୁକୃତ ହୋଇ ଏହା ଵିଭିନ୍ନ ଭାରତୀୟ ଭାଷାରେ ଚଳୁଥିବା କୁହାଯାଇଥାଏ । ଏହି ବାଲିଗ୍ ଶବ୍ଦର ମୂଳ ଏକ ପ୍ରାଚୀନ ଆରଵୀୟ ଶବ୍ଦ   ب ل غ(balaḡa) 
ଯାହାର ଅର୍ଥ–come to(ଉତ୍ତରାଧିକାରରେ ପ୍ରାପ୍ତ କରିବା),to arrive (ପ୍ରାପ୍ତ କରିବା,ପ୍ରାପ୍ତ ଵୟସ୍କ ହେବା),to reach(ପାଇବା,ବଢିବା,ପହଞ୍ଚିବା) ଇତ୍ୟାଦି । 
କେତେକ ସଂସ୍କୃତ ପଣ୍ଡିତ ଏ ଶବ୍ଦ ସହ ବାଳକ ଶବ୍ଦର ସାମଜସ୍ୟଜତା ଥିବା ଦେଖି ଏହାକୁ ମୂଳ ଭାରତୀୟ ଶବ୍ଦ ବୋଲି ଭ୍ରାନ୍ତ ଧାରଣା କରିଥାନ୍ତି । କେତେକ ଇରାନୀୟ ଭାଷାଵିଦ ମାନେ ସୁଦ୍ଧା ଏ ଶବ୍ଦକୁ ଆପଣାର ବୋଲି ଦାବି ଜଣାଇ ସାରିଛନ୍ତି । ବାଲିଗ୍ ଶବ୍ଦର ବିପରୀତାର୍ଥକ ପ୍ରତିଶବ୍ଦ ହେଉଛି ନାବାଲିଗ୍ । ଏହାର ଓଡ଼ିଆକରଣ କରି ଆମ ଭାଷାରେ ଚଳୁଅଛି ଶବ୍ଦଟିଏ ନାଵାଳକ । ତେବେ ନାଵାଳକ ଶବ୍ଦକୁ କେହି ଯଦି ଭାଷାଭିତ୍ତିକ  ପୋଷ୍ଟମର୍ଟମ୍ କରେ ତେବେ ଗୋଲକଧନ୍ଦାରେ ପଡି଼ବ । ହୁଏତ ସେ ସେତେବେଳେ ଏ ଶବ୍ଦର ଅଙ୍ଗ ଵ୍ୟେଵଛେଦ 
କରି ଦେଖିବ→ନା+ବାଳକ=ନାବାଳକ(ଅର୍ଥାତ୍ ଯେ ବାଳକ ନୁହେଁ 😀😀😀) । ବାସ୍ ଏଇଠେଁ ହିଁ ଧରାପଡିଗଲା ଯେ ଏ ଶବ୍ଦଟି ଆମର ନୁହେଁ । ତେବେ ଏଠାରେ ପ୍ରଶ୍ନ ଥିଲା - ସାବାଳକ ଶବ୍ଦର ସ୍ତ୍ରୀଵାଚକ ରୂପ କଣ୍ ହେବ ? 
ଯଦି ଆରବୀୟ ସାବାଲିଗ୍ ଶବ୍ଦ କଥା ପଚାରୁଛନ୍ତି ତେବେ ତହିଁର ସ୍ତ୍ରୀଵାଚକ ରୂପ ହେବ ସାବାଲଗୀ ଏବଂ ଓଡ଼ିଆ ଶୈଳୀରେ ଏ ଶବ୍ଦ ସାବାଳକୀ ହୋଇ ପାରିବ । 
ସେହିପରି ନାବାଲିଗ୍ ଶବ୍ଦର ସ୍ତ୍ରୀଵାଚକ ରୂପ
ହେବ ନାବାଲିଗା ଯାହାର ଓଡ଼ିଆ ହୋଇପାରିବ 
ନାବାଳିକା ।
ବେଳେ ବେଳେ ଵିଭିନ୍ନ ଭାଷାରୁ ଶବ୍ଦ ନେଲାବେଳେ ଦେଶଜ ଭାଷାର ଶୈଳୀ ଅନୁସାରେ ତହିଁର କେତେକ ଦେଶୀୟ ପରିଵର୍ତ୍ତନ ଘଟିଥାଏ । ଉଦାହରଣ ସ୍ୱରୂପ ୟୁରୋପ Europe ଶବ୍ଦ ଓଡ଼ିଆ ଭାଷାରେ ଆସି ପ୍ରଥମେ ପ୍ରଥମେ ଇଉରୋପ ଲେଖାଯାଉଥିଲା ଏବଂ ଏବେ ମଧ୍ୟ ଓଡ଼ିଆଭାଷାରେ ଏହି ଶବ୍ଦଟିର ବହୁଳ ପ୍ରଚଳନ ଥିବା ଦେଖାଯାଏ । 
ଓଡ଼ିଆ ଭାଷାରେ ଯେହେତୁ ସାବାଳକ, ସାବାଳିକା ଶବ୍ଦର ପ୍ରଚଳନ ହୋଇସାରିଛି ତେଣୁ ଏହାକୁ ହଟାତ୍ ଉଠେଇ ଦେବା ମଧ୍ଯ ଅନୁଚିତ ହେବ । ତେବେ ସୁଧିଜନେ ସାବାଳକ, ସାବାଳିକା, ନାବାଳକ, ନାବାଳିକା ଆଦି ଶବ୍ଦ ଵିଷୟରେ ଜାଣି ତହିଁର ଵୈଦେଶିକ ରୂପ ଵ୍ୟଵହାର କରିବେ କି ନାହିଁ ସେଥିପାଇଁ ସେମାନେ ସର୍ଵଥା ସ୍ଵତନ୍ତ୍ର ବୋଲି ଏ ଅକିଞ୍ଚନ ର ମତ ।
Wednesday, April 18, 2018
ସାବାଳକ, ସାବାଳିକା, ନାବାଳକ, ନାବାଳିକା
Subscribe to:
Post Comments (Atom)
•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...
- 
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
 - 
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
 - 
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
 
No comments:
Post a Comment