Friday, April 13, 2018

ମହାନଦୀ ଓ ଶାତକୋଶିଆ ଗଣ୍ଡ

ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀ ର ଜନ୍ମ ହୋଇଥିଲା ।
ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି
ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମ ରୁ ପୂର୍ବକୁ ବହିବାକୁ ଲାଗିଲା ।
ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ ଇର୍ଷାପରାଯଣ ଦୁଷ୍ଟ ପର୍ବତ ତା’ର ବାଟ ଓଗାଳିଲା । ସେ ପର୍ଵତ ସପ୍ତକ୍ରୋଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ଚିତ୍ରୋତ୍ପଳା ବହୁ ଯତ୍ନ କରି ସୁଦ୍ଧା ତାକୁ ଭେଦି ଆଗକୁ ବଢିପାରିବାରେ ଅକ୍ଷମ ହେଲା ।
ଶେଷକୁ ଚିତ୍ରୋତ୍ପଳା ଅନ୍ୟନ୍ୟୋପାୟ ହୋଇ
ଆପଣା ପିତାଙ୍କୁ ସ୍ମରଣ କରିବାକୁ ଲାଗିଲା ।
ସୁକାନ୍ତି ଋଷି ସେଇଠୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ ।

ବହୁଦିନ ଯାଏଁ ତପ କରିବା ଉତ୍ତାରୁ
ଦେବରାଜ ଇନ୍ଦ୍ର ଋଷି ସୁକାନ୍ତି ଙ୍କ
ନିକଟରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଝା ଜିଜ୍ଞାସା କରନ୍ତେ ଋଷି ପୂର୍ବ ସମସ୍ୟା ମାନ କହି ଶୁଣାଇଲେ ।

ଇନ୍ଦ୍ର ତହୁଁ ଆପଣା ବଜ୍ରର ଶକ୍ତି ବଳରେ
ପାହାଡ଼ କୁ ଚୁନାକରି ଚିତ୍ରୋତ୍ପଳା ଲାଗି ଗୋଟିଏ ବାଟ କରିଦେଲେ । ଏବେ ସେହି ବାଟକୁ ଲୋକେ ସାତକୋଶିଆ ଗଣ୍ଡ ନାଆଁ ରେ ଜାଣୁଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...