Thursday, April 19, 2018

★କାଇପର୍ ବୃତ୍ତ★

କାଇପର୍ ବୃତ୍ତ,କାଇପର୍ ଏ଼ଜଵର୍ଥ ବୃତ୍ତ ଵା କାଇପର ବ଼ଲ୍ଟ ଆମର ସୌରମଣ୍ଡଳର ଏ ବାହାରିଆ ଅଞ୍ଚଳ ଯାହା ବରୁଣଗ୍ରହ(ନେପଚୁ଼ନ୍) ର କକ୍ଷପଥ ଠାରୁ 【ଯାହା ସୂର୍ଯ୍ୟ ଠାରୁ ପ୍ରାୟ 30 ଖଗୋଳୀୟ ଏକକ(ପୃଥିବୀ ଠାରୁ ସୂର୍ଯ୍ୟ ର ଦୂରତା କୁ ଏକ ଖଗୋଳୀୟ ଏକକ କୁହନ୍ତି) ଦୂରରେ ଅଵସ୍ଥିତ】ଠାରୁ ନେଇକରି ସୂର୍ଯ୍ୟ ଠାରୁ 55 ଖଗୋଳୀୟ ଏକକ ପର୍ଯ୍ୟନ୍ତ ପରିଵ୍ୟାପ୍ତ ବୋଲି କୁହାଯାଏ । ମଙ୍ଗଳ ବୃହସ୍ପତି ମଧ୍ୟରେ ଥିବା କ୍ଷୁଦ୍ରଗ୍ରହ ବୃତ୍ତ ପରି ଏଥିରେ ମଧ୍ଯ ସହସ୍ର ସହସ୍ର ଲକ୍ଷ ଲକ୍ଷ ଛୋଟବଡ଼ ଖଗୋଳୀୟ ପିଣ୍ଡ ଅଛି । ଵିଶ୍ଵାସ କରାଯାଏ ଯେ ସୌରମଣ୍ଡଳର ସୃଜନ କାଳରେ ଏହି ମହାଜାଗତିକ ପିଣ୍ଡମାନ ପରସ୍ପର ସହିତ ମିଶି କୌଣସି ଗ୍ରହ ଗଠନ ନକରିପାରି ପଡି଼ରହିଗଲେ । କାଇପର୍ ବୃତ୍ତ କ୍ଷେତ୍ର କ୍ଷୁଦ୍ରଗ୍ରହ ବୃତ୍ତ ଠାରୁ 20 ଗୁଣ ଚଉଡା଼ ଓ 200 ଗୁଣ ଅଧିକ ଵିସ୍ତୃତ ।

କ୍ଷୁଦ୍ରଗ୍ରହ ବୃତ୍ତର ମହାଜାତିକ ଵସ୍ତୁ ମାନ
ପଥର ଏବଂ ଧାତୁରେ ତିଆରି ହୋଇଥିବା ବେଳେ କାଇପର୍ ବୃତ୍ତର ଖଗୋଳୀୟ ପିଣ୍ଡଗୁଡି଼କ ପ୍ରଵଳ ଶୀତଳତା ହେତୁରୁ
ଜଳ,ମିଥେନ୍ ଏବଂ ଏମୋନିଆ ର ମିଶ୍ରିତ ବରଫ ଖଣ୍ଡରେ ତିଆରି ହୋଇଛି ।
ସୌରମଣ୍ଡଳର ଜ୍ଞାତ ବାମନଗ୍ରହ ଗୁଡି଼କ ଯଥା-ଯମ(ପ୍ଲୁଟୋ)ହଉମେୟା ଏବଂ ମାକେମାକେ କାଇପର ବୃତ୍ତ ର ନିଵାସୀ ଅଟନ୍ତି ।
କେତେକ ଵୈଜ୍ଞାନିକ ଏହା ମଧ୍ଯ ଵିଶ୍ଵାସ କରନ୍ତି ଯେ ଏହି ବୃତ୍ତରେ ସୌରମଣ୍ଡଳର କିଛି ପ୍ରାକୃତିକ ଉପଗ୍ରହ ସୃଷ୍ଟି ହୋଇ ବୁଲୁଥିଲା ସମୟରେ ବଡ଼ ବଡ଼ ଗ୍ରହ ଗୁଡି଼କର ଗୁରୁତ୍ଵାକର୍ଷଣ ଯୋଗୁଁ  ତହିଁ ର ପ୍ରଦକ୍ଷିଣା କରିବାକୁ ଲାଗିଲେ ଏବଂ ସେହି ସେହି ଗ୍ରହର ଉପଗ୍ରହ ହୋଇ ରହିଗଲେ । ଵରୁଣଗ୍ରହ(ନେପଚୁ଼ନ୍) ର ଉପଗ୍ରହ ‛ଟ୍ରାଇଟ଼ନ୍’ ଓ ଶନି ର ଉପଗ୍ରହ ‛ଫି଼ବୀ’ ଏହି ଶ୍ରେଣୀୟ ଉପଗ୍ରହ ବୋଲି ଵିଶ୍ଵାସ କରାଯାଇଥାଏ ।
କାଇପର ବୃତ୍ତର ନାମ ପ୍ରଶିଦ୍ଧ ଡଚ୍ ଆମେରିକୀ ଖଗୋଳଶାସ୍ତ୍ରୀ ଜେରାର୍ଡ୍ କାଇପରଙ୍କ ନାମ ଅନୁସାରେ ରଖାଯାଇଥିଲା । ଵାସ୍ତଵରେ ସେ ସ୍ଵୟଂ ଏହାର ଅସ୍ତିତ୍ଵ ଵିଷୟରେ କୌଣସି ଭଵିଷ୍ୟତଵାଣୀ କରିନଥିଲେ ।

ଵର୍ଷ 1992 ରେ »1992 QB1”
ଯମ ଵା ପ୍ଲୁଟୋ ପରେ କାଇପର୍ ବୃତ୍ତର ଖୋଜା ଯାଇଥିବା ପ୍ରଥମ ମହାଜାଗତିକ ପିଣ୍ଡ(Kaiper Belt O objects) ଥିଲା । ଏହି ମହତ୍ତ୍ୱପୂର୍ଣ୍ଣ ଏଷଣା ପରେ ଆଜିଯାଏଁ ମିଳିଥିବା ଜ୍ଞାତ କାଇପର ବୃତ୍ତୀୟ ପିଣ୍ଡ ଗୁଡି଼କର ସଂଖ୍ୟା ସହସ୍ରାଧିକ ହୋଇ ସାରିଲାଣି । ମିଳିସାରିଥିବା କାଇପର୍ ବୃତ୍ତୀୟ ମହାଜାଗତିକ ପିଣ୍ଡ ଗୁଡି଼କର ଗହନ ଅନୁଧ୍ୟାନ କଲାପରେ
ଵୈଜ୍ଞାନିକ ସମାଜ ଅନୁମାନ କରନ୍ତି ଯେ ଏହି ଵିଶିଷ୍ଟ ସୌରମଣ୍ଡଳୀୟ ବୃତ୍ତରେ  100 କି॰ମି॰ (328,084 ଫୁଟ୍) ଠାରୁ ଅଧିକ ଵ୍ୟାସଯୁକ୍ତ 1,00,000 ରୁ ବେଶୀ K.B.O ପିଣ୍ଡ ଥାଇପାରେ ।
ଆଗେ ଵିଶ୍ଵାସ କରାଯାଉଥିଲା  ଯେ କାଇପର୍ ବୃତ୍ତ ହିଁ ସର୍ଵାଧିକ ଧୁମକେତୁ ମାନଙ୍କର ଭଣ୍ଡାର ଅଟେ ଯେଉଁ ମାନଙ୍କର କକ୍ଷ ଗୁଡି଼କର ଗୋଟିଏ ପରିକ୍ରମଣ ଚକ୍ରର ସମୟକାଳ 200 ଵର୍ଷରୁ କମ୍ ହୋଇ ଥିବ(ଯେମିତି କି ହ୍ୟାଲି ଧୁମକେତୁ) ।

ତେବେ, ନବେ ଦଶକ ପରେ ଏ ଵିଷୟରେ ହୋଇଥିବା ଵିଭିନ୍ନ ଅଧ୍ଯୟନଗୁଡି଼କର ଜଣାପଡିଲା ଯେ ଏହି ଵିଶିଷ୍ଟ ବୃତ୍ତ ଗତିଶୀଳତା ଦୃଷ୍ଟିରୁ ଅସ୍ତିତ୍ଵ ଯୁକ୍ତ ଅଟେ ଏବଂ ଧୂମକେତୁ ଉତ୍ପତ୍ତି ର ଵାସ୍ତଵିକସ୍ଥଳ  ଏକ ପ୍ରକୀର୍ଣ୍ଣ ଡିସ୍କ ଅଟେ ଯାହା ଵରୁଣଗ୍ରହ ଵା ନେପଚୁ଼ନ୍ ର
ବର୍ହିମୁଖୀ ଗତି ଦ୍ଵାରା 4.5 ବିଲିଅନ୍ ଵର୍ଷ ପୂର୍ଵେ ନିର୍ମ୍ମିତ,ଗତିଶୀଳତା ଦୃଷ୍ଟିରୁ ଏକ ସକ୍ରିୟ ମଣ୍ଡଳ ଅଟେ । ଏହି ପ୍ରକୀର୍ଣ୍ଣ ଡିସ୍କର କିଛି ମହାଜାଗତିକ ପିଣ୍ଡ ଯେମିତି କି ଏ଼ରିସ୍ ଆଦିର ଵିକେନ୍ଦ୍ରତା ଅତ୍ୟନ୍ତ ଅଧିକ ହୋଇଥାଏ ଏତେ ଅଧିକ ହୋଇଥାଏ ଯେ ବେଳେ ବେଳେ ସେମାନେ ଆପଣା ପରିକ୍ରମଣ ପଥରେ ଗତି କରୁଥିବା ବେଳେ ସୂର୍ଯ୍ୟ ଠାରୁ 100 AU ଦୂର ପର୍ଯ୍ୟନ୍ତ ଚାଲିଯାଇଥାନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...