Saturday, April 28, 2018

◆ଔର୍ଟ୍ କ୍ଲାଉଡ୍ ଵା ଔର୍ଟ୍ ଵାଦଲ::ସୌରମଣ୍ଡଳର ସବୁଠାରୁ ଦୂରବର୍ତ୍ତୀ କ୍ଷେତ୍ର◆

ଔର୍ଟ୍ ଵାଦଲ ଵା ଔର୍ଟ୍ କ୍ଲାଉଡ୍ ଏକ ଗୋଲାକାର ଆକୃତିର ଧୂମକେତୁର  ବାଦଲ ଅଟେ ଏବଂ ଏହା ସୂର୍ଯ୍ୟ ଠାରୁ ପ୍ରାୟ ୧ ଆଲୋକଵର୍ଷ ଦୂରରେ ଆମ ସୌରମଣ୍ଡଳକୁ ବେଢି଼ ରହିଛି । ଏଥିରେ କୋଟି କୋଟି ସଂଖ୍ୟାରେ ଧୂମକେତୁ ଥିବା ଵୈଜ୍ଞାନିକ ମାନେ କୁହନ୍ତି । ଆଧୁନିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଆଲୋକ ଵର୍ଷ =50000 ଖଗୋଳୀୟ ଏକକ ଯେତିକି ଅଟେ ଏବଂ ପୃଥିବୀ ଠାରୁ ସୂର୍ଯ୍ୟ ର ଦୂରତାକୁ ଏକ ଖଗୋଳୀୟ ଏକକ ଧରାଯାଇଛି) । ଅର୍ଥାତ୍ ଔର୍ଟ୍ ବାଦଲ ସୂର୍ଯ୍ୟ ଠାରୁ ପୃଥିବୀର ଦୂରତାଠାରୁ ପଚଶ ହଜାର ଗୁଣା ଅଧିକ ଦୂର ସ୍ଥାନରେ ଅଛି । ଏଣୁ ଔର୍ଟ୍ ବାଦଲ ସୌରମଣ୍ଡଳ ର ସବୁଠାରୁ ଦୂରଵର୍ତ୍ତୀ କ୍ଷେତ୍ର ମଧ୍ୟରେ ଅଵସ୍ଥିତ । ସୌରମଣ୍ଡଳ ର କାଇପର ବୃତ୍ତ ଓ ବିଖରା ଚକ୍ର ଠାରୁ ମଧ୍ଯ ଦୂରରେ ଥିବାରୁ ଏହାକୁ କେହି କେହି ସୌରମଣ୍ଡଳର ଶେଷ ସୀମା ମଧ୍ଯ କହିଥାନ୍ତି ।
ଏଠାରେ ଧ୍ଯାନ ଦେଲା ଭଳିଆ କଥା ଏହିକି ଯେ ଵୈଜ୍ଞାନିକ ଏହାର ଅସ୍ତିତ୍ଵ କୁ ନେଇ ପ୍ରାୟ ସହମତ ଥିଲେ ହେଁ ଏ ଵିଷୟରେ ଵିଶେଷ ପ୍ରମାଣ ମିଳିନଥିବା ହେତୁ ଏହାକୁ ନେଇ କୌଣସି ଆଧିକାରିକ ଟିକା ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରନ୍ତି । କୁହାଯାଏ ଔର୍ଟ୍ ବାଦଲ ଆମ ସୌରମଣ୍ଡଳର ଗୁରୁତ୍ଵାକର୍ଷଣ ସୀମାରେ ଅଵସ୍ଥିତ ଏବଂ ଏହା ପରେ ସୂର୍ଯ୍ୟ ର ଗୁରୁତ୍ଵାକର୍ଷଣ ଶକ୍ତି କ୍ଷୀଣ ହୋଇଯାଏ ।
ଏହାର ଵିସ୍ତୃତି 50,000 ଠାରୁ 200,000 AU ମଧ୍ୟରେ ଥିବା ଅନୁମାନ କରାଯାଏ ।
ଏହାର ନାମକରଣ ଜଣେ ଡଚ୍ ଵୈଜ୍ଞାନିକ
Jan Oort ଙ୍କର ନାମାନୁସାରେ ରଖାଯାଇଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...