ନଈରେ ନଉକାଟାଏ ଭାସି ଯାଉଥାଏ । ସେ  ନଉକାର ନାଉରୀ ଟା ଟିକେ ଆଡ଼ ବାଇଆ ଥିଲା । ବେଳେ ବେଳେ ତାର ପ୍ରଗଳ୍ଭତା ବହୁତ ବଢିଯାଉଥିଲା । ଏଥରକ
ନଉକାଟା ମଝିନଈ ହେଇଚି କି ନାହିଁ ନାବିକ କହୁଚି ସମସ୍ତେ ଟିକିଏ ମୋ କଥା ଶୁଣନ୍ତୁ..... “ଆଜ୍ଞାମାନେ ଜାଣନ୍ତୁ ନଉକାରେ
ବୋଝ ବଢିଯାଇଛି କେହି ଜଣେ ଯଦି ତଳକୁ ଡେଇଁ ପଡ଼ନ୍ତି ତେବେ ଯାଇ ସଭିଏଁ ସୁରୁଖୁରୁରେ ଆରକାନୀରେ ପହଞ୍ଚି ପାରିବେ ।”
ଯାତ୍ରୀ ମାନଙ୍କ ଭିତରେ ଭାଳେଣି ପଡି଼ଗଲା । 
ସବୁ ଆପଣା ମଧ୍ୟରେ କୁହାକୁହି ହେଲେ ଯେ 
କେ ପାଣିକି ଡେଇଁବ ? 
ନଉକାରେ ବସିଥିବା ଅଧିକାଂଶ ଲୋକେ ତ ପହଁରି ହେଲେ ଜାଣିନଥାନ୍ତି ଆଉ ଯେଉଁ ମାନଙ୍କୁ ପହଁରା ଜଣାଥିଲା ତାଙ୍କତିକ ପାଇଁ ଵି ସେ ନଦୀକୁ ପାରକରିବା ଖେଳ ନଥିଲା । 
ନଉକାରେ ସବୁ ପରକାର ର ଲୋକ ବଇଥାନ୍ତି । ଚିକିତ୍ସକ,ଅଫିସର, ପିତର(ଓକିଲ),ସାଧବବେପାରୀ, ପୂଜାରୀ,ଦିସାରୀ,ନେତା,ଅଭିନେତା ,ଗାୟକ ଇତ୍ୟାଦି ଇତ୍ୟାଦି । 
ଏସବୁ ବଡ଼ବଡି଼ଆ ଲୋକେ ଚାହୁଁଥିଲେ 
ସେ ନଉକାର ସାଧାରଣ ଦରିଦ୍ର କୃଷକ 
ପାଣିକୁ ଡେଇଁପଡୁ଼ । ସେ ଚାହିଁଲେ ନଈକୁ ଡେଇଁ ପହଁରି ବଞ୍ଚି ଯାଇପାରେ, ଆମେ ନୁହେଁ । 
ସମସ୍ତେ ମିଶି ଅପାଠୁଆ କୃଷକ କୁ ନଈକୁ ଡେଇଁ ପଡି଼ବାକୁ ବୋଇଲେ । ହେଲେ ତାଙ୍କ କଥା ରେ କୃଷକ ରାଜି ହେଲାନି । ବହୁତ ଗୁଡ଼ହାତ ଧଇଲେ ଵି ଯୋଉଠୁ କୃଷକ ଶୁଣିଲାନି ହେଇଠୁ ସଭେଁ ଲୋକ ମିଶିକି ସମସ୍ତଙ୍କ ଠାରୁ ଅଲଗା ବସିଥେବା ନେତା ପାଖକୁ ଗଲେ । 
ଆପଣା ଅସୁବିଧା କଥା ନେତାକୁ ଶୁଣେଇ ସେମାନେ ଜଣ ଜଣ କରିକି କହିଲେ 
“ଏ ହୀନ କୃଷକଟା ଆମକଥା ଶୀଣୁନାହିଁ 
ଆମେ ଏଭେ କିସ କରିବୁ ? 
ଯାଉଛୁ ତାକୁ ଯୋରକରି ପାଣିକୁ ଫିଙ୍ଗି ଦେବୁ ।"
ଏହା ଶୁଣିଲା କ୍ଷଣି ନେତା କହିଲା-
ନା ନା ଏମନ୍ତେ କଲେ ତା’ ୟେ ଦରିଦ୍ର କୃଷକ ପ୍ରତି ବଡ଼ ଅନ୍ୟାୟ ହୋଇବ । ମୁଁ ଦେଖୁଛି ତାକୁ । ତମେ ମାନେ ଵି ତା ସାଥେ ମିଶିକି ଭାଷଣ ଶୁଣିବ । 
ନେତା ଓଜସ୍ବୀ ଭାଷଣ ଦେବା ଆରମ୍ଭ କରିଦେଲା ଯୋଉଥେରେ ସେ ରାଷ୍ଟ୍ର,ଭାଷା,ଇତିହାସ, ଐତିହ,ପରମ୍ପରା ର ଗାଥା ଗାଇ ଗାଇ,ଦେଶ ପାଇଁ ବଳିଦାନ ଦେବାର ଆହ୍ଵାନ ସହ ହାତ ଉଠେଇ ବୋଲିବାକୁ ଲାଗିଲା
“ଆମେ ମରିଯିବୁ,ହେଲେ ନଉକା ବୁଡି଼ବାକୁ ଦେବୁନି.....ବୁଡିବାକୁ ଦେବୁନି. ...ବୁଡିବାକୁ ଦେବୁନି...
ଏସବୁ ଶୁଣି ସାଧାରଣ କୃଷକ ଲୋକ ଟା ଏତେ ଉତ୍ସାହିତ ହେଇଗଲା ଯେ ସେ ନଦୀ ପାଣିକୁ ଡେଇଁ ପଡି଼ଲା । 
★(ହିନ୍ଦୀ ଭାଷାର ଲୋକପ୍ରିୟ ଗାଳ୍ପିକशंकर पुणतांबेकरଙ୍କର ହିନ୍ଦୀ କ୍ଷୁଦ୍ରଗଳ୍ପ
आम आदमी ର ଓଡ଼ିଆ ଭାଵାନୁଵାଦ)★
No comments:
Post a Comment